Posted inଜାତୀୟ

ମେଘାଙ୍କୁ ପୁଲିଜର

ନୂଆଦିଲ୍ଲୀ, ୧୩।୬: ଚାଇନା ସରକାର ଉଇଗର ମୁସଲମାନମାନଙ୍କୁ ଗଣ ଅଟକ ରଖିବା ଘଟଣାର ରହସ୍ୟ ଉନ୍ମୋଚନ କରିଥିବା ଭାରତୀୟ ବଂଶୋଦ୍ଭବ ଖବରଦାତା ମେଘା ରାଜଗୋପାଲନ୍‌ଙ୍କୁ ମର୍ଯ୍ୟାଦାଜନକ ପୁଲିଜର ପୁରସ୍କାର ମିଳିଛି। ବଜ୍‌ଫିଡ୍‌ ନ୍ୟୁଜ୍‌ରେ କାମ କରୁଥିବା ରାଜଗୋପାଲନ୍‌ଙ୍କ ସମେତ ଅନ୍ୟ ଭାରତୀୟ ବଂଶୋଦ୍ଭବ ଖବରଦାତା ନୈଲ୍‌ ବେଦୀ ମଧ୍ୟ ଆମେରିକାର ଏହି ସର୍ବୋଚ୍ଚ ସାମ୍ବାଦିକତା ପୁରସ୍କାର ବିଜୟୀ ହୋଇଛନ୍ତି। ଏହା ବ୍ୟତୀତ ଆମେରିକାର ମିନିଆପଲିସରେ କୃଷ୍ଣକାୟ ଜର୍ଜ ଫ୍ଲଏଡ୍‌ଙ୍କୁ ପୋଲିସ ଅଧିକାରୀ ଆଣ୍ଠୁରେ ଚାପି ହତ୍ୟା କରିବା ଘଟଣାର ରେକର୍ଡ କରିଥିବା ନାବାଳିକା ଡାନେଲା ଫ୍ରାଜିୟରଙ୍କୁ ତାଙ୍କର ଏହି ଦୁଃସାହସିକ କାର୍ଯ୍ୟ ପାଇଁ ପୁଲିଜର ପୁରସ୍କାର ମିଳିଛିି। ମିନିଆପଲିସର ଷ୍ଟାର ଟ୍ରିବ୍ୟୁନ୍‌ ୨୦୨୦ ମେ’ ୨୫ରେ ଫ୍ଲଏଡ୍‌ ହତ୍ୟା ଘଟଣା ଲୋକଲୋଚନକୁ ଆଣିବା ପରେ ଆମେରିକାରେ ବର୍ଣ୍ଣବୈଷମ୍ୟ ଆନ୍ଦୋଳନ ମୁଣ୍ଡ ଟେକିଥିଲା।
ଜିନ୍‌ଜିଆଙ୍ଗରେ ଚାଇନା ହଜାର ହଜାର ମୁସଲମାନଙ୍କୁ ଅଟକ ରଖିବା ପରେ ୨୦୧୭ରେ ରାଜଗୋପାଲନ୍‌ ପ୍ରଥମେ ଉକ୍ତ ନଜରବନ୍ଦୀ କ୍ୟାମ୍ପକୁ ଯାଇ ଖବର ସଂଗ୍ରହ କରିଥିଲେ। ସେତେବେଳେ ଚାଇନା ଏଭଳି କୌଣସିି କ୍ୟାମ୍ପ ନାହିଁ ବୋଲି କହୁଥିଲା। ଚାଇନା କର୍ତ୍ତୃପକ୍ଷ ତାଙ୍କ ମୁହଁ ବନ୍ଦ କରିବାକୁ ସେତେବେଳେ ଉଦ୍ୟମ କରିଥିଲେ। ତାଙ୍କ ଭିଜା ରଦ୍ଦ କରାଯିବା ସହ ଦେଶରୁ ବାହାର କରିଦିଆଯାଇଥିଲା ବୋଲି ବଜ୍‌ଫିଡ୍‌ ନ୍ୟୁଜ୍‌ ତାଙ୍କ ପ୍ରାଇଜ୍‌ ଏଣ୍ଟ୍ରିରେ ଲେଖିଛି। ଏହା ସତ୍ତ୍ୱେ ରାଜଗୋପାଲନ୍‌ ନୀରବ ନ ରହି ଲଣ୍ଡନରୁ କାମ କରିଥିଲେ। ସେ ଦୁଇଜଣ ସହଯୋଗୀ ଆଲିସନ କିଲିଙ୍ଗ ଏବଂ ଚ୍ରିଷ୍ଟୋ ବୁସ୍‌ଚେକ୍‌ଙ୍କ ସହାୟତାରେ ତଥ୍ୟ ଏବଂ ମୁସଲମାନ ଅଟକ ଥିବା ବିଲ୍ଡିଂର ସାଟେଲାଇନ ଫଟୋ ସଂଗ୍ରହ କରିଥିଲେ। ସବୁଠୁ ବଡ଼ ମାନବାଧିକାର ଉଲ୍ଲଂଘନ ଘଟଣାକୁ ଲୋକଲୋଚନକୁ ଆଣିଥିଲେ ରାଜଗୋପାଲ୍‌ନ ବୋଲି ବଜ୍‌ଫିଡ୍‌ ନ୍ୟୁଜ୍‌ର ମୁଖ୍ୟ ସମ୍ପାଦକ ମାର୍କ ସ୍କୁଫ୍‌ସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋର୍ଟଙ୍କ ବଡ଼ ରାୟ: ହତ୍ୟାକାରୀଙ୍କୁ ଆଜୀବନ ଜେଲ

ଭବାନୀପାଟଣା,୩୦ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌. ରାମପୁର ଥାନା ଅନ୍ତର୍ଗତ କୁଟ୍ରୁପଲା ଗାଁରେ ୨୦୧୪ରେ ହୋଇଥିବା ଏକ ହତ୍ୟା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି।…

ପ୍ରେମିକଙ୍କ ଘର ବାରଣ୍ଡାରେ ଧାରଣାରେ ବସିଲେ ପ୍ରେମିକା

ମାଲକାନଗିର,୩୦।୭ (ଦୁର୍ଯ୍ୟୋଧନ ପାତ୍ର): ଜଣେ ବିବାହିତ ଯୁବକ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ଓ ପରେ ପ୍ରତାରଣା ବିରୋଧରେ ବିବାହିତ ପ୍ରେମିକା ଗତ ତିନି ଦିନ ଧରି…

କୋରାପୁଟରେ ୬୫୪. ୫ ମି.ମି. ରେକର୍ଡ ବର୍ଷା, ଭାଙ୍ଗିଲା ୮ ଘର

କୋରାପୁଟ,୩୦ା୭(ଅମିତାଭ ବେହେରା): ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାର ୧୪ ବ୍ଲକରେ ମୋଟ ୬୫୪.୫ ମି.ମି. ବର୍ଷା ରେକର୍ଡ ହୋଇଛି। ହାରାହାରି ବର୍ଷାର ପରିମାଣ ୪୬.୭୫…

ଆମେରିକାର ବଡ଼ ଆକ୍ରମଣ, ଧ୍ୱଂସ ହେଲା ଇରାନର ସାମରିକ ଘାଟି

ବାଗଦାଦ୍‌,୩୦।୭: ଆମେରିକୀୟ ସେନା ଉପରେ ଇରାନର କ୍ଷେପଣାସ୍ତ୍ର ଆକ୍ରମଣର ବଡ଼ ଜବାବ ଦେଇଛି ଆମେରିକା। ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ଅନୁଯାୟୀ ଇରାନର ବିପ୍ଳବୀ ଗାର୍ଡ କୋର୍‌(ଆଇଆରଜିସି)ର…

ଜର୍ସି ସମର୍ଥନରେ ଅଧିନାୟକ ହରମନପ୍ରୀତ

ନୂଆଦିଲ୍ଲୀ,୩୦ା୭: ହକି ଇଣ୍ଡିଆ (ଏଚ୍‌ଆଇ) ପକ୍ଷରୁ ଭାରତୀୟ ହକି ଦଳର ଜର୍ସି ରଙ୍ଗ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଥିବା ବେଳେ ପୁରୁଷ ଦଳର ଅଧିନାୟକ ହରମନପ୍ରୀତ ଏଥିପ୍ରତି…

ଲୋକ ସଭା ପରେ ରାଜ୍ୟ ସଭାରେ ବି ମୋହର; ପାରିତ ହେଲା ‘ଆଣ୍ଟି-ପେପର ଲିକ୍ ବିଲ୍’, ଦୋଷୀଙ୍କୁ ହେବ ୧୦ ବର୍ଷ ଜେଲ୍

ନୂଆଦିଲ୍ଲୀ,୩୦।୭: ଲୋକ ସଭାରେ ଆଣ୍ଟି-ପେପର ଲିକ୍ ବିଲ୍ ଗୃହୀତ ହେବା ପରେ, ରାଜ୍ୟ ସଭାରେ ପାସ୍ ହୋଇଛି। ଅଧ୍ୟକ୍ଷ ସି.ଭି. ରାଧାକୃଷ୍ଣନ୍ ଏହାକୁ ଭଏସ୍ ଭୋଟ୍ ଦ୍ୱାରା…

ଜାଭେଲିନ ଫାଇନାଲରେ ଏହି ୩ ଭାରତୀୟ

ଗ୍ଲାସ୍‌ଗୋ,୩୦ା୭: ଦୁଇ ଥରର ଅଲିମ୍ପିକ୍‌ ପଦକଧାରୀ ନୀରଜ ଚୋପ୍ରାଙ୍କ ସମେତ ୩ ଭାରତୀୟ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପୁରୁଷ ଜାଭେଲିନ ଥ୍ରୋ ଫାଇନାଲରେ ପ୍ରବେଶ କରିଛନ୍ତି। ୨୦୧୮…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri