
ବରଗଡ଼,୨୫।୪(ପ୍ରେମାନନ୍ଦ ଖମାରୀ): ଜମ୍ମୁ କଶ୍ମୀର ପହଲଗାମରେ ସଂଘଟିତ ଆତଙ୍କବାଦୀ ହମଲା ସାରା ଦେଶବାସୀଙ୍କୁ ସ୍ତବ୍ଧ କରି ପକାଇଛି। ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ମୃତକଙ୍କ ଉଦ୍ଦେଶ୍ୟରେ ସବୁଠି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଉଛି। ବରଗଡ଼ ସହରରେ ସ୍ଥାନୀୟ ଭୂତପୂର୍ବ ସୈନିକ ସଂଘର ନେତୃତ୍ୱରେ ଅନୁଷ୍ଠିତ ଅନୁରୂପ କାର୍ଯ୍ୟକ୍ରମରେ ବିଭିନ୍ନ ସଂଗଠନ ସାମିଲ ଥିଲେ ଏବଂ ମହମବତୀ ଜାଳି ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଅନ୍ୟପକ୍ଷରେ ପାକିସ୍ତାନର ଜାତୀୟ ପତାକା ସ୍ବରୂପ ପୋଡି ଆତଙ୍କବାଦୀ ଆକ୍ରମଣର ପ୍ରତିବାଦ କରିଥିଲେ। ସ୍ଥାନୀୟ ଥାନାଛକରୁ ମହମବତୀ ଶୋଭାଯାତ୍ରାରେ ସମସ୍ତେ ବାହାରିଥିଲେ। ଗାନ୍ଧିଛକସ୍ଥିତ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି ତଳେ ମହମବତୀ ସ୍ଥାପନ କରିଥିଲେ। ଏହା ସହିତ ପାକିସ୍ତାନର ଜାତୀୟ ପତାକା ସ୍ବରୂପ ପୋଡି ପ୍ରତିବାଦ କରିଥିଲେ।