Posted inଜାତୀୟ

ପଞ୍ଜାବ ବିଧାନସଭାରେ ଅଗ୍ନିପଥ ଯୋଜନା ବିରୋଧରେ ପ୍ରସ୍ତାବ ପାରିତ

ଚଣ୍ଡିଗଡ,୩୦।୬: ପଞ୍ଜାବ ବିଧାନସଭାରେ କେନ୍ଦ୍ର ସରକାରଙ୍କ ନୂତନ ଅଗ୍ନିପଥ ନିଯୁକ୍ତି ଯୋଜନା ବିରୋଧରେ ଏକ ପ୍ରସ୍ତାବ ପାରିତ ହୋଇଛି। ତେବେ ଭାରତୀୟ ଜନତା ପାର୍ଟିର ଦୁଇଜଣ ବିଧାୟକ ଅଶ୍ୱିନୀ ଶର୍ମା ଏବଂ ଜାଙ୍ଗି ଲାଲ ମହାଜନ ଏହି ପ୍ରସ୍ତାବକୁ ବିରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାଗବତ ମାନ ଏହି ପ୍ରସ୍ତାବକୁ ଗୃହରେ ଉପସ୍ଥାପନ କରିଥିଲେ।
ଏହି ପ୍ରସ୍ତାବ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ମାନ କହିଛନ୍ତି, ସେ ଖୁବ ଶୀଘ୍ର ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀଙ୍କ ନିକଟରେ ଅଗ୍ନିପଥ ଯୋଜନା ପ୍ରସଙ୍ଗ ଉଠାଇବେ। ବିରୋଧୀ ଦଳର ନେତା ତଥା କଂଗ୍ରେସ ବିଧାୟକ ପ୍ରତାପ ସିଂ ବାଜୱା ଅଗ୍ନିପଥ ଯୋଜନା ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି। ଅକାଳି ଦଳ ବିଧାୟକ ମନପ୍ରୀତ ସିଂ ଆୟାଲି ଏହି ପ୍ରସ୍ତାବକୁ ସମର୍ଥନ କରିଛନ୍ତି।
ସୂଚନାଯୋଗ୍ୟ, ଚାରି ବର୍ଷର ଚୁକ୍ତିରେ ସେନା, ନୌସେନା ଏବଂ ବାୟୁସେନାରେ ୧୭ରୁ ୨୧ ବର୍ଷ ମଧ୍ୟରେ ଯୁବକମାନଙ୍କୁ ନିଯୁକ୍ତି ଦେବା ପାଇଁ କେନ୍ଦ୍ର ସରକାର ଅଗ୍ନୀପଥ ଯୋଜନା ଆରମ୍ଭ କରିଛନ୍ତି। ଏହାକୁ ନେଇ ଦେଶର ବିଭିନ୍ନ ସ୍ଥାନରେ ବିରୋଧ ପ୍ରଦର୍ଶନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ,୨୩।୧୧: ରାଜଧାନୀ ଦିଲ୍ଲୀର ନନ୍ଦନଗରୀ ଅଞ୍ଚଳରେ ଜଣେ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଭାଜପା ନେତା ଜୁଲଫିକର କ୍ୟୁରେଶି ଭୋର୍‌ ସମୟରେ ନମାଜ...

ଆସାମରେ ଭାଜପା ମେଣ୍ଟ ଆଗରେ…

ଗୁଆହାଟି,୨।୫: ଆସାମ ବିଧାନସଭା ନିର୍ବାଚନର ଭୋଟ ଗଣନା ରବିବାର ଆରମ୍ଭ ହୋଇଛି। ରାଜ୍ୟରେ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ମେଣ୍ଟ ୬୬ ଆସନରେ ଆଗୁଆ ରହିଛି। ସେହିପରି...

୩୦କୋଟି ଲୋକଙ୍କୁ ମାଗଣା କରୋନା ଭ୍ୟାକ୍ସିନ ଦେବେ ମୋଦି ସରକାର!

ନୂଆଦିଲ୍ଲୀ,୨ ।୧: ସମଗ୍ର ଦେଶରେ ଶନିବାରଠାରୁ କୋଭିଡ ଟିକାକରଣର ଡ୍ରାଏ ରନ୍ ଆରମ୍ଭ ହୋଇଛି । ହେଲେ ଇତିମଧ୍ୟରେ ଜଣାପଡିଛି କି ମୋଦି ସରକାର କେବଳ...

ଦୈନିକ ସଂକ୍ରମଣ ୦.୧୧ ପ୍ରତିଶତ-ସାପ୍ତାହିକ ସଂକ୍ରମଣ ୦.୮ ପ୍ରତିଶତ…

ନୂଆଦିଲ୍ଲୀ, ୧୬।୨: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ...

ବିପ୍ଳବ ଦେବ ତ୍ରିପୁରାରୁ ରାଜ୍ୟ ସଭା ପ୍ରାର୍ଥୀ…

ଅଗରତାଲା, ୧୦।୯ : ପୂର୍ବତନ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବଙ୍କୁ ରାଜ୍ୟସଭା ଉପ-ନିର୍ବାଚନ ପାଇଁ ତ୍ରିପୁରାରୁ ପ୍ରାର୍ଥୀ ଭାବେ ଭାଜପା ପକ୍ଷରୁ ଘୋଷଣା କରାଯାଇଛି।...

ଏଏପି କାଉନ୍‌ସିଲରଙ୍କୁ ହତ୍ୟା

ଚଣ୍ଡିଗଡ,୧।୮: ପଞ୍ଜାବରେ ଆମ ଆଦମୀ ପାର୍ଟି(ଏଏପି) କାଉନ୍‌ସିଲର ମହମ୍ମଦ ଆକବରଙ୍କୁ ହତ୍ୟା କରାଯାଇଛି। ସେ ଜିମ୍‌ରେ ଥିବାବେଳେ ଜଣେ ଅଜ୍ଞାତ ବ୍ୟକ୍ତି ଗୁଳି ଚଳାଇ ତାଙ୍କୁ...

ଲକ୍‌ଡାଉନ ସମାଧାନ ନୁହେଁ: କେଜ୍‌ରିଓ୍ବାଲ

ନୂଆଦିଲ୍ଲୀ,୧୧।୪: ଦେଶରେ କରୋନା ମାମଲା ବଢିବାରେ ଲାଗିଛି। ଆଜି ୧ ଲକ୍ଷ ୫୨,୦୦୦ ରୁ ଅଧିକ ନୂଆ ସଂକ୍ରମଣ ସାମ୍ନାକୁ ଆସିଛି। ଏପର୍ଯ୍ୟନ୍ତ ଗୋଟିଏ ଦିନରେ...

ଅଫିସରୁ ଘରକୁ ଫେରୁଥିବା ବେଳେ ଯୁବତୀଙ୍କୁ ଆକ୍ରମଣ କଲେ ଦୃର୍ବୁତ୍ତ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀରେ ଦିନକୁ ଦିନ ଅପରାଧ ବୃଦ୍ଧି ପାଇବାରେ ଲାଗିଛି। ଏଠାରୁ ପ୍ରତିଦିନ ଅପରାଧ ଜଡ଼ିତ ଖବର ସାମ୍‌ନାକୁ ଆସୁଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଦିଲ୍ଲୀର ପାଣ୍ଡବ...

Advertisement
Archives

Model This Week