Posted inଜାତୀୟ

ମେଡ଼ିକାଲ ଶିକ୍ଷାରେ ଆତଙ୍କବାଦ ପୀଡ଼ିତଙ୍କୁ ମିଳିବ ସଂରକ୍ଷଣ…

ନୂଆଦିଲ୍ଲୀ,୮।୧୧ : ଜମ୍ମୁ-କଶ୍ମୀରରେ ଆତଙ୍କବାଦରେ ପୀଡିତଙ୍କ ପରିବାରଙ୍କ ସୁବିଧା ପାଇଁ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଆତଙ୍କବାଦ ଦ୍ୱାରା ପ୍ରଭାବିତ ପରିବାରର ପିଲାମାନଙ୍କୁ ସରକାରୀ କଲେଜଗୁଡ଼ିକରେ ଏମବିବିଏସ ଏବଂ ବିଡିଏସ ଭଳି ମେଡିକାଲ ପାଠ୍ୟକ୍ରମରେ ଆଡମିଶନ ପାଇଁ ସଂରକ୍ଷଣ ପ୍ରଦାନ କରାଯିବ। ଏହି ନିଷ୍ପତ୍ତି ୨୦୨୨-୨୩ ଶିକ୍ଷାବର୍ଷ ପାଇଁ ମଧ୍ୟ ପ୍ରଯୁଜ୍ୟ ହେବ। ଭବିଷ୍ୟତରେ ଏହା ଜାରି ରହିବ କି ନାହିଁ ତାହାର ନିଷ୍ପତ୍ତି ନିଆଯିବ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦ୍ୱାରା ଜାରି ବିଜ୍ଞପ୍ତିକୁ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ନେତୃତ୍ୱ ସରକାର ମଧ୍ୟ ଅନୁମୋଦନ କରିଛନ୍ତି।

ମନ୍ତ୍ରଣାଳୟ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି ଯେ ଆତଙ୍କବାଦୀ ଆକ୍ରମଣରେ ଉଭୟ ପିତାମାତାଙ୍କୁ ହରାଇଥିବା ସେହି ପିଲାମାନଙ୍କୁ ପ୍ରାଥମିକତା ଦିଆଯିବ। ଯଦି ପରିବାରର ଏକମାତ୍ର ଅନ୍ନଦାତାଙ୍କର ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ଘଟିଛି କିମ୍ବା ଅକ୍ଷମ ହୋଇଯାଇଛନ୍ତି, ତା’ହେଲେ ତାଙ୍କ ପରିବାର ସଦସ୍ୟ ମଧ୍ୟ ଏହି ସୁବିଧାପାଇବେ। ଏହି ସଂରକ୍ଷଣ ସେହି ଲୋକମାନଙ୍କ ପାଇଁ ଉପଲବ୍ଧ ହେବ ଯେଉଁମାନେ ଜମ୍ମୁ-କଶ୍ମୀରର ସ୍ଥାୟୀ ବାସିନ୍ଦା। ରାଜ୍ୟ ତଥା କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ଅନ୍ୟ ବିଭାଗର କର୍ମଚାରୀଙ୍କ ପରିବାର ସଦସ୍ୟ ମଧ୍ୟ ଏହି ସଂରକ୍ଷଣ ସୁବିଧା ପାଇବେ।

ଏହି ସଂରକ୍ଷଣର ଲାଭ ପାଇଁ ସର୍ବନିମ୍ନ ଯୋଗ୍ୟତା ମଧ୍ୟ ସରକାର ସ୍ଥିର କରିଛନ୍ତି। ବିଜ୍ଞପ୍ତିରେ କୁହାଯାଇଛି ଯେ ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ଜୀବବିଜ୍ଞାନ କିମ୍ବା ବାୟୋଟେକ୍ନୋଲୋଜି ପରି ବିଷୟଗୁଡ଼ିକରେ ଅତି କମରେ ୫୦ ପ୍ରତିଶତ ମାର୍କ ରଖିଥିବା ବିଦ୍ୟାର୍ଥୀମାନେ ହିଁ ଏହି ସଂରକ୍ଷଣ ପାଇବେ। ଏସସି,ଏସଟି, ଓବିସିଙ୍କ ପାଇଁ ୪୦ ପ୍ରତିଶତ ମାର୍କର ସୀମା ସ୍ଥିର କରାଯାଇଛି। ଦିବ୍ୟାଙ୍ଗ ବର୍ଗଙ୍କ ପାଇଁ, ଏହା ୪୫ ପ୍ରତିଶତ ରହିଛି। ଏମବିବିଏସ ଏବଂ ବିଡିଏସ ପାଠ୍ୟକ୍ରମରେ ଆଡମିଶନ ନିଟ୍‌ ପରୀକ୍ଷା ଯୋଗ୍ୟତା ଆଧାରରେ ସ୍ଥିର କରାଯିବ। ମନ୍ତ୍ରଣାଳୟ କହିଛି ଯେ ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ପୀଡିତଙ୍କ ପାଇଁ ଏହି ସଂରକ୍ଷଣ କେବଳ କେନ୍ଦ୍ରୀୟ ପୁଲ ଅନ୍ତର୍ଗତ ଆସନ ଉପରେ ଲାଗୁ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ମେଣ୍ଟକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ଏମିତି…

ନୂଆଦିଲ୍ଲୀ,୧୯।୪: ଦେଶରେ ଆରମ୍ଭ ହୋଇଛି ଲୋକ ସଭା ନିର୍ବାଚନର ମହାପର୍ବ। ଏହାରି ଭିତରେ ୩ ଦଳ ଭୋଟରଙ୍କୁ ଆକର୍ଷିତ କରେଇବାକୁ ପୁରା ଜୋର ଲଗାଇ ଦେଇଛନ୍ତି।...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀପତ୍ର ଦାଖଲ କଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ

ଭୋପାଳ,୧୯।୪: ଭାଜପାର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ବିଦିଶା ଲୋକସଭା ଆସନରୁ ପ୍ରାର୍ଥୀ ଭାବେ ଶୁକ୍ରବାର ନାମାଙ୍କନପତ୍ର ଦାଖଲ...

କଂଗ୍ରେସକୁ ଭୋଟ ନ ଦେବାକୁ କହିଲେ ମମତା ବାନାର୍ଜୀ

କୋଲକତା,୧୯।୪: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗୁରୁବାର ବିରୋଧୀ ଇଣ୍ଡିଆ ମେଣ୍ଟରେ ଥିବା ସିପିଆଇ(ଏମ) ଓ କଂଗ୍ରେସକୁ ତୀବ୍ର ସମାଲୋଚନା କରିଛନ୍ତି। ଉଭୟ ଦଳ ବେଙ୍ଗଲରେ...

‘ଜେଲ୍‌ରେ କେଜ୍‌ରିଓ୍ବାଲଙ୍କ ସହ କିଛି ବି ହୋଇପାରେ’

ନୂଆଦିଲ୍ଲୀ,୧୯।୪: ଅରବିନ୍ଦ କେଜ୍‌ରିଓ୍ବାଲଙ୍କୁ ମଧୁମେହ ହୋଇଥିଲେ ହେଁ ସେ ଜେଲ୍‌ରେ ଆମ୍ବ ଏବଂ ମିଠା ଖାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦାବି କରିଛି। ଏହାପରେ ରାଜନୈତିକ...

ନାଗାଲାଣ୍ଡର ୬ ଜିଲାରେ ବୁଥ୍‌ ଖାଁ ଖାଁ, ଭୋଟ ଦେବାକୁ ଆସିଲେ ନାହିଁ ଜଣେ ହେଲେ ବି ଭୋଟର୍‌  

କୋହିମା,୧୯ା୪: ନାଗାଲାଣ୍ଡରେ ପୃଥକ ସରକାର(ରାଜ୍ୟ) ଏବଂ ଅଧିକ ଆର୍ଥିକ ସ୍ବାଧୀନତା ଦାବିରେ ‘ଲୋକଙ୍କ ଜରୁରୀକାଳିନ ପରିସ୍ଥିତି’ ନେଇ ଘୋଷଣା କରି ପୂର୍ବ ନାଗାଲାଣ୍ଡ ଲୋକ ସଂଗଠନ(ଇଏନ୍‌ପିଓ)...

ନାନୋ ୟୁରିଆ ବ୍ୟବହାର ପାଇଁ ଆସିଲା ବିଜ୍ଞପ୍ତି

ନୂଆଦିଲ୍ଲୀ,୧୯ା୪: ୩ ବର୍ଷ ପାଇଁ ନାନୋ ୟୁରିଆ ପ୍ଲସ୍‌ ସାର ବ୍ୟବହାର ନିମନ୍ତେ କେନ୍ଦ୍ର ସରକାର ବିଜ୍ଞପ୍ତି ଜାରି କରିଛନ୍ତି। ତେବେ ଏହି ସାରର ଉର୍ବରତା...

ଜେଲ୍‌ ଭିତରେ କେଜରିଓ୍ବାଲଙ୍କୁ ମାରି ଦେବାକୁ ଷଡଯନ୍ତ୍ର!

ନୂଆଦିଲ୍ଲୀ,୧୯।୪: ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ବିରୋଧରେ ଚାଲିଛି ସାଂଘାତିକ ଷଡଯନ୍ତ୍ର। ଜେଲ ଭିତରେ କେଜରିୱାଲଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri