ପରୀକ୍ଷା ବାତିଲ ଦାବିରେ ବିକ୍ଷୋଭ

ଆନନ୍ଦପୁର,୨୯।୧(ସ୍ବ.ପ୍ର.) କେନ୍ଦୁଝର ଜିଲା ଆନନ୍ଦପୁର ଓ ଏହା ନିକଟ ଅଞ୍ଚଳରେ ଥିବା ଯୁକ୍ତ ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରୀଛାତ୍ର ପରୀକ୍ଷା ବାତିଲ ଦାବିରେ ଶୁକ୍ରବାର ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସେମାନେ ରାଲିରେ ଆସି ଆନନ୍ଦପୁର ଉପଜିଲାପାଳଙ୍କ ଅଫିସ ଆଗରେ ପହଞ୍ଚି ବିକ୍ଷୋଭ କରିଥିଲେ। କରୋନା ମହାମାରୀ ପାଇଁ ଶିକ୍ଷାଦାନ ପ୍ରଭାବିତ ହୋଇଛି। ଅଫ୍‌ଲାଇନ କ୍ଲାସ ମାଧ୍ୟମରେ ଶିକ୍ଷାବର୍ଷର କୋର୍ସ ଅଧୁରା ରହିଛି। ଅନ୍‌ଲାଇନ କ୍ଲାସ ସମୟରେ ଅନେକ ଛାତ୍ରଛାତ୍ରୀ ମୋବାଇଲ ଅଭାବ ଯୋଗୁ ଠିକ୍‌ ଭାବେ ପାଠ ପଢ଼ିପାରି ନାହାନ୍ତି। ଏପରି ସ୍ଥଳେ ଶିକ୍ଷା ବିଭାଗ ପକ୍ଷରୁ ଅଫ୍‌ଲାଇନ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ କୁହାଯାଇଛି। ଏହାକୁ ଦୃଢ଼ ବିରୋଧ କରିଛନ୍ତି ଛାତ୍ରୀଛାତ୍ର। ପାଠପଢ଼ା ବନ୍ଦ ରହିଥିବାରୁ ଶିକ୍ଷାଦାନ ପ୍ରଭାବିତ ହୋଇଛି। କ୍ୱାର୍ଟରଲି ପରୀକ୍ଷାରେ ରଖିଥିବା ମାର୍କକୁ ଆଧାର କରି ପରୀକ୍ଷାଫଳ ପ୍ରକାଶ ପାଉ ଏବଂ ବୋର୍ଡ ପରୀକ୍ଷା ବନ୍ଦ କରାଯାଉ ବୋଲି ଛାତ୍ରୀଛାତ୍ର ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବଶତ୍ରୁତାରୁ ଠେଙ୍ଗା-ପଥରମାଡ଼: ୫ ଗୁରୁତର

ଘସିପୁରା,୬ା୧୨(ନିରଞ୍ଜନ ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଆଗର୍ଦା ଗ୍ରାମରେ ଗୋଷ୍ଠୀ ସଂଘର୍ଷ ଘଟି ୫ ଗୁରୁତର ହୋଇଥିବା ସୂଚନା ମିଳିଛି। ପୂର୍ବଶତ୍ରୁତାକୁ...

ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ବୁହାହେଲେ ରୋଗୀ

କେନ୍ଦୁଝର,୬ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ରାସ୍ତା ଅତ୍ୟନ୍ତ ଶୋଚନୀୟ ଯୋଗୁ ଗାଁ ଭିତରକୁ ଆମ୍ବୁଲାନ୍ସ ପଶି ପାରିଲାନି। ଫଳରେ ରୋଗୀ ଷ୍ଟ୍ରେଚରରେ ବୁହା ହୋଇ ମେଡିକାଲ ଯାଇଛନ୍ତି।...

ସ୍କୁଲ ୟୁନିଫର୍ମ, ଜୋତା ଗୁଣବତ୍ତା ପ୍ରଭାବିତ ହେଉଛି

ରସୁଲପୁର,୬।୧୨(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅଧୀନ ୨୮ ପଞ୍ଚାୟତର ୨୧୭ ବିଦ୍ୟାଳୟରେ ୩୦ହଜାରୁ ଊର୍ଦ୍ଧ୍ୱ ବିଦ୍ୟାର୍ଥୀ ଅଧ୍ୟୟନ କରୁଛନ୍ତି। ସେମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ...

ମାଈ ହାତୀର ଗଳିତ ମୃତଦେହ ଜବତ ଘଟଣା: ତଦନ୍ତ କଲା ମିଳିତ ଟାସ୍କଫୋର୍ସ

ଚମ୍ପୁଆ,୬।୧୨(ମହେଶ୍ୱର ଦାସ): କେନ୍ଦୁଝର ଜିଲା ଚମ୍ପୁଆ ଉପଖଣ୍ଡ କାଳିକାପ୍ରସାଦ ରିଜର୍ଭ ଫରେଷ୍ଟରେ ୩୦ ବର୍ଷୀୟ ମାଈ ହାତୀର ଗଳିତ ମୃତଦେହ ଜବତ ଘଟଣାରେ ମଙ୍ଗଳବାର ଜଏଣ୍ଟ୍‌...

ଆଦିମ ଅଧିବାସୀ ଜୁଆଙ୍ଗଙ୍କ ଜୀବନଧାରା

ବଣପାହାଡ଼ ଘେରା କେନ୍ଦୁଝର ଜିଲାରେ ୪୬ ଜାତିର ଅଧିବାସୀଙ୍କୁ ଆଦିବାସୀ ତାଲିକା ଭୁକ୍ତ କରାଯାଇଛି। ସେଥିମଧ୍ୟରୁ ୧୬ ଆଦିମ ଅଧିବାସୀଙ୍କ ଜୀବନଶୈଳୀରେ ଆଜି ବି ସ୍ବତନ୍ତ୍ରତା...

କେନ୍ଦୁଝର ଦେଇ ଦିଲ୍ଲୀ ଟ୍ରେନ ଚଳାଚଳ ଦାବି: ଦାବି ପୂରଣ ନ ହେଲେ ରେଳରୋକୋ

କେନ୍ଦୁଝର,୫।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ରେଳବାଇ ରାଜସ୍ବ ଆଦାୟ କ୍ଷେତ୍ରରେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ହେଲେ ରେଳ ବିଭାଗ କେନ୍ଦୁଝର ଜିଲାକୁ...

ବାଘ ଭୟରେ ଦୋକାନ ବଜାର ବନ୍ଦ

ହାଟଡିହୀ,୪l୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ବାଘ ବୁଲୁଥିବା ଗୁଜବକୁ ନେଇ ଭୟର ବାତାବରଣ ଖେଳିଯାଇଛି। ଏହି ବ୍ଲକ ଅଧୀନ ବିଭିନ୍ନ ଛକ...

ଚୋରା ମାଙ୍ଗାନିଜ ବୋଝେଇ ଗାଡ଼ି ନେଇ ଯାଉଥିଲେ ମଝି ରାସ୍ତାରେ ଫାଟିଲା ଚକା : ଧରିଲା ପୋଲିସ 

ଯୋଡ଼ା,୪ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କାରଣ ସାହିଠାରେ ପୋଲିସ ଏକ ଚୋରା ମାଙ୍ଗାନିଜ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri