Posted inଜାତୀୟ

ବଳାତ୍କାର ପୀଡ଼ିତାଙ୍କ ଜାତକରେ ମାଙ୍ଗଳିକ ଦୋଷ ଯାଞ୍ଚ୍‌: ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୩।୬ : ବଳାତ୍କାର ପୀଡିତାଙ୍କ ଜାତକ ଯାଞ୍ଚ୍‌ କରିବାକୁ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ବିଭାଗକୁ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସୁପ୍ରିମକୋର୍ଟ ଏହି ମାମଲାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ ଲଗାଇଛନ୍ତି।

ବଳାତ୍କାରରଅଭିଯୁକ୍ତଙ୍କ ଜାମିନରେ ନେଇ ଆହ୍ଲାବାଦ ହାଇକୋର୍ଟର ଏକ ଅଜବ ଆଦେଶ ଉପରେ ସୁପ୍ରିମକୋର୍ଟ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି। ପୀଡିତାଙ୍କ ଜାତକ ଉପରେ ହାଇକୋର୍ଟ ଏକ ରିପୋର୍ଟ ମାଗିଥିଲେ। ସୁପ୍ରିମକୋର୍ଟ ଏହାକୁ ଅନାବଶ୍ୟକ ବୋଲି କହିଛନ୍ତି। ଶନିବାର ରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର ଶୁଣାଣିରେଅବକାଶ ବେଞ୍ଚ କହିଛନ୍ତି, ପୀଡିତାଙ୍କ ମାଙ୍ଗଳିକ ଦୋଷ ସମ୍ପର୍କରେ ଜାଣିବା ଜରୁରୀ ନୁହେଁ। ତଥ୍ୟ ଅନୁଯାୟୀ ଜାମିନ ଉପରେ ହାଇକୋର୍ଟ ନିଷ୍ପତ୍ତି ନେବା ଉଚିତ।

ବିବାହର ବାହାନା କରି ସମ୍ପର୍କ ଥିବାରୁ ଜଣେ ବ୍ୟକ୍ତିଙ୍କ ବିରୋଧରେ ବଳାତ୍କାର ମାମଲା ରୁଜୁ ହୋଇଛି। ଅଭିଯୋଗ ହୋଇଛି ସେ ଝିଇଙ୍କର ମଙ୍ଗଳ ଦୋଷ ରହିଥିବା କହି ବିବାହ କରିବାକୁ ମନା କରିଦେଇଥିଲେ। ତାଙ୍କ ଜାମିନ ଆବେଦନ ମେ ୨୩ ରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚରେ ଶୁଣାଣି ହୋଇଥିଲା। ହାଇକୋର୍ଟର ଜଷ୍ଟିସ ବ୍ରିଜ ରାଜ ସିଂ ଲକ୍ଷ୍ନୌ ବିଶ୍ୱବିଦ୍ୟାଳୟର ଜ୍ୟୋତିଷ ଶାସ୍ତ୍ର ବିଭାଗର ମୁଖ୍ୟଙ୍କଠାରୁ ରିପୋର୍ଟ ମାଗିଥିଲେ।

ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟ ଏକ ସ୍ବତନ୍ତ୍ର ଶୁଣାଣି କରିଥିଲେ। ଜଷ୍ଟିସ ସୁଦର୍ଶନ ଧୁଲିଆ ଏବଂ ପଙ୍କଜ ମିଥାଲଙ୍କ ବେଞ୍ଚ ଶୁଣାଣି ପାଇଁ ସ୍ବତନ୍ତ୍ର ଭାବେ ବସିଥିଲା। ଭିଡିଓ କନଫରେନ୍ସିଂ ଜରିଆରେ ସୋଲିସିଟର ଜେନେରାଲ ତୁଷାର ମେହେଟ୍ଟା ମଧ୍ୟ ଶୁଣାଣିରେ ଯୋଗ ଦେଇଥିଲେ। ସେ କହିଥିଲେ ଜ୍ୟୋତିଷ ଶାସ୍ତ୍ର ଏକ ବିଜ୍ଞାନ, କିନ୍ତୁ କୋର୍ଟର ଶୁଣାଣିରେ ଏହାର ରିପୋର୍ଟ ମାଗିବା ଠିକ ନୁହେଁ। ଏହା ଉପରେ ବିଚାରପତିମାନେ ମଧ୍ୟ କହିଛନ୍ତି ସେମାନେ ଜ୍ୟୋତିଷ ଶାସ୍ତ୍ର ଉପରେ ପ୍ରଶ୍ନ କରୁନାହାଁନ୍ତି, କିନ୍ତୁ କୋର୍ଟ ମାମଲାରେ ଏହାର କୌଣସି ଭୂମିକା ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

BJPକୁ ବଡ଼ ଝଟକା! ଦଳ ଛାଡିଲେ ଏହି ଅଭିନେତା, ମଞ୍ଚ ଉପରୁ ଘୋଷଣା କରି ଚମକାଇଦେଲେ

ତିରୁଭାନନ୍ତପୁରମ୍‌,୧୬।୮: କେରଳରେ ଭାଜପାକୁ ବଡ଼ ଝଟକା ଲାଗିଛି । ଅଭିନେତା ତଥା କେରଳ ଭାଜପାର ଉପାଧ୍ୟକ୍ଷ ଏସ୍‌. ଦେବନ ଦଳର ଉପାଧ୍ୟକ୍ଷ ପଦ ସହ ପ୍ରାଥମିକ ସଦସ୍ୟତାରୁ…

ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….

ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…

ଦିନ ଦ୍ବିପ୍ରହରରେ ଆତଙ୍କ ମଚାଇଲେ ଦୁର୍ବୃତ୍ତ, ଦିବ୍ୟାଙ୍ଗଙ୍କ ଘର କବାଟ ଭାଙ୍ଗି ଲୁଟିନେଲେ…

ଦାରିଙ୍ଗବାଡି,୧୬।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ କାରିପାଙ୍ଗା ସାହିରେ ରବିବାର ଦିନ ଦ୍ବିପ୍ରହରରେ ଏକ ଲୁଟ୍ ଘଟଣା ସମଗ୍ର ଅଞ୍ଚଳରେ ଆତଙ୍କ ସୃଷ୍ଟି…

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri