ପୂର୍ତ୍ତ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

ଭୁବନେଶ୍ୱର,୧୬।୩(ବ୍ୟୁରୋ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ପୂର୍ତ୍ତ ବିଭାଗ ଭୁବନେଶ୍ୱର ଡିଭିଜନ୍‌-୪ର ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଅଜୟ ମିଶ୍ରଙ୍କୁ ମଙ୍ଗଳବାର ଭିଜିଲାନ୍ସ ଗିରଫ କରିଛି। ଏଥିସହ ତାଙ୍କ ସ୍ତ୍ରୀ ଶୁଭଶ୍ରୀ ମିଶ୍ରଙ୍କ ନାମରେ ମଧ୍ୟ ମାମଲା ରୁଜୁ କରାଯାଇଛି। ଗିରଫ ପରେ ଅଜୟଙ୍କୁ ଢେଙ୍କାନାଳ ଭିଜିଲାନ୍ସ ସ୍ବତନ୍ତ୍ର କୋର୍ଟରେ ହାଜର କରାଯାଇଥିଲା। କୋର୍ଟ ତାଙ୍କୁ ଆସନ୍ତା ୨୮ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଠାବ ହୋଇଥିବା ସମ୍ପତ୍ତି ଅଜୟଙ୍କ ଆୟର ୨୯୩ ପ୍ରତିଶତ ଅଧିକ ବୋଲି ଭିଜିଲାନ୍ସ ପକ୍ଷରୁ କୁହାଯାଇଛି। ଏହି ମାମଲାର ଅଧିକ ତଦନ୍ତ କରାଯାଉଥିବା ଭିଜିଲାନ୍ସ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛି।
ଭିଜିଲାନ୍ସ ରିପୋର୍ଟ ଅନୁଯାୟୀ, ଅଜୟଙ୍କ ସ୍ତ୍ରୀ ଓ ପୁଅଙ୍କ ନାମରେ ୩ଟି କୋଠା ସମେତ ୭ ପ୍ଲଟ୍‌ ରହିଛି। ସେହିପରି ସୁନାରୁପା ଅଳଙ୍କାର, ବ୍ୟାଙ୍କ ଓ ଇନ୍‌ସ୍ୟୁରାନ୍ସ ଜମା, ୮ ଲକ୍ଷ ଟଙ୍କାର ଗୋଟିଏ କାର୍‌, ୩ ଦାମୀ ବାଇକ, ୭୦ ହଜାର ଟଙ୍କାର ଗୋଟିଏ ସ୍କୁଟି, ଗୋଟିଏ ସ୍କୁଟର ସମେତ ଘରୋଇ ଉପକରଣ ଠାବ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୪୦ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ୱ ହେବ। ଠାବ ହୋଇଥିବା ଏହି ବିପୁଳ ପରିମାଣର ସମ୍ପତ୍ତି ସମ୍ପର୍କରେ ସନ୍ତୋଷଜନକ ଉତ୍ତର ଦେଇ ନ ପାରିବାରୁ ଅଜୟଙ୍କ ନାମରେ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା (ନଂ.୧୫/୨୨) ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଜାତିଭିତ୍ତିକ ଜନଗଣନାକୁ ଅଠାଓ୍ବଲେଙ୍କ ସମର୍ଥନ: ଏସ୍‌ସି/ଏସ୍‌ଟିଙ୍କ ବିରୋଧରେ ହେଉଥିବା ନିର୍ଯାତନାକୁ ନେଇ ଉଦ୍‌ବେଗ

ଭୁବନେଶ୍ୱର,୯ା୨(ବ୍ୟୁରୋ): ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ଉଦ୍ଦିଷ୍ଟ ନିର୍ଯାତନା ନିବାରଣ ଆଇନ ୧୯୮୯କୁ କଡ଼ାକଡ଼ି ଲାଗୁ କରାଗଲେ ଦଳିତମାନଙ୍କ ଉପରେ ହେଉଥିବା ଅତ୍ୟାଚାର କମିବ।...

ଓଡ଼ିଶାରେ ପହଞ୍ଚିଲେ କେନ୍ଦ୍ରୀୟ ଟିମ୍‌, ବିଭିନ୍ନ ବନ୍ୟାଞ୍ଚଳ କରିବେ ପରିଦର୍ଶନ

ଭୁବନେଶ୍ୱର,୧୬ା୯(ବ୍ୟୁରୋ): ବନ୍ୟା କ୍ଷୟକ୍ଷତିର ଅନୁଧ୍ୟାନ କରିବା ପାଇଁ କେନ୍ଦ୍ରୀୟ ଟିମ୍‌ ବୁଧବାର ଭୁବନେଶ୍ୱରେ ପହଞ୍ଚିଛନ୍ତି। କେନ୍ଦ୍ର ଗୃହ ବ୍ୟାପାର ମନ୍ତ୍ରଣାଳୟର ଯୁଗ୍ମ ସଚିବ (ଏଲ୍‌ଡବ୍ଲ୍ୟୁଇ)ର ପ୍ରବୀଣ...

କ୍ରସ୍‌ ଭୋଟିଂ ରୋକିବା ନେଇ କସରତ

ଭୁବନେଶ୍ୱର,୧୧ା୭(ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ୧୮ ତାରିଖରେ ଅନୁଷ୍ଠିତ ହେବ। ପ୍ରତିଦ୍ୱନ୍ଦ୍ୱିତା ମୁଖ୍ୟତଃ ୨ ଜଣଙ୍କ ମଧ୍ୟରେ ହେବ। ଭାଜପା ସମର୍ଥିତ ଏନ୍‌ଡିଏର ରାଷ୍ଟ୍ରପତି ପ୍ରାର୍ଥୀ...

ଟ୍ରେନ୍‌ରେ ଲାଗିବ ଇଓଟିଟି ସିଷ୍ଟମ

ଭୁବନେଶ୍ୱର,୧୬ା୧୨(ବ୍ୟୁରୋ): ଗାର୍ଡ଼ ଓ ବ୍ରେକ୍‌ ଭ୍ୟାନ୍‌ବିହୀନ ଟ୍ରେନ୍‌ ପରିଚାଳନା ପାଇଁ ଭାରତୀୟ ରେଳପଥ ଦ୍ୱାରା ଗ୍ରହଣ କରାଯାଇଥିବା ଏଣ୍ଡ୍‌ ଅଫ୍‌ ଟ୍ରେନ୍‌ ଟେଲିମେଟ୍ରି(ଇଓଟିଟି) ସିଷ୍ଟମକୁ ଏଣିକି...

ଡ୍ରାଇଭରଙ୍କ ଉପରକୁ ଗୁଳି ଚଳାଇ ଲୁଟ୍‌ ଉଦ୍ୟମ

ଟିକିରି,୧୫ା୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା କାଶୀପୁର ବ୍ଲକ ଦୁଡୁକାବାଲ ପଞ୍ଚାୟତ ଅନ୍ତର୍ଗତ କାଳିଆପଡ଼ା ଘାଟିରେ ରବିବାର ଭୋର୍‌ରୁ ଲୁଟ୍‌ ଉଦ୍ୟମ ହୋଇଛି। ଉତ୍କଳ ଆଲୁମିନା କମ୍ପାନୀରୁ ଆଲୁମିନା...

ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୫।୮(ବ୍ୟୁରୋ): ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳର ଐତିହାସିକ ବିଜୟ ପରେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୪୧ବର୍ଷ ପରେ ହକିରେ ଭାରତର ଏହି...

ପାଣି ପାଇଁ ଦୁଇ ଗ୍ରାମ ମଧ୍ୟରେ ସଂଘର୍ଷ: ତୀରମାଡ଼ରେ ଯୁବକ ମୃତ

ନରସିଂହପୁର, ୫ା୮(ଡି.ଏନ.ଏ./ସ୍ବ.ପ୍ର.): କଟକ ଜିଲା ନରସିଂହପୁର ଥାନା ଅଧୀନ ସାଗର ଏବଂ ପାଞ୍ଚଗୋଚ୍ଛିଆ ଗ୍ରାମବାସୀଙ୍କ ମଧ୍ୟରେ ରବିବାର ପାଣି ପାଇଁ ଗୋଷ୍ଠୀ ସଂଘର୍ଷ ଘଟିଛି। ଏଥିରେ...

ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର,୧୩ା୧୧(ବ୍ୟୁରୋ): ସ୍କୁଲ ପାଠ୍ୟକ୍ରମରେ ସ୍ଥାନ ପାଇବ ବନ୍ଦେ ଉତ୍କଳ ଜନନୀ। ସାଢ଼େ ୪ କୋଟି ଓଡ଼ିଆଙ୍କ ହୃଦୟର ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଏଣିକି ମାଧ୍ୟମିକ...

Advertisement
Archives

Model This Week