‘ଦେଶ ପାଇଁ ଗର୍ବର ମୁହୂର୍ତ୍ତ’

ଭୁବନେଶ୍ୱର,୧୬ା୭(ବ୍ୟୁରୋ): ୭୫ତମ ସ୍ବାଧୀନତା ଦିବସ ପାଳନ ଉପଲକ୍ଷେ ଭାରତରେ ଚେସ୍‌ ଅଲିମ୍ପିଆଡ୍‌ ଆୟୋଜନ ଦେଶ ପାଇଁ ଗର୍ବର ମୁହୂର୍ତ୍ତ। ଭାରତ ଚେସ୍‌ର ଉତ୍ପତ୍ତି ସ୍ଥଳ। ଅତୀତରେ ଚେସ୍‌କୁ ସତରଞ୍ଜ ଭାବେ ଖେଳାଯାଉଥିଲା। ଏହି ଖ୍ୟାତିସମ୍ପନ୍ନ କ୍ରୀଡ଼ାରେ ଓଡ଼ିଶା ଭଲ ପ୍ରଦର୍ଶନ କରି ଆସୁଛି। ଅନେକ ଓଡ଼ିଆ ଖେଳାଳି ଜାତୀୟ ଓ ଅନ୍ତର୍ଜାତୀୟସ୍ତରରେ ସଫଳତା ସାଉଁଟୁଛନ୍ତି। ଓଡ଼ିଶାରେ ୨୦୧୬ରେ ବିଶ୍ୱ କନିଷ୍ଠ ଚେସ୍‌ ଚାମ୍ପିୟନଶିପ୍‌ ଆୟୋଜନ କରାଯାଇଥିଲା। ଏହି ଖେଳ ପାଇଁ ବିଶେଷ କ୍ରୀଡ଼ା ଭିତ୍ତିଭୂମି କିମ୍ବା ସରଞ୍ଜାମର ଆବଶ୍ୟକତା ନାହିଁ। ରାଜ୍ୟରେ ଏହି କ୍ରୀଡ଼ାର ପ୍ରସାର ପାଇଁ ପ୍ରୋତ୍ସାହିତ କରାଯିବ। ବିଦ୍ୟାଳୟ, ମହାବିଦ୍ୟାଳୟସ୍ତରରେ ପେସାଦାର ପ୍ରତିଯୋଗିତାର ଆୟୋଜନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶୁକ୍ରବାର ଚେସ୍‌ ଅଲିମ୍ପିଆଡ୍‌ ମଶାଲକୁ ମୁଖ୍ୟମନ୍ତ୍ରୀ ସ୍ବାଗତ କରିଥିବାବେଳେ ଲୋକସେବା ଭବନରେ ଭବ୍ୟ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଯୋଗଦେଇ ସେ ଓଡ଼ିଶାରେ ଚେସ୍‌ର ବିକାଶ ଲାଗି ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଡବ୍ଲ୍ୟୁଜିଏମ୍‌ କିରଣ ମନୀଷା ମହାନ୍ତି ରିଲେ ଟର୍ଚ୍ଚକୁ ଲୋକସେବା ଭବନକୁ ଆଣିଥିଲେ। ଏହାକୁ ମୁଖ୍ୟମନ୍ତ୍ରୀ ଚେସ୍‌ ତାରକା ପଦ୍ମିନୀ ରାଉତଙ୍କୁ ହସ୍ତାନ୍ତର କରିଥିଲେ। ଓଡ଼ିଶାକୁ ମଶାଲ ଆସିଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ପ୍ରକାଶ କରିଛନ୍ତି।
ଚେସ୍‌ ଅଲିମ୍ପିୟାଡ ମଶାଲ କିଟ୍‌ କନ୍‌ଭେନଶନ-ପୁରୀ-କୋଣାର୍କ ସୂର୍ଯ୍ୟ ମନ୍ଦିର ପରିକ୍ରମା କରି ଭୁବନେଶ୍ୱର ବିମାନବନ୍ଦରକୁ ବାହୁଡ଼ିବ। ସେଠାରୁ ରାୟପୁର ଅଭିମୁଖେ ଯିବ। ସୂଚନାଯୋଗ୍ୟ, ଶୁକ୍ରବାର ସକାଳୁ ଦିଲ୍ଲୀରୁ ଆସି ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚତ୍ବା ପରେ ମଶାଲକୁ ସ୍ବାଗତ କରାଯାଇଥିଲା। ସେଠାରୁ ବିରାଟ ଶୋଭାଯାତ୍ରାରେ ମଶାଲକୁ ରାଜ୍ୟ ଅତିଥି ଭବନକୁ ନିଆଯିବା ପରେ ଲୋକସେବା ଭବନରେ ପହଞ୍ଚତ୍ଥିଲା। ସୂଚନାଯୋଗ୍ୟ, ଆସନ୍ତା ୨୮ରୁ ତାମିଲନାଡୁ ମହାବଲ୍ଲିପୁରମ୍‌ରେ ଚେସ୍‌ ଅଲିମ୍ପିୟାଡ୍‌ ଅନୁଷ୍ଠିତ ହେବ। ଏଥିରେ ୧୮୮ ଦେଶ ଭାଗ ନେବେ। ଓଡ଼ିଶାରୁ ପଦ୍ମିନୀଙ୍କ ସମେତ ୬ ଜଣ ଅଂଶଗ୍ରହଣ କରିବେ। ସମ୍ବର୍ଦ୍ଧନା ଉତ୍ସବରେ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଏମ୍‌ପି ଅଚ୍ୟୁତ ସାମନ୍ତ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?