ବେଆଇନ ଭାବେ ସରକାରୀ ଅଫିସରେ ଲାଗୁଛି ପ୍ରାଇଭେଟ ଗାଡ଼ି

ରାୟଗଡ଼ା,୨୭।୬(ଆଶିଷ ରଞ୍ଜନ ପଣ୍ଡା): ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ବ୍ୟକ୍ତିଗତ ବ୍ୟବହୃତ ପାଇଁ ପଞ୍ଜୀକୃତ ଗାଡ଼ିଗୁଡ଼ିକ ମାସିକ ଭଡ଼ା ସୂତ୍ରରେ ଲଗାଯାଇ ପରିବହନ ନିୟମର ଖୋଲା ଉଲଂଘନ ଚାଲିଥିବା ଅଭିଯୋଗ ହୋଇଛି। କମର୍ସିଆଲ ଓ ଟ୍ୟାକ୍ସି ପରିମିଟ ଥିବା ଗାଡ଼ି ହିଁ ସରକାରୀ କାର୍ଯ୍ୟାଳୟରେ ବ୍ୟବହାର ହୋଇପାରିବ ବୋଲି ପରିବହନ ବିଭାଗର ନିୟମ ଥିବାବେଳେ ରାୟଗଡ଼ା ଜିଲାରେ ଏହି ନିୟମକୁ ଖୋଲାଖୋଲି ଉଲଂଘନ କରାଯାଉଥିବା ଦେଖିବାକୁ ମିଳିଛି । ଫଳରେ ଓଡ଼ିଶା ସରକାରଙ୍କ କୋଟି କୋଟି ଟଙ୍କାର ରାଜସ୍ବହାନି ହେଉଥିବା ଚର୍ଚ୍ଚା ହେଉଛି ।
ରାୟଗଡ଼ା ଜିଲା ସାମାଜିକ ସୁରକ୍ଷା ଅଧିକାରୀ କାର୍ଯ୍ୟାଳୟଠାରୁ ଆରମ୍ଭ କରି ଜିଲା ସମାଜ ମଙ୍ଗଳ ଅଧିକାରୀ, ମୃତ୍ତିକା ସଂରକ୍ଷଣ, ପୂର୍ତ୍ତ, ଜଳ ସମ୍ପଦ, ପୌର ପରିଷଦ ଆଦି ବିଭାଗରେ ବ୍ୟକ୍ତିଗତ ବ୍ୟବହୃତ ପଞ୍ଜୀକୃତ ଗାଡ଼ି ଲାଗିଥିବା ଦେଖିବାକୁ ମିଳିଛି । ଲୋକେ ବିଭିନ୍ନ ଟ୍ରାଭେଲ ଏଜେନ୍ସି ଜରିଆର ଗାଡ଼ି ଭଡ଼ାରେ ଆଣି ସରକାରୀ ଅଫିସରେ ଲଗାଉଛନ୍ତି। ଆଇନକୁ ସ୍ବଚ୍ଛ ରଖିବା ପାଇଁ ଡିଣ୍ଡିମ ପିଟୁଥିବା ସରକାରୀ ଅଧିକାରୀମାନେ ହିଁ ବେଆଇନ କାର୍ଯ୍ୟରେ ଲିପ୍ତ ରହୁଥିବା ଅଭିଯୋଗ ଆସିଛି। ଏପରିକି କିଛି ଅଧକାରୀଙ୍କ ସମ୍ପର୍କୀୟ ମଧ୍ୟ ଗାଡ଼ିଗୁଡ଼ିକ ସରକାରୀ କାର୍ଯ୍ୟାଳୟରେ ଲଗାଇ ମୋଟା ଅଙ୍କର ଲାଭ ପାଉଥିବାବେଳେ ଗାଡ଼ିର ଡିଜେଲ ବିଲ୍‌ ଅଧିକା କରି ମଧ୍ୟ ମୁନାଫା ପାଉଛନ୍ତି। ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କାରଖାନାଗୁଡ଼ିକରେ ମଧ୍ୟ ବ୍ୟକ୍ତିଗତ ପଞ୍ଜୀକୃତ ଗାଡ଼ି ବ୍ୟବହୃତ ହେଉଛି । ଗେଲ୍‌ ଇଣ୍ଡିଆ ତରଫରୁ କଳାହାଣ୍ଡି ଓ ରାୟଗଡ଼ା ଜିଲାରେ ଚାଲିଥିବା ଗ୍ୟାସ୍‌ ପାଇପଲାଇନ ସର୍ଭେ କାମରେ କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀ ମଧ୍ୟ ବ୍ୟକ୍ତିଗତ ପଞ୍ଜୀକୃତ ଗାଡ଼ି ବ୍ୟବହାର କରୁଛନ୍ତି । ତେବେ ବ୍ୟକ୍ତିଗତ ଗାଡ଼ିରେ ଟିକସ କମ ରହୁଥିବାରୁ ଗାଡ଼ି ମାଲିକମାନେ କମର୍ସିଆଲ ଟିକସ ଫାଙ୍କିବା ପାଇଁ ବ୍ୟକ୍ତିଗତ ପଞ୍ଜୀକୃତ କରାଉଛନ୍ତି । ତେଣୁ ଜିଲା ପ୍ରଶାସନ ଓ ପରିବହନ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ବେଆଇନ କାର୍ଯ୍ୟ କରୁଥିବା ଅଧିକାରୀ ଓ ଗାଡ଼ି ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି । ଏ ସମ୍ପର୍କରେ ରାୟଗଡ଼ା ଆଞ୍ଚଳିକ ପରିବହନ ଅଧିକାରୀ ଶିବ ଶଙ୍କର ଚୌଧୁରୀଙ୍କୁ ପଚାରିବାରୁ ଭଡ଼ା ସୂତ୍ର ଅଥବା ଲିଜ୍‌ ସୂତ୍ରରେ କେବଳ କମର୍ସିଆଲ ପଞ୍ଜୀକୃତ ଓ ଟ୍ୟାକ୍ସି ପରମିଟ୍‌ ଗାଡ଼ି ବ୍ୟବହାର ହୋଇପାରିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?