ପଞ୍ଜାବବାସୀଙ୍କ ନିଷ୍ପତ୍ତିକୁ ବିନମ୍ରତାର ସହ ସ୍ୱୀକାର କରୁଛି, ଏଏପିକୁ ଶୁଭେଚ୍ଛା: ଚନ୍ନି

ଚଣ୍ଡିଗଡ଼,୧୦ ।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ପରାଜୟକୁ ସ୍ୱିକାର କରି ନେଇଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ହାରିବା ପରେ ଦଳିୟକର୍ମୀଙ୍କୁ ଧନ୍ୟବାଦ ଦେବା ସହ ପଞ୍ଜାବବାସୀଙ୍କ ନିଷ୍ପତ୍ତିକୁ ଗ୍ରହଣ କରି ନେଇଛନ୍ତି । ସେ ଦୁଇଟି ଯାକ ଆସନରୁ ପରାଜୟକୁ ସ୍ୱିକାର କରିଛନ୍ତି । ଏବେ ପଞ୍ଜାବରେ କଂଗ୍ରେସର ଗଡ ଭାଙ୍ଗି ଯାଇଥିବା ବେଳେ ଆମ ଆଦମୀ ପାର୍ଟି(ଏଏପି) ପଞ୍ଜାବରେ ନୂଆ ସରକାର ଗଠନ କରିବାକୁ ଲାଗି ପଡିଲାଣି । ହାରିବା ପରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ପ୍ରଥମକରି ଟୁଇଟ୍ କରି କହିଛନ୍ତି, ମୁଁ ପଞ୍ଜାବବାସୀଙ୍କ ନିଷ୍ପତ୍ତିକୁ ବିନମ୍ରତାର ସହ ଗ୍ରହଣ କରୁଛି । ଏହାସହ ଆମ ଆଦମୀ ପାର୍ଟି(ଏଏପି) ଓ ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନଙ୍କୁ ତାଙ୍କ ବିଜୟକୁ ନେଇ ଶୁଭେଚ୍ଛା ଜଣାଉଛି । ମୋର ଭରସା ରହିଛି କି ମାନ ଲୋକଙ୍କ ଆଶାକୁ ନିଶ୍ଚିତ ଭାବେ ପୂରଣ କରିବେ ।
ସୂଚନାଯୋଗ୍ୟ, ପଞ୍ଜାବ ବିଧାନସଭାର ମୋଟ ୧୧୭ ଆସନରୁ ଏଏପି ଖାତାକୁ ୯୨ଟି ଆସନ ଯାଇଥିବା ଲକ୍ଷ୍ୟ କରାଯାଉଥିବା ବେଳେ କଂଗ୍ରେସକୁ ୧୮ରେ ସନ୍ତୁଷ୍ଟ ହେବାକୁ ପଡିପାରେ । ସେହିପରି ଅକାଳି ଦଳ ମେଣ୍ଟକୁ ୪ ଓ ସ୍ୱାଧୀନଙ୍କୁ ୩ଟି ଆସନ ମିଳିପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri