ବେପାରୀଙ୍କ କବ୍‌ଜାରେ ଚାଷୀ ହାଟ

ରସୁଲପୁ୍‌ର, ୨୨।୧୦ (ଡି.ଏନ୍‌.ଏ.): ରସୁଲପୁର ବ୍ଲକ ଅଧୀନ ବାରବାଟୀ ପଞ୍ଚାୟତର ୧୬ନଂ ଜାତୀୟ ରାଜପଥ ପାଶର୍‌ବସ୍ଥିତ ପରିବା ହାଟ ଚାଷୀ ହାଟ ଭାବେ ପରିଚିତ। ସ୍ଥାନୀୟ ଅଞ୍ଚଳର ଚାଷୀ ବିଭିନ୍ନ କିସମର ପନିପରିବା ଚାଷକରି ଏହି ହାଟକୁ ବିକ୍ରି କରିବାକୁ ଆସନ୍ତି। ଚାଷୀ ଓ ବ୍ୟବସାୟୀଙ୍କ ମେଳରେ ହାଟ ଚଳଚଞ୍ଚଳ ହୋଇଉଠେ।ମାତ୍ର ଲଗାଣ ବର୍ଷା ଓ ବନ୍ୟା ଯୋଗୁ ଚାଷ ଉଜୁଡି ଯାଇଥିବାରୁ ହାଟରେ ଆଉ ଚାଷୀଙ୍କୁ ଦେଖିବାକୁ ମିଳୁନି। ଏହା ଏବେ ବ୍ୟବସାୟୀଙ୍କ କବ୍‌ଜାରେ ରହିଛି। ବର୍ଷ ତମାମ ପନିପରିବା ଉପତ୍ାଦନ କରିବାରେ ସିଦ୍ଧହସ୍ତ ଥିବା ଚାଷୀ ଏବେ ହାଟରେ ଖାଉଟି ସାଜିଛି। ପରିବା ଗଦି ବ୍ୟବସାୟୀ(ବାହାର ରାଜ୍ୟରୁ ପରିବା ପରିବହନ କରୁଥିବା ବ୍ୟବସାୟୀ) ଓ ଖୁଚୁରା ବ୍ୟବସାୟୀଙ୍କୁ ନେଇ ହାଟ ଚାଲୁଛି। ବାହାର ରାଜ୍ୟର ପରିବା ଆସୁଥିବା ଯୋଗୁ ଦର ଆକାଶଛୁଅଁା ହୋଇଛି। କୌଣସି ପରିବା ୪୦ଟଙ୍କା ତଳକୁ ମିଳୁନାହିଁ। ଫଳରେ ଖାଉଟିମାନଙ୍କ ପାଇଁ ପରିବା କିଣିବା କଷ୍ଟକର ହୋଇପଡ଼ିଛି। ପରିବା ଦର ବଢ଼ିଯାଇଥିବାରୁ ଖାଉଟି ସଂଖ୍ୟା ମଧ୍ୟ କମିଯାଇଛି। ଅପରପକ୍ଷେ ବ୍ୟବସାୟୀମାନେ କରୋନା କଟକଣା ମାନୁ ନ ଥିବା ଅଭିଯୋଗ ହୋଇଛି। ସେମାନେ ସାମାଜିକ ଦୂରତା ରକ୍ଷା କରୁ ନ ଥିବା ବେଳେ ମାସ୍କ ପିନ୍ଧୁ ନ ଥିବା ଅଭିଯୋଗ ହୋଇଛି। ଏହାଛଡ଼ା ବ୍ୟବସାୟୀ ପରିବା ବୋଝେଇ ଗାଡ଼ି ରାଜପଥରେ ଥୋଇ ମାଲ ଖଲାସ କରୁଛନ୍ତି। ଏହି ହାଟସ୍ଥଳର ରାଜପଥ ଉପରେ ଓଭର ବ୍ରିଜ୍‌ ନିର୍ମାଣ ଓ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏନେଇ ବହୁ ସମୟରେ ଗମନାଗମନ ବାଧାପ୍ରାପ୍ତ ହେଉଛି। ବହୁ ସମୟରେ ଦୁର୍ଘଟଣା ଘଟୁଛି। ଏନେଇ ରାଜପଥରୁ ବେଆଇନ ପାର୍କିଂ ହଟାଇବା ସହ ଚାଷୀ ସମସ୍ୟାର ସମାଧାନ କରିବା ପାଇଁ ସାଧାରଣରେ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପାଟଣାରେ ଅଗ୍ନିକାଣ୍ଡ: ଘରେ କେହି ନ ଥିବା ବେଳେ ଜଳିଗଲା ୨ ବଖରା

ପାଟଣା,୪।୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ କଣ୍ଟିଆପଡ଼ା ଗ୍ରାମରେ ବୁଧବାର ସକାଳେ ଅଗ୍ନିକାଣ୍ଡ ଘଟିଛି। ଗ୍ରାମର ଦିଲୀପ ମାହାନ୍ତଙ୍କ ଦୁଇ ବଖରା ଘର ସମ୍ପୂର୍ଣ୍ଣ...

ବେଆଇନ ବାଲି ଚାଲାଣ:  ୯ ଟ୍ରାକ୍ଟର ଜବତ, ୯ ଗିରଫ

ଆସିକା,୧୯ା୧୨(ଡି.ଏନ୍‌.ଏ.) -ଆସିକା ଥାନା କୋଟିନଡା ଫାଣ୍ଡି ଅନ୍ତର୍ଗତ ଜୟପୁର-ପଢାଳ ମଧ୍ୟରେ ଋଷିକୁଲ୍ୟା ନଦୀରୁ ବେଆଇନ ଭାବେ ବାଲି ଚାଲାଣ ହେଉଥିବାବେଳେ ପୋଲିସ ୯ଟି ଟ୍ରାକ୍ଟର ଜବତ...

ବିଭିନ୍ନ ପ୍ରକଳ୍ପ ସମ୍ପର୍କରେ ସମୀକ୍ଷା

ସଜନାଗଡ଼, ୨୫।୧(ଡି.ଏନ.ଏ.)-ନୀଳଗିରି ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ନୀଳଗିରି ଜେଲ୍‌ରୋଡ଼ସ୍ଥିତ କଲ୍ୟାଣ ମଣ୍ଡପ ପରିସରରେ ପ୍ରକଳ୍ପସ୍ତରୀୟ ପରିଚାଳନା ବୈଠକ ଶୁକ୍ରବାର ଅନୁଷ୍ଠିତ ହୋଇଛି। ବୈଠକରେ ସ୍ଥାନୀୟ...

ଦୁର୍ଦ୍ଦଶା ବଢ଼ାଇଲା ବନ୍ୟା ସ୍ଥିତି

କେନ୍ଦ୍ରାପଡ଼ା ଅଫିସ, ୨୮। ୮: କେନ୍ଦ୍ରାପଡ଼ା ଜିଲାରେ ଗତ ତିନିଦିନ ମଧ୍ୟରେ ୧୮୮୦ ମିଲିମିଟର ବର୍ଷା ହୋଇଛି। ଏଥିସହିତ ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ...

କେନ୍ଦୁଝରରେ ୭୮.୧୬% ମତଦାନ: ମହିଳା ଭୋଟର ସଂଖ୍ୟା ଅଧିକ

କେନ୍ଦୁଝର,୨୫ା୪ (ସ୍ବ.ପ୍ର./ଡି.ଏନ.ଏ.)- କେନ୍ଦୁଝର ଲୋକ ସଭା ନିର୍ବାଚନ ମଙ୍ଗଳବାର ଶେଷ ହୋଇଛି ା ଜିଲାରେ ମୋଟ ୭୮.୧୬ ପ୍ରତିଶତ ମତଦାନ ହୋଇଛି। ନିର୍ବାଚନ ବିଭାଗ ତଥ୍ୟ...

ଶର୍ମିଷ୍ଠାଙ୍କ ଆଗୁଆ ଜାମିନ ଆବେଦନ ଖାରଜ କଲେ ହାଇକୋର୍ଟ

କଟକ ଅଫିସ, ୨୨।୩ : ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣାରେ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ ଆବେଦନକୁ ହାଇକୋର୍ଟ ଖାରଜ କରିଦେଇଛନ୍ତି। ଶର୍ମିଷ୍ଠା...

ଅଭିଯୋଗକାରୀଙ୍କ ଓକିଲଙ୍କୁ ଥାନାରେ ପିଟିବାକୁ ବିଡିଓଙ୍କ ଧମକ

ଜଗତ୍‌ସିଂହପୁର ଅଫିସ, ୧୭ା୪: ଜଗତ୍‌ସିଂହପୁର ବିଡିଓ ସାଗର ନନ୍ଦଙ୍କ ନାମରେ ଜଗତ୍‌ସିଂହପୁର ଥାନାରେ ସଙ୍ଗିନ ଅଭିଯୋଗ ହୋଇଛି। ଏହି ଥାନା ଅନ୍ତର୍ଗତ ସଭାମୂଳ ଟିଟିଗାଁର ଦେବେନ୍ଦ୍ର...

ଅଜଣା ଜନ୍ତୁ ଶିକାର: ୬୩ ଛେଳି ମୃତ, ୨୮ ଗୁରୁତର

ପାରଳାଖେମୁଣ୍ଡି,୪ା୧୧(ଡି.ଏନ୍‌.ଏନ୍‌.): ଗଜପତି ଜିଲା କାଶୀନଗର ବ୍ଲକର କିଡିଙ୍ଗା ଗ୍ରାମରେ କୌଣସି ଅଜଣା ଜନ୍ତୁର ଶିକାର ହୋଇ ୬୩ଟି ଛେଳି ମୃତ୍ୟୁବରଣ କରିଥିବା ବେଳେ ୨୮ଟି ଛେଳି...

Advertisement
Archives

Model This Week