Posted inTrending, ଖେଳ

ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକତ୍ୱ ଚିତ୍ର ସ୍ପଷ୍ଟ! IPL ୨୦୨୭ରେ ଏହି ଦିଗ୍ଗଜଙ୍କୁ ମିଳିବ ଦାୟିତ୍ୱ, ଫଟୋ ଶେୟାର କରି ଘୋଷଣା କଲା…

ନୂଆଦିଲ୍ଲୀ,୨୬।୧୧: ଆଇପିଏଲ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅଧିନାୟକତ୍ୱକୁ ନେଇ ବଡ଼ ଚିନ୍ତା ଦେଖାଦେଇଛି। ଗତ ସିଜିନରେ ଦଳର ନେତୃତ୍ୱ ନେଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ଟ୍ରେଡ୍‌ ହୋଇ ପଞ୍ଜାବ କିଙ୍ଗ୍ସରେ ସାମିଲ ହୋଇଛନ୍ତି। ତାଙ୍କ ସ୍ଥାନରେ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ ସିଂହ ମୁମ୍ବାଇ ଦଳର ଅଂଶ ହୋଇଛନ୍ତି। ହାର୍ଦ୍ଦିକଙ୍କ ବିଦାୟ ପରେ ଦଳର ଅଧିନାୟକ କିଏ ହେବେ, ତାହାକୁ ନେଇ ପ୍ରଶ୍ନ ଉଠିଛି।

ହାର୍ଦ୍ଦିକ ମୁମ୍ବାଇକୁ ୫ ଥର ଚାମ୍ପିୟନ କରିଥିବା ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ନିଜେ ଦାୟିତ୍ୱ ନେଇଥିଲେ। କିନ୍ତୁ ଏବେ ଡିସେମ୍ବର ୧୬ରେ ହେବାକୁ ଥିବା ନିଲାମୀ ପୂର୍ବରୁ ମୁମ୍ବାଇ ଅଧିନାୟକତ୍ୱକୁ ନେଇ ଏକ ବଡ଼ ସଙ୍କେତ ଦେଇଛି।

ଫ୍ରାଞ୍ଚାଇଜ ପକ୍ଷରୁ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରାଯାଇଛି। ଏଥିରେ ଜଣେ ଖେଳାଳିଙ୍କ ହାତରେ ଏକ କ୍ୟାପ ଦେଖିବାକୁ ମିଳୁଛି। ଏହି କ୍ୟାପ ଓ ହାତକୁ ଦେଖି ପ୍ରଶଂସକମାନେ ରୋହିତ ଶର୍ମାଙ୍କ ନାମ ଅନୁମାନ କରୁଛନ୍ତି।

ହାର୍ଦ୍ଦିକ ଟ୍ରେଡ୍‌ ହେବା ପରେ ମଧ୍ୟ ‘ହିଟ୍‌ମ୍ୟାନ’ ରୋହିତଙ୍କ ନାମ ଅଧିନାୟକ ପଦ ପାଇଁ ଚର୍ଚ୍ଚାରେ ରହିଥିଲା। ରୋହିତଙ୍କ ପାଖରେ ଅଧିନାୟକତ୍ୱର ଭରପୂର ଅଭିଜ୍ଞତା ରହିଛି। ତେବେ ଫ୍ରାଞ୍ଚାଇଜ ଏବେ କେବଳ ଏକ ସଙ୍କେତ ଦେଇଛି, ଏନେଇ କୌଣସି ଆଧିକାରିକ ଘୋଷଣା କରାଯାଇନାହିଁ।

ତିଳକ ବର୍ମା ମଧ୍ୟ ଅଧିନାୟକ ପଦ ପାଇଁ ଜଣେ ବିକଳ୍ପ ହୋଇପାରନ୍ତି। ସେ ଜଣେ ଯୁବ ଖେଳାଳି। ଟିମ ଇଣ୍ଡିଆ ପକ୍ଷରୁ ଖେଳିବାର ଅଭିଜ୍ଞତା ତାଙ୍କର ରହିଛି। ଘରୋଇ କ୍ରିକେଟରେ ମଧ୍ୟ ସେ ଅଧିନାୟକତ୍ୱ କରିଛନ୍ତି। ଏବେ ଦେଖିବା ରୋଚକ ହେବ ଯେ, ମୁମ୍ବାଇ କେଉଁ ଖେଳାଳିଙ୍କୁ ଅଧିନାୟକ ପଦ ପାଇଁ ମୋହର ଲଗାଉଛି।

 

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡବଲ ସେଞ୍ଚୁରୀ ପରେ ବୈଭବଙ୍କ ବଡ଼ ଘୋଷଣା! ଟେଷ୍ଟ-ଦିନିକିଆରେ…

ନୂଆଦିଲ୍ଲୀ,୨୬।୧୧: ଗତ ମଙ୍ଗଳବାର (ନଭେମ୍ବର ୨୪) ଇଣ୍ଡିଆ-ଏ ପକ୍ଷରୁ ଖେଳି ବୈଭବ ସୂର୍ଯ୍ୟବଂଶୀ ଦ୍ୱିଶତକ ହାସଲ କରିଥିଲେ। ରାଇଜିଂ ଷ୍ଟାର୍ସ ଏସିଆ କପରେ ୟୁଏଇ ବିପକ୍ଷ ମ୍ୟାଚରେ…

କେନ୍ ୱିଲିୟମସନଙ୍କୁ ମିଳିଲା ବଡ଼ ଦାୟିତ୍ୱ, ୨୦୨୭ ସିଜନରେ କୋଚ୍….

ନୂଆଦିଲ୍ଲୀ,୨୫।୧୧: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ୍ ୱିଲିୟମସନଙ୍କୁ ମିଳିଛି ବଡ଼ ଦାୟିତ୍ୱ । ୨୦୨୭ SA20 ଲିଗ୍‌ ପାଇଁ ତାଙ୍କୁ ଡର୍ବାନ ସୁପର ଜାଏଣ୍ଟସ୍‌ର ମୁଖ୍ୟ ପ୍ରଶିକ୍ଷକ…

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ପୂର୍ବ ପରି କାମ କରିବେ ଆଉଟ୍‌ସୋର୍ସିଂ କର୍ମଚାରୀ, ନିଷ୍ପତ୍ତିକୁ ସରକାର ପ୍ରତ୍ୟାହାର କରି…

ଭୁବନେଶ୍ୱର,୨୫ା୧୧: ରାଜ୍ୟରେ ଟାଟା ପାଓ୍ବାର ଅଧୀନରେ କାର୍ଯ୍ୟରତ ଆଉଟ୍‌ସୋର୍ସିଂ ବିଦ୍ୟୁତ୍ କର୍ମଚାରୀଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଚାକିରିରୁ ବାଦ୍ ପଡ଼ିଥିବା ୩,୧୫୫…

ବଡ଼ ସୂଚନା; ଘୋଷଣା ହେଲା ପୋଲିସ SI ପରୀକ୍ଷା ତାରିଖ

ଭୁବନେଶ୍ୱର,୨୫।୧୧: ଦୀର୍ଘଦିନ ଧରି ପୋଲିସ SI ପରୀକ୍ଷାକୁ ଅପେକ୍ଷା କରିଥିବା ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର । ଆସନ୍ତା ଡିସେମ୍ବର ୨୬ ଓ ୨୭ ତାରିଖରେ ଅନୁଷ୍ଠିତ…

ଏହି ୬ ଭାରତୀୟ କ୍ରିକେଟର୍‌ଙ୍କ ଗୁରୁ ହେଉଛନ୍ତି ଯୁବରାଜ, ଗିଲ୍‌ଙ୍କଠୁ ବୈଭବ… ତାଲିକାରେ କିଏ କିଏ?

ନୂଆଦିଲ୍ଲୀ,୨୫।୧୧: ୨୦୧୧ ବିଶ୍ୱକପ୍‌ ବିଜୟର ଅନ୍ୟତମ ନାୟକ ତଥା ପୂର୍ବତନ ଭାରତୀୟ କ୍ରିକେଟ୍‌ ତାରକା ଯୁବରାଜ ସିଂହ ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ସନ୍ନ୍ୟାସ ନେବା ପରେ ମଧ୍ୟ ଭାରତୀୟ…

୨୮ ଛକା ମାରି ରେକର୍ଡ କଲେ ବୈଭବ ସୂର୍ଯ୍ୟବଂଶୀ, ବଡ଼ ରାଜ୍ ଖୋଲିଲେ ମେଣ୍ଟର

ନୂଆଦିଲ୍ଲୀ,୨୫।୧୧: ଏସିଆ କପ୍‌ ରାଇଜିଂ ଷ୍ଟାର୍ସରେ ୟୁଏଇ ବିପକ୍ଷ ମ୍ୟାଚ୍‌ରେ ରେକର୍ଡଭରା ପାଳି ଖେଳି ଚର୍ଚ୍ଚାକୁ ଆସିଛନ୍ତି ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ । ମାତ୍ର ୫୩ଟି…

‘୧୫ ବର୍ଷର ପିଲା ୨୮ଟି ଛକା ମାରିପାରିବ ନାହିଁ’: ବୈଭବ ସୂର୍ଯ୍ୟବଂଶୀଙ୍କ ବୟସ ନେଇ ପ୍ରଶ୍ନ ଉଠାଇଲେ ପାକିସ୍ତାନୀ ଖେଳାଳି

ନୂଆଦିଲ୍ଲୀ,୨୫।୧୧: ୟୁଏଇ (UAE) ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଦ୍ୱିଶତକ ହାସଲ କରିଛନ୍ତି, ଯାହା ପାକିସ୍ତାନକୁ ମଧ୍ୟ ଆଶ୍ଚର୍ଯ୍ୟଚକିତ କରିଦେଇଛି। ଏହାର ଏକ ମୁଖ୍ୟ କାରଣ ହେଉଛି,…

ICC ରାଙ୍କିଂରେ ଜସପ୍ରୀତ ବୁମରାଙ୍କ ଲମ୍ବ ଡିଆଁ, କ୍ଷତି ସହିଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୨୫।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଯଶପ୍ରୀତ ବୁମରା ଚମତ୍କାର ବୋଲିଂ କରିଥିଲେ, ଯାହା ତାଙ୍କୁ ଆଇସିସି (ICC) ମାନ୍ୟତାରେ ଉନ୍ନତି କରିବାରେ ସାହାଯ୍ୟ କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?