ପଞ୍ଜାବବାସୀଙ୍କ ନିଷ୍ପତ୍ତିକୁ ବିନମ୍ରତାର ସହ ସ୍ୱୀକାର କରୁଛି, ଏଏପିକୁ ଶୁଭେଚ୍ଛା: ଚନ୍ନି

ଚଣ୍ଡିଗଡ଼,୧୦ ।୩: ପଞ୍ଜାବ ବିଧାନସଭା ନିର୍ବାଚନରେ ପରାଜୟକୁ ସ୍ୱିକାର କରି ନେଇଛି କଂଗ୍ରେସ । ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ହାରିବା ପରେ ଦଳିୟକର୍ମୀଙ୍କୁ ଧନ୍ୟବାଦ ଦେବା ସହ ପଞ୍ଜାବବାସୀଙ୍କ ନିଷ୍ପତ୍ତିକୁ ଗ୍ରହଣ କରି ନେଇଛନ୍ତି । ସେ ଦୁଇଟି ଯାକ ଆସନରୁ ପରାଜୟକୁ ସ୍ୱିକାର କରିଛନ୍ତି । ଏବେ ପଞ୍ଜାବରେ କଂଗ୍ରେସର ଗଡ ଭାଙ୍ଗି ଯାଇଥିବା ବେଳେ ଆମ ଆଦମୀ ପାର୍ଟି(ଏଏପି) ପଞ୍ଜାବରେ ନୂଆ ସରକାର ଗଠନ କରିବାକୁ ଲାଗି ପଡିଲାଣି । ହାରିବା ପରେ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ପ୍ରଥମକରି ଟୁଇଟ୍ କରି କହିଛନ୍ତି, ମୁଁ ପଞ୍ଜାବବାସୀଙ୍କ ନିଷ୍ପତ୍ତିକୁ ବିନମ୍ରତାର ସହ ଗ୍ରହଣ କରୁଛି । ଏହାସହ ଆମ ଆଦମୀ ପାର୍ଟି(ଏଏପି) ଓ ଏହାର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନଙ୍କୁ ତାଙ୍କ ବିଜୟକୁ ନେଇ ଶୁଭେଚ୍ଛା ଜଣାଉଛି । ମୋର ଭରସା ରହିଛି କି ମାନ ଲୋକଙ୍କ ଆଶାକୁ ନିଶ୍ଚିତ ଭାବେ ପୂରଣ କରିବେ ।
ସୂଚନାଯୋଗ୍ୟ, ପଞ୍ଜାବ ବିଧାନସଭାର ମୋଟ ୧୧୭ ଆସନରୁ ଏଏପି ଖାତାକୁ ୯୨ଟି ଆସନ ଯାଇଥିବା ଲକ୍ଷ୍ୟ କରାଯାଉଥିବା ବେଳେ କଂଗ୍ରେସକୁ ୧୮ରେ ସନ୍ତୁଷ୍ଟ ହେବାକୁ ପଡିପାରେ । ସେହିପରି ଅକାଳି ଦଳ ମେଣ୍ଟକୁ ୪ ଓ ସ୍ୱାଧୀନଙ୍କୁ ୩ଟି ଆସନ ମିଳିପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ଚାଷୀଙ୍କୁ ସୁପ୍ରିମ୍‌କୋର୍ଟଙ୍କ ତାଗିଦ୍‌, ବିରୋଧ କରିବା ଅଧିକାର, କିନ୍ତୁ ରାସ୍ତାକୁ ଦୀର୍ଘଦିନ ବନ୍ଦ କରି ହେବ ନାହିଁ…

ନୂଆଦିଲ୍ଲୀ,୨୧।୧୦: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ପ୍ରଦର୍ଶନ ଜାରି ରହିଛି। ଏହାକୁ ନେଇ ସୁପ୍ରିମ୍‌କୋର୍ଟ ଗୁରୁବାର ଚାଷୀଙ୍କୁ ତାଗିଦ୍‌ କରିଛନ୍ତି।...

ସହମତି ବିନା ଅନଲାଇନ କ୍ଲାସ ପାଇଁ ଶିକ୍ଷାର୍ଥୀଙ୍କୁ ବାଧ୍ୟ କରିପାରିବେ ନାହିଁ କୋଚିଂ ପ୍ରତିଷ୍ଠାନ…

ନୂଆଦିଲ୍ଲୀ,୬।୨ : ଦିଲ୍ଲୀର ଏକ ଉପଭୋକ୍ତା ନିବାରଣ ଆୟୋଗ ଏକ ମେଡିକାଲ କୋଚିଂ ପ୍ରତିଷ୍ଠାନକୁ ଜଣେ ଛାତ୍ର ଦେଇଥିବା ସମସ୍ତ ଅଗ୍ରୀମ କୋର୍ସ ଫି ଫେରସ୍ତ...

ମଙ୍କିପକ୍ସ ପାଇଁ ଦାନିଶ ସ୍ମଲ୍‌ପକ୍ସ ଟିକା: ପୁନାଓ୍ବାଲା

ପୁଣେ,୨୭।୭: ଦେଶରେ ମଙ୍କିପକ୍ସ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଅଦ୍ୟାବଧି ୪ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଆଗାମୀ ଦିନରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ନେଇ...

୧୫୦ରୁ ଅଧିକ ପିଏଫ୍‌ଆଇ-ଏସଡିପିଆଇ ସଦସ୍ୟ ଅଟକ …

ନୂଆଦିଲ୍ଲୀ, ୨୭।୯ : ନ୍ୟାଶନାଲ ଇନଭେଷ୍ଟିଗେଶନ ଏଜେନ୍ସି (ଏନଆଇଏ)ଙ୍କ ନିର୍ଦ୍ଦେଶରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ଉପରେ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଅନ୍ତର୍ଗତ ପପୁଲାର...

ଜିଗ୍ନେସଙ୍କୁ ମିଳିଲା ଜାମିନ

ଡିସପୁର,୨୯।୪: ଗୁଜରାଟର ନିର୍ଦ୍ଦଳୀୟ ବିଧାୟକ ଜିଗ୍ନେସ ମେଭାନିଙ୍କୁ ମିଳିଲା ଜାମିନ। ଜଣେ ମହିଳା ପୋଲିସ ଅଧିକାରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଗିରଫ ହୋଇଥିବା ଜିଗ୍ନେସଙ୍କୁ ଆସାମ...

ଆଦିବାସୀଙ୍କ ଉପରେ ପରିସ୍ରା କରିଥିବା ଭାଜପା କର୍ମୀ ଗିରଫ

ଭୋପାଳ/ନୂଆଦିଲ୍ଲୀ,୬।୭: ମଧ୍ୟପ୍ରଦେଶ ସିଦ୍ଧି ଜିଲାରେ ଆଦିବାସୀ ଶ୍ରମିକ ପାଲେ କୋଲଙ୍କ ଉପରେ ପରିସ୍ରା କରିଥିବା ଭାଜପା କର୍ମୀ ପ୍ରଭେଶ ଶୁକ୍ଳାଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ପୋଲିସ...

ତଦନ୍ତ ନ ସରିଲେ ଅଭିଯୁକ୍ତଙ୍କୁ ଜାମିନ

ନୂଆଦିଲ୍ଲୀ,୧୮ା୧୧: କୌଣସି ମାମଲାର ତଦନ୍ତ ନିର୍ଦ୍ଧାରିତ ସମୟରେ ଶେଷ ନ ହେଲେ ଅଭିଯୁକ୍ତଙ୍କୁ ‘ଡିଫଲ୍ଟ ବେଲ୍‌’ ମିଳିବ। ସମ୍ବିଧାନର ଅନୁଚ୍ଛେଦ ୨୧ ବେଆଇନ ଅଟକ ବିରୋଧରେ...

ମୁଖ୍ୟମନ୍ତ୍ରୀ କରୋନା ଆକ୍ରାନ୍ତ: ମାର୍ଚ୍ଚ ୩ରେ ନେଇଥିଲେ ପ୍ରଥମ ଟିକା

ଥିରୁବନନ୍ତପୁରମ୍‌, ୮।୪: କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ନିଜେ ମୁଖ୍ୟମନ୍ତ୍ରୀ ଟୁଇଟ୍‌ କରି ସୂଚନା ଦେଇଛନ୍ତି। ବର୍ତ୍ତମାନ...

Advertisement
Archives

Model This Week