Posted inଜାତୀୟ

କିଏ ସେହି କେ.ଏଲ୍‌ ଶର୍ମା, ଯାହାଙ୍କୁ ଆମେଠିରୁ ଟିକେଟ୍‌ ଦେଲା କଂଗ୍ରେସ

ଲକ୍ଷ୍ନୌ,୩ା୫: କଂଗ୍ରେସ କମିଟି (ଏଆଇସିସି) ଆମେଠି ଏବଂ ରାଏବରେଲି ଆସନରୁ କିଏ ପ୍ରତିଦ୍ୱନ୍ଦ୍ୱିତା କରିବେ ତାହା ଶୁକ୍ରବାର ସ୍ପଷ୍ଟ କରିଛି। କଂଗ୍ରେସ ଆମେଠି ବଦଳରେ ରାଏବରେଲି ଆସନରୁ ରାହୁଲ ଗାନ୍ଧୀଙ୍କୁ ପ୍ରାର୍ଥୀ କରିଥିବାରୁ ଏହା ଆଶ୍ଚର୍ଯ୍ୟଜନକ ହୋଇଛି। ରାହୁଲ ଆମେଠିରୁ ପ୍ରାର୍ଥୀ ହେବେ ବୋଲି ପୂର୍ବରୁ ଚର୍ଚ୍ଚା ହେଉଥିବା ବେଳେ ଦଳ ଏଠାରୁ କିଶୋରୀ ଲାଲ୍‌ ଶର୍ମା (କେ.ଏଲ୍‌. ଶର୍ମା)ଙ୍କୁ ଟିକେଟ୍‌ ଦେଇଛି। ଆମେଠି ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା ଉପରେ ସମସ୍ତଙ୍କ ନଜର ଥିଲା, ତେଣୁ କେ.ଏଲ୍‌. ଶର୍ମାଙ୍କ ନାମ ଘୋଷଣା ହେବା ମାତ୍ରେ ସମସ୍ତଙ୍କ ନଜର ତାଙ୍କ ଉପରେ ରହିଛି।

ବର୍ତ୍ତମାନ କଂଗ୍ରେସ କେ.ଏଲ୍‌.ଙ୍କ ନାମ ଘୋଷଣା କରିବା ପରେ ସେ ଭାଜପାର ସ୍ମୃତି ଇରାନୀଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ୨୦୧୯ ଲୋକ ସଭା ନିର୍ବାଚନରେ ସ୍ମୃତି-ରାହୁଲଙ୍କୁ ପରାସ୍ତ କରିଥିଲେ। ସମସ୍ତେ ଜାଣିବାକୁ ଚାହାନ୍ତି କେ.ଏଲ୍‌. ଶର୍ମା କିଏ, ଯାହା ଉପରେ କଂଗ୍ରେସ ଏତେ ଆତ୍ମବିଶ୍ୱାସ ପ୍ରକାଶ କରିଛି।

ବାସ୍ତବରେ କେ.ଏଲ୍‌. ଶର୍ମା ଗାନ୍ଧୀ ପରିବାରର ଜଣେ ପୁରୁଣା ଘନିଷ୍ଠ ବନ୍ଧୁ। ସେ ଦୀର୍ଘଦିନ ଧରି ରାଏବରେଲିରେ ସୋନିଆ ଗାନ୍ଧୀଙ୍କ ପ୍ରତିନିଧି ମଧ୍ୟ ରହିଆସିଛନ୍ତି।

କେ.ଏଲ୍‌. ଶର୍ମା ପଞ୍ଜାବ ରାଜ୍ୟର ମୂଳ ବାସିନ୍ଦା। ସେ ୧୯୮୩ରେ ପ୍ରଥମ ଥର ପାଇଁ କଂଗ୍ରେସ କର୍ମୀ ଭାବରେ ଆସିଥିଲେ। ସେ କଂଗ୍ରେସ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତଃ ରାଜୀବ ଗାନ୍ଧୀଙ୍କ ସହ ଘନିଷ୍ଠ ଭାବରେ ରହିଥିଲେ। ଆମେଠିରେ ରହି ସେ ଦଳ ପାଇଁ କଠିନ ପରିଶ୍ରମ ଜାରି ରଖିଥିଲେ ଏବଂ ୧୯୯୧ରେ ରାଜୀବ ଗାନ୍ଧୀଙ୍କ ଦେହାନ୍ତ ପରେ ସେ ଆମେଠିରେ କଂଗ୍ରେସକୁ ମଜଭୁତ କରିବା ପାଇଁ କାର୍ଯ୍ୟ ଜାରି ରଖିଥିଲେ। ସେ ଅନ୍ୟ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର ଜାରି ରଖିଥିଲେ। ୧୯୯୯ରେ ସୋନିଆ ଗାନ୍ଧୀଙ୍କ ପ୍ରଥମ ନିର୍ବାଚନ ପ୍ରଚାରରେ କିଶୋରୀ ଲାଲ୍‌ ଶର୍ମା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ୟୁଏନ୍‌ରେ ପାକିସ୍ତାନୀ ଖବରଦାତାଙ୍କୁ ଏସ୍‌. ଜୟଶଙ୍କରଙ୍କ କଡ଼ା ଜବାବ: କହିଲେ, ‘ଜଣେ ଆତଙ୍କବାଦୀ ଦେଶ ମୋତେ ଏମିତି ପ୍ରଶ୍ନ ପଚାରୁଛି’

ନ୍ୟୁୟର୍କ,୨୫।୯: ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଶୁକ୍ରବାର ୮୧ତମ ସଂଯୁକ୍ତ ରାଷ୍ଟ୍ର ସାଧାରଣ ସଭା (UNGA) ଅବସରରେ ଏକ ଖବରଦାତା ସମ୍ମିଳନୀରେ ଜଣେ ପାକିସ୍ତାନୀ ଖବରଦାତାଙ୍କୁ କଡ଼ା…

ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ; ଚାଷୀଙ୍କ ପାଇଁ ବଡ଼ ଘୋଷଣା

ଭୁବନେଶ୍ୱର,୨୫।୯: ରାଜ୍ୟରେ କୃଷି ଓ କୃଷକଙ୍କ ବିକାଶ ପାଇଁ ସମବାୟ କ୍ଷେତ୍ରରେ ଏକ ନୂତନ ଯୁଗର ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ସମବାୟ ସଦସ୍ୟତା ମହାଅଭିଯାନ ‘ସମ୍ବନ୍ଧ’ର ଆନୁଷ୍ଠାନିକ…

ଲଗାଣ ବର୍ଷା ପାଇଁ କାଲି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା: ଭଦ୍ରକର ୭ ବ୍ଲକରେ ୩୯୯ ସ୍କୁଲ ବନ୍ଦ

ଭୁବନେଶ୍ୱର,୨୫।୯: ରାଜ୍ୟରେ ଜାରି ରହିଥିବା ଲଗାଣ ବର୍ଷାକୁ ଦୃଷ୍ଟିରେ ରଖି ଆସନ୍ତାକାଲି (ଶନିବାର) ରାଜ୍ୟର ୫ଟି ଜିଲାରେ ସ୍କୁଲଗୁଡ଼ିକୁ ଛୁଟି ଘୋଷଣା କରାଯାଇଛି। ପିଲାମାନଙ୍କ ସୁରକ୍ଷାକୁ ଆଖିଆଗରେ…

ବିଶେଷ ଫରକ ପଡ଼ିବ ନାହିଁ, ବିରାଟ-ରୋହିତଙ୍କ ଦିନିକିଆରୁ ଅବସରକୁ ନେଇ ଏ କ’ଣ କହିଦେଲେ ସେହ୍ବାଗ

ନୂଆଦିଲ୍ଲୀ,୨୫।୯: ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ ସେପ୍ଟେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଛି। ଏହି ସିରିଜ୍‌ରେ ଆଉ ଥରେ…

ଘର ନୁହେଁ, ଏବେ ବୃଦ୍ଧାଶ୍ରମରେ ରହୁଛନ୍ତି ବିନୋଦ କାମ୍ବଲୀ; ଭାଇରାଲ ଭିଡିଓ ଦେଖି ସ୍ତବ୍ଧ କ୍ରିକେଟ୍ ଜଗତ!

ମୁମ୍ବାଇ,୨୫।୯: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ତାରକା ବ୍ୟାଟର୍‌ ବିନୋଦ କାମ୍ବଲି ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ସୋସିଆଲ ମିଡିଆରେ ସାମ୍ନାକୁ ଆସିଥିବା ତାଙ୍କର ଏକ…

UPI Payment Rules: ₹୬,୦୦୦ ବିଲ୍‌କୁ ₹୨,୦୦୦ କରି ଭାଗ ଭାଗ କରି ପେମେଣ୍ଟ କରୁଛନ୍ତି କି? ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ,୨୫।୯: ୟୁପିଆଇ (UPI) ଜରିଆରେ ନେଣଦେଣ କରୁଥିବା ଗ୍ରାହକ ଓ ବ୍ୟବସାୟୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର। ୨୦୨୬ ଅକ୍ଟୋବର ୧୫ ତାରିଖରୁ UPI ନିୟମରେ ବଡ଼…

ବର୍ଷା କମିଛି, ଆତଙ୍କ ଥମିନି: କାନ୍ଥ ପଡ଼ି ଚାଲିଗଲା ବୃଦ୍ଧାଙ୍କ ଜୀବନ

ଭଞ୍ଜନଗର, ୨୫।୯(ବାବୁଲା ପ୍ରଧାନ):ଗଞ୍ଜାମ ଜିଲାରେ ଲଗାଣ ବର୍ଷା ପରେ ଶୁକ୍ରବାର ବର୍ଷାର ପରିମାଣ କିଛିଟା କମିଥିଲେ ମଧ୍ୟ ଲୋକଙ୍କ ମନରୁ ଆତଙ୍କ ଥମିନାହିଁ। ବେଲଗୁଣ୍ଠ ବ୍ଲକ ଉଡ୍ରା…

ବର୍ଷାରେ ଭାଙ୍ଗିଲା ଘର: ତାର୍ପୋଲିନ ଯୋଗାଇଦେଲେ ତହସିଲଦାର

କେସିଙ୍ଗା, ୨୫।୯(ତୁମେଶ୍ୱର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ପବନ ଯୋଗୁ କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳରେ ଘର ଭାଙ୍ଗିବା ସହ ଚାଷଜମିରେ ମଧ୍ୟ କ୍ଷୟକ୍ଷତି ହେଉଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?