ଯୁକ୍ତ ଦୁଇ ବିଜ୍ଞାନରେ ପ୍ରିନ୍ସ ରଣା, କଳାରେ ବିକାଶ ଗହୀର ବ୍ଲକ୍ ଟପର୍

କର୍ଲାମୁଣ୍ଡା,୨୦।୫(ପ୍ରଦୀପ କୁମାର ସାହୁ): ବୁଧବାର ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏଥିରେ କଲାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ରିଶିଡା ସ୍ଥିତ ଜେ.କେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ର ବାଜି ମାରିଛନ୍ତି । ବିକାଶ ଗହୀର ଯୁକ୍ତ ଦୁଇ କଳା ପରୀକ୍ଷାରେ ୫୩୬ (୮୯.୩୩%) ମାର୍କ ରଖି ବ୍ଲକ୍ ଟପ୍ପର ହୋଇଥିବା ବେଳେ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷାରେ ଗୁରୁଦେବ ଶ୍ରୀରାମ ଚନ୍ଦ୍ର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିଶାଖାଲ ଛାତ୍ର ପ୍ରିନ୍ସ ରଣା ୪୯୦ (୮୧.୩୩%) ମାର୍କ ରଖି ଟପ୍ପର ହୋଇଥିବା ଜଣା ପଡିଛି।

ସେହିପରି ବ୍ଲକ୍ ସଦର ସ୍ଥିତ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ୧୩୯ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ପ୍ରଥମ ଶ୍ରେଣୀ ୧୨ ଜଣ, ଦ୍ୱିତୀୟ ଶ୍ରେଣୀରେ ୨୯ ଜଣ, ତୃତୀୟ ଶ୍ରେଣୀ ୮୫ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ତେରେସିଙ୍ଗା ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ୧୨୬ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ପ୍ରଥମ ଶ୍ରେଣୀ ୧୦ ଜଣ ଦ୍ୱିତୀୟ ଶ୍ରେଣୀ ୩୧ ଜଣ ଓ ତୃତୀୟ ଶ୍ରେଣୀ ୮୫ ଜଣ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ବ୍ଲକର ହରଗୌରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ କୁଶୁର୍ଲାର ୨୭୬ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ପ୍ରଥମ ଶ୍ରେଣୀ ୨୩, ଦ୍ୱିତୀୟ ଶ୍ରେଣୀ ୪୮ ଓ ତୃତୀୟ ଶ୍ରେଣୀ ୧୨୫ ଛାତ୍ରୀ ଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିଭଳି ଗୁରୁଦେବ ଶ୍ରୀରାମଚନ୍ଦ୍ର ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିଶାଖାଲ ର୫୯ ପରୀକ୍ଷାର୍ଥୀ ମଧ୍ଯରୁ ପ୍ରଥମ ଶ୍ରେଣୀ ୫୬ ଓ ଦ୍ୱିତୀୟ ଶ୍ରେଣୀ ୩ ଜଣ ଛାତ୍ରୀ ଛାତ୍ର ଉତ୍ତୀର୍ଣ୍ଣ ହୋଇ ରେକର୍ଡ ସୃଷ୍ଟି କରିଛନ୍ତି।

ଶିଶାଖାଲ ଯୁକ୍ତ ଦୁଇ କଳା ପରୀକ୍ଷାରେ ୫୬ ଜଣ ପରୀକ୍ଷା ଦେଇଥିଲେ ଓ ଏଥିରେ ପ୍ରଥମ ଶ୍ରେଣୀ ୩ ଜଣ, ଦ୍ୱିତୀୟ ଶ୍ରେଣୀ ୪୦ ଜଣ ଓ ୧୩ ଜଣ କମ୍ପାଲମେଣ୍ଟ ପାଇଥିବା ସୂଚନା ମିଳିଛି। ରିଶୀଡା ଜେ.କେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୋଟ୍ ୨୩୫ ପରୀକ୍ଷାର୍ଥୀଙ୍କ ମଧ୍ଯରୁ ପ୍ରଥମ ଶ୍ରେଣୀରେ ୭୫ ଜଣ, ଦ୍ୱିତୀୟ ଶ୍ରେଣୀରେ ୪୯ ଜଣ ଓ ତୃତୀୟ ଶ୍ରେଣୀରେ ୮୧ ଜଣ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଥିବା ଜଣା ପଡିଛି । ତେରେସିଙ୍ଗା ସ୍ଥିତ ପୀରବତି ମହିଳା ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ମୋଟ୍ ୨୫ ଜଣ ଛାତ୍ରୀଛାତ୍ରଙ୍କ ମଧ୍ଯରୁ ପ୍ରଥମ ଶ୍ରେଣୀ ୪ଜଣ, ଦ୍ୱିତୀୟ ଶ୍ରେଣୀ ୯ ଜଣ ଓ ତୃତୀୟ ଶ୍ରେଣୀ ୧୦ ଜଣ ଛାତ୍ରୀଛାତ୍ର ଉତ୍ତୀର୍ଣ୍ଣ ହୋଇଛନ୍ତି।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମା’ ଦଣ୍ଡକାଳୀ ମନ୍ଦିର ଦାନହୁଣ୍ଡି ଭାଙ୍ଗି ଲୁଟିନେଲେ ଦୁର୍ବୃତ୍ତ, ପୂଜକ ଦେଖିବା ପରେ…

ଦିଗପହଣ୍ଡି/ପାଟପୁର,୧୯ା୮(ଅଶେଷ ନାଥ ମିଶ୍ର/ସିମାଞ୍ଚଳ ସାହୁ): ଗଞ୍ଜାମ ଜିଲା ପାଟପୁର ଥାନାଠାରୁ ମାତ୍ର ୫ ଶହ ମିଟର ଦୂରରେ ଥିବା ପଳାସପୁର ଗ୍ରାମ ନିକଟ ମା ’ ଦଣ୍ଡକାଳୀ…

ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀଙ୍କ ଆତ୍ମରକ୍ଷା ତାଲିମ

ଭଞ୍ଜନଗର,୧୯ା୮(ବାବୁଲା ପ୍ରଧାନ): ଭଞ୍ଜନଗର ସାବିତ୍ରୀ ମହିଳା ମହାବିଦ୍ୟାଳୟରେ ‘ଶକ୍ତିଶ୍ରୀ ଏମପାଓ୍ବାର୍‌ ସେଲ’ ଆନୁକୂଲ୍ୟରେ ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ନିର୍ଦ୍ଦେଶକ୍ରମେ ଆତ୍ମରକ୍ଷା ତାଲିମ ଶିବିର ବୁଧବାର ଉଦଘାଟିତ ହୋଇଯାଇଛି।…

ଆଶୁତୋଷ ପରିଡ଼ା ପାଇବେ ଶାରଳା ପୁରସ୍କାର

ଭୁବନେଶ୍ୱର,୧୯ା୮: ଓଡ଼ିଶା ସାହିତ୍ୟ ଜଗତ ପାଇଁ ଏକ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ମନାକୁ ଆସିଛି। ପ୍ରସିଦ୍ଧ କବି ତଥା ସୁସାହିତି୍ୟକ ଆଶୁତୋଷ ପରିଡ଼ା ସର୍ବୋଚ୍ଚ ସାହିତ୍ୟ…

ଓଡ଼ିଶା ପାଇଁ ବଡ଼ ରେଲଓ୍ବେ ଭେଟି, ମୋଦି ସରକାର କଲେ ବଡ଼ ଘୋଷଣା

ଭୁବନେଶ୍ୱର,୧୯।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି (CCEA) ବୈଠକରେ ପ୍ରାୟ ୯,୪୫୦ କୋଟି ଟଙ୍କା ବ୍ୟୟବରାଦରେ ୪ଟି…

କେମିତି ଅପହରଣ ହୋଇଥିଲେ ବ୍ୟବସାୟୀ ଗୁଣ୍ଡା ସାହୁ, ପୋଲିସ କ୍ରାଇମ୍‌ ଭିଡିଓ ଜାରି କରି…

ବଲାଙ୍ଗୀର,୧୯ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ଓରଫ ଗୁଣ୍ଡା ସାହୁ ଅପହରଣ ଘଟଣା ସମ୍ପର୍କିତ କ୍ରାଇମ ଭିଡିଓ ଜାରି କରିଛି ବଲାଙ୍ଗୀର ପୋଲିସ। କିଭଳି ଭାବେ…

ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ଶିଶୁଙ୍କୁ କାମୁଡ଼ିଲା ସାପ, ସ୍ବାସ୍ଥ୍ୟକେନ୍ଦ୍ରରେ ପହଞ୍ଚିଲେ କର୍ମୀ-ସିଡିପିଓ

ଦାରିଙ୍ଗବାଡ଼ି,୧୯ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିର ନୀଳକନ୍ଦର ସାହିରେ ରହିଥିବା ଅଙ୍ଗନଓ୍ବାଡ଼ି କେନ୍ଦ୍ରରେ ବୁଧବାର ମଧ୍ୟାହ୍ନରେ ଘଟିଯାଇଛି ଅଭାବନୀୟ ଘଟଣା। ଜଣେ ସାଢ଼େ ୪ ବର୍ଷର ଶିଶୁକନ୍ୟାଙ୍କୁ…

ବିକାଶ ଅପହଞ୍ଚ: ଆସିଲାନି ଆମ୍ବୁଲାନ୍ସ ଭରା ବନ୍ୟାପାଣିରେ ଭାରରେ ବୁହାହେଲେ ରୋଗୀ

ବରୀ,୧୯ା୮(ମହେନ୍ଦ୍ର ସ୍ବାଇଁ): ଦେଶ ସ୍ବାଧୀନ ହେବାର ୮୦ ବର୍ଷ ବିତିଯାଇଥିଲେ ସୁଦ୍ଧା ଯାଜପୁର ଜିଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାଲିବିଲ ପଞ୍ଚାୟତର ଢିଅସାହି ଗ୍ରାମରେ ବିକାଶର…

ମାଷ୍ଟରକ୍ୟାଣ୍ଟିନରେ ଖଣ୍ଡଯୁଦ୍ଧ: ପୋଲିସକୁ ଢେଲା ପଥର ମାଡ଼, ଭାଙ୍ଗିଲେ ଆମ ବସ୍‌

ଭୁବନେଶ୍ୱର,୧୯।୮: ରଣକ୍ଷେତ୍ର ପାଲଟିଲା ରାଜଧାନୀର ମାଷ୍ଟର କ୍ୟାଣ୍ଟିନ ଛକ । ପୋଲିସ ପକ୍ଷରୁ ଲାଠି ଚାର୍ଜ । ପୋଲିସ ଉପରକୁ ମଧ୍ୟ ଢେଲା ପଥର ମାଡ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri