Posted inଖେଳ

ପୁକୋଭସ୍କି ଆହତ

ସିଡ୍‌ନୀ, ୧୨ା୧ (ପି.ଟି.)-ଭାରତ ବିପକ୍ଷ ତୃତୀୟ ଡ୍ର’ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆର ପଦାର୍ପଣକାରୀ ବ୍ୟାଟ୍ସମ୍ୟାନ ଓ୍ବିଲ୍‌ ପୁକୋଭସ୍କି ଆହତ ହୋଇଛନ୍ତି। ସ୍କାନ ପାଇଁ ତାଙ୍କୁ ସ୍ଥାନୀୟ ଏକ ହସ୍ପିଟାଲକୁ ନିଆଯାଇଥିଲା। ସିଡ୍‌ନୀ କ୍ରିକେଟ ଗ୍ରାଉଣ୍ଡ ଚତୁର୍ଥ ଦିବସ ଖେଳ ବେଳେ ଭାରତ ଇନିଂସର ୮୬ତମ ଓଭରରେ ମିଡ୍‌ଉଇକେଟ ଅଞ୍ଚଳରେ ବଲ୍‌ ପାଇଁ ଡାଇଭ୍‌ ମାରୁଥିବାବେଳେ ଏହି ୨୨ବର୍ଷୀୟ ଖେଳାଳିଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଛି। ଡାଇଭ୍‌ ମାରି ଆହତ ହେବା ପରେ ପୁକୋଭସ୍କି କିଛି ସମୟ ତାଙ୍କ କାନ୍ଧକୁ ଚାପି ଧରିଥିଲେ। ଓଭର ଶେଷରେ ଏହି ଯୁବ ଖେଳାଳି ପଡ଼ିଆ ଛାଡ଼ିଥିଲେ। ଫଳରେ ତାଙ୍କର ଅନ୍ତିମ ଟେଷ୍ଟ ଖେଳିବା ନେଇ ସନ୍ଦେହ ସୃଷ୍ଟି ହୋଇଛି। ପୁକୋଭସ୍କି ତାଙ୍କ ପଦାର୍ପଣ ମ୍ୟାଚର ପ୍ରଥମ ଇନିଂସରେ ୬୨ ରନ ସଂଗ୍ରହ କରି ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ଦ୍ୱିତୀୟ ଇନିଂସରେ ମାତ୍ର ୧୦ରନ କରି କଟ୍‌ ବିହାଇଣ୍ଡ ହୋଇଥିଲେ। ଅନ୍ୟପକ୍ଷରେ ପୁକୋଭସ୍କିଙ୍କ ଫିଟ୍‌ନେସ୍‌ ଉପରେ କୌଣସି ବିଧିବଦ୍ଧ ସୂଚନା ମିଳିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପନ୍ତ ଦିଲ୍ଲୀ ଅଧିନାୟକ ରହିଲେ

ଦୁବାଇ,୧୭।୯ (ପି.ଟି.) ସେପ୍ଟେମ୍ବର ୧୯ରୁ ଆରମ୍ଭ ହେବାକୁଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟ ମ୍ୟାଚଗୁଡ଼ିକ ପାଇଁ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଅଧିନାୟକ ପଦ...

ବିଶ୍ୱକପ୍‌ ପ୍ରସ୍ତୁତି: ପାକିସ୍ତାନ ଟିମ୍‌ର ମେଣ୍ଟର ଭାବେ ନିଯୁକ୍ତ ହେଲେ ମାଥ୍ୟୁ ହେଡେନ୍‌

ନୂଆଦିଲ୍ଲୀ,୯।୯: ଏସିଆ କପ୍‌ରେ ନିଜ ପ୍ରଦର୍ଶନକୁ ନେଇ ଚର୍ଚ୍ଚାରେ ଥିବା ପାକିସ୍ତାନ ଟିମ୍‌ର ଲକ୍ଷ୍ୟ ଏବେ ଟି୨୦ ବିଶ୍ୱକପ୍‌ ଉପରେ। ଏହାକୁ ନେଇ ଶୁକ୍ରବାର ଅଷ୍ଟ୍ରେଲିଆର...

ବାଂଲାଦେଶ ସିରିଜ ବିଜୟୀ

ଢାକା, ୨୬।୫-ମୁଶ୍‌ଫିକର ରହିମଙ୍କ ଶତକ ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ବାଂଲାଦେଶ ମଙ୍ଗଳବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଶ୍ରୀଲଙ୍କାକୁ...

ରୋନାଲ୍ଡୋଙ୍କୁ ୬ଷ୍ଠ ବାଲୋନ ଡି’ଅର ପୁରସ୍କାରରୁ ବଞ୍ଚିତ କରିଥିଲା ମାଡ୍ରିଡ୍‌

ପ୍ୟାରିସ,୪ା୧୨- ଚଳିତବର୍ଷର ଶ୍ରେଷ୍ଠ ଫୁଟବଲର ବାଲୋନ ଡି’ଅର ସମ୍ମାନ ଆର୍ଜେଣ୍ଟିନାର ଲିଓନେଲ ମେସି ହାତେଇବା ପରେ ଜୁଭେଣ୍ଟସର ଅଭିଜ୍ଞ ଡିଫେଣ୍ଡର ଗିର୍ଗିଓ ଚିଲିନି ଏକ ଚାଞ୍ଚଲ୍ୟକର...

ଆଇପିଏଲ୍‌ ଇତିହାସରେ କୋହଲି ‘ରନ୍‌ ମେଶିନ’; ଏହି ୪ ଖେଳାଳି ତାଙ୍କୁ ଦେଉଛନ୍ତି ଟକ୍କର

ନୂଆଦିଲ୍ଲୀ,୪।୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ ସିଜନ ଏପ୍ରିଲ ୯ରୁ ଆରମ୍ଭ ହେବାକୁ ଯାଉଛି। ଏହାର ଉଦ୍‌ଘାଟନୀ ମ୍ୟାଚ୍‌ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

୩୩ ବର୍ଷ ହେଲାଣି, କିଛି ଏଭଳି କହି କୋହଲିଙ୍କୁ ପରାମର୍ଶ ଦେଲେ ଶାସ୍ତ୍ରୀ

ନୂଆଦିଲ୍ଲୀ,୨୭।୧: ବର୍ତ୍ତମାନ ନିଜ କ୍ୟାରିୟରର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି ବିରାଟ କୋହଲି। ଗୋଟିଏ ପଟେ କ୍ରିକେଟର କୌଣସି ଫର୍ମାଟରେ ଭାରତୀୟ ଦଳର...

ସ୍ବର୍ଣ୍ଣ ଜିତିଲେ ପିଭି ସିନ୍ଧୁ

ବର୍ମିଂହାମ,୮।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଶେଷ ଦିନରେ ଭାରତର ଷ୍ଟାର ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ସେ ବ୍ୟାଡମିଣ୍ଟନ ମହିଳା ସିଙ୍ଗଲ୍ସ ମ୍ୟାଚରେ...

ବେନ୍‌ ଫୋକ୍ସଙ୍କ ପାଇଁ ସୁଯୋଗ

ଚେନ୍ନାଇ, ୨।୨-ଦୀର୍ଘ ୨ ବର୍ଷ ବ୍ୟବଧାନରେ ଇଂଲଣ୍ଡ ଉଇକେଟ କିପର ବେନ୍‌ ଫୋକ୍ସଙ୍କ ପାଇଁ ଟେଷ୍ଟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନର ସୁଯୋଗ ସୃଷ୍ଟି ହୋଇଛି। ଭାରତ ବିପକ୍ଷ...

Advertisement
Archives

Model This Week