Posted inଜାତୀୟ

ଆତ୍ମହତ୍ୟା କରିବା ପୂର୍ବରୁ ସ୍ତ୍ରୀଙ୍କୁ ଏମିତି ନିବେଦନ କଲେ ସ୍ବାମୀ

ଅନ୍‌ଲାଇନ୍‌ ଜୁଆ ଖେଳି ଲକ୍ଷ ଲକ୍ଷ ଟଙ୍କା ହରାଇବା ପରେ ପୁଡୁଚେରୀର ଜଣେ ବ୍ୟକ୍ତି ମୃତ୍ୟୁକୁ ଆପଣାଇନ୍ତି। ବିଜୟ କୁମାର ନାମକ ଏହି ବ୍ୟକ୍ତି ଜଣଙ୍କ ମୃତ୍ୟୁ ପୂର୍ବରୁ ଏକ ଅଡିଓ କ୍ଲିପ ରେକର୍ଡ କରି ଲୋକଙ୍କୁ ଅନଲାଇନ ଖେଳ ଏବଂ ଜୁଆ ନ ଖେଳିବାକୁ ଅନୁରୋଧ କରିଛନ୍ତି। ବିଜୟ କୁମାର ପୁଡୁଚେରୀରେ ଏକ ମୋବାଇଲ ଫୋନ ଦୋକାନ କରିଥିଲେ। ସେ ତାଙ୍କ ବ୍ୟବସାୟରେ ସଫଳ ହୋଇଥିଲେ କିନ୍ତୁ ସେହି ସମୟରେ ସାଙ୍ଗମାନେ ତାଙ୍କୁ ଏକ ଅନଲାଇନ ଗେମିଂ ଆପ ବିଷୟରେ କହିଥିଲେ। ଏହା ପରେ ସେ ଏଥିରେ ଅଭ୍ୟସ୍ତ ହୋଇ ଯାଇଥିଲେ। ୩ଟି ଭିନ୍ନ ଆଇଡି ମାଧ୍ୟମରେ ସେ ସେହି ଖେଳରେ ୨୫ ଲକ୍ଷରୁ ଅଧିକ ଟଙ୍କା ହରାଇଥିଲେ। ଏଥିରେ ହତାଶ ହୋଇ ବିଜୟ କୁମାର ତାଙ୍କ ଅଡିଓ ରେକର୍ଡ କରିଥିଲେ ଯାହା ପରେ ସେ ଆତ୍ମହତ୍ୟା କରିଥିଲେ। ବିଜୟ କୁମାର ଅଡିଓ କ୍ଲିପ୍‌ରେ କହିଥିଲେ ମୁଁ ୩ଟି ଆଇଡି ବ୍ୟବହାର କରି ଗେମ୍‌ ଖେଳୁଥିଲି ଏବଂ ଏଥିରେ ପ୍ରାୟ ୨୫-୩୦ ଲକ୍ଷ କ୍ଷତି ହୋଇଛି। ମୁଁ ଦିନରାତି ଖେଳୁଥିଲି ଏବଂ ମୋର ସ୍ବାସ୍ଥ୍ୟ ମଧ୍ୟ ଖରାପ ହୋଇଯାଇଥିଲା। ସେ ଆହୁରି ମଧ୍ୟ କହିଛନ୍ତି ଯେ ପ୍ରଥମେ ୩୦୦୦ ହଜାର ଟଙ୍କା ଜିତିବା ପରେ ମୁଁ ଏହି ଖେଳ ପ୍ରତି ଅଭ୍ୟସ୍ତ ହୋଇ ଯାଇଥିଲି। ଜୁଆ ଖେଳ ପଛରେ ଥିବା ପଦ୍ଧତି ଜାଣିବା ପରେ ମଧ୍ୟ ମୋତେ ଖେଳିବାକୁ ପଡିଲା କାରଣ ଖେଳରୁ ବାହାରିବାର କୌଣସି ଉପାୟ ନ ଥିଲା।
ଆତ୍ମହତ୍ୟା କରିବା ପୂର୍ବରୁ ବିଜୟ କୁମାର ତାଙ୍କ ସ୍ତ୍ରୀଙ୍କୁ ନିବେଦନ କରିଛନ୍ତି ଯେ ଅଡିଓ ମେସେଜ ଲୋକମାନଙ୍କ ମଧ୍ୟରେ ଶେୟାର କରନ୍ତୁ ଯାହା ଦ୍ୱାରା ଲୋକମାନେ ଅନ୍‌ଲାଇନ ଜୁଆର ପ୍ରଭାବ ଜାଣିପାରିବେ। ଏହିଭଳି ଗେମ୍‌ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଏକ ଅଭିଯାନ ଆରମ୍ଭ କରାଯିବା ଉଚିତ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ବିଜୟ କୁମାର ନିଖୋଜ ହେବା ପରେ ତାଙ୍କ ପରିବାର ଥାନାରେ ଏକ ନିଖୋଜ ରିପୋର୍ଟ ଦାଖଲ କରିଥିଲେ। ଏହା ପରେ କୋରକାଡୁ ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା। ପରେ ପୋଲିସ ତାଙ୍କ ମୃତଦେହ ଉଦ୍ଧାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଧାର୍ମିକ ସ୍ଥାନରେ ଆମିଷ ଖାଉଥିବା ସନ୍ଦେହରେ ୪ଶ୍ରମିକଙ୍କୁ ପିଟିଲେ ଯୁବକ

ବରେଲି,୧।୬: ଉତ୍ତରପ୍ରଦେଶ ବରେଲିର ବେହରି ଅଞ୍ଚଳରୁ ଶନିବାର ଏକ ଅଭାବନୀୟ ଚିତ୍ର ସାମ୍‌ନାକୁ ଆସିଛି। ଧାର୍ମିକ ସ୍ଥାନରେ ଆମିଷ ଭୋଜନ କରୁଥିବା ସନ୍ଦେହରେ ଅଜ୍ଞାତ ଯୁବକମାନେ...

ସତ ପାଇଁ କ୍ଷମା ମାଗିବି ନାହିଁ: ରାହୁଲ

ନୂଆଦିଲ୍ଳୀ,୧୪।୧୨: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବେ ତାଙ୍କ କଥାରେ ଅଡି ବସିଛନ୍ତି। ‘ରେପ୍‌ ଇନ୍‌ ଇଣ୍ଡିଆ’ ଉକ୍ତିକୁ ନେଇ ସେ କେବେବି ଭୁଲ୍‌ ମାଗିବେ...

ଛାଡୁନି ସୋସିଆଲ୍‌ ମିଡ଼ିଆ, ମହିଳା ଦିବସରେ ମହିଳାଙ୍କୁ ସମର୍ପିତ ହେବ ଆକାଉଣ୍ଟ୍‌: ମୋଦି

ନୂଆଦିଲ୍ଲୀ,୩।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋସିଆଲ୍‌ ମିଡ଼ିଆ ଛାଡୁଥିବା ନେଇ ସୋମବାର ରାତିରେ ଟୁଇଟ୍‌ କରି ସୂଚନା ଦେଇଥିଲେ। ଏହାକୁ ନେଇ ସୋସିଆଲ୍‌ ମିଡ଼ିଆ ୟୁଜରଙ୍କ...

ଉତ୍ତର ଭାରତରେ ଶୀତ ଲହରୀ: ୪ରାଜ୍ୟକୁ ରେର୍ଡ ଆଲର୍ଟ ଜାରି

ନୂଆଦିଲ୍ଲୀ,୨୯।୧୨: ଉତ୍ତର ଭାରତର ଅଧିକାଂଶ ସ୍ଥାନରେ ହାଡଭଙ୍ଗା ଶୀତ ପରିଲକ୍ଷିତ ହୋଇଛି। ଏହା ଫଳରେ ସାଧାରଣ ଜୀବନ ପ୍ରଭାବିତ ହୋଇଛି। ରବିବାର ସୁଦ୍ଧା ଦିଲ୍ଲୀ ତାପମାତ୍ରା...

ଟିଏମ୍‌ସିକୁ ପୁଣି ଲାଗିଲା ଧକ୍କା ୧୨ କାଉନ୍‌ସିଲରଙ୍କ ସହ ଜଣେ ବିଧାୟକ ଭାଜପାରେ ସାମିଲ

ନୂଆଦିଲ୍ଲୀ,୧୭।୬: ପଶ୍ଚିମବଙ୍ଗରେ ଗତ ଲୋକ ସଭା ନିର୍ବାଚନ ବେଳରୁ ଭାଜପା ଓ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍‌ସି) ମଧ୍ୟରେ ତୁତୁମେମେ ଲାଗି ରହିଛି। ଇତି ମଧ୍ୟରେ କେତେଜଣ...

ଆମ୍‌ ଆଦମୀ ପାର୍ଟିକୁ ବଡ଼ ଝଟ୍‌କା

ଡେରାଡୁନ୍‌, ୧୮।୫: ଉତ୍ତରାଖଣ୍ଡ ଆମ୍‌ ଆଦମୀ ପାର୍ଟିକୁ ଏକ ବଡ଼ ଝଟ୍‌କା ଲାଗିଛି। ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଏଏପି ମୁଖ୍ୟମନ୍ତ୍ରୀ ଚେହେରା ଥିବା କର୍ନଲ ଅଜୟ...

ଜମ୍ମୁ-କଶ୍ମୀରରେ ବାଦଲଫଟା ବର୍ଷା: ୫ ଜୀବନ ଗଲା, ୪୦ରୁ ଅଧିକ ନିଖୋଜ

ଶ୍ରୀନଗର,୨୮।୭: ଜମ୍ମୁ-କଶ୍ମୀରରେ ପକୃତି ଦାଉ ସାଜିଛି। ବୁଧବାର ବାଦଲଫଟା ବର୍ଷା ଯୋଗୁ ପ୍ରାୟ ୫ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୪୦ରୁ ଅଧିକ ଜଣ ନିଖୋଜ ଅଛନ୍ତି।...

ରାସ୍ତା ବନ୍ଦ କରିପାରିବେନି ବିକ୍ଷୋଭକାରୀ

ନୂଆଦିଲ୍ଲୀ,୧୧ା୨(ପି.ଟି.): ଆନ୍ଦୋଳନ କରିବା ଅଧିକାର ଜନସାଧାରଣଙ୍କର ରହିଛି। ତେବେ ଆନ୍ଦୋଳନ ନାଁରେ ସର୍ବସାଧାରଣ ସ୍ଥାନ ଓ ରାସ୍ତାକୁ ଅବରୋଧ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ ସୋମବାର...

Advertisement
Archives

Model This Week