ମିଳିଲା ପ୍ରତିଶ୍ରୁତି, ହେଲାନି ସମାଧାନ

ଭବାନୀପାଟଣା,୮।୪(ଉତ୍ତମ କୁମାର ଦାଶ): ନିର୍ବାଚନ ପରେ ନିର୍ବାଚନ ଆସୁଛି। ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ମିଳୁଛି। ହେଲେ ସମାଧାନ ହେଉ ନାହିଁ। ଏପରି ଏକ ଉଦାହରଣ ଭାବେ କଳାହାଣ୍ଡି ଜିଲା କଲମପୁର ବ୍ଲକ ଖଣ୍ଡି ଡଙ୍ଗରୀଗୁଡା ହାତୀ ନଦୀଘାଟରେ ପୋଲ ନିର୍ମାଣ କାମରେ ଦେଖିବାକୁ ମିଳିଛି। ଗତ ୨୦୧୯ ସାଧାରଣ ନିର୍ବାଚନ ବେଳେ ଭାଜପା ଏମପି ବସନ୍ତ ପଣ୍ଡା ଏହି ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପରବର୍ତ୍ତି ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ପୂର୍ବତନ ମନ୍ତ୍ରୀ ତଥା ବିଜୁ ଜନତା ଦଳର ଜିଲା ସଭାପତି ପୁଷ୍ପେନ୍ଦ୍ର ସିଂଦେଓ ପୋଲ ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ନିର୍ବାଚନ ପରେ ଏମପି ପଣ୍ଡା ଗ୍ରାମବାସୀଙ୍କ ଦ୍ୱାରା ସମ୍ବର୍ଦ୍ଧିତ ସମୟରେ ପୁନଃ ପୋଲ ନିର୍ମାଣ ପ୍ରସ୍ତାବ ଉପରେ ମତବ୍ୟକ୍ତ କରିଥିଲେ। ଯାହା କେନ୍ଦ୍ରୀୟ ଅନୁଦାନରୁ ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ। ପରବର୍ତ୍ତୀ ସମୟରେ ପୋଲ ନିର୍ମାଣ ପାଇଁ ମାଟି ପରୀକ୍ଷା ସହ ଅନ୍ୟ କିଛି ପ୍ରାଥମିକ ପଦକ୍ଷେପ ନିଆଯାଇଥିଲା। କିନ୍ତୁ ଏଥିମଧ୍ୟରେ ଦୀର୍ଘ ଦିନ ବିତି ସାରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନାହିଁ। ଏହି ପୋଲ ନିର୍ମାଣ ହେଲେ କଲମପୁର ଜୁନାଗଡ ମୁଖ୍ୟ ରାସ୍ତା ସହ ବଙ୍କାପଲା ନିକଟରେ ସଂଯୋଗ ହେବ। ଯାହାଦ୍ୱାରା ଅଞ୍ଚଳବାସୀ ଜୁନାଗଡ, କୋକସରା, ଧର୍ମଗଡ ସମେତ ୨୬ ନଂ. ଜାତୀୟ ରାଜପଥରେ ସଂଯୋଗ ହେଇ ପଡୋଶୀ ନବରଙ୍ଗପୁର ଏବଂ ଛତିଶଗଡ ରାଜ୍ୟ ସହ ଯାତାୟାତର ସୁବିଧା ପାଇ ପାରିବେ। ସେମାନଙ୍କ ଅର୍ଥନୈତୀକ, ସାମାଜିକ ଏବଂ ସାଂସ୍କୃତିକ ବିକାଶ ହେଇ ପାରିବ। ପୁଣି ଶିକ୍ଷା, ସ୍ବାସ୍ଥ୍ୟା କ୍ଷେତ୍ରରେ ଉନ୍ନତି ହେଇ ପାରିବ। କିନ୍ତୁ ଏହି ଆଶା ଏବେ ଆଶାରେ ରହିଯାଇଛି। ଯେଉଁଥି ପାଇଁ ଅଞ୍ଚଳବାସୀଙ୍କ ମଧ୍ୟରେ ଅଶନ୍ତୋଷ ଲାଗି ରହିଛି। ବଡବଡ ନେତା ଆସିଲେ, ଏମ.ପି ଆସିଲେ। ପୋଲ ନିର୍ମାଣର ପ୍ରତିଶ୍ରୁତି ଦେଲେ। କିନ୍ତୁ ପୋଲ ନିର୍ମାଣ ହୋଇ ପାରିଲାନାହିଁ। ଦେଶୀ ଡଙ୍ଗାରେ ଆମେ ନଦୀ ପାର ହେଉଛୁ। କେତେବେଳେ ଡଙ୍ଗା ଦୁର୍ଘଟଣା ଘଟୁଛି। ତେଣୁ ଆମେ ଆଗାମୀ ନିର୍ମାଚନ ସମୟରେ ଭୋଟ ମାଗି ଆସୁଥିବା ନେତାଙ୍କୁ ଉଚିତ ଜବାବ ଦେବୁ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି। ଖଣ୍ଡିଡଙ୍ଗରୀଗୁଡା-ବଙ୍କାପଲା ସଂଯୋଗ ପାଇଁ ହାତୀନଦୀରେ ଏକ ପୋଲ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ଯାହାର ସ୍ବୀକୃତୀ ପାଇଁ ରାଜ୍ୟସ୍ତରୀୟ ଅଧିକାରୀଙ୍କ ପାଖରେ ରହିଛି। ଆଗାମୀ ଏକମାସ ମଧ୍ୟରେ ସ୍ବୀକୃତୀ ପାଇବା ପରେ ପୋଲ ନିର୍ମାଣର ଆନୁସଙ୍ଗିକ କାର୍ଯ୍ୟ ଆରମ୍ଭ ହେବ ବୋଲି କଳାହାଣ୍ଡି ପୂର୍ତ୍ତ ବିଭାଗ କାର୍ଯ୍ୟ ର୍ନିବାହୀ ଯନ୍ତ୍ରୀ ଇଂ. ପ୍ରକାଶ ଚନ୍ଦ୍ର ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri