ଫାଷ୍ଟବ୍ରିଡର ରିଆକ୍ଟର

୨୬ ଏପ୍ରିଲ ୧୯୮୬ ଦିନ ବର୍ତ୍ତମାନର ୟୁକ୍ରେନସ୍ଥିତ ଚେର୍ଣ୍ଣୋବିଲଠାରେ ଘଟିଥିବା ପରମାଣୁ କେନ୍ଦ୍ରରେ ଦୁର୍ଘଟଣା ପରେ କିଛି ଦଶକଧରି ନାଭିକୀୟ ଶକ୍ତି ଉତ୍ପାଦନ କ୍ଷେତ୍ରରେ ମାନ୍ଦାବସ୍ଥା ଆସିଯାଇଥିଲେ ହେଁ ଏବେ ଜୀବାଣୁ ଇନ୍ଧନର ଅଭାବ ଏବଂ ଏହାର ଉଚ୍ଚତର ଅଙ୍ଗାର ପଦଚିହ୍ନ ହେତୁ ବିଶ୍ୱ ପୁନର୍ବାର ଏହି ଦିଗରେ ମୁହଁ ଫେରାଇଛି। ତେଣୁ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ନିର୍ମାଣ ଅବସ୍ଥାରେ ରହିଛି ପ୍ରାୟ ୩୨ଟି ନାଭିକୀୟ ରିଆକ୍ଟର। ଏପରି ସମୟରେ ନିକଟରେ(୫ ଏପ୍ରିଲ ୨୦୨୬) ରୁଷିଆ ପଛକୁ ଦ୍ୱିତୀୟ ରାଷ୍ଟ୍ର ରୂପେ ଭାରତ ତାମିଲନାଡୁର କଳ୍ପକମ୍‌ଠାରେ ଏହାର ନମୁନାମୂଳକ ଫାଷ୍ଟବ୍ରିଡର ରିଆକ୍ଟରକୁ କାର୍ଯ୍ୟକ୍ଷମ କରାଇବାରେ ସଫଳ ହେବା ନିଶ୍ଚୟ ଏକ ଅପୂର୍ବ କୃତିତ୍ୱ। ଏହା ସମ୍ପୂର୍ଣ୍ଣ ରୂପେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଏବଂ ଏହାର ବିଶେଷତ୍ୱ ହେଲା ଯେ ଏଥିରେ ଯେତିକି ଇନ୍ଧନ ଆବଶ୍ୟକ ହୁଏ ତା’ଠାରୁ ଅଧିକ ଉତ୍ପାଦନ ହୁଏ।
ସୁଦୀର୍ଘ ବହୁ ଦଶନ୍ଧିଧରି ଫାଷ୍ଟବ୍ରିଡର ରହିଆସିଛି। କାରଣ ସାଧାରଣ ନାଭିକୀୟ ରିଆକ୍ଟରରେ ବ୍ୟବହୃତ ଇନ୍ଧନ ୟୁରାନିୟମ ଏଠାରେ ଯଥେଷ୍ଟ ପରିମାଣରେ ମିଳେନାହିଁ। ଅନ୍ୟପକ୍ଷରେ ଏହା ଦୁନିଆର ପ୍ରାୟ ଏକ ଚତୁର୍ଥାଂଶ ଥୋରିୟମର ଅଧିକାରୀ, ଯାହାକି ଫାଷ୍ଟବ୍ରିଡର ରିଆକ୍ଟରମାନଙ୍କରେ ନାଭିକୀୟ ଇନ୍ଧନକୁ ରୂପାନ୍ତରିତ କରାଯାଇପାରିବ। ଏକ ଆକଳନ ଅନୁସାରେ ଏଥିରୁ ଆଗାମୀ ପ୍ରାୟ ୪୦୦ ବର୍ଷଧରି ପ୍ରତିବର୍ଷ ୫୦୦ ଜିଗାଓ୍ବାଟ୍‌ ହାରରେ ବିଦ୍ୟୁତ୍‌ ଉତ୍ପାଦନ ଲାଗି ଯଥେଷ୍ଟ।
ଅଧିକାଂଶ ସାଧାରଣ ନାଭିକୀୟ ରିଆକ୍ଟର ୟୁରାନିୟମକୁ ଇନ୍ଧନ ରୂପେ ବ୍ୟବହାର କରନ୍ତି। ତାହା ଶେଷ ହୋଇଗଲେ ଅବସ୍ଥାଟି ବନ୍ଦ ହୋଇଯାଏ। ତେବେ ଫାଷ୍ଟବ୍ରିଡର ରିଆକ୍ଟର ଏଥିରୁ ଅଲଗା। ଏଥିରେ ଯେତିକି ଇନ୍ଧନ ଜଳେ ତହିଁରୁ ଅଧିକ ଉତ୍ପନ୍ନ ହୁଏ, ଅବଶ୍ୟ ଭିନ୍ନ ପ୍ରକାର ଏଥିରେ ପ୍ରାଥମିକ ଅବସ୍ଥାରେ ଅବ୍ୟବହୃତ ହୁଏ ୟୁରାନିୟମ-ପ୍ଲୁଟୋନିୟମ ମିଳିତ ଅକସାଇଡ୍‌ ଇନ୍ଧନ ଏବଂ ଶୀତଳକ ରୂପେ କାର୍ଯ୍ୟକରେ ତରଳ ସୋଡ଼ିୟମ। ଏହି ଇନ୍ଧନକୁ ୟୁରାନିୟମ-୨୩୮ର ଆବରଣ ମଧ୍ୟରେ ଥିବା ରିଆକ୍ଟରର ଅନ୍ତର୍ଦେଶ ବା କୋର ମଧ୍ୟରେ ଭରି ଦିଆଯାଏ। ଅବସ୍ଥାଟି ଚାଲୁ ହେଲେ ତନ୍ମଧ୍ୟରେ ଘଟୁଥିବା ବିଖଣ୍ଡନ ବା ଫିଜନ ପ୍ରକ୍ରିୟା ଏହାକୁ ଅଧିକ ପରିମାଣରେ ପ୍ଲୁଟୋ ନିୟମରେ ପରିଣତ କରିଦିଏ।
କଳ୍ପକମ୍‌ର ଏହି ନମୁନା ଫାଷ୍ଟବ୍ରିଡର ଆଟମିକ ରିସର୍ଚ୍ଚ ଏବଂ କାର୍ଯ୍ୟକ୍ଷମ କରିଥିଲା। ଭାରତୀୟ ନାଭିକୀୟ ବିଦୁତ୍‌ ନିଗମ ଲିମିଟେଡ୍‌। ଏହା ଆମ ଦେଶରେ ଦୀର୍ଘସ୍ଥାୟୀ ନାଭିକୀୟ ଆଭିମୁଖ୍ୟ ପାଇଁ ଉଦ୍ଦିଷ୍ଟ, ଯାହାକି ଭବିଷ୍ୟତରେ ୨୦୦ରୁ ଅଧିକ ଛୋଟ ବଡ଼ ଶିଳ୍ପକୁ ଶକ୍ତି ଯୋଗାଇବା ପାଇଁ ସମର୍ଥ ହେବ। ଅତଏବ ସାଧନ ଦିଗରେ ଏକ ବଳିଷ୍ଠ ପଦକ୍ଷେପ।
ଫାଷ୍ଟବ୍ରିଡର ରିଆକ୍ଟର ନିର୍ମାଣ ପାଇଁ ଭାରତ ୧୯୬୦ ଦଶକରୁ ଉଦ୍ୟମ ଚଳାଇ ଆସିଛି। ସେତେବେଳେ ଏହା ଏକ ତ୍ରିସ୍ତରୀୟ ନାଭିକୀୟ ଇନ୍ଧନ ଯୋଜନା ଅବଲମ୍ବନ କରିଥିଲା। ତହିଁରୁ ପ୍ରଥମସ୍ତରରେ ବ୍ୟବହାର କରାଯାଇଥିଲା। ପ୍ରାକୃତିକ ୟୁରାନିୟମକୁ ଇନ୍ଧନ ରୂପେ ବ୍ୟବହାର କରୁଥିଲା ପ୍ରେସରାଇଜଡ୍‌ ହେଭିଓ୍ବାଟର ରିଆକ୍ଟର, ଯାହାକି ବିଦ୍ୟୁତ୍‌ ସଙ୍ଗେ ସଙ୍ଗେ ଏକ ଉପଜାତ ପଦାର୍ଥ ରୂପେ ପ୍ଲୁଟୋନିୟମ ଉତ୍ପନ କରେ, ତତ୍ପରେ ଦ୍ୱିତୀୟ ସ୍ତରରେ ଉକ୍ତ ପ୍ଲୁଟୋନିୟମକୁ ଫାଷ୍ଟବ୍ରିଡର ରିଆକ୍ଟରରେ ଇନ୍ଧନ ପାଇଁ ମିଶ୍ରିତ ଅକସାଇଡ୍‌ ପ୍ରସ୍ତୁତିରେ ବ୍ୟବହାର କରାଯାଏ। ଦ୍ୱିତୀୟ ସ୍ତରରେ ଥୋରିୟମ୍‌ର ଅଧିକାରୀ, ଓଡ଼ିଶା, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ କେରଳର ‘ମୋନାଜାଇଟ୍‌’ ବାଲୁକାରେ ଏହା ପ୍ରଚୁର ପରିମାଣରେ ଥିବାର ଆକଳନ କରାଯାଇଛି ା
ଥୋରିୟମ୍‌କୁ ସିଧାସଳଖ ନାଭିକୀୟ ଇନ୍ଧନ ରୂପେ ବ୍ୟବହାର କରାଯାଇ ପାରିବ ନାହିଁ ା କିନ୍ତୁ ଫାଷ୍ଟବ୍ରିଡର ରିଆକ୍ଟର ଏପରି ଏକ ବ୍ୟବସ୍ଥା ଯାହାକି ତାକୁ ସେଥିରେ ପରିଣତ କରେ ା ଭାରତ ତା’ର ଆବଶ୍ୟକତାର ଅଧିକାଂଶ ଭାଗ ୟୁରାନିୟମ୍‌ ବିଦେଶରୁ ଆମଦାନୀ କରେ ା ଅନ୍ୟପକ୍ଷରେ ଏହାର ମାଟିତଳେ ପ୍ରଚୁର ଥୋରିୟମ୍‌ ଥିବାରୁ ତାହାକୁ ଏଥିପାଇଁ ବ୍ୟବହାର କରାଯାଇପାରିବ ା
ଭାରତର ଏହି ସଫଳତା ହାସଲ କରିବାର ପଥଥିଲା ବେଶ୍‌ ସୁଦୀର୍ଘ ଏବଂ ବ୍ୟୟବହୁଳ ା ପ୍ରଥମେ ଏହାର ଲକ୍ଷ୍ୟ ଥିଲା ନିମାଣକାର୍ଯ୍ୟ ୨୦୧୦ ମସିହା ସୁଦ୍ଧା ସମ୍ପୂର୍ଣ୍ଣ ହେବାର ା କିନ୍ତୁ ପ୍ରକୃତରେ ତାହା ବହୁ ଅଧିକ କାଳ ନେଲା ା ଫଳରେ ଖର୍ଚ୍ଚର ପ୍ରାଥମିକ ଆକଳନ ୩,୪୯୨ କୋଟି ଟଙ୍କା ପ୍ରାୟ ୨ଗୁଣ ବୃଦ୍ଧି ପାଇଲା ା ପ୍ରଥମଥର ପାଇଁ ୨୦୨୪ ମସିହା ମାର୍ଚ୍ଚରେ ରିଆକ୍ଟରର ଆଭ୍ୟନ୍ତର ବା ‘କୋର୍‌’ରେ ଇନ୍ଧନ ଧୀରେ ଧୀରେ ଭରି ପରୀକ୍ଷା ଆରମ୍ଭ କରିବାକୁ ଅନୁମତି ମିଳିଥିଲା ା ତତ୍ପରେ ‘ଦ ଆଟମିକ୍‌ ଏର୍ନ୍‌ଜୀ ରେଗୁଲେଟୋରୀ ବୋର୍ଡ ା ଏହାର ନିରାପଦ ସମ୍ପର୍କରେ ସବୁ ଦିଗରୁ ପୁଙ୍ଖାନୁପଙ୍ଖ ପରୀକ୍ଷା କରି ଶେଷରେ ଏପ୍ରିଲ ୬, ୨୦୨୬ ଦିନ ଏହା ‘କାର୍ଯ୍ୟକ୍ଷମ’(କ୍ରଟିକାଲିଟି ଲାଭ କରିବ) ବୋଲି ଘୋଷଣା କଲା ା ଅତଏବ ନମୁନାଟିକୁ ପରୀକ୍ଷାମୂଳକ ଭାବେ ଚଳାଇବାକୁ ଅନୁମତି ଦେଲା ା
ଫାଷ୍ଟବ୍ରିଡର ରିଆକ୍ଟରଟି ଏ ଅବସ୍ଥାକୁ ଆସିଯିବା ଅର୍ଥ ନୁହେଁ ଯେ, ତାହାକୁ ବର୍ତ୍ତମାନ ଶକ୍ତି ଉଦ୍ଭାବନରେ ନିୟୋଜିତ କରାଯାଇପାରିବ। ସେଥିପୂର୍ବରୁ ତାହାକୁ ପରୀକ୍ଷାମୂଳକ ଭାବେ ସ୍ବଳ୍ପ ସମୟ ପାଇଁ ଚଳାଇ ସ୍ବଳ୍ପ ପରିମାଣରେ ଶକ୍ତି ଉତ୍ପାଦନ କରିବା ସହିତ ଆହୁରି ଅନେକ ଛୋଟବଡ଼ ଅଧ୍ୟୟନ କରାଯିବ ା ଅତଏବ ତାହା ନିରାପଦ ଓ ନିର୍ଭରଯୋଗ୍ୟ ବୋଲି ପ୍ରମାଣିତ ହେଲା ା ତତ୍ପରେ ଶକ୍ତି ଉତ୍ପାଦନ ସ୍ତର ଧୀରେ ଧୀରେ ବୃଦ୍ଧି କରାଯିବ ଏବଂ ପରବର୍ତ୍ତୀ ଅବସ୍ଥାରେ ରିଆକ୍ଟରକୁ ବୈଦ୍ୟୁତିକ ଗ୍ରୀଡ୍‌ ସହିତ ସଂଯୁକ୍ତ କରି ବ୍ୟବସାୟିକ ଭିତ୍ତିରେ ବିଦ୍ୟୁତ୍‌ ଉତ୍ପାଦନ କରାଯିବ ା
ଏହାର କାର୍ଯ୍ୟକାରିତା ସନ୍ତୋଷଜନକ ହେଲେ ସେଠାରେ ଆହୁରି ଦୁଇଟି ଫାଷ୍ଟବ୍ରିଡର୍‌ ରିଆକ୍ଟର ସ୍ଥାପନ କରିବାକୁ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଏବେ ଚିନ୍ତାକରୁଛି ା ଏହି ସଫଳତା ଭାରତକୁ ବିଶ୍ୱରେ କେବଳ ରୁଷିଆ ପଛକୁ ଏ କ୍ଷେତ୍ରରେ ଦ୍ୱିତୀୟ ସ୍ଥାନ ଦେବ ା କାରଣ ଏହି ଦେଶ ବ୍ୟତୀତ ଆମେରିକା, ଇଂଲଣ୍ଡ, ଫ୍ରାନ୍ସ ଆଦି ଅନ୍ୟ କୌଣସି ଦେଶ ଫାଷ୍ଟ୍ରବ୍ରିଡର ରିଆକ୍ଟର ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ଆଜି ପର୍ଯ୍ୟନ୍ତ ସଫଳତା ଅର୍ଜନ କରିପାରିନାହାନ୍ତି ା
ଯମପଡ଼ା, ମାର୍ଶାଘାଇ, କେନ୍ଦ୍ରାପଡ଼ା
ମୋ: ୯୯୩୭୩୦୧୪୬୦

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଆଶା: ଅବ୍ୟାହତ ଜୀବନଯାତ୍ରାର ପୁଞ୍ଜି

ଆଜିର ତଥାକଥିତ ସଭ୍ୟ ମାନବ ଯେଭଳି ଭାବରେ ହିଂସାର ତାଣ୍ଡବ ସୃଷ୍ଟି କରୁଛି ଆମେ ନିଜକୁ ସଭ୍ୟବୋଲି କହିବା କେତେ ଯଥାର୍ଥ ତାହା ବିତର୍କର ବିଷୟ। ପୁନଶ୍ଚ…

ଅଡୁଆରେ ଜିମ୍‌ଖାନା

ପ୍ରକୃତରେ ଦିଲ୍ଲୀ ଜିମ୍‌ଖାନା କ୍ଲବର ସମୟ ଶେଷ ହୋଇଆସୁଛି କି? ହୋଇପାରେ। ଯଦି ଏହା ହୁଏ, ତେବେ ଲୁଟିୟନ୍ସ ଦିଲ୍ଲୀ (ଅତି ବିଶିଷ୍ଟ ତଥା ଐତିହାସିକ ଅଞ୍ଚଳ)ରେ…

ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ…

ବିନା ଉପହାରରେ ସମ୍ପର୍କ

ସାମାଜିକ ସମ୍ପର୍କର ଅସ୍ତିତ୍ୱ ବ୍ୟକ୍ତିକୈନ୍ଦ୍ରିକ ଯାହା ବ୍ୟକ୍ତି ନିର୍ଦ୍ଧାରଣ କରେ। ସମାଜ ଦ୍ୱାରା ମଣିଷର ସ୍ବଭାବ ତଥା ବ୍ୟକ୍ତିତ୍ୱ ମାପ କରାଯାଏ। ବ୍ୟକ୍ତିର ପ୍ରକୃତି, ଚରିତ୍ର ତଥା…

ଏଇ ଭାରତରେ

ଉଚ୍ଚ ଶିକ୍ଷାପ୍ରାପ୍ତ ଯୁବତୀଯୁବକ ଚାକିରି ପଛରେ ଦୌଡ଼ୁଥିବାବେଳେ ଉତ୍ତର ପ୍ରଦେଶର ଅନଶୁଲ ମିଶ୍ରା କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ କରିବା ପରେ ଚାଷକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି।…

ଜୀବନ ଗୀତାରେ ସତ

ଗୀତା ଧର୍ମ, କର୍ମ ଓ ବାସ୍ତବତାର ପ୍ରକୃତି ଉପରେ ଗଭୀର ଶିକ୍ଷା ପ୍ରଦାନ କରି ନିଃସ୍ବାର୍ଥପର କାର୍ଯ୍ୟ ଓ ଭକ୍ତିକୁ ଗୁରୁତ୍ୱ ଦେଇଥାଏ, ଯାହା ସଙ୍କଳ୍ପକୁ ଅନୁସନ୍ଧାନ…

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

ଶିଶୁ ସାହିତ୍ୟରେ ବିଜ୍ଞାନ

ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ ଆମ ଜୀବନଶୈଳୀକୁ ପ୍ରଭାବିତ କରେ। ବିଜ୍ଞାନର ପ୍ରୟୋଗ ସଭ୍ୟତା, ସାମାଜିକ ଚଳଣି ଓ ସଂସ୍କୃତିକୁ ପରିବର୍ତ୍ତନ କରେ। ଜୀବନ ସହିତ ସାହିତ୍ୟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri