ସ୍କୁଲ ଯାଇ ଘରକୁ ଫେରିପାରିଲେନି ୧୪ ଛାତ୍ରୀଛାତ୍ର

ବୌଦ୍ଧ, ୧୬ା୭(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ବାଣୀଭୂଷଣପୁର ଗ୍ରାମପଞ୍ଚାୟତ ଡିଗିସିରା ଗ୍ରାମର ୧୪ ଛାତ୍ରୀଛାତ୍ର ଗୁରୁବାର ସ୍କୁଲକୁ ଯାଇ ଘରକୁ ଫେରିପାରି ନ ଥିଲେ। ଅପରାହ୍ନରେ ସ୍କୁଲରୁ ଘରକୁ ଫେରୁଥିବାବେଳେ ଲକ୍ଷ୍ମୀନାଳରେ ଉଛୁଳା ପାଣି ପ୍ରବାହିତ ହେଉଥିବାରୁ ନାଳ ପାରିହୋଇ ନ ପାରି ଅଟକି ଯାଇଥିଲେ। ତେଣୁ ନାଳ ପାର୍ଶ୍ୱରେ ଜାତୀୟ ରାଜପଥ କଡ଼ରେ ଥିବା ଏକ ଗ୍ୟାରେଜରେ ରାତିରେ ରହିବାକୁ ବାଧ୍ୟ ହୋଇଥିଲେ। ଶୁକ୍ରବାର ସକାଳୁ ନାଳରେ ପାଣି କମିବା ପରେ ସେମାନଙ୍କ ସମ୍ପର୍କୀୟ ଗ୍ୟାରେଜକୁ ଆସି ଛାତ୍ରୀଛାତ୍ରଙ୍କୁ କାନ୍ଧରେ ବୋହି ନାଳ ପାରକରି ଘରକୁ ନେଇଥିଲେ।
ହରଭଙ୍ଗା ବ୍ଲକର ହେଡକ୍ୱାର୍ଟର ପଞ୍ଚାୟତ ବାଣୀଭୂଷଣପୁର ହୋଇଥିଲେ ବି ଉକ୍ତ ପଞ୍ଚାୟତର କେତେକ ଗ୍ରାମକୁ ଏବେବି ଠିକ୍‌ ଭାବେ ରାସ୍ତା ନାହିଁ। ସେଥିମଧ୍ୟରେ ଡିଗିସିରା ଅନ୍ୟତମ। ଗ୍ରାମରେ ପାଖାପାଖି ୧୦୦ରୁ ଅଧିକ ଗରିବ ପରିବାର ବସବାସ କରନ୍ତି। ଗ୍ରାମଟି ଖୋର୍ଦ୍ଧା-ବଲାଙ୍ଗୀର ଜାତୀୟ ରାଜପଥ କଡ଼ରେ ଥିଲେ ମଧ୍ୟ ଗାଁକୁ ଯିବାକୁ ହେଲେ ଲକ୍ଷ୍ମୀନାଳ ପାରହେବାକୁ ପଡ଼ିଥାଏ। ଗ୍ରାମବାସୀ ନାଳ ପାରି ହେବା ପରେ ହିଁ ଦୈନନ୍ଦିନ ସାମଗ୍ରୀ କିଣିବା ପାଇଁ ବଜାରକୁ ଯାଆନ୍ତି। ପିଲାମାନେ ମଧ୍ୟ ପାଠପଢିବାକୁ ବାହାରକୁ ଯାଇଥାନ୍ତି। ଗ୍ରାମରେ କୌଣସି ବିଦ୍ୟାଳୟ ନ ଥିବାରୁ ପିଲାମାନେ ନିକଟସ୍ଥ ଯାଜପୁରଠାରେ ଥିବା ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲକୁ ଜଙ୍ଗଲ ରାସ୍ତାରେ ଯାଇ ପାଠ ପଢୁଥିବାବେଳେ ଉଚ୍ଚ ଶିକ୍ଷା ପାଇଁ ପୁରୁଣାକଟକ କିମ୍ବା ଚାରିଛକ ଉପରେ ନିର୍ଭର କରିଥାନ୍ତି। ପୁରୁଣାକଟକ କିମ୍ବା ଚାରିଛକ ଆସିବାକୁ ହେଲେ ଉକ୍ତ ନାଳ ପାର ହେବାକୁ ପଡ଼ିଥାଏ। ସବୁଦିନ ପରି ଗୁରୁବାର ଗ୍ରାମର ୧୪ ଛାତ୍ରୀଛାତ୍ର ପୁରୁଣାକଟକକୁ ପାଠ ପଢିବାକୁ ଆସିଥିଲେ। କିନ୍ତୁ ବିଦ୍ୟାଳୟ ଛୁଟି ପରେ ଘରକୁ ଫେରିବା ସମୟରେ ବର୍ଷା ଯୋଗୁ ଲକ୍ଷ୍ମୀନାଳରେ ଉଛୁଳା ପାଣି ପ୍ରବାହିତ ହୋଇଥିଲା। ତେଣୁ ଛାତ୍ରୀଛାତ୍ର ଘରକୁ ଫେରିପାରି ନ ଥିଲେ।
ପ୍ରକାଶ ଯେ, ବର୍ଷାଦିନେ ନାଳ ଯୋଗୁ ଗ୍ରାମର ଛାତ୍ରୀଛାତ୍ରଙ୍କ ଅଧାଦିନ ପାଠପଢିବା ବନ୍ଦ ହୋଇଯାଇଥାଏ। ପ୍ରଶାସନ ପକ୍ଷରୁ ଉକ୍ତ ଗ୍ରାମକୁ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଧାରେ ଅଟକିଲା ଧାନମଣ୍ଡି ନିର୍ମାଣ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ରାଜ୍ୟରେ ଅଧିକ ଧାନ ଉତ୍ପାଦନ ଯୋଗୁ ଜିଲାର ଏଭଳି ପରିଚୟ ରହିଛି। ହେଲେ ଏଠାରେ ଚାଷ, ଚାଷୀଙ୍କ…

ଖରାଦିନେ ଫ୍ରିଜରେ ଜମୁଛି କି ମୋଟା ବରଫ ସ୍ତର? କରନ୍ତୁନି ହେୟଜ୍ଞାନ, ଏହି ୪ ଉପାୟରେ…

ଗ୍ରୀଷ୍ମ ଋତୁରେ ଫ୍ରିଜ ପ୍ରତ୍ୟେକ ଘରର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ପାଲଟିଯାଏ। ମାତ୍ର ଅନେକ ସମୟରେ ଲୋକମାନେ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ସେଇଟି ହେଉଛି…

ବରଗଡ଼ ଟାଉନ କେନାଲର ହେବ ସୌନ୍ଦର୍ଯ୍ୟକରଣ, ନିର୍ମାଣ ହେବ ବକ୍ସ କଣ୍ଡୁଇଟ

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ କେନାଲର ଉନ୍ନତିକରଣ ଓ ସୌନ୍ଦର୍ଯ୍ୟକରଣ ସହିତ କେନାଲ ଉପରେ ବକ୍ସ କଣ୍ଡୁଇଟ ନିର୍ମାଣ ହେବ। ରବିବାର ସନ୍ଧ୍ୟାରେ ଏହାର ଭିତ୍ତିପ୍ରସ୍ତର ସ୍ଥାପନ…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, ଗାଡି ସହ ଡ୍ରାଇଭର ଫେରାର

ବରଗଡ଼,୧୭।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅଧୀନ ଗୋବିନ୍ଦପୁର ଛକ ନିକଟରେ ରବିବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ…

ଅଧରାତିରେ ପ୍ରେମିକାଙ୍କୁ ଭେଟିବାକୁ ଲୁଚିଛପି ଯାଇଥିଲେ ପ୍ରେମିକ, ଗାଁ  ଲୋକଙ୍କ ହାବୁଡ଼ରେ ପଡ଼ିବା ପରେ…

ପାଟନା,୧୭।୫: ବିହାରର ମୁଜାଫରପୁର ଜିଲାରୁ ଏକ ଚକିତ କଲା ଭଳି ଖବର ସାମ୍ନାକୁ ଆସିଛି। ରାତିର ଅନ୍ଧାରରେ ପ୍ରେମିକାକୁ ଦେଖା କରିବାକୁ ଆସିଥିବା ଜଣେ ପ୍ରେମିକକୁ ଗ୍ରାମବାସୀ…

ବଜ୍ରପାତରେ ଚାଲିଗଲା ଶ୍ରମିକଙ୍କ ଜୀବନ, ୨ ଆହତ

କୁଆଁରମୁଣ୍ଡା,୧୭ା୫(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ରାଏବୋଗା ଥାନା ଝୁନୁମୁରରେ ରହି ଦିନ ମଜୁରିଆ ଭାବେ କାମ କରୁଥିବା ବୁଧୁଆ ବାଗେ(୩୧)ଙ୍କ ବଜ୍ରପାତରେ ମୃତ୍ୟୁ ଘଟିଛି। ତାଙ୍କ…

ପରିବାରଲୋକଙ୍କୁ ଅଟକ ରଖି କୋଦାଳରେ ଆକ୍ରମଣ କରିଥିଲେ ଯୁବକ, ବାନ୍ଧିଲା ପୋଲିସ

ଆନନ୍ଦପୁର,୧୭ା୫(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ପୌରପାଳିକା ଫକୀରପୁର ଗ୍ରାମର ପ୍ରଶାନ୍ତ କୁମାର ଦାସ ପରିବାର ଲୋକଙ୍କୁ ଆକ୍ରମଣ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି…

‘୩ ପରୀକ୍ଷା, ଜଣେ ମନ୍ତ୍ରୀ…’ଧର୍ମେନ୍ଦ୍ରଙ୍କୁ କାହିଁକି ବରଖାସ୍ତ କରୁନାହାନ୍ତି ମୋଦି; ବର୍ଷିଲେ…

ନୂଆଦିଲ୍ଲୀ,୧୭।୫: ଲୋକ ସଭାର ବିରୋଧୀ ଦଳ ନେତା ତଥା କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରବିବାର  ପୁଣି ନିଟ୍‌(NEET) ପେପର ଲିକ୍‌ ମାମଲା ଏବଂ ଶିକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri