Advertisement

କରୋନାଠାରୁ ମାରାତ୍ମକ ଭୂତାଣୁ ବିକଶିତ କରୁଛନ୍ତି ଚାଇନା-ପାକିସ୍ତାନ, ରାଓ୍ବଲପିଣ୍ଡ ରିସର୍ଚ୍ଚ ଲ୍ୟାବ୍‌ରେ ଚାଲିଛି ପ୍ରସ୍ତୁତି…

ଇସଲାମାବାଦ/ବେଜିଂ,୮।୧୧ : ପାକିସ୍ତାନ ଏବଂ ଚାଇନା ମଧ୍ୟରେ ବନ୍ଧୁତା ଏବେ ପୃଥିବୀ ପାଇଁ ନୂଆ ବିପଦ ସୃଷ୍ଟି କରିବାକୁ ଯାଉଛି। ଚାଇନା ପାକିସ୍ତାନକୁ ଅନେକ ଥର ଆର୍ଥିକ ସହାୟତା କରିଛି। ଏଥି ସହିତ ପାକିସ୍ତାନ ମଧ୍ୟ ଚାଇନାର ବେଆଇନ କାର୍ଯ୍ୟକୁ ୁ ସମର୍ଥନ କରିବାକୁ କୁଣ୍ଠାବୋଧ କରେ ନାହିଁ। ଉଭୟଙ୍କ ବନ୍ଧୁତା ବର୍ତ୍ତମାନ ଏକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ସେମାନେ ଏକାଠି ହୋଇ ଦୁନିଆକୁ ଧ୍ୱଂସ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ଖବର ଅନୁସାରେ ଅଛି ଯେ ଚାଇନା ଏବଂ ପାକିସ୍ତାନ ମିଳିତ ଭାବେ କରୋନା ଅପେକ୍ଷା ଏକ ମାରାତ୍ମକ ଭୂତାଣୁ ସୃଷ୍ଟି କରୁଛନ୍ତି। ରାୱଲପିଣ୍ଡିର ରିସର୍ଚ୍ଚ ଲ୍ୟାବରେ ଏହି ଭୂତାଣୁ ବିକଶିତ କରିବା ପାଇଁ ଉଭୟ ଦେଶ ସହଭାଗିତାରେ କାର୍ଯ୍ୟ କରୁଛନ୍ତି ।

ପ୍ରକାଶିତ ଏକ ରିପୋର୍ଟରେ ଜିଓ-ପଲିଟିକ କହିଛି ଯେ ଏହି ନିର୍ଦ୍ଦିଷ୍ଟ ପ୍ରକଳ୍ପ ୱୁହାନ ଇନଷ୍ଟିଚ୍ୟୁଟ ଏବଂ ପ୍ରତିରକ୍ଷା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂଗଠନ ଦ୍ୱାରା ପରିଚାଳିତ ହେଉଛି। ପ୍ରତିରକ୍ଷା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଂଗଠନ ପାକିସ୍ତାନ ସେନା ଦ୍ୱାରା ପରିଚାଳିତ। ତେବେ, ୨୦୨୦ରେ କୌଣସି ନିର୍ଦ୍ଦିଷ୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରିବାର ଖବରକୁ ପାକିସ୍ତାନ ଅସ୍ବୀକାର କରିଛି। ଜିଓ-ପଲିଟିକ ରିପୋର୍ଟରେ ଉଲ୍ଲେଖ କରାଯାଇଥିବା ପାକିସ୍ତାନର ବାୟୋସଫେଟି ଲେଭଲ -୩ (ବିଏସଏଲ -୩) ଲାବୋରେଟୋରୀ ବିଷୟରେ କୌଣସି ରହସ୍ୟ ନାହିଁ।

ଏହି ଲାବୋରେଟୋରୀ ରାୱଲପିଣ୍ଡିର ଚାକାଲାଲା କ୍ୟାଣ୍ଟନମେଣ୍ଟରେ ଅବସ୍ଥିତ। ରିପୋର୍ଟରେ ଆହୁରି କୁହାଯାଇଛି ଯେ ଏହା ଏକ ସୁରକ୍ଷିତ ଅଞ୍ଚଳ ଏବଂ ଏହାର ନେତୃତ୍ୱ ଦୁଇ ତାରକା ଜେନେରାଲ କରିଥାନ୍ତି। କେତେକ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ଚାଇନା ପ୍ରକୃତରେ ନୂଆ ଭୂତାଣୁ ବିକଶିତ ପାଇଁ କାର୍ଯ୍ୟ କରୁଛି। ଯାହାର କୋଭିଡ ଅପେକ୍ଷା ଅଧିକ କ୍ଷତି କରିବାର କ୍ଷମତା ରହିଛି। ପ୍ରଧାନମନ୍ତ୍ରୀ ଶହେବାଜ ସରିଫ ଏବଂ ରାଷ୍ଟ୍ରପତି ଶି ଜିନପିଙ୍ଗ୍‌ଙ୍କ ନିର୍ଦ୍ଦେଶରେ ଏହା କରାଯାଉଥିବା ରିପୋର୍ଟରେ ଦାବି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ଘାରିଛି ତାଇଓ୍ବାନ ଆକ୍ରମଣ ଭୟ: ଉପକୂଳ ଅଞ୍ଚଳରେ ମୁତୟନ କଲା କ୍ଷେପଣାସ୍ତ୍ର

ବେଜିଂ, ୧୮।୧୦: ଚାଇନାକୁ ଏବେ ତାଇଓ୍ବାନ ଆକ୍ରମଣ ଭୟ ଘାରିଛି। ସୁରକ୍ଷା ଦୃଷ୍ଟିରୁ ଚାଇନା ଦକ୍ଷିଣ ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳରେ କ୍ଷେପଣାସ୍ତ୍ର ମୁତୟନ କରିଛି। ତାଇଓ୍ବାନ...

ୟୁକ୍ରେନ୍‌ର ୪ ଅଞ୍ଚଳରେ ମାର୍ଶଲ ଲ

ମସ୍କୋ/କିଭ୍‌,୨୦ା୧୦: ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ବେଆଇନ ଭାବେ ଦଖଲ କରିଥିବା ୪ ୟୁକ୍ରେନୀୟ ଅଞ୍ଚଳରେ ବୁଧବାର ସ୍ଥାନୀୟ ଆଇନକୁ ଶେଷକରି ସାମରିକ ଶାସନ ଜାରି...

ଭୋକିଲାଙ୍କ ପେଟକୁ ଦାନା ନ ଦେଇ ଇମ୍ରାନ୍‌ଙ୍କ ମୁହଁତୋଡ଼

ଇସଲାମାବାଦ୍‌,୮।୮: ପାକିସ୍ତାନର ଆର୍ଥିକ ଅବସ୍ଥା ଏବେ ଦୟନୀୟ ହୋଇପଡ଼ିଛି। ଲୋକଙ୍କ ପାଖରେ ଖାଇବା ପାଇଁ ଦାନା ନାହିଁ। ଭୋକିଲାଙ୍କ ପେଟକୁ ଦାନା ନ ଦେଇ ପାକିସ୍ତାନ...

ଟ୍ରମ୍ପ୍‌ଙ୍କ ଟୁଇଟର ଆକାଉଣ୍ଟ୍‌ ଉପରେ ସ୍ଥାୟୀ ପ୍ରତିବନ୍ଧକ

ଓ୍ବାଶିଂଟନ,୯।୧: କ୍ୟାପିଟୋଲ ହିଂସାକାଣ୍ଡ ପରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ଟୁଇଟର ଆକାଉଣ୍ଟ ଉପରେ ସ୍ଥାୟୀ ପ୍ରତିବନ୍ଧକ ଲଗାଯାଇଛି। ଏନେଇ ଟୁଇଟର ପକ୍ଷରୁ ସୂଚନା ଦିଆଯାଇଛି। ଏହି...

ଦକ୍ଷିଣ କୋରିଆ ନିକଟରେ କ୍ଷେପଣାସ୍ତ୍ର ପକାଇଲେ କିମ୍‌…

ପ୍ୟୋଙ୍ଗୟାଙ୍ଗ/ସିଓଲ,୨।୧୧: ଉତ୍ତର କୋରିଆ ପୁଣି ଦକ୍ଷିଣ କୋରିଆ ଆଡକୁ ବୁଧବାର କ୍ଷେପଣାସ୍ତ୍ର ନିକ୍ଷେପ କରିଛି। ଏହାକୁ ଦୃଷ୍ଟିରେ ରଖି ଦୁଇ ପଡୋଶୀ ଦେଶ ମଧ୍ୟରେ ତିକ୍ତତା...

ଆକ୍ରମଣ ପରେ ପ୍ରଥମ ଥର ଜନତାଙ୍କ ସମ୍ମୁଖକୁ ଆସିଲେ ଇମ୍ରାନ୍‌: କହିଲେ, ଜଣାଥିଲା ଆକ୍ରମଣ ହେବ

ଇସ୍‌ଲାମାବାଦ,୪।୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ମରଣାନ୍ତକ ଆକ୍ରମଣ ହେବା ପରେ ପ୍ରଥମ ଥର ସେ ଜନତାଙ୍କ ସମ୍ମୁଖକୁ ଆସିଛନ୍ତି। ଶୁକ୍ରବାର ହସ୍ପିଟାଲରେ ଚିକିତ୍ସାଧୀନ...

ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣ: ୮ ସୈନ୍ୟ ମୃତ

ଇସଲାମାବାଦ,୧୫।୪: ପାକିସ୍ତାନରେ ଆତଙ୍କବାଦୀ ଆକ୍ରମଣରେ ୮ ଜଣ ପାକିସ୍ତାନୀ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଉତ୍ତର ୱାଜିରସ୍ତାନରେ ଦୁଇଟି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଉତ୍ତର ୱାଜିରସ୍ତାନର ଡାଟାଖେଲା...

ମହାକାଶ ଗଲେ ୪ ସାଧାରଣ ନାଗରିକ

ଓ୍ବାଶିଂଟନ୍‌, ୧୭ା୯: ସ୍ପେସ୍‌ ଟୁରିଜମ୍‌ ବା ମହାକାଶ ପର୍ଯ୍ୟଟନ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ିଛି ଆମେରିକାର ବିଶିଷ୍ଟ ବ୍ୟବସାୟୀ ଏଲନ୍‌ ମସ୍କଙ୍କ କମ୍ପାନୀ ସ୍ସେସ୍‌ଏକ୍ସ।...

Advertisement
Archives

Model This Week