Posted inଜାତୀୟ

ମୃତଦେହ ରାସ୍ତାରେ ରଖି ବିରୋଧ କଲେ ଜେଲ ସହ ଜରିମାନା: ସରକାର ଆଣୁଛନ୍ତି ନୂଆ ଆଇନ…

ଚଣ୍ଡିଗଡ,୧୩।୧୨ : ଏଣିକି ଲୋକେ ମୃତଦେହକୁ ରାଜପଥ କିମ୍ବା ରାସ୍ତାରେ ରଖି ବିରୋଧ କରିପାରିବେ ନାହିଁ। ଆସନ୍ତା ବିଧାନସଭା ଅଧିବେଶନରେ ହରିୟାଣା ସରକାର ଏକ ନୂତନ ବିଲ ଆଣୁଛନ୍ତି। ଯାହା ଅନ୍ତର୍ଗତ ଏଭଳି କରିବା ଏକ ଆଇନଗତ ଅପରାଧ ହେବ।

ବାସ୍ତବରେ, ହରିୟାଣା ବିଧାନସଭାର ଶୀତ ଅଧିବେଶନ ୧୫ ଡିସେମ୍ବରରୁ ଆରମ୍ଭ ହେଉଛି। ଏହି ଅଧିବେଶନରେ ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ସରକାର ହରିୟାଣା ମୃତ ଦେହ ସମ୍ମାନ ବିଲ ଆଣିବେ। ବିଲରେ ଅନେକ ବ୍ୟବସ୍ଥା କରାଯାଇଛି। ଦଣ୍ଡ ସହିତ ଦୋଷୀମାନଙ୍କ ଉପରେ ମଧ୍ୟ ଜରିମାନା ଲାଗୁ କରାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କର୍ତ୍ତୃପକ୍ଷ ମୃତ ଦେହ ଊପରେ ନିଜର ଅଧିକାର ଜାହିର କରି ଶେଷ ରୀତିନୀତି କରିପାରିବେ।

ବିଲରେ ଏକ ବ୍ୟବସ୍ଥା ଅଛି ଯଦି କେହି ମୃତ ଶରୀର ସହିତ କୌଣସି ପ୍ରକାରର ବିରୋଧ କରନ୍ତି, ତେବେ ଏହା ଅପରାଧ ବର୍ଗରେ ପଡ଼ିବ। ମୃତକଙ୍କ ପରିବାର ଏବଂ ବିକ୍ଷୋଭକାରୀଙ୍କ ବିରୋଧରେ ମାମଲା ରୁଜୁ ହେବ। ଯଦି ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ଗୋଟିଏ ବର୍ଷ ଜେଲ ଓ ୫୦ ହଜାର ଟଙ୍କା ଜୋରିମାନା ଲାଗୁ କରାଯିବ।

ସିଏମ ମନୋହର ଲାଲ ଖଟ୍ଟର ଏବଂ ଗୃହ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ଅନୀଲ ବିଜ୍‌ ଏହି ବିଲର କିଛି ବ୍ୟବସ୍ଥା ଉପରେ ଆପତ୍ତି ଉଠାଇଥିଲେ ଏବଂ ଏହା ପରେ ବିଲର ଡ୍ରାଫ୍ଟ ଉପରେ ପୁଣି ଆଲୋଚନା ହୋଇଥିଲା। ଅପରପକ୍ଷରେ, ହରିୟାଣା ସରକାର ରାଜସ୍ଥାନ ସମେତ ଅନ୍ୟାନ୍ୟ ରାଜ୍ୟର ଆଇନ ମଧ୍ୟ ଅଧ୍ୟୟନ କରିବେ ଏବଂ ତା’ପରେ ଡ୍ରାଫ୍ଟରେ ସଂଶୋଧନ କରିବେ।

ବିଲରେ ଏକ ବ୍ୟବସ୍ଥା ଥିଲା ଯଦି କେହି ଘରୋଇ ଡାକ୍ତରଖାନାରେ ବିଲ ପୈଠ କରିବାକୁ ଅସମର୍ଥ ତେବେ ମୃତଦେହ ପରିବାର ସଦସ୍ୟଙ୍କୁ ଦିଆଯିବ ଏବଂ ଡାକ୍ତରଖାନା ଶବ ହସ୍ତାନ୍ତର କରିବାକୁ ମନା କରିପାରିବେ ନାହିଁ। କିନ୍ତୁ ବର୍ତ୍ତମାନ ଏହି ବ୍ୟବସ୍ଥା ସମ୍ବନ୍ଧରେ ଏକ ସଂଶୋଧନ ହେବ। ନ ଡାକ୍ତରଖାନା ପରିଚାଳନା ବିଲ ପୈଠ ନ କରି ମୃତଦେହକୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ନାହିଁ। ଏହାର ଅର୍ଥ ବିଲ ଦେବାକୁ ପଡିବ। ଅନ୍ୟପକ୍ଷରେ ଯଦି ମୃତଦେହକୁ ରାସ୍ତାରେ ରଖି ବିରୋଧ କରାଯାଏ, ତେବେ ପୋଲିସ ଓ ପ୍ରଶାସନ ମୃତଦେହର ଶେଷ ରୀତିନୀତି କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

ଏସୀୟ କ୍ରୀଡ଼ା ଫାଇନାଲରେ କ’ଣ ପାକିସ୍ତାନୀ ଖେଳାଳିଙ୍କ ସହ ହାତ ମିଳାଇବେ ନାହିଁ ଭାରତୀୟ ଖେଳାଳି? ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୧।୧୦: ଯେତେବେଳେ ଭାରତୀୟ ଏବଂ ପାକିସ୍ତାନୀ କ୍ରିକେଟ ଦଳ ପଡ଼ିଆରେ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଦୃଷ୍ଟି କେବଳ ମ୍ୟାଚ ମଧ୍ୟରେ ସୀମିତ ରହେ ନାହିଁ। ଉଭୟ…

ଦୀପାବଳି ପୂର୍ବରୁ କର୍ମଚାରୀ, ପେନସନଭୋଗୀଙ୍କୁ ବଡ଼ ଉପହାର ଦେଲେ ସରକାର: ବଢିଲା…

ନୂଆଦିଲ୍ଲୀ,୧।୧୦: କେନ୍ଦ୍ରୀୟ କର୍ମଚାରୀମାନେ ଅଷ୍ଟମ ବେତନ କମିଶନର ସୁପାରିସକୁ ବେଶ ଉତ୍ସୁକତାର ସହ ଅପେକ୍ଷା କରିଛନ୍ତି। ଏହାରି ମଧ୍ୟରେ ଦୀପାବଳି ପୂର୍ବରୁ ବିଭିନ୍ନ ରାଜ୍ୟ ସରକାର ନିଜ…

ଆରାଧନାଙ୍କୁ ମିଳିପାରେ ଗୁରୁ ଦାୟିତ୍ୱ; ଅଜୟ ରାୟଙ୍କୁ ମିଳିପାରେ ଛୁଟି

ନୂଆଦିଲ୍ଲୀ,୧।୧୦: ମିଳିଥିବା ସୂତ୍ର ଅନୁଯାୟୀ, ଆରାଧନା ମିଶ୍ର ୟୁପି (ଉତ୍ତର ପ୍ରଦେଶ) କଂଗ୍ରେସର ରାଜ୍ୟ ସଭାପତି ହୋଇପାରନ୍ତି। ଉତ୍ତର ପ୍ରଦେଶରେ ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା…

ରୁଷିଆ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ପାଇଁ MEA ପକ୍ଷରୁ ଆଡଭାଇଜରୀ ଜାରି; କୁହାଯାଇଛି ଯେ, ‘ରିପୋର୍ଟରୁ ଜଣାପଡ଼ୁଛି ଯେ…’

ନୂଆଦିଲ୍ଲୀ,୧।୧୦: ଭାରତ ସରକାର ରୁଷିଆ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ଆଡଭାଇଜରୀ ଜାରି କରିଛନ୍ତି। ଗୁରୁବାର ‘ଏକ୍ସ’ (X) ରେ ଏକ ପୋଷ୍ଟ ମାଧ୍ୟମରେ ବୈଦେଶିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?