ଭଙ୍ଗାକାନ୍ଥରେ ୱାଲ୍‌ପେଣ୍ଟିଂ

ନୟାଗଡ଼ ଅଫିସ, ୨୩ା୧୦: ପ୍ରଶାସନ ପକ୍ଷରୁ ନୟାଗଡ଼ ଜିଲାର ବିଭିନ୍ନ ସ୍ଥାନରେ କାନ୍ଥ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲୁରହିଛି। ତେବେ କିଛି ସ୍ଥାନରେ ଭଙ୍ଗା କାନ୍ଥରେ ୱାଲ୍‌ପେଣ୍ଟିଂ କରାଯାଉଥିବାରୁ ଏହାର ସ୍ଥାୟିତ୍ୱ ନେଇ ପ୍ରଶ୍ନ ଉଠିଛି। କିଛିଦିନ ତଳେ ନୟାଗଡ଼ ଜଗନ୍ନାଥ ମନ୍ଦିରର ଦକ୍ଷିଣ ଦ୍ୱାର ନିକଟରେ ପ୍ରାଚୀର ଭାଙ୍ଗିଯାଇଥିଲା। ଏହା ଏଯାବତ ମରାମତି ହୋଇପାରି ନାହିଁ। ଏଭଳିସ୍ଥଳେ ମନ୍ଦିର ଦକ୍ଷିଣପାର୍ଶ୍ୱ ପ୍ରାଚୀରରେ ୱାଲ୍‌ପେଣ୍ଟିଂ କରାଯାଉଛି। ନୟାଗଡ଼ ସ୍ବୟଂଶାସିତ ମହାବିଦ୍ୟାଳୟ ପ୍ରାଚୀରରେ ଫଟୋଚିତ୍ର ଶୋଭାପାଉଛି। କିନ୍ତୁ କିଛି ପ୍ରାଚୀର ନଷ୍ଟ ହୋଇଯାଇଥିଲେ ମଧ୍ୟ ତାକୁ ପ୍ରାଧାନ୍ୟ ଦିଆଯାଉନି। ଜିଲାର ବିଭିନ୍ନ ସ୍ଥାନରେ ପ୍ରାଚୀର ନଷ୍ଟ ହୋଇ ରହିଛି।
ଲୋକଙ୍କୁ ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଜିଲା ଓ ରାଜ୍ୟ ଐତିହ୍ୟର ଫଟୋଚିତ୍ର ଏହି ପ୍ରାଚୀରରେ କରାଯାଉଛି। କାନ୍ଥ ସୌନ୍ଦର୍ଯ୍ୟକରଣ ଏକ ଭଲ ପଦକ୍ଷେପ। ଏହା ଦ୍ୱାରା ପେଣ୍ଟରମାନେ ବି ରୋଜଗାର ପାଇଥାନ୍ତି। କିନ୍ତୁ ପେଣ୍ଟିଂ ପୂର୍ବରୁ ପ୍ରାଚୀର କେତେ ସୁରକ୍ଷିତ ସେଥିପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ। ଯଦି ଏହା ଭୁଶୁଡ଼ିପଡେ ତେବେ ଫଟୋଚିତ୍ର କରି ଲାଭ କ’ଣ ବୋଲି ପ୍ରଶ୍ନ ଉଠୁଛି। ଭାଙ୍ଗିଥିବା କାନ୍ଥରେ ୱାଲପେଣ୍ଟିଂ ସରକାରୀ ଅନୁଦାନ ଅପବ୍ୟୟ ବୋଲି କୁହାଯିବ। ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ମତପ୍ରକାଶ ପାଉଛି। ଏ ସମ୍ପର୍କରେ ନୟାଗଡ଼ ମ୍ୟୁନିସିପାଲିଟିର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା କୁହନ୍ତି, ଆମେ ଅନୁଧ୍ୟାନ କରିବୁ। ଯଦି କାନ୍ଥ ବିପଦସଙ୍କୁଳ ଥାଏ ଆଉ ଚିତ୍ର କରିବୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବାର୍ବିକ୍ୟୁ ନେସନ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

କଟକ,୨୧।୧୦: ଦେଶର ପ୍ରମୁଖ ମଲ୍‌ଟି ରେଷ୍ଟୁରାଣ୍ଟ ବ୍ରାଣ୍ଡ୍‌ ‘ବାର୍ବିକ୍ୟୁ ନେସନ୍‌’ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ ସ୍ଥାନୀୟ ଦର୍‌ଘା ବଜାରସ୍ଥିତ ନେତାଜୀ ସୁଭାଷ ବୋଷ ଆର୍କେଡ୍‌ଠାରେ ଉଦ୍‌ଘାଟନ ହୋଇଯାଇଛି।...

କାଳ ହେଲା ଫାଇନାନ୍ସ ଟଙ୍କା: ମହିଳାଙ୍କ ମୃତ୍ୟୁ, ଗ୍ରାମରେ ଉତ୍ତେଜନା

ଜଗତ୍‌ସିଂହପୁର ଅଫିସ, ୧୬ା୯: ଜଗତ୍‌ସିଂହପୁର ଥାନା ଅଧୀନ ଚାଟଣା (ଗନ୍ତ) ଗ୍ରାମରେ ରବିବାର ଜଣେ ମହିଳାଙ୍କ ମୃତ୍ୟୁକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ସେ...

ହିତାଧିକାରୀଙ୍କ ଘରକୁ ଯାଇ ଦିଆଯିବ ଭତ୍ତା ଟଙ୍କା

ଛତ୍ରପୁର, ୨୦।୩(ଡି.ଏନ୍‌.ଏ.): କରୋନାକୁ ମୁକାବିଲା କରିବା ଲାଗି ସରକାର ଅନେକ ଆଗୁଆ ପଦକ୍ଷେପ ଗ୍ରହଣ କରିଛନ୍ତି। ହିତାଧିକାରୀଙ୍କ ସ୍ବାସ୍ଥ୍ୟାବସ୍ଥାକୁ ଦୃଷ୍ଟିରେ ରଖି ମଧୁବାବୁ ପେନସନ ଯୋଜନା...

ଚିକିତ୍ସା ଅବହେଳାରୁ ନାବାଳିକା ମୃତ୍ୟୁ ଅଭିଯୋଗ

ବାରିପଦା ଅଫିସ,୩ା୧୧- ମୟୂରଭଞ୍ଜ ଜିଲା ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ (ପିଆର୍‌ଏମ୍‌) ମେଡିକାଲରେ ସୋମବାର ଜଣେ ନାବାଳିକାଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସାରେ...

ଭାରସାମ୍ୟ ହରାଇ ୨୦ ଫୁଟ ରାସ୍ତା ତଳକୁ ଓଲଟିଲା ବସ୍‌

କେନ୍ଦୁଝର,୧୧।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ତେଲକୋଇ ଥାନା ଅନ୍ତର୍ଗତ ବିଞ୍ଝବାହାଲ ଗ୍ରାମ ନିକଟ ୪୯ନଂ. ଜାତୀୟ ରାଜପଥରେ ଶନିବାର ୨୦ ଫୁଟ ରାସ୍ତା ତଳକୁ ଏକ ଘରୋଇ...

ଘର ଆଗରେ ପଡ଼ିଲା ଅଫୁଟା ଗୋଳା

ବାହାନଗା,୨୪।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାହାନଗା ବ୍ଲକ ବରିପଦା ପଞ୍ଚାୟତର ସମୁଦ୍ରକୂଳବର୍ତ୍ତୀ ଗ୍ରାମ ୪ନମ୍ବର ୱାର୍ଡ ମହାରୁଦ୍ରପୁର ଆଡ଼ିଆରେ ପ୍ରତିରକ୍ଷା ବିଭାଗ ତରଫରୁ ପରୀକ୍ଷଣ ଚାଲିଥିବା ବେଳେ ଏକ...

ଝଡ ତୋଫାନରେ ଆଜବେଷ୍ଟ ଉଡ଼ିଗଲା

ଜହ୍ନାପଙ୍କ,୨୫।୪(ଡି.ଏନ.ଏ.): ବୌଦ୍ଧ ଜିଲା ଜହ୍ନାପଙ୍କ ଅଞ୍ଚଳରେ ଗୁରୁବାର ସନ୍ଧ୍ୟାରେ ପ୍ରବଳ ଝଡ ତୋଫାନ ହୋଇଛି। ଲୋକେ କରିଥିବା ଫସଲ ନଷ୍ଟ ହୋଇଥିବାରୁ ମୁଣ୍ଡରେ ଚଡ଼କ ପଡିଛି।...

ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର

କଟକ ଅଫିସ, ୧ା୬: ବିଶିଷ୍ଟ କବି ତଥା ପଦ୍ମଶ୍ରୀ ପୁରସ୍କାରପ୍ରାପ୍ତ ଜୟନ୍ତ ମହାପାତ୍ର(୯୪) ସୋମବାର ଏସ୍‌ସିବି ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଏକ ସ୍ବତନ୍ତ୍ର ଡାକ୍ତରୀ ଟିମ୍‌...

Advertisement
Archives

Model This Week