Posted inଖେଳ

ଆଗାମୀ ସିଜନରେ ଅଧିନାୟକ ବଦଳାଇବ ପଞ୍ଜାବ କିଙ୍ଗ୍ସ? ବୟାନ ଜାରି କରି ସ୍ପଷ୍ଟ କଲା ଫ୍ରାଞ୍ଚାଇଜ୍‌…

ନୂଆଦିଲ୍ଲୀ,୨୪।୮: ଇଣ୍ଡିଆନ ପ୍ରିମିୟର ଲିଗ୍‌ ୨୦୨୩ ଆଉ ଢ଼େର ସମୟ ବାକି। ହେଲେ ଏବେଠାରୁ ଚର୍ଚ୍ଚାରେ ଆଇପିଏଲ୍‌ ଟିମ୍‌। କିଛିଦିନ ପୂର୍ବେ ପଞ୍ଜାବ କିଙ୍ଗ୍ସ କୋଚ୍‌ ଅନିଲ କୁମ୍ବଲେଙ୍କୁ ବାହାର କରି ନୂଆ କୋଚ୍‌ ନିଯୁକ୍ତ କରିପାରେ ବୋଲି କୁହାଯାଉଥିଲା। ଏବେ ଅନ୍ୟ ଏକ ଚର୍ଚ୍ଚାରେ ଦଳ ଅଧିନାୟକ ମୟଙ୍କ ଅଗ୍ରଓ୍ବାଲଙ୍କୁ ବାଦ୍‌ ଦେଇପାରେ ବୋଲି କୁହାଯାଇଥିଲା। ଏହାପରେ ପଞ୍ଜାବ କିଙ୍ଗ୍ସ ପକ୍ଷରୁ ଆଧିକାରୀକ ଭାବେ ବୟାନ ଜାରି କରାଯାଇଛି।

ପଞ୍ଜାବ କିଙ୍ଗ୍ସ ବୟାନରେ କହିଛି, ଏକ ସ୍ପୋଟ୍ସ ଓ୍ବେବ୍‌ସାଇଟ୍‌ ଦ୍ୱାରା ପଞ୍ଜାବ କିଙ୍ଗ୍ସର ଅଧିନାୟକକୁ ନେଇ ଏକ ଖବର ପ୍ରକାଶିତ ହୋଇଛି। ଆମେ ସ୍ପଷ୍ଟ କରୁଛୁ ଯେ ଫ୍ରାଞ୍ଚାଇଜର କୌଣସି ସଦସ୍ୟ ଏଭଳି ବୟାନ ଦେଇନାହିଁ।

କହିରଖୁଛୁ, ଆଇପିଏଲ୍‌ ୨୦୨୨ ପୂର୍ବରୁ ମେଗା ଅକ୍ସନ ହୋଇଥିଲା। ଏଥିରେ ପଞ୍ଜାବ କିଙ୍ଗ୍ସ ଏହାର ଖେଳାଳି ପରିବର୍ତ୍ତନ କରିଥିଲା। କେବଳ ମୟଙ୍କଙ୍କୁ ରିଟେନ କରାଯାଇ ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିଲା। ହେଲେ ଦଳ ପ୍ଲେଅଫ୍‌ରେ ପହଞ୍ଚି ପାରି ନ ଥିଲା। ଅଧିନାୟକ ଭାବେ ମୟଙ୍କଙ୍କ ପ୍ରଦର୍ଶନ ସେତେଟା ପ୍ରଶଂସନୀୟ ନ ଥିଲା। ଏହାକୁ ନେଇ ଏକ ରିପୋର୍ଟରେ ସେ ଆଗାମୀ ସିଜନରେ ଦଳର ଅଧିନାୟକ ରହିବେ ନାହିଁ ବୋଲି କୁହାଯାଇଥିଲା। ଏହାକୁ ଏବେ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଖଣ୍ଡନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁଣି ଥରେ ସ୍ଥଗିତ ହେଲା ପିଏସ୍‌ଏଲ

କରାଚୀ,୪।୩ : ଚଳିତ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ)କୁ ଗୁରୁବାର ବାତିଲ କରିଦିଆଯାଇଛି। ୩ ଖେଳାଳିଙ୍କ ରିପୋର୍ଟ ପଜିଟିଭ ଆସିବା ପରେ ଏହି ଟି୨୦ ଇଭେଣ୍ଟରେ...

ଓ୍ବେଷ୍ଟଇଣ୍ଡିଜ ୧୫୦/୪

ଭୁବନେଶ୍ୱର,୨୨।୧୨- କଟକସ୍ଥ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଦିନିକିଆ ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରିଥିବା ଓ୍ବେଷ୍ଟଇଣ୍ଡିଜ ଏପର୍ଯ୍ୟନ୍ତ ୩୩ ଓଭର ଖେଳି ୪ ଉଇକେଟ ହରାଇ ୧୫୦...

ଅତ୍ୟଧିକ ଗରମ କାରଣରୁ ବଦଳିଲା ଅଲିମ୍ପିକ୍ସ ଟାଇମିଂ

ଟୋକିଓ,୨୮।୭: ଟୋକିଓ ଅଲିମ୍ପିକ୍ସର ଟେନିସ ଇଭେଣ୍ଟ ଗୁରୁବାରଠାରୁ ଅପରାହ୍ନ ୩ଟାରୁ ଆରମ୍ଭ ହେବ। ଅତ୍ୟଧିକ ଖରା ଓ ଗୁଳୁଗୁଳି ଯୋଗୁ ଇଭେଣ୍ଟର ଟାଇମିଂରେ ପରିବର୍ତ୍ତନ କରିବାକୁ...

ଲକ୍ଷ୍ୟ ପଥରେ ହର୍ଡଲ୍ସ ପ୍ରତିଭା

ଭୁବନେଶ୍ୱର, ୨୧।୧୧(କ୍ରୀଡ଼ା ପ୍ରତିନିଧି)- ବୟସ ମାତ୍ର ୧୫ ହୋଇଥିଲେ ହେଁ ସ୍ଥାନୀୟ ରିଲିଆନ୍ସ ଫାଉଣ୍ଡେଶନ ଓଡ଼ିଶା ଆଥଲେଟିକ୍ସ ଆଇ ପରଫର୍ମାନ୍ସ ସେଣ୍ଟର (ଏଚପିସି)ର ସବିତା ଟପ୍ପୋ...

କ୍ରିକେଟ୍‌ର ‘ଡନ୍‌’ କିଏ ଜାଣନ୍ତି

କ୍ରିକେଟରେ ସାର୍‌ ଡନ ବ୍ରାଡମ୍ୟାନଙ୍କ ନାଁ ଆଜି ବି ସର୍ବଶ୍ରେଷ୍ଠ। ତାଙ୍କୁ କ୍ରିକେଟର୍‌ ‘ଡନ୍‌’ କୁହାଯାଏ। ତାଙ୍କ ପରି ଏକ ରନ ମେସିନ କ୍ରିକେଟରେ ଆସିବା...

କ୍ୟାପଟେନ ବଦଳାଇଲା ନାହିଁ କ୍ୟାପିଟାଲ୍ସ

ଦୁବାଇ,୧୬।୯: ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଚଳିତ ଆଇପିଏଲ ସିଜନର ବଳକା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳର ନେତୃତ୍ୱ ନେବେ। ଏ ନେଇ ଗୁରୁବାର ଫ୍ରାଞ୍ଚାଇଜ...

ଭାରତ ବିଶ୍ୱକପ ଜିତିଲେ ଖେଳାଳିଙ୍କ ମା’, ସ୍ତ୍ରୀଙ୍କୁ ଦିଆଯିବ ଏହି ସ୍ବତନ୍ତ୍ର ଉପହାର

ଲକ୍ଷ୍ନୌ, ୯।୭:ଆଇସିସି ବିଶ୍ୱକପରେ ଭାରତ ଜବରଦସ୍ତ ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି। ଚଳିତଥର ଯଦି ଭାରତ ବିଶ୍ୱବିଜୟୀ ହୁଏ, ତେବେ ବନାରସର ଶାଢୀ ବ୍ୟବସାୟୀ...

ମହିଳାଙ୍କ ଉପରେ ବାସନ୍ଦ ଲାଗିବା ପ୍ରସଙ୍ଗ:  ଇରାନ ଗସ୍ତ କରିବେ ଫିଫା ପ୍ରତିନିଧି

ଲୌସାନ୍ନେ,୧୨।୯(ଏଏଫ୍‌ପି): ଇରାନରେ ମହିଳା ପ୍ରଶଂସକଙ୍କୁ ଫୁଟ୍‌ବଲ ଷ୍ଟାଡିୟମ ମଧ୍ୟକୁ ପ୍ରବେଶକୁ ବାରଣ ରହିଛି। ଏହି ନିୟମରେ ପରିବର୍ତ୍ତନ କରିବା ପାଇଁ ଫିଫା ପକ୍ଷରୁ ପ୍ରତିନିଧି ମଣ୍ଡଳି...

Advertisement
Archives

Model This Week