ଗଞ୍ଜାମରେ ବନ୍ୟା ସହାୟତା ବଣ୍ଟନ ମାସ ଶେଷ ସୁଦ୍ଧା ସାରିବାକୁ ଡେଡ୍‌ଲାଇନ୍‌, ଅବହେଳା କଲେ କାର୍ଯ୍ୟାନୁଷ୍ଠାନ

ଛତ୍ରପୁର,୨୫।୧୧(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାରେ ବନ୍ୟା କ୍ଷୟକ୍ଷତି ଆକଳନ, ହିତାଧିକାରୀଙ୍କ ଚିଠା ତାଲିକା ପ୍ରକାଶନ ଓ ସରକାରୀ ସହାୟତା ବଣ୍ଟନର ଅଗ୍ରଗତି ସମ୍ପର୍କରେ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଜିଲାର ପ୍ରାୟ ସମସ୍ତ ବ୍ଲକ୍‌ରେ ଚିଠା ତାଲିକା ପ୍ରକାଶ ପାଇଥିବାରୁ ଅବଶିଷ୍ଟ କ୍ଷୟକ୍ଷତି ରିପୋର୍ଟ ଗୁରୁବାର ସନ୍ଧ୍ୟା ସୁଦ୍ଧା ଦାଖଲ କରିବାକୁ ସମସ୍ତ ବିଡିଓଙ୍କୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ।

କୌଣସି ହିତାଧିକାରୀ ଏକାଧିକ ଥର ସରକାରୀ ବନ୍ୟା ସହାୟତା ପାଇଁ ଆବେଦନ ନ କରିବା ସହ ପ୍ରଶାସନକୁ ସହଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି । ଚିଠା ତାଲିକା ଉପରେ ଦାବି ଓ ଆପତ୍ତିର ଯାଞ୍ଚ ପରେ ଚୂଡ଼ାନ୍ତ ତାଲିକା ପ୍ରସ୍ତୁତ ହେବ।

ବ୍ରହ୍ମପୁର ମହାନଗର ନିଗମକୁ ବାଦ୍ ଦେଇ ଅନ୍ୟ ସମସ୍ତ ବ୍ଲକ୍ ଗୁରୁବାର ସୁଦ୍ଧା କ୍ଷୟକ୍ଷତି ତଥ୍ୟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ବ୍ୟାଙ୍କ ସହ ସମନ୍ୱୟ ରଖି ସହାୟତା ବଣ୍ଟନକୁ ଯୁଦ୍ଧକାଳୀନ ଭିତ୍ତିରେ ତ୍ୱରାନ୍ୱିତ କରି ଚଳିତ ମାସ ଶେଷ ସୁଦ୍ଧା ଶତପ୍ରତିଶତ ସମ୍ପନ୍ନ କରିବାକୁ ଜିଲାପାଳ ଗୁରୁତ୍ୱାରୋପ କରିଥିଲେ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବଣ୍ଟନ ପ୍ରକ୍ରିୟାର ସମସ୍ତ କାମ ନହେଲେ ଦାୟିତ୍ୱରେ ଅବହେଳା କରୁଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ । ସଠିକ୍ ଓ ତ୍ୱରିତ କାର୍ଯ୍ୟ କରିଥିବା ବ୍ଲକ୍‌ଗୁଡ଼ିକୁ ସେ ପ୍ରଶଂସା କରିଥିଲେ।
ବନ୍ୟାଜଳ ହ୍ରାସ ପାଇଥିବାରୁ ଯେଉଁ ଅଞ୍ଚଳରେ ସହାୟତାର ଆବଶ୍ୟକତା କମିଛି, ସେଠାରୁ ଚାଉଳ ଓ ଆର୍ଥିକ ସହାୟତାକୁ ସରକାରୀ ନୀତିନିୟମ ଅନୁପାଳନ ପୂର୍ବକ ଅଧିକ ଆବଶ୍ୟକତା ଥିବା ଅଞ୍ଚଳକୁ ପଠାଇବାକୁ ପରାମର୍ଶ ଦିଆଯାଇଥିଲା। ବ୍ରହ୍ମପୁର ମହାନଗର ନିଗମ ଅଞ୍ଚଳରେ ସହାୟତା ଓ ସହଯୋଗ ନିମନ୍ତେ ଆବଶ୍ୟକ ପୂର୍ବ ପ୍ରସ୍ତୁତି ଓ ସମନ୍ୱୟ ରଖିବାକୁ ପରାମର୍ଶ ଦେଇଥିଲେ ।
ଗଞ୍ଜାମ ଜିଲାରେ ବନ୍ୟା ପରବର୍ତ୍ତୀ ରିଲିଫ୍ ଓ ଆର୍ଥିକ ସହାୟତା ବଣ୍ଟନର ଅଗ୍ରଗତିକୁ ନେଇ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିବା ସହ ଜିଲାର କାର୍ଯ୍ୟକୁ ପ୍ରଶଂସା କରିଥିବା ଜିଲାପାଳ କହିଥିଲେ ।

ସେ କହିଥିଲେ ଯେ, କିଛି ଅଂଚଳରେ ବନ୍ୟାର ଦୀର୍ଘ ସମୟ ପରେ ମଧ୍ୟ ଗଞ୍ଜାମ ଭଳି ଅଗ୍ରଗତି ହୋଇପାରିନାହିଁ। ଦୁଇଦିନ ପୂର୍ବେ ଗଞ୍ଜାମ ଗସ୍ତ ସମୟରେ ମନ୍ତ୍ରୀ ଏହି ଅଗ୍ରଗତି ଦେଖି ଆଶ୍ଚର୍ଯ୍ୟ ହୋଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତୃବୃନ୍ଦ ମଧ୍ୟ ଜିଲାର ଏହି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି । ଏହି ସଫଳତାକୁ ବଜାୟ ରଖି ଅଧିକ ପରିଶ୍ରମ ଓ ସମନ୍ୱୟର ସହ ଚଳିତ ମାସ ଶେଷ ସୁଦ୍ଧା ସମସ୍ତ କାର୍ଯ୍ୟ ସମ୍ପନ୍ନ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏପର୍ଯ୍ୟନ୍ତ ବଣ୍ଟନ ହୋଇଥିବା ସହାୟତାର ବ୍ୟାଙ୍କ ତଥ୍ୟ ସଂଗ୍ରହ କରି ବିଡିଓ ଓ ନିର୍ବାହୀ ଅଧିକାରୀମାନେ ବ୍ୟବହାରିକ ପ୍ରମାଣପତ୍ର ଦାଖଲ କରିବେ । କୃଷି କ୍ଷୟକ୍ଷତି ସମ୍ପର୍କିତ କେସ୍ ରେକର୍ଡ ମଧ୍ୟ ଯଥା ଶୀଘ୍ର ଦାଖଲ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ଉପଜିଲାପାଳ ପ୍ରତିଦିନ ପୂର୍ବାହ୍ନରେ କ୍ଷୟକ୍ଷତି ରିପୋର୍ଟ ଓ ସହାୟତା ବଣ୍ଟନର ଅଗ୍ରଗତି ସମୀକ୍ଷା କରିବେ।

ବୈଠକରେ ଅତିରିକ୍ତ ଜିଲାପାଳ ସଚ୍ଚିଦାନନ୍ଦ ନାୟକ, ଦେବଦତ୍ତ ପଣ୍ଡା ଓ ସୁନୀଲ କେର୍କେଟା, ଜିଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା, ବ୍ରହ୍ମପୁର, ଭଞ୍ଜନଗର ଓ ଛତ୍ରପୁର ଉପଜିଲ୍ଲାପାଳ, ଆଇଏଏସ୍ ପ୍ରୋବେସନର ଏସ୍. ଶରଣ୍ୟା, ଜିଲ୍ଲା ଯୋଗାଣ ଅଧିକାରୀ, ଜରୁରୀକାଳୀନ ଅଧିକାରୀଙ୍କ ସମେତ ବିଡିଓ, ତହସିଲଦାର ଓ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

୮୧ ବର୍ଷରେ ଲକ୍ଷ୍ମଣ ପଟ୍ଟନାୟକଙ୍କ ପରଲୋକ, ଦିଗପହଣ୍ଡିରେ ଶୋକ

ଦିଗପହଣ୍ଡି,୨୫।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୨ ନମ୍ବର ୱାର୍ଡ ଅନ୍ତର୍ଗତ ଚିକିଟି ରୋଡ଼ ବାସିନ୍ଦା ତଥା ବିଶିଷ୍ଟ ଶିକ୍ଷାବିତ୍ ଲକ୍ଷ୍ମଣ ପଟ୍ଟନାୟକ (୮୧)ଙ୍କ…

ମହିଳାମାନେ ନିଜର ହକ୍‌ ପାଇଁ ନିର୍ଭୟରେ ସ୍ବର ଉଠାଇବାକୁ ଆହ୍ବାନ

ଦାରିଙ୍ଗବାଡ଼ି,୨୫ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଠାରେ ଥିବା ‘ଜାଗୃତି’ କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ କମଳା ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସବ୍‌-ଇନ୍ସପେକ୍ଟର ବାସନ୍ତୀ ବେହେରା…

୭ ଦଫା ଦାବିରେ ଅଙ୍ଗନୱାଡ଼ି କର୍ମୀଙ୍କ ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ, କୋକସରାରେ ବିକ୍ଷୋଭ

କୋକସରା,୨୫।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଅଲ୍ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଜ ୱାର୍କରସ୍ ଆସେସିଏସନ୍ ପକ୍ଷରୁ ସୋମବାରଠାରୁ ୭ଦଫା ଦାବି ନେଇ ଅନିର୍ଦ୍ଧିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଡ଼ାକରା…

୪ ବର୍ଷ ତଳର ପ୍ରତିଶୋଧ ନେବାକୁ ଯୁବକଙ୍କୁ ହତ୍ୟା ଉଦ୍ୟମ, ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ଦିଗପହଣ୍ଡି,୨୫।୧୧ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦିଗପହଣ୍ଡି ବ୍ଲକ ତେଣ୍ଟୁଆପଡ଼ା ଗ୍ରାମର ବାଙ୍କନିଧି ଗୌଡ଼ଙ୍କୁ ସଂଘବଦ୍ଧ ଭାବେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।…

ବଦଳିଲେ ଆନନ୍ଦପୁର ଥାନା IIC, ନୂଆ ଦାୟିତ୍ୱ ନେଲେ ଶ୍ରୀକାନ୍ତ ଖମାରୀ

ବଞ୍ଚୋ,୨୫।୧୧(ପ୍ରଦୋଷ ବିଶ୍ୱାଳ ) : ଆନନ୍ଦପୁର ଥାନାରେ ନୂତନ ଥାନା ଅଧିକାରୀ (IIC) ଭାବେ ଶ୍ରୀକାନ୍ତ ଖମାରୀ ଯୋଗଦାନ କରିଛନ୍ତି । ପୂର୍ବତନ IIC ଫଣୀନ୍ଦ୍ର ଭୂଷଣ…

ଧାରଣାରେ ବସିଲେ ଅଙ୍ଗନଓ୍ବାଡ଼ି କର୍ମୀ, ୧୩୩ କେନ୍ଦ୍ରରେ ଝୁଲୁଛି ତାଲା

ଗୁଡ଼ାରି,୨୫ା୧୧(ପ୍ରମୋଦ କୁମାର ପତି): ବୁଧବାରଠାରୁ ଗୁଡ଼ାରି ବ୍ଲକର ସମସ୍ତ ୧୩୩ଟି ଅଙ୍ଗନଓ୍ବାଡ଼ିର କାର୍ଯ୍ୟରତ କର୍ମୀ ଏବଂ ସହାୟିକା ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ୭ ଦଫା…

ପୋଲିସ ଡିଜିଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ମଞ୍ଚେଶ୍ୱର ଥାନା ଆଇଆଇସି ନିଲମ୍ବିତ

ଭୁବନେଶ୍ୱର,୨୫ା୧୧: ରାଜଧାନୀ ଭୁବନେଶ୍ୱରରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ପୋଲିସ ପ୍ରଶାସନରେ ସ୍ବଚ୍ଛତା ଆଣିବା ପାଇଁ ରାଜ୍ୟ ପୋଲିସ ଡିଜି ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ…

ପୁରୀ ମାର୍କଣ୍ଡପୁରରେ ଜମି ବିବାଦରୁ ଫୁଟିଲା ବୋମା, ୫….

ପୁରୀ,୨୫।୧୧(ଅଜିତ କୁମାର ମହାନ୍ତି): ପୁରୀ ସଦରଥାନା ବାଲିପୁଟ ପଞ୍ଚାୟତ ମାର୍କଣ୍ଡପୁରରେ ବୋମାମାଡ ହୋଇଛି । ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବୋମାମାଡ ହୋଇଥିବା ବେଳେ ଏଥିରେ ୫ଜଣ ଆହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?