Posted inଜାତୀୟ

ମାତ୍ର ୧୬ ବର୍ଷ ବୟସରେ ପ୍ରଥମ ଭାଷଣ ଦେଇଥିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୧୨ ।୧: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ମଙ୍ଗଳବାର ତାଙ୍କର ୪୯ ତମ ଜନ୍ମଦିନ ପାଳନ କରୁଛନ୍ତି । ଏବେ ସକ୍ରିୟ ରାଜନୀତିରେ ଥିବା ପ୍ରିୟଙ୍କା ମାତ୍ର ୧୬ ବର୍ଷ ବୟସରେ ଭାଷଣ ଦେଇଥିଲେ । ପ୍ରାୟ ରାଜନୀତିଠାରୁ ଦୂରେଇ ରହୁଥିବାରୁ ସେତେବେଳର ସେହି ଭାଷଣକୁ କେହି ଏତେଟା ଗୁରୁତ୍ୱ ଦେଇ ନ ଥିଲେ । ହେଲେ ଜେଜେମା’ ତଥା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କର ସେ ଆଉ ଏକ ରୂପ ବୋଲି କୁହାଯାଏ । କେହି କେହି ତାଙ୍କୁ ୨୧ ଶହ ଶତାବ୍ଦୀର ଇନ୍ଦିରା ଗାନ୍ଧୀ ବୋଲି ମଧ୍ୟ କହିଥାଆନ୍ତି । କୁହାଯାଏ ଇନ୍ଦିରା ମଧ୍ୟ ମାତ୍ର ୧୬-୧୭ ବର୍ଷ ବୟସରେ ପ୍ରଥମ ଭାଷଣ ଦେଇଥିଲେ । ତେଣୁ ପ୍ରିୟଙ୍କାଙ୍କର ଇନ୍ଦିରାଙ୍କ ସହ ଖୁବ୍ ସାମଞ୍ଜସ୍ୟ ଥିବା ଆଲୋଚନା ହୁଏ । କିନ୍ତୁ ଏକ ସାକ୍ଷାତ୍‌କାରରେ ପ୍ରିୟଙ୍କା କହିଥିଲେ ସମସ୍ତେ ଭାବନ୍ତି ମୋର ମୋ ଜେଜେମାଙ୍କ ସହ ଅଧିକ ସାମଞ୍ଜସ୍ୟ ରହିଛି । ହେଲେ ମୋତେ ଲାଗେ ରାହୁଲଙ୍କର ଅଧିକ ସାମଞ୍ଜସ୍ୟ ଜେଜେମା’ଙ୍କ ସହ ରହିଛି ମୋର ସାମଞ୍ଜସ୍ୟ ବରଂ ମୋ ପିତା ରାଜୀବ ଗାନ୍ଧୀଙ୍କ ସହ ରହିଛି । ପ୍ରିୟଙ୍କା ବିଜନେସମ୍ୟାନ ରବର୍ଟ ଭଦ୍ରାଙ୍କୁ ବିବାହ କରିଛନ୍ତି । ହେଲେ ଏହା ପଛର ଏକ କାହାଣୀ ହୁଏତ ଅନେକଙ୍କୁ ଜଣା ନ ଥିବ । ଶୁଣିବାକୁ ମିଳେ ପ୍ରିୟଙ୍କାଙ୍କୁ ମାତ୍ର ୧୩ ବର୍ଷ ବୟସ ହୋଇଥିବା ବେଳେ ଉଭୟଙ୍କର ପ୍ରଥମେ ସାକ୍ଷାତ୍ ହୋଇଥିଲା ଓ ପ୍ରିୟଙ୍କା ପ୍ରଥମେ ବନ୍ଧୁତ୍ୱର ହାତ ବଢାଇଥିଲେ । ଏବେ ପ୍ରିୟଙ୍କା ସକ୍ରିୟ ରାଜନୀତିରେ ଯୋଗ ଦେଇଥିବା ବେଳେ ଦଳ ତାଙ୍କଠାରୁ ବହୁକିଛି ଆଶା କରେ ।


Enter your email to get our daily news in your inbox.

All Right Reserved By Dharitri.Com

ଭୋଟ ଦେଲେ ବିଶ୍ୱର ସବୁଠୁ ଛୋଟ ମହିଳା

ପୁଣେ,୧୯।୪: ମହାରାଷ୍ଟ୍ରର ପାଞ୍ଚଟି ସିଟ ପାଇଁ ଆଜି ଭୋଟଗ୍ରହଣ ଚାଲିଛି। ଲୋକମାନେ ଉତ୍ସାହର ସହ ଭୋଟ ଦେଉଛନ୍ତି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହି...

ଲୋକ ସଭା ନିର୍ବାଚନ: ଭୋଟ ଗ୍ରହଣ ମଧ୍ୟରେ ବସ୍ତରରେ ଆଇଇଡି ବ୍ଲାଷ୍ଟ, ସିଆରପିଏଫ ଯବାନ ଆହତ, ମଣିପୁରରେ ଫାୟାରିଂ

ନୂଆଦିଲ୍ଲୀ,୧୯।୪: ଲୋକ ସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟର ଭୋଟ ଗ୍ରହଣ ଶୁକ୍ରବାର ଆରମ୍ଭ ହୋଇଛି। ୮ ଜଣ କେନ୍ଦ୍ର ମନ୍ତ୍ରୀ, ୨ ପୂର୍ବତନ ମୁଖ୍ୟମନ୍ତ୍ରୀ...

ଗାନ୍ଧିନଗରରୁ ପ୍ରାର୍ଥିପତ୍ର ଦାଖଲ କଲେ ଅମିତ ଶାହା, କହିଲେ ମୋଦି ଦେଶକୁ ସୁରକ୍ଷିତ ରଖିଛନ୍ତି

ଅହମଦାବାଦ,୧୯।୪: କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଶୁକ୍ରବାର ଲୋକ ସଭା ନିର୍ବାଚନ ପାଇଁ ଗାନ୍ଧିନଗର ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଭାବରେ ନିଜର ପ୍ରାର୍ଥିପତ୍ର...

ଫିଲ୍ମ ଶୁଟିଂ ପାଇଁ ବାହାରିଲେ ରିଜେକ୍ଟ ହୋଇଥିବା ୨ ରାଜକୁମାର, ରାହୁଲ-ଅଖିଳେଶଙ୍କୁ ଟାର୍ଗେଟ କଲେ ମୋଦି

ଅମରୋହା,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକ ସଭା ନିର୍ବାଚନ ପାଇଁ ଜୋରଦାର ପ୍ରଚାର କରୁଛନ୍ତି। ଶୁକ୍ରବାର (ଏପ୍ରିଲ ୧୯) ଉତ୍ତରପ୍ରଦେଶର ଆମରୋହା ଠାରେ ଏକ ରାଲିରେ...

ଏମ୍‌ପି ଟିକେଟ୍‌ କାଟିଦେଲେ, ତଥାପି ଦୁଃଖ ନାହିଁ: ଶାହାଙ୍କୁ କହିଲେ ଆଧୁନିକ ଭାରତର ଆଇରନ ମ୍ୟାନ୍‌

ଲକ୍ଷ୍ନୌ,୧୯।୪: ଏଥର ଦଳ ଉତ୍ତରପ୍ରଦେଶର ବାଲିଆ ଲୋକ ସଭା ନିର୍ବାଚନମଣ୍ଡଳୀରୁ ଭାରତୀୟ ଜନତା ପାର୍ଟି ଏମ୍‌ପି ବୀରେନ୍ଦ୍ର ସିଂ ମସ୍ତଙ୍କୁ ଟିକେଟ ଦେଇନାହାଁନ୍ତି। ଦଳ ପୂର୍ବତନ...

ରଜନୀକାନ୍ତ, ଧନୁଷ, କମଲ ହାସନ ଚେନ୍ନାଇରେ ଦେଲେ ଭୋଟ, ସର୍ବପ୍ରଥମେ ପହଞ୍ଚିଲେ ଏହି ସୁପରଷ୍ଟାର

ଚେନ୍ନାଇ,୧୯।୪: ଶୁକ୍ରବାର ସକାଳୁ ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି। ସମସ୍ତ ରାଜନୈତିକ ଦଳ ଭାଗ୍ୟ ପରୀକ୍ଷା କରିବାକୁ ରାଜନୈତିକ ମଞ୍ଚରେ...

ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ, ବାଜି ମାରିଲେ ଛାତ୍ରୀ

ରାଞ୍ଚି,୧୯ା୪: ଝାଡ଼ଖଣ୍ଡ ବୋର୍ଡ ଦଶମ ଫଳାଫଳ ଶୁକ୍ରବାର ପ୍ରକାଶ ପାଇଛି। ଏହି ଫଳାଫଳକୁ ଶିକ୍ଷା ସଚିବ ଉମାଶଙ୍କର ସିଂ, ଜେଏସି ବୋର୍ଡ ଅଧ୍ୟକ୍ଷ ଅନିଲ କୁମାର...

ଦିନେଶ ତ୍ରିପାଠୀ କିଏ? ଯାହାଙ୍କ ଯୁଦ୍ଧ ଦକ୍ଷତା ବେଶ୍‌ ପ୍ରସିଦ୍ଧ, ଜାଣନ୍ତୁ ତାଙ୍କ ବିଷୟରେ…

ନୂଆଦିଲ୍ଲୀ,୧୯ା୪: ଦିନେଶ ତ୍ରିପାଠୀଙ୍କୁ କେନ୍ଦ୍ର ସରକାର ପରବର୍ତ୍ତୀ ନୌସେନା ମୁଖ୍ୟ ଭାବରେ ନିଯୁକ୍ତ କରିଛନ୍ତି। ଦିନେଶ ଏପ୍ରିଲ ୩୦ରେ ତାଙ୍କର ନୂତନ ଦାୟିତ୍ୱ ଗ୍ରହଣ କରିବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri