ନୂଆ କେରର୍ଡ କଲେ ପ୍ରିୟଙ୍କା ଚୋପ୍ରା

ବଲିଉଡରୁ ହଲିଉଡ୍‌କୁ ଜମ୍ପ୍‌ ମାରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ପ୍ରତିଦିନ ନୂଆ ରେକର୍ଡ ସୃଷ୍ଟି କରୁଛନ୍ତି। ସାରା ବିଶ୍ୱରେ ପ୍ରିୟଙ୍କା ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ହପର୍‌ ଇନଷ୍ଟାଗ୍ରାମ ରିଚ ଲିଷ୍ଟ ୨୦୨୧ ଅନୁଯାୟୀ ପ୍ରିୟଙ୍କା ୨୭ତମ ସ୍ଥାନ ହାସଲ କରିଛନ୍ତି। ସେ ଭାରତୀୟ ମନୋରଞ୍ଜନ ଜଗତର ଏକମାତ୍ର ତାରକା ଯିଏକି ଏହି ତାଲିକାରେ ସ୍ଥାନ ପାଇଛନ୍ତି। ଏବେ ସେ ଆଉ ଏକ ନୂତନ ଇତିହାସ ସୃଷ୍ଟି କରିଛନ୍ତି। ପ୍ରିୟଙ୍କା ଭାରତୀୟ ମନୋରଞ୍ଜନ ଜଗତର ପ୍ରଥମ ତାରକା, ଯାହାଙ୍କୁ ଇନଷ୍ଟାଗ୍ରାମରେ ୬୫ ମିଲିୟନରୁ ଅଧିକ ଲୋକ ଫଲୋ କରୁଛନ୍ତି। ପ୍ରିୟଙ୍କା ଚୋପ୍ରା କରୀନା କପୁର ଖାନ, ଦୀପିକା ପାଦୁକୋନ ଏବଂ ସଲମାନ ଖାନ ଏବଂ ଶାହାରୁଖ ଖାନଙ୍କ ପରି ତାରକାଙ୍କୁ ପଛରେ ପକାଇ ଏହି କୃତିତ୍ୱ ହାସଲ କରିଛନ୍ତି। ତାଙ୍କ ପରେ ଶ୍ରଦ୍ଧା କପୁର ଦ୍ୱିତୀୟ ସ୍ଥାନରେ ଅଛନ୍ତି, ତାଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପାଖାପାଖି ୬୩ ମିଲିୟନ୍‌ ଲୋକ ଫଲୋ କରୁଛନ୍ତି। ଏଥି ସହିତ, ୫୭.୫ ନିୟୁତ ଲୋକ ଦୀପିକା ପାଦୁକୋନଙ୍କୁ, ଆଲିଆ ଭଟ୍ଟଙ୍କୁ ୫୩.୯ ମିଲିୟନ ଲୋକ, ଅକ୍ଷୟ କୁମାରଙ୍କୁ ୫୧ ମିଲିୟନ ଲୋକ ଫଲୋ କରନ୍ତି।
କିନ୍ତୁ ଏହି ପ୍ରସଙ୍ଗରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପ୍ରିୟଙ୍କାଙ୍କଠାରୁ ବହୁତ ଆଗରେ ଅଛନ୍ତି। ୧୩୩ ମିଲିୟନ୍‌ ଲୋକ ଇନଷ୍ଟାଗ୍ରାମରେ ବିରାଟଙ୍କୁ ଅନୁସରଣ କରନ୍ତି। ଇନଷ୍ଟାଗ୍ରାମର ରିଚ ଲିଷ୍ଟରେ ବିରାଟ କୋହଲି ଏକମାତ୍ର ଭାରତୀୟ, ଯିଏ ପ୍ରିୟଙ୍କା ଚୋପ୍ରାଙ୍କଠାରୁ ଅଧିକ ରୋଜଗାର କରନ୍ତି। ସେ ତାଙ୍କର ଗୋଟିଏ ପୋଷ୍ଟ ପାଇଁ ତିନି କୋଟି ଟଙ୍କା ଆଦାୟ କରନ୍ତି। ଅନ୍ୟପକ୍ଷରେ, ବିରାଟ କୋହଲି ଗୋଟିଏ ପୋଷ୍ଟ ପାଇଁ ୫ କୋଟି ଟଙ୍କା ନିଅନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?