ରିଲିଜ୍‌ ହେଲା ‘ଇଣ୍ଡିଆ ଲକ୍‌ଡାଉନ୍‌’ର ଭୟଙ୍କର ଟିଜର

ମୁମ୍ବାଇ: ବଲିଉଡ୍‌ର ବେଶ୍‌ ଜଣାଶୁଣା ନିର୍ଦ୍ଦେଶକ ମଧୁର ଭଣ୍ଡାରକରଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଇଣ୍ଡିଆ ଲକଡାଉନ’ର ଟିଜର ମଙ୍ଗଳବାର ରିଲିଜ୍‌ ହୋଇଛି। ଏହି ଫିଲ୍ମଟିି କରୋନା ମହାମାରୀ ସମୟରେ ଦେଶର ସବୁଠାରୁ ଖରାପ ପରିସ୍ଥିତିର କାହାଣୀ ଉପରେ ଆଧାରିତ ହୋଇଛି। ଏହି ଫିଲ୍ମର ଟିଜର ଅତ୍ୟନ୍ତ ଭୟଙ୍କର ହୋଇଛି। ଲକ୍‌ଡାଉନ୍‌ ଉପରେ ନିର୍ମିିତ ହୋଇଥିବା ଏହି ଫିଲ୍ମକୁ ଦେଖିଲେ ଯାକାହାର ବି ଲୋମଟାଙ୍କୁରି ଉଠିବ। ଭାରତ ବନ୍ଦ ପରେ ଜନାସାଧାରଣ ଚାଲି ଚାଲି ନିଜ ଘରକୁ ଫେରିବା ଏବଂ ଜୀବିକା ଅନ୍ବେଷଣରେ ଏଣେତେଣେ ବୁଲୁଥିବାର ଦେଖିବାକୁ ମିଳିଛି। ଟିଜରର ଆରମ୍ଭରୁ ଅଭିନେତା ପ୍ରତୀକ ବବ୍ବର ଜଣେ ଶ୍ରମିକ ଭୂମିକାରେ ନଜର ଆସିଛନ୍ତି। ଯିଏ ଚାଲି ଚାଲି ଘରକୁ ଫେରିବାକୁ ନିଷ୍ପତ୍ତି ନେଇଛନ୍ତି। ଏଥିସହ ଡାକ୍ତରଙ୍କୁ ପିପିଇ କିଟ୍‌ ପିନ୍ଧି ରୋଗୀମାନଙ୍କୁ ଚିକିତ୍ସା କରୁଥିବା ସମୟର ଦୃଶ୍ୟକୁ ଦେଖିଲେ ସେହି ସମୟର କଥା ମନେପଡ଼ିଯାଉଛି। ଏହି ଟିଜର କରୋନା ମହାମାରୀ ସମୟରେ ମିଳିଥିବା ସମସ୍ତ କ୍ଷତକୁ ପୁଣି ଥରେ ସତେଜ କରିଛି। ୨୦୨୦ ମାର୍ଚ୍ଚ ୨୦ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୧ ଦିନ ପାଇଁ ଦେଶବ୍ୟାପୀ ଲକ୍‌ଡାଉନ୍‌ ଘୋଷଣା କରିଥିଲେ ସେତେବେଳେ ପରିସ୍ଥିତି ବହୁ ଜଟିଳ ହୋଇପଡ଼ିଥିଲା। ଏହି ଫିଲ୍ମ ଚଳିତ ବର୍ଷ ଡିସେମ୍ବର ୨ରେ ଓଟିଟି ପ୍ଲାଟଫର୍ମରେ ଜି-ଫାଇଭ୍‌ରେ ରିଲିଜ୍‌ ହେବ। କିଛି ଦିନ ପୂର୍ବରୁ ନିର୍ମାତା ଏହି ଫିଲ୍ମର ପ୍ରଥମ ପୋଷ୍ଟର ଜାରି କରିଥିଲେ। ଏଥିରେ ଅଭିନେତା ପ୍ରତୀକ ବବ୍ବର ମୁଖ୍ୟ ଭୂମିକାରେ ନଜର ଆସିଥିବା ବେଳେ ଆହାନା କୁମାର, ଶ୍ୱେତା ବସୁ ପ୍ରସାଦଙ୍କୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ସବୁଠାରୁ ବିଶେଷ କଥା ହେଲା ଏହି ଫିଲ୍ମର ଅଧିକାଂଶ ଶୁଟିଂ ଲକ୍‌ଡାଉନ୍‌ରେ କରାଯାଇଥିଲା। ଏହି ଟିଜର ଜବରଦସ୍ତ ହୋଇଥିବା ବେଳେ ପ୍ରଶଂସକ ବହୁ ପସନ୍ଦ କରିଛନ୍ତି।

 

View this post on Instagram

 

A post shared by Taran Adarsh (@taranadarsh)


Enter your email to get our daily news in your inbox.

All Right Reserved By Dharitri.Com

କଙ୍ଗନାଙ୍କୁ ରାଖୀଙ୍କ ଖୋଲା ଚ୍ୟାଲେଞ୍ଜ

ବମ୍ବେ: ଅଭିନେତ୍ରୀ କଙ୍ଗନା ରାଣାଓ୍ବତଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି ଡ୍ରାମା କୁଇନ୍‌ ରାଖୀ ସାଓ୍ବନ୍ତ। ସର୍ବଦା କିଛି ନା କିଛି କାରଣକୁ ନେଇ ବିବାଦରେ ରହୁଥିବା...

ବାପା ହେଲେ ଏହି ବଲିଉଡ୍‌ ଅଭିନେତା

ବମ୍ବେ: ପୁଣିଥରେ ବାପା ହୋଇଛନ୍ତି ବଲିଉଡ୍‌ ଅଭିନେତା ହରମନ ବାବେଜା। ତାଙ୍କ ଘରକୁ ଏକ କୁନି ରାଜକୁମାରୀ ଆସିଛନ୍ତି। ମାର୍ଚ୍ଚରେ ଅଭିନେତା ବାପା ହୋଇଥିଲେ ହେଁ...

ସଲମାନଙ୍କ ଘର ଉପରକୁ ଗୁଳିମାଡ଼ କରିଥିବା ଅଭିଯୁକ୍ତଙ୍କ ଆତ୍ମହତ୍ୟା

ମୁମ୍ବାଇ,୧ା୫: ବି’ ଟାଉନ୍‌ର ଭାଇଜାନ ସଲମାନ ଖାନଙ୍କ ଘର ଉପରକୁ ଗୁଳିମାଡ଼ ଘଟଣାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସଲମାନଙ୍କ ଗାଲାକ୍ସି ଆପାର୍ଟମେଣ୍ଟ ବାହାରେ...

ଋଷିଙ୍କୁ ମନେପକାଇଲେ ନୀତୁ

ମୁମ୍ବାଇ: ଅଭିନେତା ଋଷି କପୁରଙ୍କ ଚତୁର୍ଥ ଶ୍ରାଦ୍ଧବାର୍ଷିକୀ ମଙ୍ଗଳବାର ପାଳିତ ହୋଇଯାଇଛି। ବଲିଉଡ୍‌ ଇଣ୍ଡଷ୍ଟ୍ରିର ଏହି ଭେଟେରାନ ଅଭିନେତାଙ୍କର ଦେହାନ୍ତ ହେବାରେ ଇତି ମଧ୍ୟରେ ୪...

ଏହି ଯୁବ କ୍ରିକେଟରଙ୍କୁ ନେଇ ମନର କଥା କହିଲେ ଶାହାରୁଖ

ମୁମ୍ବାଇ,୩୦।୪: କୋଲକାତା ନାଇଟ ରାଇଡର୍ସ ମାଲିକ ଶାହରୁଖ ଖାନ ଆସନ୍ତା ଟି -୨୦ ବିଶ୍ୱକପରେ ତାଙ୍କ ଦଳର ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ ରିଙ୍କୁ ସିଂଙ୍କୁ ଭାରତୀୟ ଦଳରେ...

ପୁଅ ଅଭ୍ୟାନଙ୍କ ସହ ୱାର୍କଆଉଟ୍‌ କଲେ ଦିୟା

ମୁମ୍ବାଇ: ବଲିଉଡ୍‌ର ଷ୍ଟାର୍‌ ଅଭିନେତ୍ରୀମାନଙ୍କ ମଧ୍ୟରୁ ଦିୟା ମିର୍ଜା ଅନ୍ୟତମ। ସେ ନିଜର ନିଖୁଣ ଅଭିନୟ ଦ୍ୱାରା ବହୁବାର ଦର୍ଶକଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଛନ୍ତି। ମିସ୍‌...

ଫସିଗଲେ ଅଭିନେତା ସାହିଲ

ମୁମ୍ବାଇ,୨୮।୪: ମହାଦେବ ଅନଲାଇନ ବେଟିଂ ଆପ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମୁମ୍ବାଇ ପୋଲିସ ବର୍ତ୍ତମାନ ଠକେଇ ଏବଂ ଜୁଆର ବିଭିନ୍ନ ବିଭାଗରେ ଆପର ପ୍ରମୋଟରଙ୍କ...

ନ୍ୟୁୟର୍କ ଇଣ୍ଡିଆନ ଫିଲ୍ମ ଫେଷ୍ଟିଭାଲ: ଦମନ, ପ୍ରତୀକ୍ଷା ମନୋନୀତ

ଭୁବନେଶ୍ୱର,୨୭ା୪(ଶର୍ମିଷ୍ଠା ପାଣିଗ୍ରାହୀ): ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଖୁସି ଓ ଗର୍ବର ଖବର। ନିକଟରେ ଓଡ଼ିଆ ସିନେମାରେ ଚର୍ଚ୍ଚାରେ ଥିବା ଦୁଇଟି ଚଳଚ୍ଚିତ୍ର ‘ଦମନ’...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri