ବନ ବିଭାଗକୁ ବଡ଼ ସଫଳତା: ସମ୍ବର ମାଂସ-ଚମଡ଼ା ଜବତ

ଅତାବିରା,୨୬।୧୧(ଯୁଧିଷ୍ଠିର ମହାପାତ୍ର):ଡେବ୍ରିଗଡ଼ ଅଭୟାରଣ୍ୟରେ ବନ୍ୟଜନ୍ତୁ ଶିକାର ଅଭିଯୋଗରେ ବନ ବିଭାଗକୁ ବଡ଼ ସଫଳତା। ବିଦ୍ୟୁତ ଫାଶ ବିଛାଇ ସମ୍ବର ଶିକାର କରିବା ଏବଂ ମାଂସ କାଟି ରଖିଥିବା ଅଭିଯୋଗରେ ଦୁଇ ଜଣଙ୍କୁ ଗିରଫ କରିଛି ଆଣ୍ଟି ପୋଚିଂ ସ୍କ୍ବାଡ। ଅଭିଯୁକ୍ତ ଦୁଇ ଜଣ ହେଲେ ବରଗଡ଼ ଜିଲା ରେଙ୍ଗାଲି ଗ୍ରାମର ୫୫ ବର୍ଷୀୟ ବିର୍ସା ମାଝୀ ଏବଂ ୪୮ ବର୍ଷୀୟ ଶତ୍ରୁଘ୍ନ ଭୁଏ।

ସୂଚନା ଅନୁସାରେ, ଗତ ୨୪ ନଭେମ୍ବର ରାତିରେ ଡେବ୍ରିଗଡ଼ ଅଭୟାରଣ୍ୟର କମଗାଁ ୱାଇଲ୍ଡଲାଇଫ ରେଞ୍ଜର ଆଣ୍ଟି ପୋଚିଂ ସ୍କ୍ବାଡ ନାଇଟ ପାଟ୍ରୋଲିଂ କରୁଥିବା ସମୟରେ ରେଙ୍ଗାଲି ଗାଁ ନିକଟରେ ବିଦ୍ୟୁତ ଫାଶ ବିଛାଯାଇଥିବା ନେଇ ବିଶେଷ ସୂଚନା ପାଇଥିଲା। ଏହାପରେ ତୁରନ୍ତ ଚଢ଼ାଉ କରି ଦୁଇ ଜଣଙ୍କୁ କାବୁ କରିଥିଲା ଟିମ। ସେମାନଙ୍କ ନିକଟରୁ ୨୦ କେଜି ସମ୍ବର ମାଂସ, ଚମଡ଼ା ଓ ଶରୀରର ଅନ୍ୟାନ୍ୟ ଅଂଶ ଜବତ ହୋଇଥିଲା।

ଏଥିସହ ମାଂସ କାଟିବା କଟୁରୀ, କୁରାଢ଼ି, ଓଜନ ମେଶିନ, ୫ କେଜି ବିଦ୍ୟୁତ ତାର, ୧୨ ଭୋଲ୍ଟର ୧୦୦ ଏଏଚ ବ୍ୟାଟେରୀ ଏବଂ ଇନଭର୍ଟର ମଧ୍ୟ ଜବତ କରିଛି ବନ ବିଭାଗ। ଅଭିଯୁକ୍ତମାନେ ନିଜ ଚାଷ ଜମି ନିକଟରେ ବିଦ୍ୟୁତ୍ ତାର ବିଛାଇଥିବାରୁ ସେଥିରେ ସମ୍ବରର ମୃତ୍ୟୁ ହୋଇଥିବା ଏବଂ ପରେ ମୃତଦେହକୁ କାଟି ମାଂସ ପ୍ରସ୍ତୁତ କରିଥିବା ଅଭିଯୋଗ ହୋଇଛି। ସେପଟେ ନାଇଟ ପାଟ୍ରୋଲିଂ ସମୟରେ କମଗାଁ ନିକଟରୁ ଆଉ ୪ କେଜି ବିତ୍ୟୁତ ତାର ମଧ୍ୟ ଜବତ କରିଛି ବନ ବିଭାଗ। ଫଳରେ ଆଉ ଏକ ସମ୍ଭାବ୍ୟ ବନ୍ୟଜନ୍ତୁ ଶିକାର ଘଟଣାକୁ ରୋକାଯାଇପାରିଛି।

ଡେବ୍ରିଗଡ଼ ଅଭୟାରଣ୍ୟ ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଗାଁଗୁଡ଼ିକରେ ବନ ବିଭାଗ ପକ୍ଷରୁ ଦିନରାତି ପାଟ୍ରୋଲିଂ, ରାତ୍ରିକାଳୀନ ନଜରଦାରୀ ଏବଂ ଗୁପ୍ତ ସୂଚନା ସଂଗ୍ରହ ଜାରି ରହିଛି। ବନ୍ୟଜନ୍ତୁ ଶିକାର ରୋକିବା ସହ ଅପରାଧୀଙ୍କୁ ତୁରନ୍ତ ଧରିବା ପାଇଁ ବନ ବିଭାଗର ଏହି ଅଭିଯାନ ଜାରି ରହିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୧୪୯ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି! ଏହି କ୍ରିକେଟର୍‌ ରଚିଲେ ଇତିହାସ

ସେଞ୍ଚୁରିଅନ,୨୬।୧୧: ଟେଷ୍ଟ କ୍ରିକେଟ ଇତିହାସରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ଦକ୍ଷିଣ ଆଫ୍ରିକାର ଅଲରାଉଣ୍ଡର ବିୟାନ ମୁଲ୍ଡର। ବାଂଲାଦେଶ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଦମଦାର ପ୍ରଦର୍ଶନ କରି ସେ…

ଅନ୍‌କ୍ୟାପ୍‌ଡ ଗ୍ରୁପ୍‌ରେ ଆର୍ଯ୍ୟବୀର ସେହ୍ବାଗ

ନୂଆଦିଲ୍ଲୀ,୨୬ା୧୧: ଆସନ୍ତା ଡିସେମ୍ବର ୧୬ରେ ହେବାକୁଥିବା ଆଇପିଏଲ୍‌ ଅକ୍ସନ ଲାଗି ପୂର୍ବତନ ଭାରତୀୟ ଓପ୍‌ନର ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ ଆର୍ଯ୍ୟବୀରଙ୍କ ସମେତ ୯୯୪ ଅନ୍‌କ୍ୟାପ୍‌ଡ ଖେଳାଳି ନାମ…

ଦେବଗୁରୁ ବୃହସ୍ପତିଙ୍କ ପଡିଲା ନଜର: ଆଜିଠୁ ଏହି ୪ ରାଶିଙ୍କ ଗୋଲଡେନ୍‌ ସମୟ ଆରମ୍ଭ, ଘରକୁ ଆସିବ ଖୁସିଖବର!

୨୬ ନଭେମ୍ବର ୨୦୨୬, ଗୁରୁବାର ଦିନ କିଛି ରାଶି ପାଇଁ ଖୁସି ଓ ସଫଳତା ନେଇ ଆସିପାରେ। ଗ୍ରହ ଓ ନକ୍ଷତ୍ରଙ୍କ ସ୍ଥିତି ଅନୁସାରେ ୪ଟି ରାଶିର…

ସୁନାମୀ ଇନିଂସର ବଡ଼ ପ୍ରଭାବ: ବୈଭବଙ୍କ ବ୍ୟାଟ ଦାମ୍‌ ୫୦୦% ବୃଦ୍ଧି, କୋହଲିଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୨୬।୧୧: ମଙ୍ଗଳବାର ଦିନ ୟୁଏଇ (UAE) ବିପକ୍ଷରେ ୨୦୪ ରନର ସୁନାମୀ ଇନିଂସ ପରେ ବିଶ୍ୱ କ୍ରିକେଟ ଜଗତ ସ୍ତବ୍ଧ ହୋଇଯାଇଛି। କିନ୍ତୁ ବୈଭବ ଗତ ତିନି…

ଡିସେମ୍ବର ୪ରେ ରିଙ୍କୁ ସିଂହଙ୍କ ରାଜକୀୟ ବିବାହ, ଯୋଗଦେବେ ମୋଦି-ରାହୁଲଙ୍କ ସମେତ ୨ ହଜାର ଅତିଥି, ସାମ୍‌ନାକୁ ଆସିଲା ଲିଷ୍ଟ

ନୂଆଦିଲ୍ଲୀ,୨୬।୧୧: ମଛଲିଶହରରୁ ସମାଜବାଦୀ ପାର୍ଟିର ସାଂସଦ ପ୍ରିୟା ସରୋଜ ଏବଂ ଲୋକପ୍ରିୟ କ୍ରିକେଟର୍‌ ରିଙ୍କୁ ସିଂହ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ସେମାନଙ୍କ ବିବାହ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଡ଼ ଚେତାବନୀ ଦେଲେ ଗାଙ୍ଗୁଲି, କ୍ରିକେଟ ଜଗତରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୬।୧୧: କାତାରର ରାଜଧାନୀ ଦୋହାରେ ଖେଳାଯାଉଥିବା ଏସିଆ କପ ରାଇଜିଂ ଷ୍ଟାର୍ସ ୨୦୨୬ ଟୁର୍ନାମେଣ୍ଟରେ ନଭେମ୍ବର ୨୪ ତାରିଖରେ ୟୁଏଇ ବିପକ୍ଷ ଗ୍ରୁପ ପର୍ଯ୍ୟାୟର ଶେଷ ମ୍ୟାଚରେ…

ବିଶ୍ୱ ରାଙ୍କିଙ୍ଗରେ ଇତିହାସ ରଚିଲା ଭାରତୀୟ ମହିଳା ହକି ଦଳ, ହାସଲ କଲା ଐତିହାସିକ ସଫଳତା

ନୂଆଦିଲ୍ଲୀ,୨୬।୧୧: ଭାରତର ମହିଳା ହକି ଦଳ ବିଶ୍ୱ ରାଙ୍କିଙ୍ଗରେ ଚତୁର୍ଥ ସ୍ଥାନରେ ପହଞ୍ଚି ଇତିହାସ ରଚିଛି । ଇତିହାସରେ ଏହା ପ୍ରଥମ ଥର ପାଇଁ ଘଟିଛି ଯେତେବେଳେ…

ଭାଙ୍ଗିବ ୧୭ ବର୍ଷର ରେକର୍ଡ! ଦ୍ୱିତୀୟ ଟେଷ୍ଟରେ ଟିମ ଇଣ୍ଡିଆର ବଡ଼ ଚାଲ, ଏଣ୍ଟ୍ରି କରିବେ ଏହି ଘାତକ ବୋଲର

ନୂଆଦିଲ୍ଲୀ,୨୬।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହାଗଲେ ଓଭାଲରେ ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ଯୁବ ଦ୍ରୁତ ବୋଲର ଗୁରନୁର ବ୍ରାରଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?