Odisha Elections 2024

ବେଦରେ ସମ୍ପତ୍ତି ବିବାଦ

ବେଦ ହେଉଛି ହିନ୍ଦୁମାନଙ୍କର ୩୦୦୦ ବର୍ଷର ପୁରୁଣା ଶାସ୍ତ୍ର। ଏହାକୁ ମଧ୍ୟ ଜ୍ଞାନର ଗ୍ରନ୍ଥ କୁହାଯାଏ। ଏହା ମୁଖ୍ୟତଃ କାବ୍ୟ(ମନ୍ତ୍ର) ଏବଂ ଗଦ୍ୟ(ବ୍ରାହ୍ମଣ)କୁ ନେଇ ଗଠିତ। ବେଦର ଗଦ୍ୟ ମଧ୍ୟରେ ଅନେକ କାହାଣୀ (ଇତିହାସ) ଅଛି। ଏହି କାହାଣୀଗୁଡ଼ିକରେ ଆମେ ସମ୍ପତ୍ତି କିମ୍ବା ସମ୍ବଳକୁ ନେଇ ବିବାଦସବୁ ଦେଖିବାକୁ ପାଉ। ବିଶେଷକରି ମଣିଷ-ମଣିଷ ମଧ୍ୟରେ, ଦେବତା-ଦେବତା ମଧ୍ୟରେ ଏବଂ ଅନେକ ସମୟରେ ମଣିଷ ଓ ଦେବତାଙ୍କ ମଧ୍ୟରେ ବିବାଦ ବିଷୟରେ ଗଦ୍ୟରେ ବର୍ଣ୍ଣନା କରାଯାଇଛି। ଏଥିରୁ ଆମେ ଅନୁଭବ କରୁ ଯେ ବୈଦିକ ଯୁଗରେ ଲୋକଙ୍କ ମଧ୍ୟରେ ସମକାଳୀନ ସମସ୍ୟାଗୁଡ଼ିକ ଭଳି ସମାନ ସମସ୍ୟା ରହିଥିଲା। ଆମେ ଏବେ ବି ସେହିଭଳି ସମ୍ବଳକୁ ନେଇ ଲଢ଼େଇ କରୁଛୁ। ଉଦାହରଣ ସ୍ବରୂପ, ଜୈମିନ୍ୟ ବ୍ରାହ୍ମଣ (୧.୧୮୪) ଅନୁଯାୟୀ, ବାଳକ ତ୍ରିତ ବହୁତ ଦକ୍ଷ ଥିଲା। ସେ ତାଙ୍କ ସେବା ପାଇଁ ଅନେକ ଗୋ-ସୁରକ୍ଷିତ କରି ରଖିଥିଲେ। ତ୍ରିତଙ୍କ ଏଭଳି କାର୍ଯ୍ୟରେ ତାଙ୍କର ଦୁଇ ବଡ଼ ଭାଇ ଈର୍ଷାପରାୟଣ ହୋଇପଡ଼ିଲେ, ଯେଉଁମାନେ ତାଙ୍କୁ ଏକ ଶୁଖିଲା କୂଅ ଭିତରକୁ ଠେଲିଦେବା ପରେ ଗାଈମାନଙ୍କୁ ନିଜର ବୋଲି ଦାବି କଲେ। ତ୍ରିତ ଶୁଖିଲା କୂଅରୁ ରକ୍ଷା ପାଇବାକୁ ଦେବତାମାନଙ୍କୁ ପ୍ରାର୍ଥନା କଲେ। ଦେବତାମାନେ ତାଙ୍କ ଡାକ ଶୁଣିଲେ ଓ ବର୍ଷା କରାଇଲେ। ବର୍ଷା ହେତୁ କୂଅର ଜଳ ସ୍ତର ବୃଦ୍ଧି ପାଇଲା ଏବଂ ପିଲାଟି ଉପରକୁ ଭାସି ଉଠିଲା। ଫଳରେ ସେ କୂଅରୁ ଉଦ୍ଧାର ପାଇଗଲେ। ଏହା ପରେ ତ୍ରିତଙ୍କ ଦୁଇ ଭାଇଙ୍କ ମଧ୍ୟରୁ ଜଣେ ଭାଲୁ ଏବଂ ଆଉ ଜଣେ ମାଙ୍କଡ଼ ହେବାର ଅଭିଶାପ ପାଇଲେ। ଏହି ଘଟଣା ପରେ ତ୍ରିତ ଗାଈ ସହିତ ଘରକୁ ଫେରିଲେ।
ଜୈମିନ୍ୟ ବ୍ରାହ୍ମଣ (୧.୧୫୪-୫୫) ଅନୁଯାୟୀ, ଅସୁର, ରାକ୍ଷସ ଏବଂ ପିଶାଚମାନେ ସମ୍ପତ୍ତି ପାଇଁ ଦେବ, ପିତୃପୁରୁଷମାନଙ୍କ ସହ ଲଢେଇ କରୁଥିଲେ। ଏହି ଯୁଦ୍ଧରେ ଗାନ୍ଧର୍ବମାନେ ଭାଗ ନେବାକୁ ମନା କରିଦେଇ ଦୂରେଇ ରହିଲେ। ଯୁଦ୍ଧ ଶେଷରେ ଅସୁରମାନଙ୍କୁ ପୃଥିବୀ ତଳ (ପାତାଳ)କୁ ଜବରଦସ୍ତି ପଠାଇଦିଆଗଲା। ରାକ୍ଷସଙ୍କୁ ନିର୍ଜନ ଜଙ୍ଗଲରେ ଏବଂ ପିଶାଚମାନଙ୍କୁ ଅନ୍ଧକାର ଭିତରକୁ ପଠାଇ ଦିଆଗଲା। ପିତୃପୁରୁଷମାନେ ତାରାମଣ୍ଡଳର ସାମ୍ରାଜ୍ୟ ଦାବି କରିଥିବା ବେଳେ ଦେବତାମାନେ ଆକାଶ ଦାବି କରିଥିଲେ ଏବଂ ମାନବଗଣ ପୃଥିବୀ ଦାବି କରିଥିଲେ। ତା’ପରେ ଗାନ୍ଧର୍ବମାନେ ସେମାନଙ୍କ ଭାଗ ମାଗିଥିଲେ। ଗାନ୍ଧର୍ବମାନଙ୍କୁ କୁହାଯାଇଥିଲା ଯେ ସେମାନେ କୌଣସି ଭାଗ ପାଇପାରିବେ ନାହିଁ, କାରଣ ସେମାନେ କୌଣସି ଗୋଟିଏ ଯୁଦ୍ଧରେ ବି କାହା ପକ୍ଷରେ ରହି ନ ଥିଲେ। ଏପରି କି ଆଜି ମଧ୍ୟ ଯେତେବେଳେ ଲୋକମାନେ କୌଣସି ବିବାଦ କିମ୍ବା ଯୁଦ୍ଧରେ କାହା ପକ୍ଷରେ ଭାଗ ନିଅନ୍ତି ନାହିଁ, ସେତେବେଳେ ଲୋକମାନେ ସେମାନଙ୍କ ଉପରେ ଅସନ୍ତୋଷ ବା କ୍ରୋଧ ପ୍ରକାଶ କରନ୍ତି ଏବଂ ସେମାନଙ୍କୁ ସୁବିଧାବାଦୀ ଭାବେ ଦେଖନ୍ତି। ବୈଦିକ ସମୟରେ ହୋଇଥିବା ଯୁଦ୍ଧରେ ଗାନ୍ଧର୍ବଙ୍କ ପରି ସେମାନଙ୍କୁ ଲୋକେ ପ୍ରତ୍ୟାଖ୍ୟାନ କରନ୍ତି।
ଜୈମିନ୍ୟ ବ୍ରାହ୍ମଣ(୩.୧୫୯)ରେ ମଧ୍ୟ ବିବାଦ ସମ୍ପର୍କରେ ସୂଚିତ କରାଯାଇଛି। ଏହା ଅନୁଯାୟୀ, ସର୍ଯାତ ଏକ ଯଜ୍ଞ କରିଥିଲେ ଓ ସୋମରସ ଗ୍ରହଣ କରିଥିଲେ। ସେହି ଯଜ୍ଞରେ ସେ ଦେବତା ଓ ସାଧୁମାନଙ୍କୁ ଏକାଠି ପିଇବାକୁ ନିମନ୍ତ୍ରଣ କରିଥିଲେ। କିନ୍ତୁ ସେଠାରେ ଏକ ବିବାଦ ଦେଖାଦେଇଥିଲା। ଅଶ୍ୱିନମାନଙ୍କୁ ଏଥିରେ ଭାଗ ନେବା ଲାଗି ଚେଭନା ଋଷି ଉତ୍ସାହିତ କରିଥିଲେ, ଯାହା ଇନ୍ଦ୍ରଙ୍କୁ କ୍ରୋଧିତ କରିଥିଲା। ପରେ ଏହାକୁ ନେଇ ଏକ ଝଗଡ଼ା ଆରମ୍ଭ ହୋଇଯାଇଥିଲା। ଇନ୍ଦ୍ର ଏବଂ ମାରୁତମାନେ ସାଧୁମାନଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କରିଥିଲେ। ସେମାନେ ମାଡା ନାମକ ଏକ ଦାନବ ବା ରାକ୍ଷସ ସୃଷ୍ଟି କରିଥିଲେ, ଯିଏ ଦେବତାମାନଙ୍କୁ ଭୟଭୀତ କରିଥିଲା। ପରେ ବିଦ୍ୱାନମାନଙ୍କ ପ୍ରଶଂସାରେ ଦେବତାମାନେ ପ୍ରସନ୍ନ ହୋଇଥିଲେ। ଦାନବ ପାଇଁ ଯିବା ଲାଗି କୌଣସି ସ୍ଥାନ ନ ଥିଲା। ତେଣୁ ସାଧୁମାନେ ତାଙ୍କୁ ମଦ ଭିତରେ ଲୁଚାଇ ରଖିଲେ ଏବଂ ସେ ମଦ୍ୟର ଦାନବ ହୋଇଗଲେ।
ଐତ୍ରେୟ ବ୍ରାହ୍ମଣରେ (୨.୨୫) ଆଉ ଏକ ରୋଚକ କାହାଣୀ ରହିଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ସୋମର ଏକ ଭାଗ ପାଇବା ସକାଶେ ଦେବତାମାନଙ୍କ ମଧ୍ୟରେ ଏକ ଦୌଡ଼ ଆୟୋଜିତ ହୋଇଥିଲା। ଏହି ଦୌଡ଼ରେ ବାୟୁ ବିଜୟୀ ହୋଇଥିଲେ। ଇନ୍ଦ୍ର ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ। ପରେ ଇନ୍ଦ୍ରଙ୍କ ସହ ସୋମରସ ପିଇବା ଲାଗି ବାୟୁଙ୍କୁ ସେ ଅନୁରୋଧ କରିଥିଲେ ଏବଂ ବହୁ ବୁଝାଶୁଝା ପରେ ସୋମର ଏକଚତୁର୍ଥାଂଶ ନେଇଥିଲେ।
ଐତ୍ରେୟ ବ୍ରାହ୍ମଣରେ (୩.୩୦) ଋଭୁଗଣ (କାରିଗରବର୍ଗ)ଙ୍କୁ ଗୋଟିଏ କପ୍‌କୁ ଚାରିଟିି କପ୍‌ରେ ପରିଣତ କରିବାକୁ କୁହାଯାଇଥିଲା। ସାଧାରଣତଃ ଋଭୁମାନେ ଅର୍ଥାତ୍‌ କାରିଗରମାନେ ଏହି କାର୍ଯ୍ୟ କରିଥାନ୍ତି। ହେଲେ ଏହା ବଦଳରେ ସେମାନେ ସୋମ ପାଇଁ କହିଥିଲେ। କିନ୍ତୁ ଦେବତାମାନେ ସକାଳ ଏବଂ ଅପରାହ୍ନର ରୀତିନୀତିରେ ସେମାନଙ୍କୁ ସୋମରୁ ଭାଗ ଦେବା ଲାଗି ମନାକରି ଦେଇଥିଲେ। ଏହିପରି ଭାବେ ଦେବତା ଓ ଋଭୁଗଣଙ୍କ ମଧ୍ୟରେ ବିବାଦ ଦେଖାଯାଇଥିଲା। ଶେଷରେ ଏହାକୁ ଲକ୍ଷ୍ୟକରି ପ୍ରଜାପତି ଆସି ସେଠାରେ ପହଞ୍ଚିଥିଲେ ଏବଂ ସେମାନଙ୍କୁ ସନ୍ଧ୍ୟା ରୀତିନୀତିରେ ସୋମର ଏକ ଅଂଶ ପ୍ରଦାନ କରିଥିଲେ। ବାସ୍ତବରେ ଏବକାର ସମୟରେ ସୋମର ଉଚିତ ଅଂଶ ପାଇବାକୁ ନେଇ ଅଧିକାଂଶ ମାନବଙ୍କ ମଧ୍ୟରେ ବିବାଦ ସୃଷ୍ଟି ହେଉଛି। ଏକ ଅଂଶ ବା ଶେୟାରକୁ ସଂସ୍କୃତରେ ‘ଭାଗ’ ଏବଂ ଏକ ଖଣ୍ଡକୁ ସଂସ୍କୃତରେ ‘ଭାଗ’ କୁହାଯାଏ। ଏହି ଶବ୍ଦଗୁଡ଼ିକରୁ ଭଗବାନ କିମ୍ବା ଈଶ୍ୱର ଅବଧାରଣା ଆସିଛି, ଯିଏ ନିଷ୍ପକ୍ଷତା ବା ଉଚିତ ନ୍ୟାୟ ପ୍ରଦାନ କରନ୍ତି। ଏହି ଧାରଣା ବୈଦିିକ ସମୟ ପରେ ସାମ୍ନାକୁ ଆସିଥିଲା ଏବଂ ସାଧାରଣତଃ ବିଷ୍ଣୁଙ୍କ ପାଇଁ ପ୍ରୟୋଗ କରାଯାଇଥିଲା। ୫୦୦ ଖ୍ରୀଷ୍ଟାବ୍ଦ ପରେ ରଚନା ହୋଇଥିବା ପୁରାଣରେ ବର୍ଣ୍ଣନା ରହିଛି ଯେ ବିଷ୍ଣୁ ବଳିଙ୍କୁ ତାଙ୍କ ରାଜ୍ୟ ତଥା ଦେବମାନଙ୍କୁ ଅମୃତ ପ୍ରଦାନ କରିଥିଲେ। ଦେବତାମାନେ ସେମାନଙ୍କର ସମ୍ପତ୍ତି ଅସୁରମାନଙ୍କ ସହିତ ବାଣ୍ଟି ନାହାନ୍ତି। ଫଳସ୍ବରୂପ ସେମାନଙ୍କ ମଧ୍ୟରେ ନିରନ୍ତର ବିବାଦ ଲାଗି ରହଛି।

  • ଦେବଦତ୍ତ ପଟ୍ଟନାୟକ
    devduttofficial@gmail.com

Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଇଞ୍ଜିନିୟରିଂ ପରେ ବିହାରର ପ୍ରଭାତ କୁମାର ପାଖାପାଖି ୫୦୦ ଗ୍ରାମର ୨୫,୦୦୦ କୃଷକଙ୍କୁ ସଶକ୍ତ କରିପାରିଛନ୍ତି। କୃଷକମାନେ ପିଆଜ, ଛତୁ ଓ ମକା ଚାଷ କରି...

ପରିଶୁଦ୍ଧ କୃଷିର ଆବଶ୍ୟକତା

ଡି. ଶୁଭମ୍‌ କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଖାଦ୍ୟ ଯୋଗାଇବା ପାଇଁ ମାନବ ବିଭିନ୍ନ ନୂତନ ପଦ୍ଧତି ଆପଣାଉଛି। ତେବେ ଏହାରି ମଧ୍ୟରେ ଏହି ପଦ୍ଧତିଗୁଡ଼ିକ ପରିବେଶ ଉପରେ...

ଚବାହାର ଚୁକ୍ତିନାମା-କୂଟନୈତିକ ବିଜୟ

ପ୍ରକାଶ ତ୍ରିପାଠୀ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସହ ଇରାନର ପାରସ୍ପରିକ ସମ୍ପର୍କ ନିରନ୍ତର ଖରାପ ଥିବାବେଳେ ଭାରତ ସହ ସମ୍ପର୍କ ସର୍ବଦା ଭଲ ରହିଆସିଛି। ବିଭିନ୍ନ ସମୟରେ...

Dillip Cherian

ପୁରୁଣା ଆଇନର ନବୀକରଣ

ସ୍ବାଧୀନତା ପୂର୍ବର ଅନେକ ଆଇନର ନବୀକରଣ ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ(ଏମ୍‌ଏଚ୍‌ଏ) ଏସବୁ ଆଇନର ଆଧୁନିକୀକରଣ ଓ ବ୍ୟବସ୍ଥିତ କରିବାର ପ୍ରସ୍ତାବ...

ଏଇ ଭାରତରେ

ବୟସ ୮୭, ତଥାପି ଏହି ବୟସରେ ସଡ଼କ ଦୁର୍ଘଟଣାରେ ଜୀବନ ବଞ୍ଚାଇବା ଲାଗି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଜାରି ରଖିଛନ୍ତି ରାଜସ୍ଥାନର ଡ. ମାୟା ଟଣ୍ଡନ। ସେ...

ଗ୍ରୀଷ୍ମରେ ଛାୟାଦ୍ରୁମ

ଡ. ଶରତ ଚନ୍ଦ୍ର ପରିଡ଼ା   ପ୍ରଚଣ୍ଡ ଗ୍ରୀଷ୍ମରେ ଶୀତଳ ଛାଇ ଟିକିଏ ମିଳିଗଲେ ସତେ କି ଅମୃତ! ମଝିରେ ମଝିରେ ଝଡ଼ବତାସ ଆସି ପୁରୁଣାକାଳିଆ...

ଅକାଳ ପକ୍ବ ଫଳ ଅମୃତ ନା ବିଷ

ଡ. ଚିନ୍ତାମଣି ପଣ୍ଡା   ଋତୁକାଳୀନ ଫଳ ଓ ପନିପରିବା ସବୁ ବର୍ଷର ଭିନ୍ନ ଭିନ୍ନ ଋତୁରେ ବଜାରକୁ ଆସିଥାଏ। ଯେଉଁ ସମୟରେ ଯେଉଁ ଫଳଟି...

ନୈରାଶ୍ୟର ପ୍ରତିବାଦ

ସ୍ଲାଭୋଜ୍‌ ଜିଜେକ୍‌   ଏବେ ଅତି ଖରାପ ସମୟ ପଡ଼ିଛି। ପ୍ରକୃତିରେ ଶାନ୍ତି ଓ ସ୍ଥିରତାରେ ବ୍ୟାଘାତ ଘଟୁଛି। ବାରମ୍ବାର ଦୁବାଇରେ ପ୍ରବଳ ବର୍ଷା କିମ୍ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri