ପୃଥ୍ବୀ, ଅଗ୍ନି, ବ୍ରହ୍ମୋସ୍‌ ହେଉଛନ୍ତି କଲାମ୍‌ଙ୍କର ୩ ପୁଅ…

ନୂଆଦିଲ୍ଲୀ,୧୫।୧୦: ଭାରତର ୧୧ ତମ ରାଷ୍ଟ୍ରପତି ଏ.ପି.ଜେ. ଅବଦୁଲ୍‌ କଲାମ୍‌ଙ୍କର ଜନ୍ମ ବାର୍ଷିକୀ ଗୁରୁବାର ପାଳିତ ହେଉଛି। ସେ ଚିରକୁମାର ଥିଲେ। କଲାମ ଅବିବାହିତ ହୋଇ ମଧ୍ୟ ତାଙ୍କର ୩ ଜଣ ପୁଅ ଥିଲେ। ଏକ ସାକ୍ଷାତ୍‌କାରରେ କଲାମ୍‌ ଜଣେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଏନେଇ ସୂଚନା ଦେଇଥିଲେ। କଲାମ୍‌ ଏକ କାର୍ଯ୍ୟକ୍ରମରେ ଛୋଟ ପିଲାଙ୍କ ସହିତ ଖୁସିରେ କଥାବାର୍ତ୍ତା କରୁଥିଲେ। ଏହି ସମୟରେ ଜଣେ ଗଣମାଧ୍ୟମ ପ୍ରତିନିଧି ତାଙ୍କୁ ପ୍ରଶ୍ନ କରିଥିଲେ ଯେ, ଆପଣଙ୍କର କୌଣସି ସନ୍ତାନ ସନ୍ତତି କାହିଁକି ନାହାଁନ୍ତି। ଏହାକୁ ନେଇ କଲାମ୍‌ ତତ୍‌କ୍ଷଣାତ୍‌ ଉତ୍ତର ଦେଇଥିଲେ। ଏହା ସମ୍ପୂର୍ଣ୍ଣ ମିଛ କଥା। ମୋର ୩ ପୁଅ ଅଛନ୍ତି। ସେମାନେ ହେଉଛନ୍ତି ପୃଥ୍ବୀ, ଅଗ୍ନି ଏବଂ ବ୍ରହ୍ମୋସ୍‌। କଲାମ୍‌ଙ୍କ ଉତ୍ତର ଶୁଣି ସେଠାରେ ସଭିଏଁ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏସବୁ ଥିଲା କଲାମ୍‌ଙ୍କ ତତ୍ତ୍ୱାବଧାନରେ ନିର୍ମିତ କ୍ଷେପଣାସ୍ତ୍ରର ନାମ। କଲାମ୍‌ ଏସବୁ କ୍ଷେପଣାସ୍ତ୍ରକୁ ତାଙ୍କ ପୁଅ ଭାବେ ଅଭିହିତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ମାଣ ହେବ ଲବକୁଶ ମନ୍ଦିର: ଶିବରାଜଙ୍କ ଘୋଷଣା…

ଭୋପାଳ,୧୫।୫ : ଚଳିତ ବର୍ଷ ଶେଷ ସୁଦ୍ଧା ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାପୂର୍ବରୁ କର୍ନାଟକ ନିର୍ବାଚନର ଫଳାଫଳ ବିଜେପିକୁ ସତର୍କ କରାଇ ଦେଇଛି।ମୁଖ୍ୟମନ୍ତ୍ରୀ...

ପ୍ରେମିକାଙ୍କୁ ପାଇବାର ଜିଦ୍‌! ଦୁଇଥର ବିବାହ ଭାଙ୍ଗି ଶେଷରେ…

କଥାରେ ଅଛି ପ୍ରେମ ଅନ୍ଧ। ପ୍ରେମରେ ପଡ଼ିଥିବା ମଣିଷ ସାଥୀଙ୍କୁ ପାଇବା ପାଇଁ କିଛି ବି କରିପାରେ। ସେଭଳି ଏକ ଅଜବ ପ୍ରେମର ଗଜବ କାହାଣୀ...

ମେ’ ପ୍ରଥମ ସପ୍ତାହରେ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିପାରନ୍ତି ପିକେ

ନୂଆଦିଲ୍ଲୀ,୧୮ ।୪: ରାଜନୀତିର ଚାଣକ୍ୟ ଭାବେ ପରିଚିତ ପ୍ରଶାନ୍ତ କିଶୋର ତାଙ୍କ ରାଜନୈତିକ ଯାତ୍ରା ମେ’ ପ୍ରଥମ ସପ୍ତାହରୁ ଆରମ୍ଭ କରିପାରନ୍ତି ବୋଲି ଅନୁମାନ କରାଯାଉଛି...

ଗୁଜରାଟ ନିର୍ବାଚନ: ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କଲା ଭାଜପା

ନୂଆଦିଲ୍ଲୀ,୧୧।୧୧: ଡିସେମ୍ବରରେ ହେବାକୁ ଥିବା ଗୁଜରାଟ ବିଧାନସଭା ନିର୍ବାଚନ ଲାଗି ଭାଜପା ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ତାଲିକା ପ୍ରକାଶ କରିଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

କରୋନା ଭାଇରସ୍‌: ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୧୧୬

ନୂଆଦିଲ୍ଲୀ,୧୬।୩: କରୋନା ଭାଇରସ୍‌ ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା ବେଳେ ଭାରତରେ ଦିନକୁ ଦିନ ସଂକ୍ରମିତଙ୍କ ମାମଲା ବୃଦ୍ଧି ପାଇବାରେ ଲାଗିଛି। ସୋମବାର ମହାରାଷ୍ଟ୍ରରେ ୫ଟି...

ଦିଲ୍ଲୀରେ ହୋଇନି ଗୋଷ୍ଠୀ ସଂକ୍ରମଣ: ଶାହା

ନୂଆଦିଲ୍ଲୀ, ୨୮।୬: ଦିଲ୍ଲୀରେ କରୋନାର ଗୋଷ୍ଠୀ ସଂକ୍ରମଣ ହୋଇନାହିଁ। ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ମନ୍ତବ୍ୟ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ସିସୋଦିଆ କହିଥିଲେ...

ଆଗକୁ ସ୍ବାଧୀନତା ଦିବସ: ନିୟନ୍ତ୍ରଣ ରେଖାରେ ୧୧୦ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସୁଯୋଗ ଅପେକ୍ଷାରେ

ଶ୍ରୀନଗର, ୧।୮: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାରେ ଥିବା ପାକିସ୍ତାନ ଲଞ୍ଚ୍‌ପ୍ୟାଡ୍‌ରେ ୧୧୦ ଆତଙ୍କବାଦୀ ଅନୁପ୍ରବେଶ ପାଇଁ ସୁଯୋଗକୁ ଅପେକ୍ଷା କରିଥିବା ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ...

ଚାଷୀଙ୍କ ପ୍ରତି ସମ୍ମାନ ନାହିଁ

ନୂଆଦିଲ୍ଲୀ/ଲକ୍ଷ୍ନୌ/ଜୟପୁର/ଚଣ୍ଡିଗଡ଼,୧୬ା୧:ଚାଷୀଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଦୌ ସମ୍ମାନ ନାହିଁ। କୃଷି ଆଇନ ବିରୋଧରେ ଆନ୍ଦୋଳନରତ କୃଷକମାନଙ୍କୁ ପ୍ରତିହତ କରିବା ଲାଗି ମୋଦି ଉଦ୍ୟମ ଚଳାଇଛନ୍ତି।...

Advertisement
Archives

Model This Week