Posted inଫୁରସତ

ବିଶିଷ୍ଟ ଶିଶୁ ସାହିତି୍ୟକ ଓ ବିଜ୍ଞାନ ଲେଖକ ଡ. ଅରୁଣ କୁମାର ପଣ୍ଡା ନିଜ ପ୍ରଥମ ରୋଜଗାରରେ ଗାଈ କିଣା..

ଜୀବନରେ ଅନେକ ଟଙ୍କା ରୋଜଗାର କଲେ ବି ପ୍ରଥମ ରୋଜଗାରର ଚମକ ଓ ଆନନ୍ଦ ଅତୀବ ନିଆରା। ଆଉ ଯଦି ସେହି ରୋଜଗାର ଛାତ୍ର ଅବସ୍ଥାରେ ହୋଇଥାଏ, ତେବେ ତା’ର ପୁଲକ କହିଲେ ନ ସରେ। ଏକ ମଧ୍ୟବିତ୍ତ ପରିବାରରେ ମୋର ଜନ୍ମ। ଛୋଟ ମୋଟ ଆବଶ୍ୟକତା ମେଣ୍ଟାଇବାରେ ଆମ ପରିବାରର ଅର୍ଥନୀତି ଅନୁକୂଳ ଥିଲା। ମୋର ବାପା ସ୍ବର୍ଗତ ଅନିରୁଦ୍ଧ ପଣ୍ଡା ଥିଲେ ଜଣେ ସୁନାମଧନ୍ୟ ପାଲା ଗାୟକ। ପାଲା କ୍ଷେତ୍ରରେ ତାଙ୍କର ଯଥେଷ୍ଟ ସୁନାମ ଥିବାରୁ ରୋଜଗାର ମନ୍ଦ ନଥିଲା। ମୁଁ ଥିଲି ଏକମାତ୍ର ପୁଅ, ମୋର ବଡ଼, ସାନ ଦୁଇ ଭଉଣୀ। ପିଲାଟି ବେଳୁ ମୁଁ ଗେହ୍ଲାରେ ବଢ଼ିଛି। ବାପା ମୋତେ ଅଭାବ ବିଷୟରେ ଜଣେଇବାକୁ ଦିଅନ୍ତି ନାହିଁ। ସ୍କୁଲ ଜୀବନରୁ ମୁଁ ଜଣେ ମେଧାବୀ ଛାତ୍ର। ବିଦ୍ୟାଳୟରେ ସବୁ ବିଷୟରେ ପ୍ରଥମ ହେଉଥିବାରୁ ସମସ୍ତଙ୍କର ସ୍ନେହ ଶ୍ରଦ୍ଧା ଆଦର ଲାଭ କରିଛି। ମୁଁ ପଞ୍ଚମ ଶ୍ରେଣୀରେ ବୃତ୍ତି ପାଇଥିଲେ ବି ସେ ବାବଦରେ ଯେଉଁ ସ୍ବଳ୍ପ ଟଙ୍କା ମିଳିଥିଲା, କ’ଣ ହେଲା ସେ କଥା ମୋର ମନେ ନାହିଁ। ମୁଁ ସପ୍ତମ ଶ୍ରେଣୀ ଏନ୍‌ ଆର୍‌ ଟି ଏସ୍‌ ପରୀକ୍ଷାରେ କୃତକାର୍ଯ୍ୟ ହେବାରୁ ମୋତେ ଏକକାଳୀନ ୧୫୦୦ ଟଙ୍କା ମିଳିଥିଲା। ମୁଁ ସେହି ଟଙ୍କାକୁ ମୋର ପ୍ରଥମ ରୋଜଗାର ଭାବରେ ଏ ଯାଏ ମନେ ରଖିଛି। ଏହି ଟଙ୍କା ମିଳିଲା ବେଳକୁ ମୋର ଜନ୍ମଦାତ୍ରୀ ମା’ ରୋଗାକ୍ରାନ୍ତ ଥାନ୍ତି। ମୋ ପୁଅ ଭଲ ପଢୁଛି ବୋଲି କହି ଗର୍ବ କରୁଥିବା ମାଆ ଏହି ସଫଳତାରେ ଖୁସି ହେବାକୁ ସକ୍ଷମ ନାହାନ୍ତି ଜାଣି ମନ ଦୁଃଖ ହେଲା। ଅବଶ୍ୟ କିଛି ଦିନ ପରେ ସେ ଆରପାରିକୁ ଚାଲିଗଲେ। ଘରର ଦାୟିତ୍ୱ ବୁଝୁଥାନ୍ତି ମୋର ପିଉସୀ ମାଆ। ସେ ବାଲ୍ୟ ବିଧବା ହୋଇ ଆମ ଘରେ ରହୁଥିଲେ। ଆମେ ତିନି ଭାଇଭଉଣୀ ତାଙ୍କୁ ବୋଉ ବୋଲି ଡାକୁ। ଏହି ଟଙ୍କା ତାଙ୍କରି ହାତରେ ଦେଲାବେଳେ ସେ ମୋତେ କୁଣ୍ଢାଇ ପକାଇଲେ। ସେ ବାପାଙ୍କୁ ଏହି ଟଙ୍କା ଦେଇ କହିଲେ-”ଆମର ଗାଈ ନାହିଁ, ଗାଈଟିଏ ଆଣିଲେ ଭଲ ହେବ। ବାରମାସୀ ପିଲାଏ କ୍ଷୀର, ଦହି, ଛେନା ଖାଇବେ।“ ବାପା ଏକଥା ଶୁଣି ଖୁସି ହେଲେ ଓ ଗାଈଟିଏ ଆସିଲା। ତା’ର ଗୋଡ ଟିକେ ବଡ଼ ସାନ ଥିବାରୁ ତା’ ନାଁ ଦିଆଗଲା ଛୋଟୀ। ଛୋଟୀ ଗାଈ ଭାରୀ ସୁଧାର ଓ ଦୁଧିଆଳୀ ଥିଲା। ମୋ ବୋଉ ଲୋକଙ୍କ ପାଖରେ କହେ- ଏ ଗାଈ ମୋ ପୁଅ ଆଣିଛି। ତା’ପରେ ମୁଁ ମେଟ୍ରିକ୍‌ରେ ଓ ମାଇନିଂ ଇଞ୍ଜିନିୟରିଂ ପଢିଲାବେଳେ ବୃତ୍ତି ପାଇଛି। ଇଞ୍ଜିନିୟରିଂ ଛାତ୍ର ଥିବାବେଳେ ୧୯୯୧ ମସିହାରେ ମୋର ଏକ ଗଳ୍ପ ‘ଅନ୍ଧ-ମୁକ-ବଧିର’ ଆକାଶବାଣୀ, କଟକର ଯୁବବାଣୀରେ ବାଜିଲା। ତା’ର ପାରିତୋଷିକ ହିସାବରେ ୭୫ ଟଙ୍କା ମିଳିଲା। ସାହିତ୍ୟ କ୍ଷେତ୍ରରୁ ଏହା ଥିଲା ମୋର ପ୍ରଥମ ରୋଜଗାର। ୧୯୯୮ ମସିହାରେ ମୁଁ ଓଡ଼ିଶା ବିଜ୍ଞାନ ଏକାଡେମୀ ପୁରସ୍କାର ପାଇଲି। ପୁରସ୍କାର ବାବଦକୁ ମୋତେ ୫୦୦୦ ଟଙ୍କା ମିଳିଲା। ସେତେବେଳେ ମୋତେ ୨୫ବର୍ଷ ବୟସ, ମୁଁ ଚାକିରୀ କିମ୍ବା ବିବାହ କରି ନଥାଏ। ଏହା ମୋର ପ୍ରଥମ ପୁରସ୍କାର ଓ ସେ କ୍ଷେତ୍ରରେ ମୋର ପ୍ରଥମ ରୋଜଗାର। ଏହା ଭିତରେ ବିତି ଯାଇଛି ଅନେକ ବର୍ଷ। କିଛି ଦିନ ମୁଁ ଟ୍ୟୁସନ କରିଛି ଆଉ ଏବେ ଚାକିରି କରି ଅର୍ଥ ରୋଜଗାର କରୁଛି। ହେଲେ ପ୍ରଥମ ରୋଜଗାରରେ ଗାଈ କିଣାଯିବାର ପୁଲକ ଏବେ ବି ହୃଦୟରେ ସାଇତା ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?