Posted inଖେଳ

କୋର୍ଟରେ ମିଥ୍ୟା କହିଥିଲେ ପୁଏର୍ଟା

ବୁଏନ୍‌ସ୍ସଏୟାର୍ସ, ୫ା୮ (ଏପି)-ବାସନ୍ଦ ଦଣ୍ଡ ହ୍ରାସ କରିବା ପାଇଁ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର୍‌ ସ୍ପୋଟର୍‌ସ (କାସ୍‌)ରେ ମିଥ୍ୟା ବୟାନ ଦେଇଥିବା ସ୍ବୀକାର କରିଛନ୍ତି ଦୁଇଥର ଡୋପ୍‌ ଟେଷ୍ଟରେ ବିଫଳ ହୋଇଥିବା ଅବସରପ୍ରାପ୍ତ ଟେନିସ ଖେଳାଳି ମାରିଆନୋ ପୁଏର୍ଟା। ଆର୍ଜେଣ୍ଟିନାର ଏହି ପୂର୍ବତନ ଖେଳାଳି ୨୦୦୫ରେ ତାଙ୍କ କ୍ୟାରିୟରର ଶୀର୍ଷରେ ପହଞ୍ଚତ୍ ଫ୍ରେଞ୍ଚ୍‌ ଓପନ ଫାଇନାଲକୁ ଉନ୍ନୀତ ହୋଇ ପାରିଥିଲେ। ଏହାର ୪ମାସ ପରେ ତାଙ୍କର ଡୋପ୍‌ ଟେଷ୍ଟ ହୋଇଥିଲା। ସଂଗୃହୀତ ଏଟିଲେଫ୍ରିନ୍‌ (ଏକ ନିଷିଦ୍ଧ କାର୍ଡିଓରେସ୍ପିରେଟୋରି ଷ୍ଟିମୁଲାଣ୍ଟ) ପାଇଁ ତାଙ୍କର ପଜିଟିଭ୍‌ ଆସିଥିଲା। ଆନାବୋଲିକ୍‌ ଷ୍ଟେରଏଡ୍‌ ବ୍ୟବହାର କରିଥିବାରୁ ୨୦୦୩ରେ ମଧ୍ୟ ସେ ଧରାପଡ଼ିଥିଲେ। ପୁଏର୍ଟା ପ୍ରଥମେ ୮ ବର୍ଷ ସସ୍‌ପେଣ୍ଡ ହୋଇଥିଲେ। ମାତ୍ର ଏହି ମାମଲାରେ ସେ ରକ୍ଷଣାତ୍ମକ ରଣକୌଶଳ ଅବଲମ୍ବନ କରିବାରୁ ତାଙ୍କ ଦଣ୍ଡ ୨ ବର୍ଷକୁ ହ୍ରାସ ପାଇଥିଲା। ଅର୍ଥାତ ତାଙ୍କୁ କୋର୍ଟରେ ମିଥ୍ୟା କହିବାକୁ ପଡ଼ିଥିଲା। ହେଲେ ଖେଳ ପାଇଁ ସେ ଏହି ଫାଇଦାର ଉପଯୋଗ କରି ନ ଥିଲେ। ମିଥ୍ୟାର ଆଶ୍ରୟ ନେଇଥିବାରୁ ତାଙ୍କ ମନ ବୁଝି ନ ଥିଲା। ଶେଷରେ ଏକ ଖବରକାଗଜ ସାକ୍ଷାତ୍‌କାରରେ ସତ୍ୟପ୍ରକାଶ କରିଦେବାକୁ ଉଚିତ ମଣିଥିଲେ। ଦଣ୍ଡ ହ୍ରାସ କରିବା ଉଦ୍ଦେଶ୍ୟରେ ପୁଏର୍ଟା କୋର୍ଟରେ ତାଙ୍କ ବୟାନରେ କହିଥିଲେ ଯେ, ତାଙ୍କ ସ୍ତ୍ରୀ ସୋଲ୍‌ ଏଷ୍ଟିଭାନେଜ୍‌ଙ୍କ ମେନ୍‌ଷ୍ଟ୍ରୁଆଲ୍‌ କ୍ରାମ୍ପ ସମସ୍ୟା ଥିବାରୁ ଇଫୋର୍ଟିଲ ନାମକ ଏକ ଔଷଧ ସେବନ କରୁଥିଲେ ଯେଉଁଥିରେ କି ଏଟିଲେଫ୍ରିନ୍‌ର ମାତ୍ରା ରହିଥିଲା। ଏହି ଗ୍ଲାସ୍‌ରେ ସେ ପାଣି ପିଇଥିବାରୁ ତାଙ୍କଠାରୁ ସଂଗୃହୀତ ନମୁନାରୁ ନିଷିଦ୍ଧ ଦ୍ରବ୍ୟ ଠାବ ହୋଇଥିଲା ପୂର୍ବତନ ଖେଳାଳି କହିଛନ୍ତି, କୋର୍ଟରେ ମିଥ୍ୟା କଥା କହିବା ଲାଗି ଏଡୁଆର୍ଡୋ ମୋଲିନ୍‌ ଓ’ କନ୍ନର ନାମକ ଜଣେ ଓକିଲ ତାଙ୍କୁ ପରାମର୍ଶ ଦେଇଥିଲେ, ଯାହାଙ୍କର ୨୦୧୪ରେ ଦେହାନ୍ତ ଘଟିଛି। ଓ’ କନ୍ନର ୧୯୯୮ରୁ ୨୦୦୬ ପର୍ଯ୍ୟନ୍ତ କାସ୍‌ର ଜଣେ ସଦସ୍ୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହିତ ଜଡିତ ସମସ୍ତ ଟ୍ରେଡ ଡିଲ୍‌ କେବଳ ଗୁଜବ; ମୁମ୍ବାଇ ଇଣ୍ଡିଆନ୍ସରୁ ଆସୁଥିବା ଖବର ଆପଣଙ୍କ ହୋସ୍‌ ଉଡାଇ ଦେବ

ନୂଆଦିଲ୍ଲୀ,୨।୭: ୨୦୨୪ ପରି, ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ଆଲୋଚନାର ବିଷୟ ପାଲଟିଛନ୍ତି। ତିନି ବର୍ଷ ପୂର୍ବେ ମୁମ୍ବାଇ ଇଣ୍ଡିଆନ୍ସ ଏକ ଟ୍ରେଡ ଡିଲ୍‌ ମାଧ୍ୟମରେ ହାର୍ଦ୍ଦିକଙ୍କୁ…

Video: ଶାହରୁଖ ଖାନଙ୍କ କ୍ରିକେଟ ଷ୍ଟାଡିୟମ! ଅଲିମ୍ପିକ୍ସ ସମୟରେ ଏହି ସ୍ଥାନରେ ଖେଳାଯିବ ମ୍ୟାଚ, ପୂଜାରୀଙ୍କୁ ଡାକି ହେଲା ପୂଜା

ନୂଆଦିଲ୍ଲୀ,୨।୭: ୧୨୮ ବର୍ଷର ଲମ୍ବା ଅପେକ୍ଷା ପରେ ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ପୁନରାଗମନ କରୁଛି, ଏବଂ ପ୍ରଶଂସକମାନେ ଏହାକୁ ନେଇ ଅତ୍ୟନ୍ତ ଉତ୍ସାହିତ। ଚଳିତ…

ମାତ୍ର ୧୦୦ ଦିନରେ ଶାହରୁଖଙ୍କ ସ୍ବପ୍ନ ହେଲା ପୂରଣ: ଏବେ…

ନୂଆଦିଲ୍ଲୀ,୨।୭: ଅଭିନେତା ଶାହରୁଖ ଖାନଙ୍କ ଦୀର୍ଘ ଦିନର ସ୍ବପ୍ନ ପୂରଣ ହୋଇଛି। ତାଙ୍କ ସ୍ବପ୍ନ ପୂରଣ କରିଛନ୍ତି ଆଇସିସି ଅଧ୍ୟକ୍ଷ ଜୟ ଶାହ। ଏଥିପାଇଁ ଶାହରୁଖ ତାଙ୍କୁ…

ଗୋଲ୍ଡେନ୍‌ ବୁଟ୍‌ ରେସ୍‌ରେ ମେସିଙ୍କ ସମକକ୍ଷ ଏମ୍‌ବାପେ

ଇଷ୍ଟ ରଦରଫୋର୍ଡ,୨ା୭ (ଏପି):ଚଳିତ ଫିଫା ବିଶ୍ୱକପ୍‌ରେ ଫ୍ରାନ୍ସ ତା’ର ବିଜୟଧାରା ଜାରି ରଖି ପ୍ରି-କ୍ୱାର୍ଟରରେ ପ୍ରବେଶ କରିଛି। କିଲିଆନ ଏମ୍‌ବାପେଙ୍କ ଡବଲ ଗୋଲ୍‌ ବଳରେ ବୁଧବାର ଅନୁଷ୍ଠିତ…

ଆଜି ଭାରତ-ଇଂଲଣ୍ଡ ମ୍ୟାଚ୍‌: ବୈଭବଙ୍କ ଉପରେ ଇଂଲଣ୍ଡ ଅଧିନାୟକ ବଡ଼ ବୟାନ, ଦେଲେ

ଚେଷ୍ଟର ଲେ ଷ୍ଟ୍ରିଟ,୧।୭: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ T20 ସିରିଜର ପ୍ରଥମ ମ୍ୟାଚ୍‌ ଜୁଲାଇ ୧ ତାରିଖ ଅର୍ଥାତ୍‌ ଆଜି ଖେଳାଯିବ। ଖେଳ ପୂର୍ବରୁ, ଇଂଲଣ୍ଡ…

ଟି୨୦ ବିଶ୍ୱକପ୍‌: ଫାଇନାଲରେ ପହଞ୍ଚିଲା ଅଷ୍ଟ୍ରେଲିଆ

ଲଣ୍ଡନ,୩୦ା୬: ଆଶ୍‌ଲେ ଗାର୍ଡନରଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ଓ ବେଥ୍‌ ମୁନିଙ୍କ ଅପରାଜିତ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଅଷ୍ଟ୍ରେଲିଆ ଚଳିତ ମହିଳା ଟି୨୦ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିଛି।…

ଇଂଲଣ୍ଡ ପହଞ୍ଚୁ ପହଞ୍ଚୁ ଟିମ୍‌ ଇଣ୍ଡିଆକୁ ବଡ଼ ଝଟ୍‌କା: ଦିନିକିଆ ସିରିଜରୁ ବାଦ୍‌ ପଡ଼ିବେ ଏହି ଷ୍ଟାର ଖେଳାଳି!

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ ହରାଇବା ପରେ ଭାରତୀୟ ଦଳ ଏବେ ଇଂଲଣ୍ଡରେ ପହଞ୍ଚି ସାରିଛି। ଜୁଲାଇ ୧ ତାରିଖରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ପୁଣି ମିଳିବନି ସୁଯୋଗ? ଡେବ୍ୟୁକୁ ନେଇ ଏ କ’ଣ କହିଦେଲେ ଅଧିନାୟକ

ନୂଆଦିଲ୍ଲୀ,୩୦।୬: ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆଶ୍ଚର୍ଯ୍ୟଜନକ ପରାଜୟ ପରେ ଭାରତୀୟ ଦଳର ବ୍ୟାଟିଂ ଲାଇନ୍-ଅପ୍‌କୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବିଶେଷ କରି ଚମତ୍କାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri