Posted inଫୁରସତ

ଗବେଷଣାରେ ମୂଷାଙ୍କୁ ବ୍ୟବହାର କରାଯାଏ କାହିଁକି

ପ୍ରାୟ ସମସ୍ତେ ଜାଣନ୍ତି ଯେ, ବୈଜ୍ଞାନିକମାନେ ତିଆରି କରୁଥିବା ନୂଆ ଔଷଧକୁ ମଣିଷ ଉପରେ ପ୍ରୟୋଗ କରିବା ପୂର୍ବରୁ ପ୍ରଥମେ ତାକୁ ମୂଷା ଉପରେ ପ୍ରୟୋଗ କରନ୍ତି। ତେବେ ଜାଣନ୍ତି କି ଏଭଳି କାହିଁକି କରାଯାଏ? ଜାଣନ୍ତୁ ସେ ସମ୍ପର୍କରେ..

ଚଳଚ୍ଚିତ୍ରରେ ଦେଖିଥିବେ ମଣିଷଙ୍କ ପାଇଁ ତିଆରି କରାଯାଉଥିବା କୌଣସି ଔଷଧର ପରୀକ୍ଷଣ ସିଧାସଳଖ ମଣିଷ ଉପରେ ନ କରାଯାଇ ମୂଷା ଉପରେ କରାଯାଇଥାଏ। ତେବେ ଜାଣନ୍ତିକି ଚଳଚ୍ଚିତ୍ରରେ ଦେଖାଯାଉଥିବା ଏହି ଦୃଶ୍ୟ ଆଦୌ କାଳ୍ପନିକ ନୁହେଁ। ବାସ୍ତବରେ ସେମିତି ହୋଇଥାଏ।
ଏମିତି ଦେଖିଲେ ମଣିଷ ଓ ମୂଷା ଭିନ୍ନ ଭିନ୍ନ। ଜୈବିକ ଭାବେ ମଧ୍ୟ ମଣିଷ ଓ ମୂଷା ମଧ୍ୟରେ କୌଣସି ସମାନତା ନାହିଁ। ତେବେ ଗୋଟିଏ କଥା ଯାହା ଦୁହିଁଙ୍କୁ ଏକ କରେ ତାହା ହେଉଛି ସେମାନଙ୍କ ଡିଏନ୍‌ଏ। ମୂଷାର ପ୍ରାୟ ୮୦% ଜିନ ମଣିଷ ସହ ମିଶେ। ଆମେରିକାର ଫାଉଣ୍ଡେଶନ ଫର ବାୟୋମେଡିକାଲ ରିସର୍ଚ୍ଚ ଅନୁଯାୟୀ ମଣିଷ ଓ ଲାବ୍‌ରେ ବ୍ୟବହାର ହେଉଥିବା ମୂଷାଙ୍କ ଜିନ୍‌ ପ୍ରାୟତଃ ଏକାପରି। ସରଳ ଭାଷାରେ କହିବାକୁଗଲେ ମୂଷା ଓ ମଣିଷର ଶରୀରରେ ହେଉଥିବା ଅନେକ ଜୈବିକ ପ୍ରକ୍ରିୟା ଏକାପରି। ଯେମିତି କି ମଣିଷ ଓ ମୂଷାର ଇମ୍ୟୁନ ସିଷ୍ଟମ, ମସ୍ତିସ୍କର ଗଠନ, ହର୍ମାନାଲ ସିଷ୍ଟମ ଓ ଅର୍ଗାନ ଫଙ୍କ୍‌ସନ ପ୍ରାୟତଃ ସମାନ ହୋଇଥାଏ। ସେଥିପାଇଁ ମଣିଷ ଉପରେ ଗବେଷଣା କରିବା ପୂର୍ବରୁ ମୂଷା ଉପରେ ଏକ୍ସପେରିମେଣ୍ଟ କରାଯାଏ। ଯଦ୍ଦ୍ବାରା କି ବୈଜ୍ଞାନିକଙ୍କୁ ଜଣାପଡ଼ିବ ଔଷଧର ପ୍ରଭାବ ମଣିଷ ଉପରେ କ’ଣ ପଡ଼ିପାରେ। ଏହାବାଦ ଲାବ୍‌ର ପ୍ରାଣୀ, ଖାସ୍‌କରି ମୂଷାଙ୍କୁ ଗବେଷଣା ଲାଗି ହିଁ ଜନ୍ମ କରାଯାଇଥାଏ। ଲାବ୍‌ରେ ବ୍ୟବହାର କରାଯାଉଥିବା ଅଧିକାଂଶ ମୂଷା ଯାହାକୁ ମେଡିକାଲ ଟ୍ରାଏଲରେ ବ୍ୟବହାର କରାଯାଏ ତାହା ଇନବ୍ରେଡ୍‌ ହୋଇଥାନ୍ତି, ଯାହାଦ୍ୱାରା ମେଡିକାଲ ଟ୍ରାଏଲର ଫଳାଫଳ ଏକାପରି ଆସେ। ତା’ଛଡ଼ା ମୂଷାମାନେ ଜେନେଟିକାଲି, ବାୟୋଲୋଜିକାଲି ପ୍ରାୟ ମଣିଷ ପରି ହୋଇଥାଆନ୍ତି। ଆଉ ମଣିଷର ଅନେକ ଲକ୍ଷଣ ମୂଷାଠାରେ ଦେଖାଯାଏ। କିଛି ରିପୋର୍ଟ କହେ, ମୂଷା ବ୍ୟତୀତ ଅନ୍ୟ କିଛି ବିକଳ୍ପ ନାହିଁ ଗବେଷଣାରେ ପ୍ରୟୋଗ କରିବା ପାଇଁ। ମୂଷାଙ୍କ ଉପରେ ଗବେଷଣାର ଫଳାଫଳ ଖୁବ୍‌ଶୀଘ୍ର ମଧ୍ୟ ମିଳେ। ଏହାବାଦ୍‌ ମୂଷାଙ୍କ ରକ୍ଷଣାବେକ୍ଷଣ ଖୁବ୍‌ ସହଜ। ଏହାକୁ ଲାବ୍‌ରେ ଏକ ନିୟନ୍ତ୍ରିତ ପରିବେଶରେ ରଖାଯାଇପାରେ। ଯେଉଁଠାରେ କି ସେମାନଙ୍କ ଖାଦ୍ୟ, ଜୀବନଶୈଳୀ ଓ ବ୍ୟବହାର ଉପରେ ସହଜରେ ନଜର ରଖି ହୁଏ। ଏମାନଙ୍କ ଜୀବନ କାଳ କମ୍‌ ହେବା ସହ ଖୁବ୍‌ଶୀଘ୍ର ପ୍ରଜନନ କରନ୍ତି। ଏହାବାଦ୍‌ ଖାଦ୍ୟ, ପାଣିପାଗ, ଏୟାରକ୍ୱାଲିଟି ବି ଏକ୍ସପେରିମେଣ୍ଟ ଉପରେ କ’ଣ ପ୍ରଭାବ ପକାଏ ତାହା ମୂଷାଙ୍କ ଦ୍ୱାରା ଜଣାପଡ଼େ।


Enter your email to get our daily news in your inbox.

All Right Reserved By Dharitri.Com

ସୁନୀତା ଉଇଲିୟମ୍ସଙ୍କ ପୃଥିବୀ ପ୍ରତ୍ୟାବର୍ତ୍ତନ: ଆଶା ଓ ଆଶଙ୍କା

ସୁତରାଂ ଯାହା ଥିଲା ମାତ୍ର ୮ ଦିନ କାଳର ଏକ ସଂକ୍ଷିପ୍ତ ଅଭିଯାନ ତାହା ଏବେ ପ୍ରଯୁକ୍ତିଗତ ତ୍ରୁଟି ଜନିତ କାରଣରୁ କିଛି ମାସ ପର୍ଯ୍ୟନ୍ତ...

ଭାରତର ପ୍ରଥମ ଏଆଇ ମା’

ନୂଆଦିଲ୍ଲୀ: ଧୀରେ ଧୀରେ ଭର୍ଚୁଆଲ୍‌ ଇନ୍‌ଫ୍ଲୁଏନ୍ସରମାନେ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଗୁଡ଼ିକରେ ନିଜ ନିଜର ପ୍ରଭାବ ବିସ୍ତାର କରିବା ଆରମ୍ଭ କରିଛନ୍ତି। ସମ୍ପ୍ରତି କାବ୍ୟା ମେହେରା ନାମ୍ନୀ...

ବୋଉକୁ ଛେନାପୋଡ଼ ଖୁଆଇଥିଲି

ଜଗତ୍‌ସିଂହପୁର ଜିଲା ବିଓଁଳ ଗାଁର ଏକ ନିମ୍ନମଧ୍ୟବିତ୍ତ ପରିବାରରେ ମୋ ଜନ୍ମ। ଆମର ଥାଏ ଅଳ୍ପ କିଛି ଚାଷଜମି। ଚାଷ ଓ ଛୋଟମୋଟ ବ୍ୟବସାୟରୁ ବାପା...

ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ମିଳୁଛି ସ୍ମୋକିଂ ବ୍ରେକ୍‌

ବ୍ରିସ୍‌ବେନ: ଅଷ୍ଟ୍ରେଲିଆର କୁଇନ୍ସଲ୍ୟାଣ୍ଡସ୍ଥିତ ଆରେଥୁସା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏକ ଅଜବ ନିୟମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ବିଦ୍ୟାଳୟ ନିଜ ଛାତ୍ରୀଛାତ୍ରମାନଙ୍କୁ ଧୂମପାନ କରିବାକୁ...

କାହିଁକି କେବେ ମିଳେନା ଚୋରି ହୋଇଥିବା ସ୍ମାର୍ଟ ଫୋନ? କୁଆଡେ ଯାଏ ଏହି ଫୋନ ଜାଣନ୍ତୁ ପୂରା ଘଟଣା

ନୂଆଦିଲ୍ଲୀ,୭।୧୨: ଦିଲ୍ଲୀ-ଏନସିଆର ହେଉ କିମ୍ବା ଅନ୍ୟ କୌଣସି ସହର, ସ୍ମାର୍ଟଫୋନ ଚୋରି ହେବାର ଘଟଣା ବହୁତ ଘଟିଥାଏ। କେବଳ ଭାରତରେ ନୁହେଁ, ଲଣ୍ଡନରୁ ନ୍ୟୁୟର୍କ ପର୍ଯ୍ୟନ୍ତ...

୭୪ ବର୍ଷରେ ଅଣ୍ଡାଦେଲା ସବୁଠୁ ବୟସ୍କ ପକ୍ଷୀ

ଓ୍ବାଶିଂଟନ: ସମସ୍ତ ପ୍ରକାରର ଅସୁବିଧାକୁ ସାମ୍‌ନା କରି ବିଶ୍ୱର ସବୁଠାରୁ ବୟସ୍କ ବଣୁଆ ପକ୍ଷୀ ଏକ ଅଣ୍ଡା ଦେଇଛି। ଓ୍ବିଜ୍‌ଡମ ନାମକ ଏହି ଲେସନ ଅଲବାଟ୍ରସ୍‌...

ଏଠାରେ ଭଡ଼ାରେ ମିଳୁଛନ୍ତି ବୟଫ୍ରେଣ୍ଡ, ପ୍ରତିବଦଳରେ ଦେବାକୁ ପଡିବ…

ହାନୋଇ,୫।୧୨: ଭିଏଟ୍‌ନାମର ଯୁବପିଢିଙ୍କ ମଧ୍ୟରୁ ଯେଉଁମାନଙ୍କ ପାଖରେ ଜୀବନସାଥୀ ଖୋଜିବାକୁ ସମୟ ନ ଥାଏ, ସେମାନେ ଭଡ଼ାରେ ନିଜ ପାଇଁ ପାର୍ଟନର ଖୋଜିଥାନ୍ତି ବୋଲି ସାଉଥ୍‌...

ଦିବ୍ୟାଙ୍ଗଙ୍କୁ ଉପେକ୍ଷା କରିବା ପାପ

ପ୍ରତିବର୍ଷ ୩ ଡିସେମ୍ବରରେ ବିଶ୍ୱ ଦିବ୍ୟାଙ୍ଗ ଦିବସ ପାଳନ କରାଯାଏ। ଏହାର ମୂଳ ଉଦ୍ଦେଶ୍ୟ ହେଉଛି ଅକ୍ଷମତା ସହ ଜଡିତ ସମସ୍ୟାଗୁଡିକ ଉପରେ ସଚେତନତା ସୃଷ୍ଟି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri