ଶୀତଦାଉରୁ ଅସହାୟଙ୍କୁ ସୁରକ୍ଷା, କମ୍ବଳ ବଣ୍ଟନ କରି…

ବଲାଙ୍ଗୀର,୨୬ା୧୧(ସୁନିଲ କୁମାର ମହାନ୍ତି): ଶୀତଋତୁରେ ଗରିବ ଓ ଅସହାୟ ଲୋକଙ୍କୁ ଶୀତ ଦାଉରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ‘ସହଯୋଗ ଫାଉଣ୍ଡେଶନ’ ପକ୍ଷରୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଗତକାଲି ରାତିରେ ଏହି ମାନବିକ ସେବା କାର୍ଯ୍ୟକ୍ରମ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ବଲାଙ୍ଗୀର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ କମ୍ବଳ ବଣ୍ଟନର ଶୁଭାରମ୍ଭ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ସାମ୍ବାଦିକ ଶ୍ରୀମନ୍ତ ପଣ୍ଡା ଏବଂ ଶରତ ମିଶ୍ର ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଶୀତ ରାତିରେ ରାସ୍ତାକଡ଼, ଡାକ୍ତରଖାନା ପରିସର ଓ ବିଭିନ୍ନ ସ୍ଥାନରେ ଆଶ୍ରୟ ନେଇଥିବା ଅସହାୟ ଲୋକଙ୍କୁ କମ୍ବଳ ପ୍ରଦାନ କରାଯାଇଥିଲା। ଅସମୟରେ ଅସହାୟ ବ୍ୟକ୍ତିଙ୍କୁ ସହାୟତାର ହାତ ବଢ଼ାଇବା ହିଁ ପ୍ରକୃତ ମାନବ ସେବା ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ।

ସହଯୋଗ ଫାଉଣ୍ଡେଶନ ପକ୍ଷରୁ କୁହାଯାଇଛି ଯେ, ସମାଜର ଅବହେଳିତ ତଥା ଅଭାବୀ ଲୋକଙ୍କ ସହାୟତା ପାଇଁ ସଂସ୍ଥା ପକ୍ଷରୁ ବିଭିନ୍ନ ସେବାମୂଳକ କାର୍ଯ୍ୟ ନିରନ୍ତର ଭାବେ ଜାରି ରହିଛି। ଅନ୍ନ ସେବା, ବସ୍ତ୍ର ବଣ୍ଟନ, ସ୍ବାସ୍ଥ୍ୟସେବା ଓ ରକ୍ତଦାନ ଭଳି ମାନବିକ କାର୍ଯ୍ୟକ୍ରମ ସହିତ ଶୀତଋତୁରେ କମ୍ବଳ ବଣ୍ଟନ ସଂସ୍ଥାର ଏକ ପ୍ରମୁଖ ପଦକ୍ଷେପ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବନ ବିଭାଗକୁ ବଡ଼ ସଫଳତା: ସମ୍ବର ମାଂସ-ଚମଡ଼ା ଜବତ

ଅତାବିରା,୨୬।୧୧(ଯୁଧିଷ୍ଠିର ମହାପାତ୍ର):ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ବନ ବିଭାଗକୁ ବଡ଼ ସଫଳତା। ବିଦ୍ୟୁତ ଫାଶ ବିଛାଇ ସମ୍ବର ଶିକାର କରିବା ଏବଂ ମାଂସ କାଟି ରଖିଥିବା…

ଆରମ୍ଭ ହୋଇନି ଧାନ କିଣାବିକା, ମଣ୍ଡିରେ ଧାନ ପୂରାଇଲେ ଚାଷୀ

ବରଗଡ଼/ଅତାବିରା, ୨୬।୧୧(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲାରେ ଖରିଫ୍‌ ଧାନ ଅମଳ କାର୍ଯ୍ୟ ଜୋର୍‌ ଧରିଛି। ଚାଷୀଙ୍କ କ୍ଷେତ, ଖଳା ସମେତ ବିଭିନ୍ନ ରାସ୍ତାଘାଟରେ ତାହା ପଡ଼ିରହିଛି।…

କୋଟିଆରେ ନିର୍ବାଚନୀ ଉଷ୍ମତା; ଆନ୍ଧ୍ରର ଦୁଇ ନେତାଙ୍କ ଗସ୍ତକୁ ନେଇ ଚର୍ଚ୍ଚା, ଓଡ଼ିଶା ପକ୍ଷରୁ ‘ପରବ’ ପ୍ରସ୍ତୁତି

ପଟ୍ଟାଙ୍ଗି,୨୫।୧୧(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍ ଅଧିନରେ ରହିଥିବା କୋଟିଆ ପଞ୍ଚାୟତରେ ପଡୋଶୀ ଆନ୍ଧ୍ର ପକ୍ଷରୁ ହେବାକୁ ଥିବା ନିର୍ବାଚନ ଯେତିକି ପାଖେଇ ଆସୁଛି…

ଗଞ୍ଜାମରେ ବନ୍ୟା ସହାୟତା ବଣ୍ଟନ ମାସ ଶେଷ ସୁଦ୍ଧା ସାରିବାକୁ ଡେଡ୍‌ଲାଇନ୍‌, ଅବହେଳା କଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୨୫।୧୧(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାରେ ବନ୍ୟା କ୍ଷୟକ୍ଷତି ଆକଳନ, ହିତାଧିକାରୀଙ୍କ ଚିଠା ତାଲିକା ପ୍ରକାଶନ ଓ ସରକାରୀ ସହାୟତା ବଣ୍ଟନର ଅଗ୍ରଗତି ସମ୍ପର୍କରେ ଜିଲାପାଳ ଭି.…

୮୧ ବର୍ଷରେ ଲକ୍ଷ୍ମଣ ପଟ୍ଟନାୟକଙ୍କ ପରଲୋକ, ଦିଗପହଣ୍ଡିରେ ଶୋକ

ଦିଗପହଣ୍ଡି,୨୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୨ ନମ୍ବର ୱାର୍ଡ ଅନ୍ତର୍ଗତ ଚିକିଟି ରୋଡ଼ ବାସିନ୍ଦା ତଥା ବିଶିଷ୍ଟ ଶିକ୍ଷାବିତ୍ ଲକ୍ଷ୍ମଣ ପଟ୍ଟନାୟକ (୮୧)ଙ୍କ…

ମହିଳାମାନେ ନିଜର ହକ୍‌ ପାଇଁ ନିର୍ଭୟରେ ସ୍ବର ଉଠାଇବାକୁ ଆହ୍ବାନ

ଦାରିଙ୍ଗବାଡ଼ି,୨୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଠାରେ ଥିବା ‘ଜାଗୃତି’ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ କମଳା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସବ୍‌-ଇନ୍ସପେକ୍ଟର ବାସନ୍ତୀ ବେହେରା…

୭ ଦଫା ଦାବିରେ ଅଙ୍ଗନୱାଡ଼ି କର୍ମୀଙ୍କ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ, କୋକସରାରେ ବିକ୍ଷୋଭ

କୋକସରା,୨୫।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସେସିଏସନ୍ ପକ୍ଷରୁ ସୋମବାରଠାରୁ ୭ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡ଼ାକରା…

୪ ବର୍ଷ ତଳର ପ୍ରତିଶୋଧ ନେବାକୁ ଯୁବକଙ୍କୁ ହତ୍ୟା ଉଦ୍ୟମ, ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ଦିଗପହଣ୍ଡି,୨୫।୧୧ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦିଗପହଣ୍ଡି ବ୍ଲକ ତେଣ୍ଟୁଆପଡ଼ା ଗ୍ରାମର ବାଙ୍କନିଧି ଗୌଡ଼ଙ୍କୁ ସଂଘବଦ୍ଧ ଭାବେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?