Posted inଫୁରସତ

ଜଳବାୟୁ ସଙ୍କଟର ସଙ୍କେତ ପାଲଟିଛି ପଫିନ ପକ୍ଷୀ

ଆଇସଲାଣ୍ଡ, ୧୮ା୧୦: ବିଶ୍ୱ ଜଳବାୟୁ ପରିବର୍ତ୍ତନର ସବୁଠାରୁ ଭୟଙ୍କର ପ୍ରଭାବ ଏବେ ସୁଦୂର ସମୁଦ୍ରର ସବୁଠାରୁ ଆକର୍ଷଣୀୟ ଓ ରଙ୍ଗିନ ପକ୍ଷୀ ‘ଆଟ୍‌ଲାଣ୍ଟିକ ପଫିନ’ ଉପରେ ଦେଖିବାକୁ ମିଳିଛି। ଯଦି ବିଶ୍ୱ ତାପମାତ୍ରା ଏବଂ ଅଙ୍ଗାରକାମ୍ଳ ନିର୍ଗମନ ଏହିଭଳି ଭାବେ ଅନିୟନ୍ତ୍ରିତ ହୋଇ ବଢ଼ି ଚାଲେ, ତେବେ ୨୦୫୦ ସୁଦ୍ଧା ବ୍ରିଟେନ ଏବଂ ଆୟରଲ୍ୟାଣ୍ଡରେ ପଫିନ ପକ୍ଷୀଙ୍କ ସଂଖ୍ୟା ପ୍ରାୟ ୮୯ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ପାଇପାରେ। ବିଶ୍ୱର ପ୍ରାୟ ୧୧,୦୦୦ ପକ୍ଷୀ ପ୍ରଜାତି ଜଳବାୟୁ ସଙ୍କଟର ସାମ୍ନା କରୁଥିବା ବେଳେ ସାମୁଦ୍ରିକ ପକ୍ଷୀମାନଙ୍କ ଉପରେ ଏହାର ପ୍ରଭାବ ସବୁଠାରୁ ଭୟଙ୍କର ହୋଇଛି। ଗବେଷକଙ୍କ ମତରେ ୨୦୫୦ ସୁଦ୍ଧା ବିଶ୍ୱରୁ ପ୍ରାୟ ୧୦ ରୁ ୯ ପଫିନ ବିଲୁପ୍ତ ହୋଇଯିବାର ଆଶଙ୍କା ରହିଛି।ଚ ଜଳବାୟୁ ପରିବର୍ତ୍ତନ ଯୋଗୁ ସମୁଦ୍ରର ତାପମାତ୍ରା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଫଳରେ ପଫିନମାନଙ୍କର ମୁଖ୍ୟ ଖାଦ୍ୟ ‘ସାଣ୍ଡ ଇଲ’ ଭଳି ମାଛମାନେ ପ୍ରଜନନ କ୍ଷେତ୍ର ଛାଡ଼ି ଶୀତଳ ଜଳ ଅଭିମୁଖେ ଚାଲିଯାଉଛନ୍ତି। ଖାଦ୍ୟ ଅନ୍ୱେଷଣରେ ପଫିନମାନଙ୍କୁ ବହୁ ଦୂରକୁ ଯିବାକୁ ପଡ଼ୁଛି, ଯାହା ସେମାନଙ୍କ ଛୁଆମାନଙ୍କ ବଞ୍ଚିବା ସମ୍ଭାବନାକୁ ହ୍ରାସ କରୁଛି। କେବଳ ସେତିକି ନୁହେଁ, ସମୁଦ୍ରରେ ବାରମ୍ୱାର ଆସୁଥିବା ଭୟଙ୍କର ବାତ୍ୟା ଯୋଗୁ ବିଗତ ଶୀତଦିନେ ପ୍ରାୟ ୨୦,୦୦୦ ରୁ ଅଧିକ ସାମୁଦ୍ରିକ ପକ୍ଷୀ (ଯେଉଁଥିରେ ଅଧିକାଂଶ ପଫିନ) ଫ୍ରାନ୍ସ, ସ୍ପେନ, ପର୍ତ୍ତୁଗାଲ, କର୍ନୱାଲ ଓ ସ୍କଟଲାଣ୍ଡର ଉପକୂଳରେ ମୃତ ଅବସ୍ଥାରେ ମିଳିଛନ୍ତି। ଆର୍‌ଏସପିବିର ବରିଷ୍ଠ ସାମୁଦ୍ରିକ ଅଧିକାରୀ ସାମୁଏଲ ରୋବେଲ ଏହାକୁ ବିଗତ ଏକ ଦଶନ୍ଧି ମଧ୍ୟରେ ସବୁଠାରୁ ବଡ଼ ‘ସୀବର୍ଡ ରେକ’ ବୋଲି କହିଛନ୍ତି। ଏହା ବ୍ୟତୀତ ସମୁଦ୍ରରେ ତେଲ ଓ ପ୍ଲାଷ୍ଟିକ ପ୍ରଦୂଷଣ ମଧ୍ୟ ଏହି ସଙ୍କଟକୁ ଦ୍ୱିଗୁଣିତ କରୁଛି। ନିଜ ଜନ୍ମଭୂମି ପ୍ରତି ଥିବା ଅହେତୁକ ମୋହ ଯୋଗୁ ପଫିନମାନେ ପରିବେଶ ଖରାପ ହେଲେ ମଧ୍ୟ ପ୍ରତିବର୍ଷ ସେହି ସମାନ ଦ୍ୱୀପକୁ ଫେରିଥାନ୍ତି, ଯାହା ସେମାନଙ୍କ ବିଲୁପ୍ତିର କାରଣ ସାଜୁଛି।
ବଡ଼ ସଙ୍କଟ ଭିତୋ ମଧ୍ୟ କେତେକ ଆଶାବାଦୀ ଦିଗ ସାମ୍ନାକୁ ଆସିଛି। ସ୍କଟଲାଣ୍ଡ ଏବଂ ଇଂଲଣ୍ଡର ଆଖପାଖ ସମୁଦ୍ରରେ ବ୍ୟବସାୟିକ ଭାବେ ସାଣ୍ଡ ଇଲ ମାଛ ଧରିବା ଉପରେ ସମ୍ପୂର୍ଣ୍ଣ ଆଇନଗତ ପ୍ରତିବନ୍ଧକ ଲଗାଯାଇଛି, ଫଳରେ ପଫିନଙ୍କ ପାଇଁ ପ୍ରାକୃତିକ ଖାଦ୍ୟ ସୁରକ୍ଷିତ ରହିପାରିବ। ଏହା ବ୍ୟତୀତ ବୈଜ୍ଞାନିକମାନଙ୍କର ଆଧୁନିକ ‘ଜିଓଲୋକେସନ ଟେକ୍ନୋଲୋଜି’ ଏବଂ ସାଟେଲାଇଟ ଟ୍ରାକିଂ ବେଶ ସଫଳ ସାବ୍ୟସ୍ତ ହୋଇଛି। ଏହା ସାହାଯ୍ୟରେ ପକ୍ଷୀମାନେ ପ୍ରଜନନ ଋତୁ ବାହାରେ ସମୁଦ୍ରର କେଉଁ କେଉଁ ଅଞ୍ଚଳରେ ରହୁଛନ୍ତି ତାହା ଠିକ ଭାବେ ଜଣାପଡ଼ୁଛି। ଏହି ତଥ୍ୟ ଆଧାରରେ ଅନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ଅଞ୍ଚଳକୁ ‘ସାମୁଦ୍ରିକ ସୁରକ୍ଷିତ ଅଞ୍ଚଳ’ ଭାବେ ଘୋଷଣା କରାଯାଉଛି। ପଫିନ ପକ୍ଷୀ ଅନେକ ଦଶନ୍ଧି ବଞ୍ଚିପାରନ୍ତି ଏବଂ ପ୍ରତିରୋଧ କ୍ଷମତା ଯୋଗୁ ଯଦି ଆମେ ମାନବୀୟ ଚାପକୁ କମାଇ ପାରିବା, ତେବେ ସେମାନେ ଖୁବ ଶୀଘ୍ର ନିଜର ବଂଶ ସଂଖ୍ୟା ଫେରିପାଇବେ ବୋଲି ବିଶେଷଜ୍ଞମାନେ ଆଶା ପ୍ରକଟ କରିଛନ୍ତି। ପରିବେଶବିତମାନଙ୍କ ମତରେ, ପଫିନ ପକ୍ଷୀ କେବଳ ଏକ ସାମୁଦ୍ରିକ ଜୀବ ନୁହେଁ, ବରଂ ଆମ ସାମୁଦ୍ରିକ ପରିସଂସ୍ଥାର ସ୍ୱାସ୍ଥ୍ୟର ପ୍ରତିଫଳନ। ସେମାନଙ୍କୁ ସୁରକ୍ଷିତ ରଖିବା ଏକ ସୁସ୍ଥ ପୃଥିବୀ ଏବଂ ଆମ ନିଜର ଭବିଷ୍ୟତ ପାଇଁ ଅତ୍ୟନ୍ତ ଜରୁରୀ।


Enter your email to get our daily news in your inbox.

All Right Reserved By Dharitri.Com

ମୋ ଫୋନ ଟ୍ୟାପ କରାଯାଉଛି, ସବୁ ପ୍ରମାଣ ଏଥିରେ ଅଛି: ସାଂଘାତିକ ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୩।୧୧: ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶୁକ୍ରବାର ନିଜ ଫୋନ ଟ୍ୟାପିଂ ହେଉଥିବା ନେଇ ଅଭିଯୋଗ କରିଛନ୍ତି। ସୋସିଆଲ ମିଡିଆରେ ସେ ଦାବି କରିଛନ୍ତି,…

ଦିନିକିଆରେ ଏମିତି ରେକର୍ଡ କଲେ ଶ୍ରେୟସ, ଅଧିନାୟକ ଡେବ୍ୟୁରେ ଶୂନରେ ଆଉଟ୍‌

ନୂଆଦିଲ୍ଲୀ, ୧୩।୧୧: ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରେ ଅଧିନାୟକ ଭାବେ ଶ୍ରେୟସ ଆୟରଙ୍କ ଡେବ୍ୟୁ ଖରାପ ରହିଥିଲା। କିନ୍ତୁ ଦିନିକିଆରେ ତାଙ୍କ ଡେବ୍ୟୁ ଏହାଠାରୁ ମଧ୍ୟ ଅଧିକ ନିରାଶାଜନକ…

ଧୋକା ଦେଲେ ବିରାଟ-ରୋହିତ: ODIରେ ଭାରତକୁ ଦ୍ୱିତୀୟ ସବୁଠୁ ବଡ଼ ପରାଜୟ, ମାତ୍ର ଏତିକି ରନ୍‌ରେ ଅଲଆଉଟ୍‌

ନୂଆଦିଲ୍ଲୀ, ୧୩।୧୧: ଚତୁର୍ଥ ଦିନିକିଆ ମ୍ୟାଚରେ ଭାରତୀୟ ଦଳକୁ ୨୪୪ ରନରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ। ୩୩୪ ରନର ବିଜୟ ଲକ୍ଷ୍ୟ ପିଛା କରିବାକୁ ଆସିଥିବା ଭାରତୀୟ…

ଫିଫା ବିଶ୍ୱକପ୍‌ରୁ ଓହରିଲା ଆମେରିକା, କାହିଁକି ଜାଣନ୍ତୁ…

ଜୁରିଚ୍‌,୧୩ା୧୧: ଆସନ୍ତା ସପ୍ତାହରେ କାତାରରେ ୧୭ବର୍ଷରୁ କମ୍‌ ବାଳକ ଫିଫା ବିଶ୍ୱକପ୍‌ ଖେଳାଯିବାକୁ ଥିବା ବେଳେ ସୁରକ୍ଷାଗତ କାରଣ ଦର୍ଶାଇ ଯୁକ୍ତରାଷ୍ଟ୍ର ଆମେରିକା (ୟୁଏସ୍‌)ର ଫୁଟ୍‌ବଲ ପରିଷଦ…

ରସଗୋଲା ଭାବି ଖାଇଦେଲେ ବୋମା, ଚୋବାଇଲା ବେଳେ……

ଭୋପାଳ,୧୩।୧୧: ରସଗୋଲା କହି ଜଣେ ବ୍ୟକ୍ତିଙ୍କୁ ଦେଶୀ ବୋମା ଖୁଆଇଦେବା ଅଭିଯୋଗ । ମୁହଁରେ ପକାଇ କାମୁଡ଼ିବା ମାତ୍ରେ ହୋଇଥିଲା ଭୟଙ୍କର ବିସ୍ଫୋରଣ। ଏଥିରେ ଘଟଣାସ୍ଥଳରେ ହିଁ…

ଅଗ୍ନିବୀରଙ୍କ ପାଇଁ ବଡ଼ ଖୁସି ଖବର: ବିବାହ ନିୟମରେ ହେବ ବଡ଼ ପରିବର୍ତ୍ତନ! ଜାଣନ୍ତୁ କ’ଣ କହୁଛି ନୂଆ ନିୟମ

ନୂଆଦିଲ୍ଲୀ, ୧୩।୧୧: ଦେଶର ସେନାବାହିନୀରେ ନିଯୁକ୍ତି ସହ ଜଡ଼ିତ ଅଗ୍ନିପଥ ଯୋଜନା (Agnipath Scheme)ରେ ବଡ଼ ଏବଂ ସକାରାତ୍ମକ ପରିବର୍ତ୍ତନ ହେବାର ସଙ୍କେତ ମିଳିଛି। ସରକାର ‘ଅଗ୍ନିପଥ…

ଆୟୁଷ୍ମାନ ଯୋଜନାରେ ବଡ଼ ପରିବର୍ତ୍ତନ: ଘରୋଇ ହସ୍ପିଟାଲରେ ହେବନି ୧୧୨ ରୋଗର ମାଗଣା ଚିକିତ୍ସା

ନୂଆଦିଲ୍ଲୀ, ୧୩।୧୧: କେନ୍ଦ୍ର ସରକାରଙ୍କ ମହତ୍ତ୍ୱାକାଂକ୍ଷୀ ‘ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା’ (AB-PMJAY)ର ନିୟମରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏହି ନିଷ୍ପତ୍ତିର…

ଶିକ୍ଷକ ସମସ୍ୟା ନେଇ ଧାରଣାରେ ବସିଲେ ଛାତ୍ରୀଛାତ୍ରଙ୍କ ସହ ଅଭିଭାବକ

ଆଳି,୧୩ା୧୧(ବନମାଳୀ ସେନାପତି): କେନ୍ଦ୍ରାପଡ଼ା ଜିଲା ଆଳି ବ୍ଲକ ପଦନୀପାଳ ପଞ୍ଚାୟତରେ ଥିବା ଡିପିଏସ୍‌ ନୋଡାଲ ହାଇସ୍କୁଲରେ ଶିକ୍ଷକ ସମସ୍ୟାକୁ ନେଇ ଅଭିଭାବକମାନେ ବ୍ଲକ ଶିକ୍ଷାଧିକାରୀ ଓ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?