Posted inଖେଳ

କାଉଣ୍ଟିରେ ପୂଜାରାଙ୍କ ଅପରାଜିତ ଦ୍ୱିଶତକ

ନୂଆଦିଲ୍ଲୀ,୧୮।୪: ଚେତେଶ୍ୱର ପୂଜାରା (୨୦୧*)ଙ୍କ ଅପରାଜିତ ଦ୍ୱିଶତକ ଯୋଗୁ ସସେକ୍ସ ଏବଂ ଡର୍ବିଶାୟାର ମଧ୍ୟରେ ଚାଲିଥିବା କାଉଣ୍ଟି ଚାମ୍ପିୟନଶିପ୍‌ ଡିଭିଜନ ୨ ମ୍ୟାଚ୍‌ ଅମୀମାଂସିତ ରହିଛି। କାଉଣ୍ଟି ଚାମ୍ପିୟନଶିପ୍‌ରେ ଦ୍ୱିଶତକ ହାସଲ କରିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ବ୍ୟାଟର। ତାଙ୍କ ପୂର୍ବରୁ ଏକମାତ୍ର ଭାରତୀୟ ବ୍ୟାଟର ଭାବେ ପୂର୍ବତନ ଅଧିନାୟକ ମହମ୍ମଦ ଆଜାରୁଦ୍ଦିନ ଏହି ସଫଳତା ହାସଲ କରିଥିଲେ। ତେବେ ଆଜାରୁଦ୍ଦିନ ଦୁଇଥର କାଉଣ୍ଟି କ୍ରିକେଟରେ ଦ୍ୱିଶତକ କରିଥିଲେ। ଡର୍ବିଶାୟାର ପକ୍ଷରୁ ପ୍ରତିନିଧିତ୍ୱ କରି ୧୯୯୧ରେ ଲେସିଷ୍ଟରଶାୟାର ବିପକ୍ଷରେ ୨୧୨ ଏବଂ ୧୯୯୪ରେ ଡର୍ହାମ ବିପକ୍ଷରେ ୨୦୫ ରନ୍‌ର ପାଳି ଖେଳିଥିଲେ।

ତେବେ ୨୦୧* ରନ୍‌ର ଇନିଂସ ପୂଜାରାଙ୍କ ପାଇଁ ଥିଲା ପ୍ରଥମ ଶ୍ରେଣୀ କ୍ୟାରିୟରର ୧୪ତମ ଦ୍ୱିଶତକ। ଏଥିସହିତ ସେ ଏସିଆର ସର୍ବାଧିକ ପ୍ରଥମ ଶ୍ରେଣୀ ଦ୍ୱିଶତକ ହାସଲ କରିବାରେ ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ କୁମାର ସଙ୍ଗାକାରା(୧୩)ଙ୍କୁ ପଛରେ ପକାଇଛନ୍ତି। ମ୍ୟାଚ୍‌ର ପ୍ରଥମ ଇନିଂସରେ ଡର୍ବିଶାୟାର ୫୦୫/୮ ରନ୍‌ କରିଥିଲା। ଜବାବରେ ୧୭୪ରେ ସୀମିତ ରହିଥିଲା ସସେକ୍ସର ପ୍ରଥମ ଇନିଂସ। କିନ୍ତୁ ଦ୍ୱିତୀୟ ଇନିଂସରେ ପୂଜାରାଙ୍କ ୨୦୧* ଏବଂ ଅଧିନାୟକ ଟମ୍‌ ହେନ୍ସ (୨୪୩)ଙ୍କ ଯୋଗୁ ସସେକ୍ସ ଅନ୍ତିମ ଦିନ ଶେଷ ପର୍ଯ୍ୟନ୍ତ ବ୍ୟାଟିଂ କରି ୩ ଉଇକେଟ ହରାଇ ୫୧୩ ରନ୍‌ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୧୧ ବର୍ଷ ଧରି କେଶ ଖାଉଥିଲେ ଛାତ୍ରୀ; ଏବେ ଡାକ୍ତର ତାଙ୍କ ପେଟରୁ ବାହାର କଲେ ୧.୧୬ କିଲୋଗ୍ରାମର ଗଣ୍ଠି

ନୂଆଦିଲ୍ଲୀ,୩।୯: ଦିଲ୍ଲୀର ଦ୍ୱାରକାସ୍ଥିତ ମଣିପାଲ ହସ୍ପିଟାଲର ଡାକ୍ତରମାନେ ଜଣେ 20 ବର୍ଷୀୟ ଛାତ୍ରୀଙ୍କ ପେଟରୁ 1.16 କିଲୋଗ୍ରାମ ଓଜନର ଏକ ବଡ଼ କେଶ ପିଣ୍ଡ ବାହାର କରିଛନ୍ତି।…

ସ୍ମୃତି ମନ୍ଧାନାଙ୍କ ଡବଲ ଧମାକା: କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୩।୯: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନା ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଶତକ ଏବଂ ରନ ପାଇଁ ଏକ ବିଶ୍ୱ ରେକର୍ଡ ସ୍ଥାପନ…

ଓଡ଼ିଶାର ୧୪ OAS ଅଫିସରଙ୍କୁ IAS ପଦୋନ୍ନତି: କେନ୍ଦ୍ର ସରକାର ଜାରି କଲେ ବିଜ୍ଞପ୍ତି… ଦେଖନ୍ତୁ ପୁରା ତାଲିକା

ଭୁବନେଶ୍ୱର,୩।୯: ଓଡ଼ିଶା ପ୍ରଶାସନିକ ସେବା (OAS) କ୍ୟାଡରର ୧୪ ଜଣ ବରିଷ୍ଠ ଅଫିସରଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS) ପାହ୍ୟାକୁ ପଦୋନ୍ନତି ମିଳିଛି। କେନ୍ଦ୍ର କାର୍ମିକ, ଜନ…

ପ୍ରଶ୍ନ କଲେ ଉଦୟନିଧି ଷ୍ଟାଲିନ, ମୁଖ୍ୟମନ୍ତ୍ରୀ ବିଜୟ କହିଲେ ସୋମବାର ଦେବି ଉତ୍ତର

ଚେନ୍ନାଇ,୩।୯: ଆଇନ ଶୃଙ୍ଖଳା ପ୍ରସଙ୍ଗରେ ଡିଏମକେ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବାରୁ ତାମିଲନାଡୁ ବିଧାନସଭାରେ ଏକ ବିଶୃଙ୍ଖଳିତ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ଜବାବରେ, ମୁଖ୍ୟମନ୍ତ୍ରୀ ବିଜୟ…

ବଲିଉଡ୍‌ରେ ଆଉ ଜଣେ ଷ୍ଟାର୍ କିଡ୍‌ଙ୍କ ଏଣ୍ଟ୍ରି! ମଲାଇକା-ଅରବାଜଙ୍କ ପୁଅ ଅରହାନ କରିବେ ଡେବ୍ୟୁ…

ମୁମ୍ବାଇ: ଦୀର୍ଘଦିନରୁ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବିରାମ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ…

୬ ଦିନର ହ୍ରାସ ପରେ ହଠାତ ଏତିକି ମହଙ୍ଗା ହେଲା ସୁନା, ରୁପା ଦର ବି ଆକାଶଛୁଆଁ: ୧୦ ଗ୍ରାମକୁ ଏବେ ଗଣିବେ… 

ନୂଆଦିଲ୍ଲୀ,୩।୯: ଦେଶର ରାଜଧାନୀ ଦିଲ୍ଲୀରେ ଲଗାତାର ୬ ଦିନ ଧରି ସୁନା ଏବଂ ରୁପା ଦର ହ୍ରାସ ପାଇବା ପରେ ଆଜି ଏକ ବଡ଼ ଧରଣର ବୃଦ୍ଧି…

ଇନ୍ଦ୍ରାବତୀ ଡ୍ୟାମରେ ବଢୁଛି ଜଳସ୍ତର୍‌: ଟ୍ରାଏଲ୍‌ ରନ୍‌ରେ ଖୋଲାଗଲା ୪ ନଂ ଗେଟ୍‌

ନବରଙ୍ଗପୁର, ୩।୯(ସଦାଶିବ ପ୍ରହରାଜ): ଇନ୍ଦ୍ରାବତୀ ଜଳଭଣ୍ଡାରରେ ବଢୁଛି ଜଳସ୍ତର। ବିପଦ ସଂକେତ ନିକଟତର ହେବା ପରେ ଗେଟ୍‌ ଖୋଲିବାକୁ ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଛି ଡ୍ୟାମ୍‌ କର୍ତ୍ତୃପକ୍ଷ।…

୭ ଦିନ ଯାଏ ବର୍ଷା, ଏହି ୩ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି

ଭୁବନେଶ୍ୱର, ୩ା୯(ସୌମ୍ୟରଞ୍ଜନ ରାଉତ) – ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ଦେଇ ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଆଡକୁ ଗତି କରୁଛି। ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri