ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ମହାନ୍ତିବାବୁଙ୍କୁ ସେଇ କାମରେ ଲଗେଇଦେଲେ। ବାସ୍‌, ସେଇଠୁ ସାଥୀ କର୍ମଚାରୀ ମହାନ୍ତିବାବୁଙ୍କୁ ବାବୁଙ୍କ ପାଖଲୋକ କହି ଛିଗୁଲେଇବା ଆରମ୍ଭ କରିଦେଲେ। ଯଦିଓ କାର୍ଯ୍ୟକ୍ରମରେ ନିଜ ଭୂମିକାକୁ ନେଇ ତାଙ୍କର କିଛି ଲାଭ କ୍ଷତି ନଥିଲା, ସାଦାସିଧା ନିଷ୍କପଟ ମହାନ୍ତି ବାବୁଙ୍କୁ ସାଥୀମାନଙ୍କ ଏତାଦୃଶ ଆଚରଣ ଭଲ ଲାଗିଲା ନାହିଁ।
ହଁ ଆଜ୍ଞା, ଆପଣ ଏମିତି କିଛି ପାଖଲୋକ ଚରିତ୍ରଙ୍କୁ ନିଜ ଆଖପାଖରେ ଅନେକ ଭେଟିଥିବେ। ଆସନ୍ତୁ ଆଖି ପକାଇବା ସେମାନଙ୍କ ଉପରେ। ପାଖଲୋକ ଅବଶ୍ୟ ବିବିଧ ପ୍ରକାରର। ସମସ୍ତେ ମହାନ୍ତିବାବୁଙ୍କ ଭଳି ସରଳ ତରଳ ପ୍ରାଣର ନ ଥାଆନ୍ତି। କିଛି ପାଖଲୋକ ଋତୁକାଳୀନ। କାମ ପଡ଼ିଲେ ବଡ଼ବଡ଼ିଆଙ୍କ ପାଖରେ ପାଖେଇ ହୋଇ କାମ ହାସଲ କରି ଛୁ’। ଏଇ ପ୍ରଜାତିର ଲୋକ ଉଚ୍ଚ ପଦପଦବୀରେ ଥିବା ସମ୍ପର୍କୀୟ, ସାଙ୍ଗସାଥୀ ତଥା ବଡ଼ବଡ଼ିଆଙ୍କ ପାଖରେ ମଝିରେ ମଝିରେ ଦେଖାଯାଆନ୍ତି। କଜଳପାତିଆ ଭଦ୍ରଲୋକ ଦେଖାଇ ନିଜ ସ୍ବାର୍ଥ ସାଧନରେ ଏମାନେ ପୋଖତ। ଆଉ କିଛି ବର୍ଷତମାମ ବ୍ୟସ୍ତ। ଜମା ଫୁର୍‌ସତ ହିଁ ନଥାଏ ଏମାନଙ୍କର। ଦ୍ବିତୀୟ ବର୍ଗର ଏଇ ପାଖଲୋକ ଦେ’ ଓ ନେ’ ନୀତିରେ ପ୍ରବଳ ବିଶ୍ବାସ ରଖନ୍ତି। କାମ ହାସଲ କରିବା ସହ ଏମାନେ ନିଜ ଚାରିପାଖର ଲୋକଙ୍କ ପାଇଁ ସୁଦ୍ଧା ମଧ୍ୟସ୍ଥ ଦାୟିତ୍ୱ ତୁଲାଇଥାନ୍ତି। ରାଜନୈତିକ ବଡ଼ବଡ଼ିଆ କିମ୍ବା ଉଚ୍ଚ ପଦପଦବୀରେ ଆସୀନ ବ୍ୟକ୍ତିବିଶେଷଙ୍କ ନିକଟରେ ଏଇ ପାଖଲୋକଙ୍କ ସଂଖ୍ୟା ଟିକେ ଅଧିକ।
ଆଉ କିଛି ପାଖଲୋକ ବେଶ୍‌ ଉଚ୍ଚାଭିଳାଷୀ। ଯାହା ପାଖରେ ଥାଇ ନିଜର ପ୍ରତିଷ୍ଠା ଜମାନ୍ତି, ପଛରୁ ଧକ୍କା ଦେଇ ନିଜ ସ୍ବାର୍ଥ ସାଧନରେ ଏମାନେ ଢେର୍‌ ଆଗଧାଡ଼ିରେ। ଆବଶ୍ୟକ ହେଲେ ସିରାଜୌଦାଲାଙ୍କୁ ତଳକୁ ଠେଲି ମୀରଜାଫର ହେବାରେ ଏମାନେ ହେଲେ ଯଥାର୍ଥ ରୂପକାର। ଇତିହାସରେ ଅବା ସାମ୍ପ୍ରତିକ ସମୟରେ ଏଭଳି ଦୃଷ୍ଟାନ୍ତ ବିରଳ ନୁହେଁ। ଯଦି ଦୈବାତ ରଣନୀତି ସଫଳ ହୁଏ ନାହିଁ, ସ୍ବୟଂବରରୁ ଶିଶୁପାଳ ହେବାରେ ସେମାନଙ୍କ କୌଣସି ଦ୍ୱିଧା ନଥାଏ।
ଆଉ କିଛି ପାଖଲୋକ ଚରିତ୍ରଙ୍କୁ ଆପଣ ନିଜ ଚାରିପାଖରେ ଅତ୍ର ତତ୍ର ସର୍ବତ୍ର ଭେଟୁଥିବେ। ଏପରିକି ମନ୍ଦିର ମସଜିଦରେ ଠାକୁରଙ୍କ ପାଖଲୋକ ଅବା ପରିଚାଳନା ସହ ସମ୍ପୃକ୍ତ ପାଖଲୋକ ଭାବରେ କିଛି ଲୋକଙ୍କ ଖାତିର ଥାଏ। ହଜାର ହଜାର ଭକ୍ତଙ୍କ ଭିଡ଼ ଭିତରେ ବି ଏମାନଙ୍କ ପାଇଁ ଧାଡ଼ି ବାନ୍ଧି ଠିଆ ହେବାର ଆବଶ୍ୟକତା ନ ଥାଏ। ପଞ୍ଚମ ଦ୍ବାର ଦେଇ ଠାକୁରଙ୍କ ଦିବ୍ୟଦର୍ଶନ କରିବା ଏମାନଙ୍କ ପାଇଁ ସହଜ ବାଟ। ପାଇଖାନାରୁ ଡାକ୍ତରଖାନା ସବୁଠି ପାଖ ଲୋକଙ୍କ ପାଇଁ ଗଳା ବାଟ। ସର୍ବସାଧାରଣଙ୍କ ପାଇଁ ଯେଉଁ ଆକଟ ନିଷେଧାଦେଶ ଥାଏ, ଏଇ ସ୍ବତନ୍ତ୍ର ଶ୍ରେଣୀର ଲୋକଙ୍କ ପାଇଁ ସବୁ । ରଜାଙ୍କ ପାଖଲୋକ ହୋଇଥିଲେ ରାଜକାର୍ଯ୍ୟ ହେଉ କି ନ ହେଉ, କାନକୁହା ବୋକଚାବୁହା ହେଲେ ଯଥେଷ୍ଟ। ସର୍ବସାଧାରଣରେ ଆତ୍ମ ବିଜ୍ଞାପନ। ତେଣିକି ରାଷ୍ଟ୍ରବାଦୀ ବିଚାର ଭାଷଣରେ ଥାଉ। ସାଲିସ ମାଲିସ ପାଲିସରେ ପାଖଲୋକ ଯଥାର୍ଥ ଡିଗ୍ରୀ ହାସଲ କରିଥାଆନ୍ତି। ଆଉ କିଛି ଲୋକଙ୍କୁ ନିଶ୍ଚିତ ଭେଟିଥିବେ। ସଭାସମିତିରେ ମଞ୍ଚାସୀନ ଆମନ୍ତ୍ରିତ ଅତିଥିଙ୍କ କାନରେ ଫୁସୁଫୁସୁ କରି କଥା ହେଉଥିବା ନଜରକୁ ଆସିଥିବ। ଯଦିଓ ବିଶେଷ କିଛି ଆବଶ୍ୟକତା ନ ଥାଏ, ତଥାପି ବିଶିଷ୍ଟ ଲୋକଙ୍କ ପାଖଲୋକ ବୋଲାଇବାର ଅଦମ୍ୟ ଲାଳସା ଏସବୁ କରିବା ଲାଗି ଉସୁକାଇଥାଏ। ଏଇ ଆଳରେ ବାବୁଭାୟାଙ୍କ ପାଖରେ ନିଜର ସ୍ବାର୍ଥ ସାଧନ ହେବା ସାଙ୍ଗକୁ ଅବଶିଷ୍ଟଙ୍କ ମେଳରେ ସ୍ବତନ୍ତ୍ର ବୋଲାଇବା ସହଜ ହୋଇଥାଏ। ମାତ୍ରାଧିକ ଚାଟୁକାରିତା, ଗୋଡ଼ାଣିଆ ସ୍ବଭାବ ଯେକୌଣସି ସ୍ତରରେ ନିଜର ଆସ୍ଥାନ ଜମାନ୍ତି। ପହିଲେ ପହିଲେ ଫୁଲତୋଡ଼ା ଦେଇ ସଙ୍ଖୋଳିବା, ପରେ ପରେ ସାଧାରଣ ସୌଜନ୍ୟତା ଦୃଷ୍ଟିରୁ ପାରମ୍ପରିକ ଭେଟି ଦେଇ ବେଠି ଖଟିବାର ପ୍ରକ୍ରିୟା ମଧ୍ୟରେ ଏମାନେ କେମିତି ପାଖଲୋକ ହୋଇଯାଆନ୍ତି, କେହି ଟେର୍‌ ପାଆନ୍ତି ନାହିଁ। ମଜା କଥା ହେଲା, ଏଭଳି ପାଖଲୋକ ସ୍ବଧର୍ମରେ ଦୀକ୍ଷିତ ଅନ୍ୟ ପାଖଲୋକଙ୍କ ଛାଇ ଦେଖିଲେ ଚିହିକି ଉଠନ୍ତି। ରାଜରାଜୁଡ଼ା ଶାସନ ସମୟରେ ଏମିତି କୁମ୍ଭାଟୁଆ ପାଖଲୋକଙ୍କ ଅଭାବ ନଥିଲା। ରଜାଙ୍କ ଚାଟୁକାରିତାରେ ଏମାନେ ଏମିତି ପାଗଳାମି ରଖୁଥିଲେ ଯେ’, ପାଖଲୋକ ପାଲଟି ଯାଉଥିଲେ ଦରବାରୀ କବି ସାହିତ୍ୟିକ ବିଦୁଷକ ସଙ୍ଗୀତଜ୍ଞ ଇତ୍ୟାଦି ଇତ୍ୟାଦି। ସେମାନେ ନିଶ୍ଚିତ ବନ୍ଦନୀୟ ଓ ଦୃଷ୍ଟାନ୍ତମୂଳକ। ଏଭଳି ଲୋକଙ୍କ କାର୍ଯ୍ୟକଳାପ ଓ ଦୃଷ୍ଟିଭଙ୍ଗୀ କେତେଦୂର ସମୀଚୀନ ପାଠକେ ବିଚାର କରିବେ।

ଶ୍ରୀଧର ପଟ୍ଟନାୟକ
କଲ୍ୟାଣସିଂହପୁର, ରାୟଗଡ଼
ମୋ: ୮୨୪୯୧୨୧୦୬୦


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ତ୍ରିପୁରାର ଏକ ଛୋଟ ସହର ଖୋଓ୍ବାଇ। ୧୫ ଓ୍ବାର୍ଡବିଶିଷ୍ଟ ଏହି ସହରର ବର୍ଜ୍ୟ ପରିଚାଳନା ସମ୍ପୂର୍ଣ୍ଣ ଭିନ୍ନ। ଏଠାରେ ମ୍ୟୁନିସିପାଲିଟି ନୁହେଁ, ବରଂ ଏକ ସୋସାଇଟିର ପରିମଳ…

ଇଥାନଲ୍‌ ଓ ଇ୨୦ ଇନ୍ଧନ

ଆମ ପୁରାଣରେ ଦେବଲୋକରେ ଆନନ୍ଦ ଅନୁଭବ ପାଇଁ ସୁରା ପାନକରିବା କଥା ଉଲ୍ଲେଖ ଅଛି I ଉକ୍ତ ସୁରା ବା ମଦ୍ୟ ଅନ୍ୟ କିଛି ନୁହେଁ, ବରଂ…

ଜାତୀୟ ସୁରକ୍ଷା

ଭାରତ ବିଶ୍ୱର ସର୍ବାଧିକ ଜନବହୁଳ ଗଣତାନ୍ତ୍ରିକ ଦେଶ। ଏହାର ଭୌଗୋଳିକ ଅବସ୍ଥିତି ଓ ବିସ୍ତୃତି, ବହୁଭାଷିକ ଓ ବହୁଧର୍ମୀୟ ସମାଜ,ପଡ଼ୋଶୀ ଦେଶଗୁଡ଼ିକ ସହ ଲାଗି ରହିଥିବା ସୀମା…

ସମୟଚକ୍ରରେ ସଭ୍ୟତା

ଅନେକ ପିଢ଼ି ଧରି ପାଶ୍ଚାତ୍ୟ ଇତିହାସକୁ ଏକ ପ୍ରଗତିର କାହାଣୀ ବୋଲି କୁହାଯାଉଥିଲା। କ୍ରମଶଃ ମାନବ ଜାତି କୁସଂସ୍କାରରୁ ବିଜ୍ଞାନ ଆଡ଼କୁ, ରାଜତନ୍ତ୍ରରୁ ଗଣତନ୍ତ୍ର ଆଡ଼କୁ ଏବଂ…

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ପ୍ରତିରକ୍ଷାରେ ଘରୋଇକରଣ

କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ପାରମ୍ପରିକ ମିଶାଇଲ ବା କ୍ଷେପଣାସ୍ତ୍ର ଉତ୍ପାଦନର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ଏଣିକି ବେସରକାରୀ କମ୍ପାନୀଗୁଡ଼ିକ ‘ଅସ୍ତ୍ର’ ଏବଂ ‘ପ୍ରଳୟ’ ଭଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri