Posted inTrending, ଖେଳ

ଡବଲ ସେଞ୍ଚୁରୀ ପରେ ବୈଭବଙ୍କ ବଡ଼ ଘୋଷଣା! ଟେଷ୍ଟ-ଦିନିକିଆରେ…

ନୂଆଦିଲ୍ଲୀ,୨୬।୧୧: ଗତ ମଙ୍ଗଳବାର (ନଭେମ୍ବର ୨୪) ଇଣ୍ଡିଆ-ଏ ପକ୍ଷରୁ ଖେଳି ବୈଭବ ସୂର୍ଯ୍ୟବଂଶୀ ଦ୍ୱିଶତକ ହାସଲ କରିଥିଲେ। ରାଇଜିଂ ଷ୍ଟାର୍ସ ଏସିଆ କପରେ ୟୁଏଇ ବିପକ୍ଷ ମ୍ୟାଚରେ ବୈଭବ ମାତ୍ର ୫୨ ବଲରେ ଦ୍ୱିଶତକ ପୂରଣ କରିଥିଲେ। ଏହା ଲିଷ୍ଟ-ଏ କ୍ରିକେଟ ଇତିହାସରେ ସବୁଠାରୁ ଦ୍ରୁତ ଦ୍ୱିଶତକ ହୋଇଥିଲା। ଏହି ଦମଦାର ଇନିଂସ ପରେ ବୈଭବ କହିଛନ୍ତି ଯେ, ସେ ଟିମ ଇଣ୍ଡିଆ ପାଇଁ ଟେଷ୍ଟ ଓ ଦିନିକିଆ ଖେଳିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି।

ବର୍ତ୍ତମାନ ବୈଭବ ଭାରତୀୟ ସିନିୟର ଦଳ ପକ୍ଷରୁ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ ଖେଳୁଛନ୍ତି। ସେ ଅନ୍ୟ ଫର୍ମାଟରେ ମଧ୍ୟ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ବିସିସିଆଇର ଏକ ଭିଡିଓରେ ବୈଭବ କହିଛନ୍ତି ଯେ, ସେ ପରିସ୍ଥିତି ଅନୁସାରେ ନିଜ ଖେଳରେ ପରିବର୍ତ୍ତନ ଆଣିପାରିବେ।

ବୈଭବ କହିଛନ୍ତି, ଆଇପିଏଲ ପରେ ମଧ୍ୟ ମୁଁ ମୋର ସାକ୍ଷାତକାରରେ ଏହି କଥା କହିଥିଲି ଯେ, ମୁଁ ତିନୋଟି ଫର୍ମାଟରେ ଖେଳିପାରିବି। ମୁଁ ପରିସ୍ଥିତି ଅନୁସାରେ ନିଜ ଖେଳକୁ ବଦଳାଇପାରିବି ଏବଂ ଏହା ଉପରେ ମୋର ଭଲ ନିୟନ୍ତ୍ରଣ ରହିଛି।

ନିଜ ଦ୍ୱିଶତକ ବିଷୟରେ କହି ବୈଭବ କହିଛନ୍ତି, ଗତ ଦୁଇଟି ମ୍ୟାଚରେ ମଧ୍ୟ ମୁଁ ସେହିଭଳି ଖେଳିବାକୁ ଚେଷ୍ଟା କରୁଥିଲି, କାରଣ ଲମ୍ବା ଫର୍ମାଟକୁ ଦୃଷ୍ଟିରେ ରଖି ମୁଁ ଏକ ବଡ଼ ଇନିଂସ ଖେଳିବାକୁ ଚାହୁଁଥିଲି। କିନ୍ତୁ ଯେତେବେଳେ ମୁଁ ପିଚ୍‌କୁ ଦେଖିଲି, ମୋତେ ଲାଗିଲା ଯେ ଏହା ବୋଲରମାନଙ୍କୁ ଅଧିକ ସହାୟତା କରିବ ନାହିଁ। ବଲ ବ୍ୟାଟକୁ ଭଲ ଭାବରେ ଆସୁଥିଲା, ତେଣୁ ମୁଁ ନିଜ ଶକ୍ତି ଉପରେ ଭରସା କରିଥିଲି।

ବୈଭବ ଏପର୍ଯ୍ୟନ୍ତ ନିଜ ଅନ୍ତର୍ଜାତୀୟ କ୍ୟାରିୟରରେ ୧୦ଟି ଟି-୨୦ ମ୍ୟାଚ ଖେଳିସାରିଛନ୍ତି। ଏହି ମ୍ୟାଚଗୁଡ଼ିକର ୧୦ଟି ଇନିଂସରେ ବ୍ୟାଟିଂ କରି ସେ ୨୯.୫୦ ହାରରେ ଏବଂ ୧୮୫.୫୩ ଷ୍ଟ୍ରାଇକ ରେଟ୍‌ରେ ମୋଟ ୨୯୫ ରନ ସଂଗ୍ରହ କରିଛନ୍ତି। ଏହି ସମୟରେ ତାଙ୍କ ବ୍ୟାଟରୁ ୨ଟି ଅର୍ଦ୍ଧଶତକ ବାହାରିଛି। ତାଙ୍କର ସର୍ବାଧିକ ସ୍କୋର ୮୧ ରନ ରହିଛି। ଏବେ ଦେଖିବା ରୋଚକ ହେବ ଯେ, ବୈଭବଙ୍କୁ ଟିମ ଇଣ୍ଡିଆ ପାଇଁ ଅନ୍ୟ ଦୁଇଟି ଫର୍ମାଟଟେଷ୍ଟ ଓ ଦିନିକିଆଖେଳିବାର ସୁଯୋଗ କେବେ ମିଳୁଛି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ଉପରେ ଗଡୁଛି ୧୦,୭୫୦ କୋଟି: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୨୬ା୧୧ (ରବିନାରାୟଣ ଜେନା): ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ରାଜ୍ୟରୁ ଯେଉଁ ଚାଉଳ ଉଠାଉଛି ତାହାର ପ୍ରାପ୍ୟ ଠିକଣା ସମୟରେ ମିଳୁନାହିଁ। ସବ୍‌ସିଡି ବାବଦକୁ ଅଦ୍ୟାବଧି କେନ୍ଦ୍ର ଉପରେ…

ଭୁବନେଶ୍ୱରରେ ଗଢ଼ିଉଠିବ ପାଣ୍ଡରା ରିଭରଫ୍ରଣ୍ଟ

ଭୁବନେଶ୍ୱର, ୨୬ା୧୧(ସୌମ୍ୟରଞ୍ଜନ ରାଉତ): ଭୁବନେଶ୍ୱରରେ ପର୍ଯ୍ୟଟନର ଏକ ନୂଆ ଆକର୍ଷଣ ଭାବେ ଗଢ଼ିଉଠିବ ପାଣ୍ଡରା ରିଭର ଫ୍ରଣ୍ଟ୍‌ ପ୍ରକଳ୍ପ। ୮୦ କୋଟି ଟଙ୍କା ବ୍ୟୟରେ କୁଆଖାଇ ଓ…

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ ଚିତ୍ର ସ୍ପଷ୍ଟ! IPL ୨୦୨୭ରେ ଏହି ଦିଗ୍ଗଜଙ୍କୁ ମିଳିବ ଦାୟିତ୍ୱ, ଫଟୋ ଶେୟାର କରି ଘୋଷଣା କଲା…

ନୂଆଦିଲ୍ଲୀ,୨୬।୧୧: ଆଇପିଏଲ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅଧିନାୟକତ୍ୱକୁ ନେଇ ବଡ଼ ଚିନ୍ତା ଦେଖାଦେଇଛି। ଗତ ସିଜିନରେ ଦଳର ନେତୃତ୍ୱ ନେଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଟ୍ରେଡ୍‌…

ଦିନକୁ ୩ କୋଟି ଲିଟର ଜଳ ଶୋଷିବ ଡାଟା ସେଣ୍ଟର

ଭୁବନେଶ୍ୱର,୨୬ା୧୧(ରବିନାରାୟଣ ଜେନା): ରାଜ୍ୟ ସରକାର ଶିଳ୍ପ ମୋହରେ ପଡ଼ି ଭୁବନେଶ୍ୱର, କଟକ, ପୁରୀ ଓ ଖୋର୍ଦ୍ଧା ସମେତ ରାଜ୍ୟବାସୀଙ୍କୁ ମହାଦୁଃଖ ଭିତରକୁ ଠେଲି ଦେଉଛନ୍ତି। ମୁଣ୍ଡଳିଠାରେ ଆଦାନୀ…

ସମାନ ସରକାରୀ ପଦବୀ ପାଇଁ ମିଳିତ ପରୀକ୍ଷା ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୧୧(ସୁନିତ୍‌ ମିଶ୍ର): ବିଭିନ୍ନ ବିଭାଗରେ ସମାନ ଶିକ୍ଷାଗତ ଯୋଗ୍ୟତା, ବିଷୟ ଏବଂ ଦାୟିତ୍ୱ ଆବଶ୍ୟକ କରୁଥିବା ସରକାରୀ ପଦବୀଗୁଡ଼ିକରେ ନିଯୁକ୍ତି ପାଇଁ ଏକ ମିଳିତ ପରୀକ୍ଷା ଆୟୋଜନ…

ଟ୍ରମ୍ପଙ୍କ ନୂଆ ଟାରିଫ୍‌ ପ୍ରସ୍ତାବ; ଭାରତ ଉପରେ ୨୫% , ଚାଇନାକୁ ୪୦%…

ଓ୍ବାଶିଂଟନ,୨୫ା୧୧: ଆମେରିକା ପୁଣିଥରେ ଚାଇନା ଏବଂ ୟୁରୋପୀୟ ସଂଘ ସମେତ ଅନେକ ଦେଶ ପାଇଁ ଚିନ୍ତାର କାରଣ ପାଲଟିବାକୁ ଯାଉଛି। ବାଣିଜ୍ୟ ଚୁକ୍ତି ହୋଇ ନ ଥିବାରୁ…

କେନ୍ ୱିଲିୟମସନଙ୍କୁ ମିଳିଲା ବଡ଼ ଦାୟିତ୍ୱ, ୨୦୨୭ ସିଜନରେ କୋଚ୍….

ନୂଆଦିଲ୍ଲୀ,୨୫।୧୧: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ୍ ୱିଲିୟମସନଙ୍କୁ ମିଳିଛି ବଡ଼ ଦାୟିତ୍ୱ । ୨୦୨୭ SA20 ଲିଗ୍‌ ପାଇଁ ତାଙ୍କୁ ଡର୍ବାନ ସୁପର ଜାଏଣ୍ଟସ୍‌ର ମୁଖ୍ୟ ପ୍ରଶିକ୍ଷକ…

ଗଞ୍ଜାମରେ ବନ୍ୟା ସହାୟତା ବଣ୍ଟନ ମାସ ଶେଷ ସୁଦ୍ଧା ସାରିବାକୁ ଡେଡ୍‌ଲାଇନ୍‌, ଅବହେଳା କଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୨୫।୧୧(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାରେ ବନ୍ୟା କ୍ଷୟକ୍ଷତି ଆକଳନ, ହିତାଧିକାରୀଙ୍କ ଚିଠା ତାଲିକା ପ୍ରକାଶନ ଓ ସରକାରୀ ସହାୟତା ବଣ୍ଟନର ଅଗ୍ରଗତି ସମ୍ପର୍କରେ ଜିଲାପାଳ ଭି.…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?