ଏଆଇ ଓ ନୈତିକ ମୂଲ୍ୟବୋଧ

ନିକଟରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ପ୍ରବନ୍ଧରେ ନର୍ଥଇଷ୍ଟର୍ନ ୟୁନିଭର୍ସିଟିର ମନୋବିଜ୍ଞାନୀ ପ୍ରଫେସର ଡାଭିଡ୍‌ ଡିଷ୍ଟେନୋ ଏକ ଉତ୍ତେଜକ ପ୍ରଶ୍ନ ସାମ୍ନାକୁ ଆଣିଥିଲେ। ସେ ପଚାରିଥିଲେ- ଧର୍ମ ଏଆଇକୁ ଅଧିକ ନୈତିକ କରିପାରେ କି? ସେ ଯୁକ୍ତି କରିଛନ୍ତି, ଧର୍ମ ଏହାର ପରିବର୍ତ୍ତନକାରୀ ଶକ୍ତି କୌଣସି ଶିକ୍ଷା କିମ୍ବା ଶାସ୍ତ୍ରରୁ ନୁହେଁ; ବରଂ ଉପବାସ, ଶ୍ୱାସ ପ୍ରଶ୍ୱାସ ନିୟନ୍ତ୍ରଣ ଏବଂ ସାମ୍ପ୍ରଦାୟିକ ପ୍ରାର୍ଥନା ଭଳି ଶାରୀରିକ ରୀତିନୀତିରୁ ପାଇଥାଏ। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ(ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତାର ଶରୀର ଏବଂ ଦୟା, କୃତଜ୍ଞତା କିମ୍ବା ନୈତିକ ସଂଘର୍ଷ ପାଇଁ କୌଣସି କ୍ଷମତା ନ ଥିବାରୁ ଏହି ଯନ୍ତ୍ରପ୍ରକ୍ରିୟା ଏହାର ସୀମା ବାହାରେ ରହେ। ଏହି କାରଣରୁ ଏହା ସମସ୍ୟାକୁ ଭୁଲ୍‌ ଭାବରେ ଚିହ୍ନଟ କରେ। ଅବଶ୍ୟ, ଆଧ୍ୟାତ୍ମିକ ଅଭ୍ୟାସ ମାଧ୍ୟମରେ ଧ୍ୟାନରତ ଋଷି ଯେପରି ନିଜକୁ ପରିବର୍ତ୍ତନ କରିଥାନ୍ତି, ସେହି ଉପାୟରେ ଆମେ ଏଆଇକୁ ଗୁଣାତ୍ମକ କରିପାରିବୁ ନାହିଁ।
ଏଇ କିଛି ବର୍ଷ ହେଲା ଏଆଇ ଦୈନନ୍ଦିନ ଜୀବନର ଏକ ଅଙ୍ଗ ପାଲଟିଯାଇଛି। ୨୦୨୫ରେ ବୈଶ୍ୱିକ ଇପସସ୍‌ ସର୍ଭେରେ ଭାଗ ନେଇଥିବା ବ୍ୟକ୍ତିିଙ୍କ ମଧ୍ୟରୁ ୫୩ ପ୍ରତିଶତ କହିଥିଲେ ଯେ, ଏଆଇ ସେମାନଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ବାସ୍ତବରେ ଏଆଇର ପ୍ରଭାବ ବଢ଼ୁଛି, କାରଣ ଏହା ମଣିଷର ଜ୍ଞାନ, ଭାଷା ଏବଂ ଆଚରଣର ସଂଗୃହୀତ ରେକର୍ଡ ଉପରେ ତାଲିମପ୍ରାପ୍ତ। ଏହି ସିଷ୍ଟମଗୁଡ଼ିକ ମଧ୍ୟ ଅନୁକରଣ ମାଧ୍ୟମରେ ଶିଖନ୍ତି, ଶକ୍ତିଶାଳୀ ସାମର୍ଥ୍ୟ ବିକାଶ କରନ୍ତି, ଯାହାକୁ ସମ୍ପୂର୍ଣ୍ଣ ଭାବରେ ବୁଝାଇ ହେବ ନାହିଁ। ଲୋକମାନେ ଅଧିକ ଉତ୍ପାଦନକାରୀ ହେବାକୁ ଏଆଇ ବ୍ୟବହାର କରୁଥିବାବେଳେ ସେମାନେ ଦେଖିବା, ଅନୁଭବ କରିବା ଏବଂ ବୁଝିିବା ପାଇଁ ଏହା ଉପରେ ନିର୍ଭର କରନ୍ତି। ଏହି ପ୍ରକାରେ ଜେନେରେଟିଭ ଏଆଇ ଅଧିକ ଅନ୍ତରଙ୍ଗ ହୋଇଯାଇଛି ଏବଂ ମାନବୀୟ ସମ୍ପର୍କର ଭାବପ୍ରବଣତାକୁ ଛୁଇଁପାରିଛି। ବିଶେଷ ଭାବରେ ଯୁବ ୟୁଜରଙ୍କ ମଧ୍ୟରେ ଚାଟ୍‌ବୋଟ ବିଶ୍ୱାସଭାଜନ ହୋଇଯାଇଛି। କେତେକଙ୍କ ପାଇଁ, ଏଆଇ ଆରାମ ଏବଂ ପରାମର୍ଶର ପସନ୍ଦୀୟ ଉତ୍ସ ପାଲଟିଛି।
ମଣିଷକୁ ଭାବଗତ ପରାମର୍ଶ ଦେଉଥିବା ଏଆଇଗୁଡ଼ିକ ଉପରେ ଅତ୍ୟଧିକ ନିର୍ଭରଶୀଳତାରେ ଗମ୍ଭୀର ବିପଦ ରହିଛି, କାରଣ ଏହା ନିଃସଙ୍ଗତା ବଢ଼ାଇବା ସହ ସାମାଜିକ ସକ୍ରିୟତା ହ୍ରାସ କରିଥାଏ। ଏଆଇ ଗ୍ରହଣୀୟତାର ଏକ ପ୍ରମୁଖ କାରଣ ହେଉଛି, ଏହା ଅବିଳମ୍ବ ଓ ବିନା ଦ୍ୱିଧାରେ ତଥା ପ୍ରଭାବୀ ଢଙ୍ଗରେ କାର୍ଯ୍ୟ ସମ୍ପାଦନ କରେ। ତେବେ ବିପଦ ହେଉଛି, ସମୟକ୍ରମେ ଏହା ଲୋକଙ୍କୁ ଏଭଳି ସମ୍ପର୍କ ଖୋଜିବାକୁ ଅଭ୍ୟସ୍ତ କରିଦେଇପାରେ; ଯାହା ଉପରେ କୌଣସି ମଣିଷ ବି ଭାବି ପାରିବ ନାହିଁ। ନୈତିକତା ଏବଂ ଆଧ୍ୟାତ୍ମିକତା କ୍ଷେତ୍ରରେ ମଧ୍ୟ ସମାନ ଘଟଣା ଘଟୁଛି, ଯେହେତୁ ଲୋକମାନେ ନୈତିକତା ଏବଂ ବିଶ୍ୱାସକୁ ନେଇ ଏଆଇ ସିଷ୍ଟମ ଆଡ଼କୁ ମୁହଁାଉଛନ୍ତି। ଅନେକେ ବର୍ତ୍ତମାନ ଧର୍ମଗ୍ରନ୍ଥଗୁଡ଼ିକୁ ସଂକ୍ଷିପ୍ତ କରିବା, ଧର୍ମୀୟ ତତ୍ତ୍ୱର ବ୍ୟାଖ୍ୟା କରିବା ଏବଂ ନୈତିକ ମାର୍ଗଦର୍ଶନ ପାଇଁ ଏଆଇକୁ ବ୍ୟବହାର କରୁଛନ୍ତି।
ନିୟାମକ କିମ୍ବା ବୈଷୟିକ କ୍ଷେତ୍ରରେ କେବଳ ସମସ୍ୟା ନାହିଁ। ସମସ୍ୟା ହେଉଛି ଲୋକମାନେ ନିଜକୁ କିପରି ବୁଝନ୍ତି, ପରସ୍ପର ସହିତ କିପରି ସମ୍ପର୍କ ସ୍ଥାପନ କରନ୍ତି ଏବଂ ସେମାନେ କିପରି ଭୁଲ୍‌ ଠିକ୍‌ର ପ୍ରଭେଦକୁ ବୁଝନ୍ତି। ଏହି ପ୍ରଶ୍ନଗୁଡ଼ିକର ଉତ୍ତର ଉତ୍ତମ ମଡେଲ କିମ୍ବା କଠୋର ଅନୁପାଳନ ଦେଇପାରିବ ନାହିଁ, ଏଥିପାଇଁ ଆବଶ୍ୟକ ବିଚାର, ପ୍ରସଙ୍ଗ ଏବଂ ନୈତିକ କଳ୍ପନା ଦରକାର। ସଂକ୍ଷେପରେ କହିବାକୁ ଗଲେ ସେସବୁ ସକାଶେ ଜ୍ଞାନ ଦରକାର। ଏହିଠାରେ ଡିଷ୍ଟେନୋଙ୍କ ଯୁକ୍ତି ଦୁର୍ବଳ ମନେହୁଏ। ଏଆଇ ଯୁଗରେ ଧର୍ମ ପରମ୍ପରାର ବାସ୍ତବ ମୂଲ୍ୟ ମେଶିନଗୁଡ଼ିକୁ ଆଧ୍ୟାତ୍ମିକ କରିବାରେ ନୁହେଁ, ବରଂ ଅନେକ ଶତାବ୍ଦୀର ନୈତିକ ତର୍କଶକ୍ତିକୁ ସଂରକ୍ଷିତ କରିବା ଓ ମାନବକୁ ମାର୍ଗଦର୍ଶନ କରିବାରେ ଜଡ଼ିତ ରହିଛି। ସବୁ ସଂସ୍କୃତି ଏବଂ ସବୁ ଦେଶରେ ସାମ୍ପ୍ରଦାୟିକ ବିଶ୍ୱାସ ନୈତିକ ବୁଝାମଣାରେ ଏକ ଭିନ୍ନ ଭୂମିକା ଗ୍ରହଣ କରିଚାଲିଛନ୍ତି। ବିଶେଷକରି ନୈତିକ ଦ୍ୱନ୍ଦ୍ୱ କିମ୍ବା ବ୍ୟକ୍ତିଗତ ସଙ୍କଟ ସମୟରେ ଧର୍ମୀୟ ନେତାମାନେ ଅତ୍ୟନ୍ତ ବିଶ୍ୱସ୍ତ ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଗଣାହୁଅନ୍ତି। କିନ୍ତୁ ଏଆଇ ସହାନୁଭୂତିକୁ ଅନୁକରଣ କରିପାରିଲେ ବି ଏହାକୁ ଅନୁଭବ କରିପାରିବ ନାହିଁ। ଅନ୍ୟପକ୍ଷରେ ଏହାକୁ ଯଦି ଯତ୍ନର ସହ ଏବଂ ରଣନୈତିକ ଉପାୟରେ ବ୍ୟବହାର କରାଯାଏ, ତାହା ଲୋକଙ୍କୁ ସୁରକ୍ଷା ଦେବା ସହ ସମ୍ପ୍ରଦାୟକୁ ଦୃଢ଼ କରିବା ପାଇଁ ଏକ ଶକ୍ତିଶାଳୀ ଭୂମିକା ଗ୍ରହଣ କରିପାରିବ। ଆଇନ ପ୍ରଣୟନ, ଶିଶୁ ଏବଂ ସମ୍ପ୍ରଦାୟର ସୁରକ୍ଷା, ପ୍ରଯୁକ୍ତିବିଦ୍ୟା, ନୀତି ଏବଂ ଆନ୍ତଃ ଧର୍ମ ସହଯୋଗରେ ଆମର ମିଳିତ ଅଭିଜ୍ଞତା ଆମକୁ ଶିକ୍ଷାଦେଇଛି ଯେ,ଏଆଇ ବିପଦ ଚିହ୍ନଟ କରିବାରେ ସାହାଯ୍ୟ କରିପାରିବ ଏବଂ ଶୀଘ୍ର ତାହାର ମୁକାବିଲା କରିବା ପାଇଁ ମଧ୍ୟ ସହଯୋଗ କରିବ।
ତେବେ ଘଟୁଥିବା କ୍ଷତି ପଛରେ କ’ଣ କାରଣ ରହିଛି, ତାହା ଜାଣିବା କୌଣସି ମେଶିନ ଦ୍ୱାରା ସମ୍ଭବପର ନୁହେଁ। ହିଂସା, ଶୋଷଣ କିମ୍ବା ଅବହେଳା ଦ୍ୱାରା ବିଭାଜିତ ସମ୍ପ୍ରଦାୟ ମଧ୍ୟରେ ବିଶ୍ୱାସ ପୁନଃ ସ୍ଥାପନ କରିବା ପାଇଁ ମାନବୀୟ ସମ୍ପର୍କ, ନୈତିକ ବିଶ୍ୱସନୀୟତା ଏବଂ ଅଭିଜ୍ଞତା ଆବଶ୍ୟକ। ଏହାକୁ ଦୃଷ୍ଟିରେ ରଖି ଫେଥ୍‌-ଏଆଇ କୋଭେନାଣ୍ଟ ଇନିସିଏଟିଭ ଏପ୍ରିଲରେ ନ୍ୟୁୟର୍କରେ ଏହାର ପ୍ରଥମ ବୈଠକ ଆୟୋଜନ କରିଥିଲା, ଯେଉଁଥିରେ ୧୫ରୁ ଅଧିକ ଧର୍ମୀୟ ସମ୍ପ୍ରଦାୟ ସମେତ ଓପନ ଏଆଇ ଏବଂ ଆନ୍ଥ୍ରୋପିକ୍‌ ଭଳି ଅଗ୍ରଣୀ ଏଇ କମ୍ପାନୀଗୁଡ଼ିକର ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଏହାର ଉଦ୍ଦେଶ୍ୟ ହେଉଛି, ବିଭିନ୍ନ ଧର୍ମର ନୈତିକ ଓ ମାନବୀୟ ମୂଲ୍ୟକୁ ଏଆଇ ସହ ଯୋଡ଼ିବା, ଯଦ୍ଦ୍ବାରା ଏହାର ଉପଯୋଗ ସମନ୍ବିତ ହୋଇପାରିବ। ନୈତିକ ଢାଞ୍ଚାକୁ ଏଆଇ ବିକାଶରେ ଯୋଡ଼ିବାକୁ ଚାହଁୁଥିବା ଦେଶଗୁଡ଼ିକରୁ ଏହି ଆନ୍ତଃରାଷ୍ଟ୍ରୀୟ ମଞ୍ଚରୁ ପ୍ରେରଣା ମିଳିଛି। ସେହିସବୁ ଦେଶ ମଧ୍ୟରେ ମୁଖ୍ୟ ହେଉଛି ସଂଯୁକ୍ତ ଆରବ ଏମିରେଟ୍ସ (ଯେଉଁଠି ୨୦୦ରୁ ଅଧିକ ଦେଶର ଏବଂ ସମସ୍ତ ପ୍ରମୁଖ ଧର୍ମର ଲୋକ ରହିଛନ୍ତି) କାର୍ଯ୍ୟ କ୍ଷେତ୍ରରେ ଏଆଇକୁ ଗ୍ରହଣ କରିବା ପାଇଁ ମାଇକ୍ରୋସଫ୍ଟକୁ ବିଶ୍ୱରେ ସବୁଠୁ ଅଧିକ ଗୁରୁତ୍ୱ ଦେଇଛି।
ଯେହେତୁ ଏଆଇ ମଡେଲଗୁଡ଼ିକ ଲୋକଙ୍କ ଭାବନା, ସମ୍ପର୍କ ସ୍ଥାପନ ଏବଂ ନିଷ୍ପତ୍ତି ଗ୍ରହଣକୁ ନୂଆ ବାଟ ଦେଖାଇସାରିଛି, ସେଥିପାଇଁ ସେମାନଙ୍କ ମଧ୍ୟରେ ସନ୍ନିବେଶିତ ମୂଲ୍ୟଗୁଡ଼ିକ କେବଳ ବୈଷୟିକ ପ୍ରକ୍ରିୟା ଦ୍ୱାରା ନିର୍ଣ୍ଣୟ କରାଯାଇପାରିବ ନାହିଁ। ମାନବ ସମାଜକୁ ଦୀର୍ଘ ଦିନରୁ ମାର୍ଗଦର୍ଶନ କରିଆସୁଥିବା ନୈତିକ ପରମ୍ପରା ଦ୍ୱାରା ସେମାନଙ୍କୁ ଅବଗତ କରାଯିବା ଆବଶ୍ୟକ। ଧର୍ମୀୟ ତତ୍ତ୍ୱକୁ ଏନ୍‌କୋଡିଂ କରାଯିବା ଦରକାର। ଏହାସହ ମାନବୀୟ ମୂଲ୍ୟବୋଧ ଏବଂ ସାମାଜିକ ଦାୟିତ୍ୱ ଏଆଇ ମଡେଲଗୁଡ଼ିକ ପାଇଁ କିଭଳି ମୁଖ୍ୟ ହୋଇ ରହିବ, ତାହା ନିଶ୍ଚିତ କରିବା ପାଇଁ ଲକ୍ଷ୍ୟ ରଖାଯିବା ଆବଶ୍ୟକ। ଏଆଇ ବିକାଶକାରୀ ଏବଂ ଧର୍ମୀୟ ସମ୍ପ୍ରଦାୟ ମଧ୍ୟରେ ସହଯୋଗ ବୃଦ୍ଧି କରି ଫେଥ୍‌-ଏଆଇ କୋଭେନାଣ୍ଟ ଇନିସିଏଟିଭ ଏଆଇ ସିଷ୍ଟମର ବୈଷୟିକ ଢାଞ୍ଚାକୁ ସମାଜର ନୈତିକ ଭିତ୍ତିଭୂମି ସହିତ ଯୋଡ଼ିବାକୁ ଚେଷ୍ଟା କରୁଛି। ଏଆଇ ଏବଂ ବିଶ୍ୱର ଧର୍ମୀୟ ନେତାଙ୍କ ମଧ୍ୟରେ ଆଲୋଚନା ସୂଚିତ କରେ ଯେ, ଏହାର ଉଦ୍ଦେଶ୍ୟ ହେଉଛି ସମ୍ମାନ, ଏଜେନ୍ସି ଏବଂ ଜ୍ଞାନଗତ ସ୍ବାଧୀନତାକୁ ସୁରକ୍ଷା ଦେଉଥିବା ସହଭାଗୀ ନୈତିକ ଢାଞ୍ଚାକୁ ଆଗକୁ ବଢ଼ାଇବା। ଏଆଇ- ସୃଷ୍ଟି କରୁଥିବା ଭୁଲ୍‌ କିମ୍ବା କ୍ଷତିକାରକ ବ୍ୟାଖ୍ୟାନର ବିପଦକୁ ହ୍ରାସ କରିବା ପାଇଁ ଫେଥ୍‌-ଏଆଇ କୋଭେନାଣ୍ଟ ଇନିସିଏଟିଭ ବିଶ୍ୱର ବିଭିନ୍ନ ପରମ୍ପରା ଏବଂ ଭାଷା ମଧ୍ୟରେ ଥିବା ଧର୍ମୀୟ ଜ୍ଞାନ ଆଧାରିତ ଏକ ସହମତି ଭିତ୍ତିକ ସଂସ୍ଥା ସୃଷ୍ଟି କରିବାକୁ ସମର୍ଥନ କରେ। ଏହା ମଧ୍ୟ ଏଆଇ ବିକାଶକାରୀ ଏବଂ ଧର୍ମୀୟ ନେତାଙ୍କୁ ସୁରକ୍ଷା ପଦ୍ଧତି ଗଠନ କରିବାକୁ ଉତ୍ସାହିତ କରେ; ଯାହା ଶୋଷଣ, ଉଗ୍ରବାଦ ଏବଂ ହେରଫେର ଭଳି କ୍ଷତି ଚିହ୍ନଟ କରି ତାହାକୁ ହ୍ରାସ କରିପାରିବ। ଫେଥ୍‌-ଏଆଇ କୋଭେନାଣ୍ଟ ଇନିସିଏଟିଭର ମୂଳ ବିଶ୍ୱାସ ହେଉଛି, ବୈଷୟିକ ପ୍ରଗତି ଏବଂ ଧର୍ମୀୟ ସମ୍ପ୍ରଦାୟର ନୈତିକ ଜ୍ଞାନ ପରସ୍ପର ମଧ୍ୟରେ ବିବାଦୀୟ ନୁହେଁ। ଏଆଇ ଆମ ସମାଜର ପ୍ରତ୍ୟେକ ଦିଗକୁ ପରିବର୍ତ୍ତନ କରିବାକୁ ସୃଷ୍ଟି ହୋଇଛି। ପ୍ରଶ୍ନ ହେଉଛି, ସେହି ପରିବର୍ତ୍ତନ କେବଳ ବୈଷୟିକ ଦକ୍ଷତା ଦ୍ୱାରା ପରିଚାଳିତ ହେବ ନା ଆମକୁ ପ୍ରକୃତ ମଣିଷ ଭଳି ଗଢ଼ିବା ଲାଗି ମୂଲ୍ୟବୋଧ ଦ୍ୱାରା ନିର୍ଦ୍ଦେଶିତ ହେବ।

ଡାନା ହ୍ୟୁମେଡ

ଅଲ୍ ମାର୍ଜୋକୁଇ

କୋ-ଚେୟାର, ଫେଥ୍ ଏଆଇ କୋଭେନାଣ୍ଚ ଗ୍ଲୋବାଲ ଇନିସିଏଟିଭ

ଜୋଆନ୍ନା ସିଲଡସ

ପୂର୍ବତନ ମନ୍ତ୍ରୀ(ଇଣ୍ଟରନେଟ୍ ସେଫ୍ଟି ଆଣ୍ଡ ସିକ୍ୟୁରିଟି),ବ୍ରିଟେନ

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବିନା ଉପହାରରେ ସମ୍ପର୍କ

ସାମାଜିକ ସମ୍ପର୍କର ଅସ୍ତିତ୍ୱ ବ୍ୟକ୍ତିକୈନ୍ଦ୍ରିକ ଯାହା ବ୍ୟକ୍ତି ନିର୍ଦ୍ଧାରଣ କରେ। ସମାଜ ଦ୍ୱାରା ମଣିଷର ସ୍ବଭାବ ତଥା ବ୍ୟକ୍ତିତ୍ୱ ମାପ କରାଯାଏ। ବ୍ୟକ୍ତିର ପ୍ରକୃତି, ଚରିତ୍ର ତଥା…

ଏଇ ଭାରତରେ

ଉଚ୍ଚ ଶିକ୍ଷାପ୍ରାପ୍ତ ଯୁବତୀଯୁବକ ଚାକିରି ପଛରେ ଦୌଡ଼ୁଥିବାବେଳେ ଉତ୍ତର ପ୍ରଦେଶର ଅନଶୁଲ ମିଶ୍ରା କମ୍ପ୍ୟୁଟର ସାଇନ୍ସରେ ଡିଗ୍ରୀ କରିବା ପରେ ଚାଷକୁ ବୃତ୍ତି ଭାବେ ଗ୍ରହଣ କରିଛନ୍ତି।…

ଜୀବନ ଗୀତାରେ ସତ

ଗୀତା ଧର୍ମ, କର୍ମ ଓ ବାସ୍ତବତାର ପ୍ରକୃତି ଉପରେ ଗଭୀର ଶିକ୍ଷା ପ୍ରଦାନ କରି ନିଃସ୍ବାର୍ଥପର କାର୍ଯ୍ୟ ଓ ଭକ୍ତିକୁ ଗୁରୁତ୍ୱ ଦେଇଥାଏ, ଯାହା ସଙ୍କଳ୍ପକୁ ଅନୁସନ୍ଧାନ…

ଆମ ପାଖଲୋକ

ମହାନ୍ତିବାବୁ ଛୋଟ ମୋଟ ଖଟିରେ ମଞ୍ଚ ସଞ୍ଚାଳନ କରୁଥିବା କଥା ତାଙ୍କ ପାଖଲୋକ ଜାଣିଥିଲେ। ନୂଆକରି କାର୍ଯ୍ୟରେ ଯୋଗ ଦେଇଥିବା ଅଧିକାରୀ କମ୍ପାନୀର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ…

ଶିଶୁ ସାହିତ୍ୟରେ ବିଜ୍ଞାନ

ବୈଜ୍ଞାନିକ ଆବିଷ୍କାର ଓ ଉଦ୍ଭାବନ ଆମ ଜୀବନଶୈଳୀକୁ ପ୍ରଭାବିତ କରେ। ବିଜ୍ଞାନର ପ୍ରୟୋଗ ସଭ୍ୟତା, ସାମାଜିକ ଚଳଣି ଓ ସଂସ୍କୃତିକୁ ପରିବର୍ତ୍ତନ କରେ। ଜୀବନ ସହିତ ସାହିତ୍ୟର…

ବୁଦ୍ଧଙ୍କ ଜୀବନ କଥାରେ ଭିନ୍ନତା

ରାମାୟଣର ପାରମ୍ପରିକ କଥାକୁ ନେଇ ଅନେକ ସଂସ୍କରଣ ଅଛି। ହେଲେ ସେଥିମଧ୍ୟରେ ସଂସ୍କୃତ ରାମାୟଣକୁ ମୂଳ ରାମାୟଣ ବୋଲି ସ୍ବୀକାର କରାଯାଏ। ଏହିସବୁ ସଂସ୍କରଣର ବିଭିନ୍ନ କାହାଣୀ…

ସୃଜନଶୀଳତାର ପରିଭାଷା

ଗୋଟିଏ ରାଷ୍ଟ୍ରର ସାର୍ବଭୌମତ୍ୱର ସୁରକ୍ଷା ଓ ରାଷ୍ଟ୍ରର ନିର୍ମାଣ ନିମନ୍ତେ ସମ୍ପତ୍ତି ଏବଂ ସାମରିକ ଶକ୍ତିର ଆବଶ୍ୟକତା ରହିଛି। କିନ୍ତୁ ଏହା ଗୋଟିଏ ଜାତିର ଅନ୍ତର୍ନିହିତ ଶକ୍ତି…

ଫୁଲ ବଜାର ଅଭାବ

ଓଡ଼ିଶା ପାଖରେ ପ୍ରଚୁର ପରିମାଣର ବିଭିନ୍ନ ଖଣିଜ ଦ୍ରବ୍ୟ ଗଚ୍ଛିତ ଅଛି। ହେଲେ ଆମେ ଏ ପର୍ଯ୍ୟନ୍ତ ଶିଳ୍ପ ବିକଶିତ ରାଜ୍ୟ ହୋଇପାରିନାହୁଁ। ଅବଶ୍ୟ ଖଣିଜ ଦ୍ରବ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri