ସ୍ମାର୍ଟକେମ୍‌ କମ୍ପାନୀକୁ ବିରୋଧ ଜାରି

ଛତ୍ରପୁର,୧୦ା୧(ଡି.ଏନ୍‌.ଏ.): ଛତ୍ରପୁର ତହସିଲ ଅଧୀନ କାଳିପଲ୍ଲୀଠାରେ ଟାଟା ଇଣ୍ଡଷ୍ଟ୍ରିଆଲ ପାର୍କ ପରିସରରେ ସ୍ମାର୍ଟକେମ୍‌ ଟେକ୍ନୋଲଜି କମ୍ପାନୀ ସ୍ଥାପନକୁ ବିରୋଧ ହେବାରୁ କାମ ବନ୍ଦ ରହିଛି । ଏହି ସାର କାରଖାନା ସ୍ଥାପନକୁ ପୂର୍ବଭଳି ବିରୋଧ ଜାରି ରହିବ ବୋଲି ଗାଁ କମିଟି ବୈଠକରେ ନିଷ୍ପତ୍ତି ହୋଇଛି । ଅନ୍ୟପକ୍ଷରେ ଆନ୍ଦୋଳନକାରୀଙ୍କ ମଧ୍ୟରୁ କେତେଜଣଙ୍କୁ ମୁମ୍ବାଇସ୍ଥିତ ତାଲୋଜା ପ୍ଲାଣ୍ଟ ପରିଦର୍ଶନ ପାଇଁ ପଠାଇବାକୁ ଗାଁ କମିଟିକୁ ଉପଜିଲାପାଳଙ୍କ ପକ୍ଷରୁ ଗତ ୩୦ ତାରିଖରେ ପ୍ରସ୍ତାବ ଦିଆଯାଇଥିଲା । ସେଠାକୁ କେହି ଯିବେନି ବୋଲି ମଧ୍ୟ ଉକ୍ତ ଆଲୋଚନା ବୈଠକରେ ନିଷ୍ପତ୍ତିି ହୋଇଛି । ଆସନ୍ତା ୧୦ ଦିନ ମଧ୍ୟରେ କମ୍ପାନୀ ଏଠାରୁ ଯନ୍ତ୍ରପାତି ଓ ଅନ୍ୟାନ୍ୟ ସରଞ୍ଜାମ ସ୍ଥାନାନ୍ତର କରିବାକୁ ଦାବି ହୋଇଛି । ଏ ସମ୍ପର୍କରେ ଛତ୍ରପୁର ଉପଜିଲାପାଳଙ୍କୁ ଲିଖିତ ଜଣାଇ ଦିଆଯାଇଥିବା କାଳିପଲ୍ଳୀ ଗ୍ରାମ୍ୟ କମିଟି ସଭାପତି ବି.ମୋହନ ପାତ୍ର ସୋମବାର ସୂଚନା ଦେଇଛନ୍ତି।
ସେପଟେ ଉକ୍ତ କମ୍ପାନୀ ବିରୋଧରେ ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ରିଟ୍‌ ପିଟିଶନ ଦାଖଲ ହୋଇଛି । ତେଣୁ କମ୍ପାନୀ ସ୍ଥାପନ କାର୍ଯ୍ୟ ଆରମ୍ଭ ନେଇ ଅନିଶ୍ଚିତତା ଦେଖାଦେଇଛି । ସୂଚନାେଯୋଗ୍ୟ, ପୂର୍ବରୁ ଏହି କମ୍ପାନୀ କାର୍ଯ୍ୟ ଆରମ୍ଭ ନେଇ ଛତ୍ରପୁର ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ତ୍ରିପାକ୍ଷିକ ଆଲୋଚନା ବୈଠକରୁ କୌଣସି ନିଷ୍କର୍ସ ବାହାରି ପାରି ନ ଥିଲା । ଏପରିକି ପରେ ଗାଁରେ ପ୍ରଶାସନିକ ଅଧିକାରୀମାନଙ୍କ ଦ୍ୱାରା ହୋଇଥିବା ଆଲୋଚନା ବୈଠକ ମଧ୍ୟ ବିଫଳ ହୋଇଥିଲା । କମ୍ପାନୀ ହେଲେ ସେଥିରୁ ନିର୍ଗତ ହେବାକୁ ଥିବା ବିଷାକ୍ତ ଗ୍ୟାସରେ କାଳିପଲ୍ଳୀ, ଚମାଖଣ୍ଡି ଆଦି ପଞ୍ଚାୟତର ୨୦ ଖଣ୍ଡ ଗାଁର ଲୋକେ ପ୍ରଭାବିତ ହେବେ। ଏଥିସହ ବିନା ଜନଶୁଣାଣୀରେ ଏହି କାରଖାନା ପ୍ରତିଷ୍ଠା ହେଉଥିବାରୁ ସ୍ଥାନୀୟ ଲୋକେ ବିରୋଧ କରିଥିଲୋ ।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ଲୋକେ କରିଥିଲେ ଏଭଳି ଅପମାନ, ସହି ନପାରି ଜୀବନ ହାରିଲେ ୯ମ ଶ୍ରେଣୀ ଛାତ୍ର

ବେଲଗୁଣ୍ଠା/ ଭଞ୍ଜନଗର, ୨୭ା୭ (କୃଷ୍ଣଚନ୍ଦ୍ର ପଟ୍ଟନାୟକ/ ବାବୁଲା ପ୍ରଧାନ): ପିଲାଙ୍କ ଖେଳବେଳେ ଜଣେ ମହିଳାଙ୍କ ଦେହରେ ବଲ୍‌ ବାଜିଯିବା ଭଳି ସାମାନ୍ୟ ଘଟଣାକୁ ନେଇ ଥାନାରେ...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri