୪ ବର୍ଷ ତଳର ପ୍ରତିଶୋଧ ନେବାକୁ ଯୁବକଙ୍କୁ ହତ୍ୟା ଉଦ୍ୟମ, ମୁଖ୍ୟ ଅଭିଯୁକ୍ତ ଗିରଫ, ୨ ସହଯୋଗୀ ଫେରାର

ଦିଗପହଣ୍ଡି,୨୫।୧୧ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦିଗପହଣ୍ଡି ବ୍ଲକ ତେଣ୍ଟୁଆପଡ଼ା ଗ୍ରାମର ବାଙ୍କନିଧି ଗୌଡ଼ଙ୍କୁ ସଂଘବଦ୍ଧ ଭାବେ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ମଙ୍ଗଳବାର ଅପରାହ୍ନରେ ବାଙ୍କନିଧି ଓ ତାଙ୍କ ସମ୍ପର୍କୀୟ ବସନ୍ତ ନାୟକ ଗାଁ ନିକଟସ୍ଥ ଏକ କୁକୁଡ଼ା ଫାର୍ମ ପାଖରେ ଜଳଖିଆ ଖାଉଥିବା ବେଳେ ଫାସିଗୁଡ଼ା ଗ୍ରାମର ଶଙ୍କର ନାୟକ ଓ ତାଙ୍କ ୨ ସହଯୋଗୀ ବାଇକରେ ଆସି ଅତର୍କିତ ଆକ୍ରମଣ କରିଥିଲେ। ଶଙ୍କର ଏକ କାତିରେ ବାଙ୍କନିଧିଙ୍କ ମୁଣ୍ଡକୁ ଚୋଟ ପକାଇବାକୁ ଉଦ୍ୟମ କରିବାରୁ ସେ ସାଇକେଲ ଛାଡ଼ି ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।

ଏନେଇ ବାଙ୍କନିଧି କେ. ନୂଆଗାଁ ଥାନାରେ ଏତଲା ଦେବା ପରେ ମାମଲା ନଂ. ୩୭୨/୨୬ ରୁଜୁ କରି ମୁଖ୍ୟ ଅଭିଯୁକ୍ତ ଶଙ୍କରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଦିଗପହଣ୍ଡି ସବ୍-ଜେଲକୁ ପଠାଇ ଦିଆଯାଇଛି। ୪ ବର୍ଷ ତଳେ ବାଙ୍କନିଧିଙ୍କ ପାଇଁ ଶଙ୍କରଙ୍କ ଭଉଣୀ ଆତ୍ମହତ୍ୟା କରିଥିବା ଏବଂ ତାଙ୍କ ପରିବାର ଲୋକେ ଜେଲ ଯାଇଥିବାରୁ ପ୍ରତିଶୋଧ ନେବାକୁ ସେ ଏହି ହତ୍ୟା ଯୋଜନା କରିଥିବା ପୋଲିସ ଆଗରେ ସ୍ୱୀକାର କରିଛନ୍ତି। ଘଟଣାରେ ସମ୍ପୃକ୍ତ ଅନ୍ୟ ୨ ଫେରାର ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ଚଢ଼ାଉ ଜାରି ରଖିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବଦଳିଲେ ଆନନ୍ଦପୁର ଥାନା IIC, ନୂଆ ଦାୟିତ୍ୱ ନେଲେ ଶ୍ରୀକାନ୍ତ ଖମାରୀ

ବଞ୍ଚୋ,୨୫।୧୧(ପ୍ରଦୋଷ ବିଶ୍ୱାଳ ) : ଆନନ୍ଦପୁର ଥାନାରେ ନୂତନ ଥାନା ଅଧିକାରୀ (IIC) ଭାବେ ଶ୍ରୀକାନ୍ତ ଖମାରୀ ଯୋଗଦାନ କରିଛନ୍ତି । ପୂର୍ବତନ IIC ଫଣୀନ୍ଦ୍ର ଭୂଷଣ…

ଧାରଣାରେ ବସିଲେ ଅଙ୍ଗନଓ୍ବାଡ଼ି କର୍ମୀ, ୧୩୩ କେନ୍ଦ୍ରରେ ଝୁଲୁଛି ତାଲା

ଗୁଡ଼ାରି,୨୫ା୧୧(ପ୍ରମୋଦ କୁମାର ପତି): ବୁଧବାରଠାରୁ ଗୁଡ଼ାରି ବ୍ଲକର ସମସ୍ତ ୧୩୩ଟି ଅଙ୍ଗନଓ୍ବାଡ଼ିର କାର୍ଯ୍ୟରତ କର୍ମୀ ଏବଂ ସହାୟିକା ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣାରେ ବସିଛନ୍ତି। ୭ ଦଫା…

ପୋଲିସ ଡିଜିଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ମଞ୍ଚେଶ୍ୱର ଥାନା ଆଇଆଇସି ନିଲମ୍ବିତ

ଭୁବନେଶ୍ୱର,୨୫ା୧୧: ରାଜଧାନୀ ଭୁବନେଶ୍ୱରରେ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ପୋଲିସ ପ୍ରଶାସନରେ ସ୍ବଚ୍ଛତା ଆଣିବା ପାଇଁ ରାଜ୍ୟ ପୋଲିସ ଡିଜି ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ…

ପୁରୀ ମାର୍କଣ୍ଡପୁରରେ ଜମି ବିବାଦରୁ ଫୁଟିଲା ବୋମା, ୫….

ପୁରୀ,୨୫।୧୧(ଅଜିତ କୁମାର ମହାନ୍ତି): ପୁରୀ ସଦରଥାନା ବାଲିପୁଟ ପଞ୍ଚାୟତ ମାର୍କଣ୍ଡପୁରରେ ବୋମାମାଡ ହୋଇଛି । ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବୋମାମାଡ ହୋଇଥିବା ବେଳେ ଏଥିରେ ୫ଜଣ ଆହତ…

ହାଇଦ୍ରାବାଦରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ, ଗାଁରେ ଶୋକର ଛାୟା

କୋକସରା,୨୫।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ପରିବାର ପ୍ରତିପୋଷଣ ସହ ଦୁଇ ପଇସା ଅଧିକ ରୋଜଗାର ଆଶାରେ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଛି…

ମଦ କିଣିବାକୁ ଗଲେ ହେଉଛି ସ୍ୱାସ୍ଥ୍ୟ ପରୀକ୍ଷା, ଦୋକାନରେ ଲିଭର ଓ କିଡ୍‌ନୀ ଯାଞ୍ଚ କରୁଛି…

ଭୋପାଳ,୨୫।୧୧: ମଦ୍ୟପାନ କରୁଥିବା ଲୋକଙ୍କୁ ସ୍ୱାସ୍ଥ୍ୟ ପ୍ରତି ସଚେତନ କରିବାକୁ ପ୍ରଶାସନର ନିଆରା ପଦକ୍ଷେପ । ଏଣିକି ମଦ କିଣିବାକୁ ଦୋକାନକୁ ଆସୁଥିବା ଲୋକଙ୍କର ସେଠାରେ ହିଁ…

ଅଙ୍ଗନଓ୍ବାଡ଼ି କର୍ମୀଙ୍କୁ ସରକାରୀ ମାନ୍ୟତା ସହ ମାସିକ ୩୦ ହଜାର ଟଙ୍କା ପାରିଶ୍ରମିକ ଦାବି, ନ ହେଲେ ଆନ୍ଦୋଳନ ତୀବ୍ରତର ଚେତାବନୀ

ଦିଗପହଣ୍ଡି,୨୫ା୧୧(ଅଶେଷ ନାଥ ମିଶ୍ର): ଭାରତୀୟ ମଜଦୂର ସଂଘ ସହବନ୍ଧିତ ଅଲ ଓଡ଼ିଶା ଅଙ୍ଗନଓ୍ବାଡ଼ି ଲେଡିଜ୍‌ ଓ୍ବାର୍କର୍ସ ଆସୋସିଏଶନ ଦିଗପହଣ୍ଡି ଶାଖା ପକ୍ଷରୁ ସ୍ଥାନୀୟ ସମନ୍ବିତ ଶିଶୁ ବିକାଶ…

ବୃଦ୍ଧାଶ୍ରମରେ ପ୍ରେମ, ୭୫ ବର୍ଷୀୟ କନ୍ହେୟାଙ୍କୁ ବିବାହ କଲେ ୬୩ ବର୍ଷୀୟା ସବିନା

ବିଲାସପୁର,୨୫।୧୧: ବୟସ କେବଳ ଏକ ସଂଖ୍ୟା। ଜୀବନର ଶେଷ ପାହାଚରେ ମଧ୍ୟ ମିଳିପାରେ ଜୀବନସାଥୀଙ୍କ ଭଲପାଇବା ଓ ସାହାରା। ଏହାକୁ ପ୍ରମାଣ କରିଛନ୍ତି ହିମାଚଳ ପ୍ରଦେଶର ବିଲାସପୁରସ୍ଥିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?