ବିନା ଭିତ୍ତିଭୂମିରେ ଚାଲିଛି ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

କେନ୍ଦୁଝର,୯ା୫(ସ୍ବ.ପ୍ର.): କେନ୍ଦୁଝର ଜିଲାରେ ବହୁ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭିତ୍ତିଭୂମି ନ ଥାଇ ଚାଲିଛି। ଅସ୍ଥାୟୀ ଅନୁମତି ହାସଲ କରି ବିଦ୍ୟାଳୟ ଚଳାଇ ଆସୁଥିବା ବେଳେ କେତେକ ନୂତନ ଭାବେ ଅନୁମତି ପାଇବାକୁ ଆବେଦନ କରିଛନ୍ତି। ବହୁ ପୁରୁଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିନା ଭିତ୍ତିଭୂମିରେ ଚାଲିଆସୁଥିବାରୁ ପିଲାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏ ନେଇ ଗଣ ଶିକ୍ଷା ବିଭାଗ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ ଅଭିଭାବକ ମହଲରେ ସ୍ବାଗତ କରାଯାଇଛି।
ପ୍ରକାଶ ଯେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଆଦେଶକ୍ରମେ କେନ୍ଦୁଝରରେ ୨ ଟି ଟିମ୍‌ ଗଠନ ହୋଇଛି। ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଏକ ଟିମ୍‌ ୧୧ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁଙ୍କ ନେତୃତ୍ୱରେ ୭ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯାଞ୍ଚ କରାଯାଉଛି। ଯାଞ୍ଚ ରିପୋର୍ଟ ଆଧାରରେ ଅନେକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସିଟ୍‌ ସଂଖ୍ୟା ବୃଦ୍ଧି ସହ ଅନେକ ବିଦ୍ୟାଳୟକୁ ସ୍ଥାୟୀ ସ୍ବୀକୃତି ପ୍ରଦାନ କରାଯିବା ନେଇ ସୂଚନା ମିଳିଛି। ଉକ୍ତ ଟିମ୍‌ ସ୍କୁଲ ସହରାଞ୍ଚଳ ନା ଗ୍ରାମାଞ୍ଚଳ, ଜମିର ତଥ୍ୟ, ଜମିର ପଟ୍ଟା, ଗ୍ରାମାଞ୍ଚଳରେ ଥିଲେ ୫ ଏକର ଏବଂ ସହରାଞ୍ଚଳରେ ଥିଲେ ୨ ଏକର, ସଂସ୍କୃତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ଗ୍ରାମାଞ୍ଚଳରେ ୧ ଏକର ଓ ସହରାଞ୍ଚଳରେ ୫୦ ଡିସିମିଲ, ବିଦ୍ୟାଳୟକୁ ଯିବା ପାଇଁ ଆପ୍ରୋଚ ରାସ୍ତା ରହିଛି କି ନାହିଁ, ପାଚେରି, ଶେଷ ୩ ବର୍ଷର ବିଭାଗ ଅନୁସାରେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ତଥ୍ୟ, କେଉଁ ପ୍ରକାର ଗୃହ, ଶ୍ରେଣୀଗୃହର ସଂଖ୍ୟା ଏବଂ ତାହାର ଆକାର, ପାଠାଗାରର ଆକାର, ପାଠ୍ୟପୁସ୍ତକ ସଂଖ୍ୟା, ପରୀକ୍ଷାଗାରର ସଂଖ୍ୟା, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ନିୟମ ଅନୁସାରେ ଆବଶ୍ୟକ ପରୀକ୍ଷା ସାମଗ୍ରୀ ରହିଛି କି ନାହିଁ, ଛାତ୍ରୀଛାତ୍ରଙ୍କ ଅନୁପାତ ଅନୁଯାୟୀ ଶୌଚାଳୟ ସଂଖ୍ୟା, ପାନୀୟ ଜଳର ସୁବିଧା, ତିନି ମହଲା କୋଠା କିମ୍ବା ୧୦ ହଜାର ୬୭୪ ବର୍ଗଫୁଟରୁ ଅଧିକ ଆକାରର ଘର ଥିଲେ ଅଗ୍ନି ନିରାପତ୍ତା ବ୍ୟବସ୍ଥା ସହ ପ୍ରମାଣପତ୍ର ମିଳିଛି କି ନାହିଁ ତାହାର ଯାଞ୍ଚ କରାଯାଉଛି।
ତଦନ୍ତକାରୀ ଟିମ୍‌ ତଥ୍ୟ ଅନୁଯାୟୀ, ଯାଞ୍ଚ ବେଳେ ବହୁ ଅବ୍ୟବସ୍ଥା ଦେଖିବାକୁ ମିଳିଛି। କେଉଁଠାରେ ଛାତ୍ରୀଛାତ୍ରଙ୍କ ଅନୁପାତ ଅନୁଯାୟୀ ତାଲିମପ୍ରାପ୍ତ ଉପଯୁକ୍ତ ଯୋଗ୍ୟତାଧାରୀ ଶିକ୍ଷୟିତ୍ରୀ, ଶିକ୍ଷକ ନାହାନ୍ତି। ଶିକ୍ଷୟିତ୍ରୀ ଓ ଶିକ୍ଷକଙ୍କୁ କ୍ଲାସ ଅନୁସାରେ ଅର୍ଥ ପ୍ରଦାନ କରି ପାଠ ପଢ଼ା ଚାଲିଛି। ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ପଢ଼ା ହେବାର ନିୟମ ଥିବାବେଳେ କଳା, ବାଣିଜ୍ୟ ଏବଂ ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରମାନଙ୍କୁ ଶ୍ରେଣୀଗୃହ ଏବଂ ଶିକ୍ଷୟିତ୍ରୀ ଅଭାବରୁ ଶିଫ୍ଟ ଅନୁଯାୟୀ ପଢ଼ା ହେଉଛି। ନିଜସ୍ବ ଶ୍ରେଣୀ ଗୃହ, ବିଜ୍ଞାନାଗାର ଇତ୍ୟାଦି ନ କରି ପୂର୍ବବତ୍‌ ଗୋଟିଏ କୋଠା ଘରେ ସମସ୍ତ ବିଷୟ ପଢ଼ା ଚାଲିଛି। ବହୁ ବିଦ୍ୟାଳୟର ଛାତ୍ରୀ ଏବଂ ଛାତ୍ରାବାସ ଭଡ଼ା ଘରେ ଅସୁରକ୍ଷିତ ଭାବେ ଚାଲିଛି। ଶୌଚାଳୟ ସଫା କରାଯାଉନାହିଁ, ଶ୍ରେଣୀ ଗୃହ ଅସୁରକ୍ଷିତ, ଖାଦ୍ୟ, ପାନୀୟ ବ୍ୟବସ୍ଥା ଅସ୍ବାସ୍ଥ୍ୟକର ଥିବା ଦେଖାଯାଇଛି। ଜିଲା ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ କହିଛନ୍ତି, ବହୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଯାଞ୍ଚ ସରିଛି। ବାକି ସବୁର ଯାଞ୍ଚ ସରିବା ପରେ ସମ୍ପୂର୍ଣ୍ଣ ରିପୋର୍ଟ ପ୍ରଦାନ କରାଯିବ। ସିଟ୍‌ ସଂଖ୍ୟା ବୃଦ୍ଧି ଏବଂ ସ୍ଥାୟୀ ସ୍ବୀକୃତି ପାଇଁ ଆବେଦନ କରିଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମିର ଷ୍ଟାଟସ ଯାଞ୍ଚ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?