ସମସ୍ୟା: ଏକ ସୁଯୋଗ

ଯଦିଓ ଆମର ଜ୍ଞାନୀଗୁଣୀଜନ ପ୍ରତ୍ୟେକ ମଣିଷର ବଳକୁ ଶତସିଂହର ବଳ ସହ ତୁଳନା କରିଛନ୍ତି, କିନ୍ତୁ ସ୍ଥଳବିଶେଷରେ ଦେଖୁ ହାରାହାରି ଚିନ୍ତନ କରିପାରୁଥିବା ବା କ୍ଷମତା ରଖୁଥିବା ମସ୍ତିଷ୍କର ବ୍ୟକ୍ତିଟିଏ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ସମସ୍ୟା ସହ ଜଡ଼ିତ ହୋଇଯାଏ, ବ୍ୟସ୍ତ ବିବ୍ରତ ହୋଇପଡ଼େ। ଅର୍ଥାତ୍‌ ମୋର ଅଧିକ ସମସ୍ୟା, ମୋର ଅଧିକ ସମସ୍ୟା ବୋଲି ସବୁବେଳେ ବୋବାଳି ଛାଡ଼େ। ହାରାହାରିର ନିମ୍ନସ୍ତରର ବିଚାର କରିପାରୁଥିବା ମସ୍ତିଷ୍କର ବ୍ୟକ୍ତି ସମସ୍ୟାର ସମ୍ମୁଖୀନ ହେଲେ ବ୍ୟତିବ୍ୟସ୍ତ ହୋଇ ସମସ୍ୟାଠାରୁ ଦୂରେଇଯାଏ। ହାରାହାରିଠାରୁ ଉଚ୍ଚସ୍ତରର ବିଚାର ଧାରଣ କରୁଥିବା ମସ୍ତିଷ୍କର ବ୍ୟକ୍ତିଟିଏ କୌଣସି ସମସ୍ୟାର ସମ୍ମୁଖୀନ ହେଲେ ବ୍ୟସ୍ତବିବ୍ରତ ନ ହୋଇ ସମସ୍ୟାର ସମାଧାନର ବାଟ ଖୋଜେ।
ମଣିଷର ଶତସିଂହର ବଳ ତାହାର ହାତରେ ନ ଥାଏ, ନ ଥାଏ ଗୋଡ଼ରେ, ଥାଏ ତା’ର ମସ୍ତିଷ୍କର ବିଚାରରେ। ସଦା ନୂତନ ସମସ୍ୟା ପ୍ରତ୍ୟେକ ମଣିଷକୁ ଅନେକ ଶିକ୍ଷା ଦେଇଥାଏ, ଜୀବନକୁ ସରସ ସୁନ୍ଦର କରିବାରେ ସାହାଯ୍ୟ କରିଥାଏ, ବଞ୍ଚିବାର ରାହା ଯୋଗାଇଥାଏ। ସେଥିପାଇଁ କୁହାଯାଏ ଯେଉଁ ଜୀବନରେ ଦୁଃଖ ନାହିଁ, ଯନ୍ତ୍ରଣା ନାହିଁ, କଷ୍ଟ ନ ଥାଏ ସେ ଜୀବନର ବଞ୍ଚିବାର ମାନେ ନ ଥାଏ ଖାଲି ପେଟ, ଖାଲି ପକେଟ୍‌, ମଣିଷକୁ ଅନେକ ଶିକ୍ଷା ଦେଇଥାଏ। ସେଥିପାଇଁ କୁହାଯାଏ, ଅଭାବ ବେଳେ ମଣିଷ ଅନ୍ୟକୁ ଚିହ୍ନେ, ସ୍ବଭାବ ସମୟରେ ତାକୁ ସମସ୍ତେ ଚିହ୍ନନ୍ତି।
କୌଣସି ସମସ୍ୟାଠାରୁ ଦୂରେଇଯିବା ମଣିଷର ସହଜାତ ପ୍ରବୃତ୍ତି। କ୍ୱଚିତ୍‌ ଲୋକ ସମସ୍ୟାର ସମାଧାନ ଖୋଜନ୍ତି ଆଉ ସଫଳ ମଧ୍ୟ ହୁଅନ୍ତି। ସାମାଜିକ ସମସ୍ୟା ହେଉ, ରାଜନୈତିକ ସମସ୍ୟା ହେଉ, ପ୍ରାକୃତିକ ସମସ୍ୟା ହେଉ, ସୁଅ ମୁହଁର ପତର ହୋଇ ଜୀବନ ଅତିବାହିତ କରିବାକୁ ସମସ୍ତେ ପ୍ରାୟ ଗ୍ରହଣ କରିନିଅନ୍ତି। କିନ୍ତୁ ଜୀବନ ଥିବା ମଣିଷ କାରଣ ଖୋଜି, ତାହାର ନିରାକରଣ ପାଇଁ ଚେଷ୍ଟା କରିଥାଏ। କେତେବେଳେ ସମାଜ ତାକୁ ବୁଝି ସମ୍ମାନ ଦିଏ ତ କେତେବେଳେ ନ ବୁଝିପାରି ଅନେକ ଯନ୍ତ୍ରଣା ଦେଇଥାଏ।
ସମସ୍ୟା ଅନେକ ଜୀବନ ଜୀଇଁବାର କଳା ଶିଖାଇଥାଏ। ଆମେ ଦୈନନ୍ଦିନ ଜୀବନରେ ଦେଖୁ, ଅନେକ ଟିକେ ସମସ୍ୟାର ଧକ୍କାରେ ଆତ୍ମହତ୍ୟାକୁ ଆପଣେଇ ନିଅନ୍ତି। ସମସ୍ୟା ସହ ଜଡ଼ିତ ହୋଇ ନିଜ ଭିତରେ ସମସ୍ୟାକୁ ସମ୍ମୁଖୀନ ହେବାର ଶକ୍ତି ବୃଦ୍ଧିକରିବା ଉଚିତ। ସମସ୍ୟାକୁ ଟାଳିଦେବା ବା ତାକୁ ଅଣଦେଖା କଲେ ବ୍ୟକ୍ତିର ବିକାଶ ହୁଏ ନାହିଁ ବା ସମାଜର ବିକାଶ ହୁଏ ନାହିଁ। ଆମେ ଜାଣୁ ବିଦ୍ୟାଳୟ, ମହାବିଦ୍ୟାଳୟ, ବିଶ୍ୱବିଦ୍ୟାଳୟରୁ ଆହରଣ କରିଥିବା ଜ୍ଞାନରେ ସମାଜରେ ବଞ୍ଚିବା ପାଇଁ ଯଥେଷ୍ଟ ନୁହେଁ। ଏହାବାଦ୍‌ ଆମକୁ ଅନେକ ଜ୍ଞାନ ଆହରଣ କରିବାକୁ ହୋଇଥାଏ। ସେହି ଜ୍ଞାନ ମଣିଷ ଦୈନନ୍ଦିନ ଜୀବନରେ ପ୍ରତି ମୁହୂର୍ତ୍ତରେ ସମ୍ମୁଖୀନ ହେଉଥିବା ସମସ୍ୟାରୁ ପାଇଥାଏ। ସେଥିପାଇଁ କୌଣସି ବୃତ୍ତି ପାଇଁ ବିବେଚିତ ହୋଇଥିବା ପ୍ରାର୍ଥୀଙ୍କୁ କଷ୍ଟକର ତାଲିମ ଦେଇ, ଅନେକ କୃତ୍ରିମ ଭାବେ ସମସ୍ୟା ସୃଷ୍ଟିକରି ସମର୍ଥ କରାଯାଏ, କାରଣ ବୃତ୍ତି ଜୀବନରେ କୌଣସି ବିଷମ ପରିସ୍ଥିତିକୁ ସାମ୍ନା କରିବାରେ ସମର୍ଥ ହେବ। ବିଦ୍ୟାଳୟରୁ ପିଲାଟିଏ ପାଠପଢ଼ା ସହ ଅନେକ କଥା ଶିଖିଥାଏ। ସେଦିନ ପିଲାଏ ବିଦ୍ୟାଳୟ ଅଗଣାରୁ ଅଳିଆ ସଫାକଲେ ବୋଲି ଅନେକ ଅଭିଭାବକ ଅଭିଯୋଗ କଲେ, ପିଲାଙ୍କୁ ଏପରି କାର୍ଯ୍ୟରେ ନିୟୋଜିତ କରିବା ଉଚିତ ନୁହେଁ। ସେମାନଙ୍କ ଧାରଣା ବୋଧେ ପିଲାମାନେ ହାକିମ ହେବାରୁ ବଞ୍ଚିତ ହୋଇଯିବେ। ଏହା ବି ଶିଖିବାର ଏକ ଅଂଶ, ଜୀବନର ଏକ ଅଂଶ। ସବୁ ଅଭିଭାବକ ଚାହାନ୍ତି ତାଙ୍କ ପିଲାର ଗୋଡ଼ରେ ଧୂଳି ନ ଲାଗୁ। ପିଲା ସହଜରେ ଜୀବନଯାପନ କରୁ। ଏହାଦ୍ୱାରା କ’ଣ ହୁଏ ଆମେ ଜାଣୁ! ପିଲାଟି ବଞ୍ଚିବାର କଳା ନ ଶିଖିପାରି ବିଷମ ପରିସ୍ଥିତିରେ ବ୍ୟସ୍ତବିବ୍ରତ ହୋଇପଡ଼େ। ଏପରିକି ପଡ଼ିଶା ଘରର କିଛି ସମସ୍ୟା ବା ବାହାଘର, ବ୍ରତଘରରେ କିଛି ଦାୟିତ୍ୱରେ ଯଦି ପିଲାଟି ସହଯୋଗ କଲା, ଆମେ ପିଲାକୁ ବାରଣକରୁ। ଆମେ ବୁଝିପାରୁନା ପିଲାଟି କିଛି ଶିଖିବାର ଏହା ଗୋଟେ ଗୋଟେ ସୁଯୋଗ ବୋଲି। ହାତୀକୁ ମଣିଷ ଖାଲରେ ପକାଇ ହିଁ ବୋଲ ମନାଇଥାଏ। ଯଦିଓ ଭୁଲ୍‌ରୁ ଅନେକ ଶିକ୍ଷା ମିଳେ କିନ୍ତୁ ଜୀବନଟା ଏତେ ଦୀର୍ଘ ନୁହେଁ ଯେ ଆମେ ଭୁଲ୍‌ କରି ଅନେକ କଥା ଶିଖିବା, ଅନ୍ୟର ଭୁଲ୍‌ରୁ ସୃଷ୍ଟି ହେଉଥିବା ସମସ୍ୟାରୁ ମଧ୍ୟ ଆମକୁ ଶିଖିବାକୁ ହେବ।
ଚଲାପଥକୁ ଅବରୋଧ କରିଥିବା ପଥରକୁ ପାହାଚକରି ସହଜରେ ପଥ ଅତିକ୍ରମ କରିପାରୁଥିବା ଲୋକଟି ହିଁ ମଣିଷ ଜୀବନର ସାର୍ଥକତାକୁ ପ୍ରତିପାଦିତ କରିପାରେ, ଆନନ୍ଦର ଅଧିକାରୀ ହୋଇପାରେ, ବଞ୍ଚିବାର ରାହା ପାଇବା ସହ ଅନ୍ୟକୁ ପ୍ରେରଣା ଯୋଗାଏ ତଥା ବିଶ୍ୱ ବିଜୟୀ ହେବାର ସୌଭାଗ୍ୟ ଅର୍ଜନକରେ। ଚଲାପଥରେ ବିଶାଳ ପଥରକୁ ସମ୍ମୁଖୀନ ହେଉଥିବା ଲୋକ ଯଦି ସେଇଠୁ ପଛକୁ ଫେରିଯିବା ଭଳି ସହଜ ପଥ ଆପଣାଏ, ପଳାୟନପନ୍ଥୀ ହୁଏ, ସମସ୍ୟାକୁ ପ୍ରଗତି ପାଇଁ ଏକ ସୁଯୋଗ ନ ଭାବି ଦୁର୍ଯ୍ୟୋଗ ଭାବେ, ତା’ ପାଇଁ ଜୀବନର ମୂଲ୍ୟ କ’ଣ ହୋଇପାରେ? ରାଜ ସିଂହାସନ ଆରୋହଣ କରିବା ସହଜ ହୋଇଥିଲେ ସମସ୍ତଙ୍କ ଭାଗ୍ୟରେ ତାହା ଜୁଟୁଥାଆନ୍ତା ନିଶ୍ଚୟ। ଚାଣକ୍ୟଙ୍କୁ ସବୁବେଳେ ଚନ୍ଦ୍ରଗୁପ୍ତଙ୍କୁ ଜାଣିଶୁଣି କଣ୍ଟକିତ ପଥରେ ଚାଲିବାକୁ ବା ସର୍ବଦା ସମସ୍ୟା ମଧ୍ୟକୁ ଠେଲିବାକୁ ପଡ଼ି ନ ଥାନ୍ତା ବୋଧହୁଏ।
ପ୍ରକୃତିରେ ସମାଜରେ ତଥା ବ୍ୟକ୍ତି ଜୀବନରେ ସମସ୍ୟା ସୃଷ୍ଟିହେବା ଏକ ସ୍ବାଭାବିକ ପ୍ରକ୍ରିୟା। କୌଣସି ବି ସମସ୍ୟାକୁ ଆଗକୁ ଯିବାର ଏକ ସୁଯୋଗ ଭାବେ ଗ୍ରହଣକଲେନିଜର ତଥା ସମାଜର ଅନେକ ପ୍ରଗତି ସମ୍ଭବ ହେବ। କୌଣସି ବି ସମସ୍ୟା, ସମସ୍ୟା ନୁହେଁ, ତାହା ଏକ ସୁଯୋଗ ନିଶ୍ଚୟ ନିଜକୁ ପରୀକ୍ଷା କରିବା ପାଇଁ, ଏହା ଆମ ସମସ୍ତଙ୍କର ଧେୟ ହେଉ।
ଗୋଗଳ, କାଏମା, ଯାଜପୁର
ମୋ:୯୭୭୭୭୪୯୭୨୭

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?