ବିରୋଧ, ବିକ୍ଷୋଭ

ଭୁବନେଶ୍ୱର,୨୬।୯(ବ୍ୟୁରୋ): କେନ୍ଦ୍ର ସରକାରଙ୍କ କୃଷି ବିଲ୍‌କୁ ବିରୋଧ କରି ଭାରତୀୟ କିଷାନ ୟୁନିୟନ, ଅଲ୍‌ ଇଣ୍ଡିଆ କୃଷକ ସଂଗଠନ, ଅଖିଳ ଭାରତ କିଷାନ ସଂଘର୍ଷ ସମନ୍ବୟ ସମିତି, ଅଲ୍‌ ଇଣ୍ଡିଆ କିଷାନ ମହାସଂଘ ଭଳି ୨୪ଟି ସଂଗଠନ ପକ୍ଷରୁ ଶୁକ୍ରବାର ଦେଶବ୍ୟାପୀ ଆନ୍ଦୋଳନ ଓ ବନ୍ଦ ପାଳନ କରାଯାଇଛି । ଏହାର ପ୍ରଭାବ ଓଡ଼ିଶାରେ ଅନୁଭୂତ ହୋଇଛି। ରାଜ୍ୟର ୧୫ଟି ପ୍ରମୁଖ କୃଷକ ସଂଗଠନ, ୮ଟି କେନ୍ଦ୍ରୀୟ ଟ୍ରେଡ ୟୁନିୟନ, ୮ଟି ରାଜନୈତିକ ଦଳ ରାଜଧାନୀ ଏବଂ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରତିବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଏହି ବନ୍ଦକୁ ସମର୍ଥନ କରି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ଓଡିଶା ଶାଖା ପକ୍ଷରୁ ରାଜଧାନୀର ମାଷ୍ଟରକ୍ୟାଣ୍ଟିନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେହିପରି କେନ୍ଦୁଝର ଜିଲା ପାଟଣା ବ୍ଲକ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ୨୨୦ ନମ୍ବର ଜାତୀୟ ରାଜପଥ ଅବରୋଧ କରି କୃଷି ବିଲ୍‌କୁ ବିରୋଧ କରିଥିଲେ। ଅତ୍ୟାବଶ୍ୟକ ସେବା ଆଇନ-୧୯୫୫କୁ ସଂଶୋଧନ, କଣ୍ଟ୍ରାକ୍ଟ ଫାର୍ମିଂ ଏବଂ ଇ- ମାର୍କେଟିଂ ନାମରେ କୃଷି ଉତ୍ପାଦନ ବିପଣନ କମିଟିଗୁଡିକୁ ଭାଙ୍ଗିବା ପାଇଁ କୃଷି ବିଲ୍‌ରେ ଚକ୍ରାନ୍ତ କରାଯାଇଛି। ତାହା ଭାରତ ବର୍ଷର କୃଷକମାନଙ୍କ ପାଇଁ ମୃତ୍ୟୁ ଘଣ୍ଟି ସାଜିବ। ଏହାକୁ ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ପକ୍ଷରୁ କଡା ବିରୋଧ କରାଯାଉଛି ବୋଲି ଅଲ୍‌ ଇଣ୍ଡିଆ କିଷାନ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ କହିଛନ୍ତି। ଏହି ସର୍ବନାଶକାରୀ କୃଷି ଆଇନ ଏବଂ ଅତ୍ୟାବଶ୍ୟକ ସେବା ଆଇନ ସଂଶୋଧନ ଦ୍ୱାରା ଦେଶର ୮୬ ପ୍ରତିଶତ କୃଷକ ସମ୍ପୂର୍ଣ୍ଣ ଭାବେ କ୍ଷତିଗ୍ରସ୍ତ ହେବେ। ଓଡ଼ିଶାର ୯୨ ଭାଗ କୃଷକ ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହେବେ। ଆମ ଦେଶର ଅଧିକାଂଶ କୃଷକ ହେଉଛନ୍ତି କ୍ଷୁଦ୍ର, ନାମମାତ୍ର ଏବଂ ଭୂମିହୀନ ଚାଷୀ। ଏହାଦ୍ୱାରା କୋଟି କୋଟି ସାଧାରଣ ଖାଉଟି ମଧ୍ୟ ପ୍ରଭାବିତ ହେବେ। ବୃହତ୍‌ କମ୍ପାନୀଗୁଡିକ କୃଷି ଜମି ଅଧିଗ୍ରହଣ, କୃଷି ଉତ୍ପାଦନ ଏବଂ କୃଷି ବ୍ୟବସାୟ ଉପରେ ନିଜର ଏକଚାଟିଆ ଅଧିକାର ଜାହିର କରିବେ। ରାଜଧାନୀଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ପର୍ଯ୍ୟନ୍ତ ପିକେଟିଂ, ଧାରଣା, ବିକ୍ଷୋଭ, ପଟୁଆର, ସଭା ଓ ରାସ୍ତା ଅବରୋଧ ଜରିଆରେ କୃଷକମାରଣ କୃଷି ବିଲ୍‌କୁ ବିରୋଧ କରାଯାଇଛି। ରାଜଧାନୀରେ ମିଳିତ ପ୍ରତିବାଦ ସାଙ୍ଗକୁ ଜୟଦେବ ବିହାର ଛକ, ପାତ୍ରପଡା ଆଇନକ୍ସ ଛକ, କୃଷି ଭବନ ସମ୍ମୁଖ ଏବଂ ଡମଣାଠାରେ ବିଭିନ୍ନ ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଇଛି।
ଭୁବନେଶ୍ୱରରେ ଅନୁଷ୍ଠିତ ପ୍ରତିବାଦ ଆନ୍ଦୋଳନରେ ଅଲ୍‌ ଇଣ୍ଡିଆ କିଷାନ ସଭାର ରାଜ୍ୟ ସମ୍ପାଦକ ସୁରେଶ ପାଣିଗ୍ରାହୀ, ଅଖିଳ ଭାରତ କୃଷକ ସଭା ରାଜ୍ୟ ସଭାପତି ଶଶି ଭୂଷଣ ସ୍ବାଇଁ, ଅଲ୍‌ ଇଣ୍ଡିଆ ଅଗ୍ରଗାମୀ କିଷାନ ସଭାର ରାଜ୍ୟ ଉପଦେଷ୍ଟା ଜ୍ୟୋତିରଞ୍ଜନ ମହାପାତ୍ର, ଅଖିଳ ଭାରତ କୃଷକ ମହାସଭାର ରାଜ୍ୟ ନେତା ମହେନ୍ଦ୍ର ପରିଡା, ଇଣ୍ଡିଆନ ସୋସିଆଲ ଆକ୍ସନ ଫୋରମର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ଉପଦେଷ୍ଟା ରବି ଦାସ ପ୍ରମୁଖ ଆନ୍ଦୋଳନରେ ସାମିଲ ହୋଇଥିଲେ। କୃଷି ବିଲ ବିରୋଧରେ କୃଷକ ସଂଗଠନଗୁଡିକୁ କଂଗ୍ରେସ ସମର୍ଥନ ଜଣାଇଛି। କୃଷକ କଂଗ୍ରେସ ରାଜ୍ୟ ସଭାପତି ଅମିୟ ପଟ୍ଟନାୟକ, କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ ଏବଂ ଅନ୍ୟ ନେତାମାନେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। କେନ୍ଦ୍ର ସରକାରଙ୍କର ଏହି ଚାଷୀମାରଣ ନୀତିକୁ ଆଦୌ ବରଦାସ୍ତ କରାଯିବ ନାହିଁ। କଂଗ୍ରେସ ପକ୍ଷରୁ ଦେଶବ୍ୟାପୀ ଆନ୍ଦୋଳନକୁ ସମର୍ଥନ କରାଯାଇଛି। ଓଡିଶାରେ ମଧ୍ୟ କଂଗ୍ରେସ ତରଫରୁ ଏହି ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ସୁରେଶ ରାଉତରାୟ କହିଛନ୍ତି।
ଏଥିସହିତ ଏହି ଆନ୍ଦୋଳନକୁ ବରିଷ୍ଠ ନେତା ଜନାର୍ଦ୍ଦନ ପତି, ଦୁଷ୍ମନ୍ତ ଦାସ, ପ୍ରଭାତ ପାଣିଗ୍ରାହୀ, ସୁର ଜେନା, ବିଜୟ ଜେନା, ଜୟନ୍ତ ଦାସ, ପୂର୍ଣ୍ଣ ଚନ୍ଦ୍ର ବେହେରା, ରାଧାକାନ୍ତ ସେଠୀ, ବଂଶୀଧର ପରିଡା ପ୍ରମୁଖ ସମର୍ଥନ ଜଣାଇଥିଲେ। ଏହି କୃଷକ ବିରୋଧୀ ଏବଂ ଜନ ବିରୋଧୀ ବିଲ୍‌ଗୁଡିକ ପ୍ରତ୍ୟାହାର ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଅଖିଳ ଭାରତ କୃଷକ ସଂଘର୍ଷ ସମନ୍ବୟ ସମିତି ଆବାହକ ମଣ୍ଡଳୀ ତରଫରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri