Posted inଖେଳ

ଡ୍ରେସିଂ ରୁମ୍‌ରେ ରାହୁଲ ଦ୍ରାଭିଡଙ୍କ ଉପସ୍ଥିତିକୁ ନେଇ ପୂଜାରାଙ୍କ ବଡ଼ ଖୁଲାସା

କାନପୁର,୨୪।୧୧:ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ଗୁରୁବାର ଠାରୁ କାନପୁରରେ ଆରମ୍ଭ ହେବ। ରାହୁଲ ଦ୍ରାବିଡଙ୍କ ଟିମ ଇଣ୍ଡିଆର ମୁଖ୍ୟ କୋଚଭାବରେ ଏହା ପ୍ରଥମ ଟେଷ୍ଟ ସିରିଜ ହେବ। ଏଭଳି ପରିସ୍ଥିତିରେ ସେ ଜିତିବା ପାଇଁ ଏକ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରୁଛନ୍ତି। ଏହି ଟେଷ୍ଟ ପୂର୍ବରୁ ଚେତେଶ୍ୱର ପୂଜାରା ଡ୍ରେସିଂ ରୁମରେ କୋଚ ଦ୍ରାବିଡଙ୍କ ଉପସ୍ଥିତି ବିଷୟରେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଦ୍ରାବିଡ଼ଙ୍କ ଡ୍ରେସିଂ ରୁମରେ ରହିବା ଅଧିକାଂଶ ଖେଳାଳିଙ୍କୁ ଉପକୃତ କରିବ। ବିଶେଷକରି ସେହି ଯୁବକ ଖେଳାଳିମାନେ ଯେଉଁମାନେ ରାହୁଲ ଭାଇଙ୍କ ତତ୍ତ୍ୱାବଧାନରେ ଅଣ୍ଡର -୧୯ କିମ୍ବା ଇଣ୍ଡିଆ-ଏ ଦଳରେ ଖେଳିଛନ୍ତି । କେବଳ ଏତିକି ନୁହେଁ, ଆମ ଭଳି ଅଭିଜ୍ଞ ଖେଳାଳିମାନେ ମଧ୍ୟ ତାଙ୍କଠାରୁ ଅନେକ କିଛି ଶିଖିବାକୁ ପାଇବେ।
କାନପୁରରେ ଦଳର ପ୍ରଶିକ୍ଷଣ ଅଧିବେଶନ ପୂର୍ବରୁ ଚେତେଶ୍ୱର ପୂଜାରା କହିଛନ୍ତି, ମୁଁ ଏ ସିରିଜ ସମୟରେ ରାହୁଲ ଦ୍ରାବିଡଙ୍କ ସହ କାମ କରିସାରିଛି, ତେଣୁ ଆମେ ସମସ୍ତେ ତାଙ୍କ ମାର୍ଗଦର୍ଶନକୁ ଅପେକ୍ଷା କରିଛୁ। ଦଳର ଖେଳାଳି ଏବଂ କୋଚ ଭାବରେ ତାଙ୍କର ଅଭିଜ୍ଞତା ପରିମାଣ ବହୁତ ସାହାଯ୍ୟ କରେ। ତାଙ୍କ ବ୍ୟାଟିଂ ସମ୍ପର୍କରେ ସେ କହିଛନ୍ତି ଯେ ୩ ବର୍ଷ ଧରି ଟେଷ୍ଟରେ ଶତକ ହାସଲ କରିପାରି ନ ଥିବାରୁ ସେ ବ୍ୟସ୍ତ ନୁହଁନ୍ତି। ଅନ୍ତତଃପକ୍ଷେ ଦଳର ବିଜୟରେ ୮୦କିମ୍ବା ୯୦ର ଇନିଂସ ଖେଳିବା ଦଳ ପାଇଁ କାମ ଆସୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟରଙ୍କ ମା’ଙ୍କ ଜୀବନ ବଞ୍ଚାଇଲେ ବିରାଟ କୋହଲି

ମୁମ୍ବାଇ,୨୦।୫:ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି କେବଳ ଜଣେ ମହାନ ବ୍ୟାଟ୍ସମ୍ୟାନ ନୁହଁନ୍ତି ବରଂ ସେ ଜଣେ ଭଲ ବ୍ୟକ୍ତି ମଧ୍ୟ ଅଟନ୍ତି। ବିରାଟ...

କୋପା ଆମେରିକା ଫୁଟ୍‌ବଲ : ବ୍ରାଜିଲ- ଭେନିଜୁଏଲା ଉଦ୍‌ଘାଟନୀ ମ୍ୟାଚ୍‌

ବ୍ରାସିଲିଆ,୧୩।୬: ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଫୁଟ୍‌ବଲ ଟୁର୍ନାମେଣ୍ଟ ବିବେଚିତ ହେଉଥିବା କୋପା ଆମେରିକା ରବିବାରଠାରୁ ଆରମ୍ଭ ହେବ। ଦକ୍ଷିଣ ତଥା ଲାଟିନ ଆମେରିକାର ସର୍ବଶ୍ରେଷ୍ଠ ଫୁଟ୍‌ବଲ...

ଶାସ୍ତ୍ରୀଙ୍କୁ ନେଇ ଅଶ୍ୱିନଙ୍କ ବିସ୍ଫୋରକ ବୟାନ; ସବା କରିମ କହିଲେ ଏଭଳି ଘଟଣା ଯୋଗୁ…

ନୂଆଦିଲ୍ଲୀ,୨୩।୧୨: ଗୋଟିଏ ପଟେ ବିରାଟ-ବିସିସିଆଇ ମଧ୍ୟରେ ବିବାଦ ଥମି ନ ଥିବା ବେଳେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଲାଣି। ସେଇଟି ଭାରତୀୟ କ୍ରିକେଟର...

ହକି ପ୍ରୋ ଲିଗ୍‌: ଭାରତର ଜର୍ମାନୀ, ବ୍ରିଟେନ ବିପକ୍ଷ ମ୍ୟାଚ ସ୍ଥଗିତ

ଲାଉସାନେ, ୨୦। ୩ – କୋଭିଡ-୧୯ ସଂକ୍ରମଣ ଯୋଗୁ ବର୍ତ୍ତମାନ ସୁଦ୍ଧା ବିଶ୍ୱରେ ୯୦୦୦ରୁ ଊର୍ଦ୍ଧ୍ୱ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସାମ୍ପ୍ରତିକ ସ୍ଥିତିକୁ ଦୃଷ୍ଟିରେ ରଖି...

ଗୋଲାପୀ ବଲ୍‌ର ଉତ୍କଣ୍ଠା

କୋଲକାତାର ଐତିହାସିକ ଇଡେନ ଗାର୍ଡେନରେ ବାଂଲାଦେଶ ବିପକ୍ଷରେ ଭାରତ ପ୍ରଥମ ଥର ପାଇଁ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବ। ଆସନ୍ତା ୨୨ ତାରିଖରୁ ଖେଳାଯିବାକୁ ଥିବା...

ପ୍ରଶଂସକଙ୍କୁ ନିଜ ଫୋନ ନମ୍ବର ଦେଲେ ବୀରେନ୍ଦ୍ର ସେହ୍ବାଗ: ଆଉ ତା’ପରେ

ନୂଆଦିଲ୍ଲୀ,୪।୮: ଟିମ ଇଣ୍ଡିଆର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହ୍ବାଗ ମଙ୍ଗଳବାର ଏଭଳି ଏକ ଟୁଇଟ୍‌ କରିଛନ୍ତି ଯାହା ପରେ ସମସ୍ତ ପ୍ରଶଂସକ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସେହ୍ବାଗ...

ବାଙ୍ଗାଲୋର ୩୭ ରନରେ ବିଜୟୀ

ଦୁବାଇ, ୧୧।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୨୫ତମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୩୭ ରନରେ ମହେନ୍ଦ୍ର ସିଂ ଧୋନୀଙ୍କ...

ପ୍ରମିଳାଙ୍କୁ ରୌପ୍ୟ ପଦକ

ଭୁବନେଶ୍ୱର, ୨୭।୨(କ୍ରୀଡ଼ା ପ୍ରତିନିଧି)- ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପାଇଁ ପ୍ରଥମ ପଦକ ଜିତିଛନ୍ତି ପ୍ରମିଳା କିର୍ସାନୀ। ସିନିୟର ମହିଳା ୫୫...

Advertisement
Archives

Model This Week