ଏହି ବ୍ୟକ୍ତିଙ୍କ ହାତ ତିଆରି ଖାଦ୍ୟ ଖାଇଥାନ୍ତି ମୋଦି, ସାମ୍ନାକୁ ଆସିଲା ରୋଷେଇ ଘରର ଭିତିରି କଥା

ନୂଆଦିଲ୍ଲୀ,୧୮ା୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେପ୍ଟେମ୍ବର ୧୭ ଅର୍ଥାତ୍‌ ଗତକାଲି ତାଙ୍କର ୭୦ ତମ ଜନ୍ମଦିବସ ପାଳନ କରିଛନ୍ତି। ୧୯୫୦ ମସିହାରେ ମୋଦି ଜନ୍ମଗ୍ରହଣ କରିଥିଲେ। ଆଜିର ଦିନରେ ମଧ୍ୟ ମୋଦି ବହୁତ ଫୂର୍ତ୍ତି। ଏହାର କାରଣ ତାଙ୍କ ଖାଦ୍ୟପେୟ। ମୋଦି ମାଆଙ୍କ ହାତ ତିଆରି ଖାଦ୍ୟ ଖାଇବାକୁ ଖୁବ୍‌ ପସନ୍ଦ କରିଥାନ୍ତି। ମାତ୍ର ସବୁଦିନେ ମାଆଙ୍କ ହାତରୁ ଖାଦ୍ୟ ଖାଇବା ସମ୍ଭବ ହେଉନାହିଁ। ତେଣୁ ନିଜର୍‌ କୁକ୍‌ ବଦ୍ରୀ ମୀନା ମୋଦିଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ କରିଥାନ୍ତି। ବଦ୍ରୀ ମୋଦିଙ୍କ ରୁଟିନ୍‌ ଏବଂ ପସନ୍ଦ ଅନୁଯାୟୀ ଖାଇବା ତିଆରି କରିଥାନ୍ତି। ଜାଣନ୍ତୁ ମୋଦିଙ୍କ ଡାଏଟ୍‌ ସମ୍ପର୍କରେ…


ମୋଦିଙ୍କ ପାଇଁ ବଦ୍ରୀ ଦୀର୍ଘ ୨୦ବର୍ଷ ହେଲା ଖାଦ୍ୟ ପ୍ରସ୍ତୁତ କରିଆସୁଛନ୍ତି। ସେ ଖାଲି ମୋଦିଙ୍କ କୁକ୍‌ ନୁହନ୍ତି। ଭଲ ସାଙ୍ଗ ମଧ୍ୟ। ମୋଦି କ’ଣ ଖାଇବେ। ଖାଇବାର ପରିମାଣ କେତେ କେଉଁ ଟାଇମ୍‌ରେ ଖାଇବେ ତା’ର ହିସାବ ରଖିଥାନ୍ତି ବଦ୍ରୀ।


ମୋଦିଙ୍କ ଖାଦ୍ୟ ରୁଟିନ୍‌ ସମ୍ପର୍କରେ ବଦ୍ରୀ କୁହନ୍ତି, ମୋଦିଜୀ ଗୋଟିଏ ସପ୍ତାହରେ ୩ ଦିନ ଖେଚୁଡ଼ି ଖାଇଥାନ୍ତି। ଏଥିସହିତ ଗୁଜୁରାଟି ଖାଦ୍ୟ ତାଙ୍କର ବହୁ ପସନ୍ଦ। ଖେଚୁଡ଼ି ବ୍ୟତୀତ ଇଡ୍‌ଲି, ସମ୍ବର, ଢୋକଲା ଏବଂ ଦୋସା ଖାଦ୍ୟରେ ସାମିଲ କରିଥାନ୍ତି। ଏହି ତିନୋଟି ଖାଦ୍ୟ ମୋଦିଙ୍କର ଖୁବ୍‌ ପସନ୍ଦ। ମୋଦିଙ୍କ କିଚେନ୍‌ରେ ୧୦-୧୨ ଜଣ କର୍ମଚାରୀ କାମ କରୁଛନ୍ତି। ଏହାର ଧ୍ୟାନ ରଖିଥାନ୍ତି ମୋଦି।

କିଚେନର ମୁଖ୍ୟ ହେଉଛନ୍ତି ବଦ୍ରୀ। ସମସ୍ତ କର୍ମଚାରୀ ତାଙ୍କ ନିର୍ଦ୍ଦେଶରେ କାମ କରିଥାନ୍ତି। ବଦ୍ରୀ ସମସ୍ତଙ୍କୁ କାମ ବାଣ୍ଟିଥାନ୍ତି ଏବଂ ଏହାର ଧ୍ୟାନ ମଧ୍ୟ ରଖିଥାନ୍ତି। ବଦ୍ରୀ କୁହନ୍ତି, ସ୍ବାସ୍ଥ୍ୟ ପ୍ରତି ମୋଦି ବହୁତ ସଚେତନ। ଖାଦ୍ୟପେୟ ପ୍ରତି ସେ ବିଶେଷ ଧ୍ୟାନ ଦେଇଥାନ୍ତି। କିଚେନ୍‌ରେ ଖାଦ୍ୟ ଟେଷ୍ଟ କରିବା ସହ ସଫାସୁତରା ପ୍ରତି ମଧ୍ୟ ମୋଦି ନଜର ରଖିଥାନ୍ତି।


ପିଲାଦିନେ ମୋଦି ମାଆଙ୍କ ସହ ମିଶି ରୋଷେଇ କରୁଥିଲେ। ରୋଷେଇ କରିବା ତାଙ୍କର ବହୁତ ପସନ୍ଦ। ବର୍ତ୍ତମାନ ସମୟ ଅଭାବରୁ ରୋଷେଇ କରିପାରୁନାହାନ୍ତି। ୨୦୦୧ରୁ ମୋଦିଙ୍କ ଖାଇବା ପିଇବା କଥା ବଦ୍ରୀ ବୁଝି ଆସୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଭା କଲେ ନାଁ ନେଲେନି

ଭୁବନେଶ୍ୱର, ୨୯।୯(ସୁନିତ୍‌ ମିଶ୍ର): ଏମ୍‌ଏମ୍‌ଡିଆର୍‌ ସଂଶୋଧନ ବିଲ୍‌ ଏକ ସାଧାରଣ କଥା ନୁହେଁ। ରାଜ୍ୟର ଅଧିକାର ସହିତ ଏହି ବିଲ୍‌ ଜଡ଼ିତ। ଓଡ଼ିଶାର ଖଣି, ଜମି ଉପରେ…

ଗୋବିନ୍ଦା-କୋମଲ ରାଣୀଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା; ପୁଣି ମୁହଁ ଖୋଲିଲେ ସୁନିତା, କହିଲେ ସେ ଖୁସିରେ…

ମୁମ୍ବାଇ,୨୯।୯: ବଲିଉଡ୍‌ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବିବାହିତ ଜୀବନକୁ ନେଇ କିଛି ସମୟ ଧରି ବିଭିନ୍ନ ଚର୍ଚ୍ଚା ହେଉଛି। ଏହାରି ମଧ୍ୟରେ…

ବିଦା ହେଲେ ପ୍ରେମିକା! ଏଥର ସୁନିତା ଆହୁଜାଙ୍କ ହାତ ଧରିଥିବା ନଜର ଆସିଲେ ଗୋବିନ୍ଦା; ୟୁଜର୍ସ କହିଲେ…

ମୁମ୍ବାଇ,୨୯।୯: ବଲିଉଡର ବରିଷ୍ଠ ଅଭିନେତା ଗୋବିନ୍ଦାଙ୍କ ବ୍ୟକ୍ତିଗତ ଜୀବନ କିଛି ସମୟ ଧରି କ୍ରମାଗତ ଭାବେ ଚର୍ଚ୍ଚାର ବିଷୟ ପାଲଟିଛି। ସୋସିଆଲ ମିଡିଆ ଏବଂ ମନୋରଞ୍ଜନ ଜଗତରେ…

ଶେଷ ହେବ ଅପେକ୍ଷା, ଏହିଦିନ ଘୋଷଣା ହେବ 2027 ODI World Cupର କାର୍ଯ୍ୟକ୍ରମ

ନୂଆଦିଲ୍ଲୀ,୨୯।୯: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଏବଂ କ୍ରିକେଟ ସାଉଥ ଆଫ୍ରିକା (CSA) ଗୁରୁବାର କେପ ଟାଉନରେ ୨୦୨୭ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା କରିବେ। ଏହି କାର୍ଯ୍ୟକ୍ରମ…

OSSTET ସ୍ଥଗିତ ଚର୍ଚ୍ଚା ଭିତରେ ସ୍ପଷ୍ଟ କଲା BSE, ଏହି ଦିନ ହେବ…

ଭୁବନେଶ୍ବର,୨୯।୯: ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (OSSTET-୨୦୨୬) ସ୍ଥଗିତ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ଏହାରି ଭିତରେ ମାଧ୍ୟମିକ ଶିକ୍ଷା ବୋର୍ଡ…

ବିରାଟ କୋହଲିଙ୍କ ସହ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ରୋହିତ ଶର୍ମା, କହିଲେ,‘ଏହି କାରଣରୁ କମିଯାଇଛି ଯୋଗାଯୋଗ’

ନୂଆଦିଲ୍ଲୀ,୨୯।୯: ପ୍ରଥମ ଦିନିକିଆ ମ୍ୟାଚରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଆଠ ୱିକେଟର ଜବରଦସ୍ତ ବିଜୟ ପରେ, ଭାରତୀୟ ଦଳ ଦ୍ୱିତୀୟ ମ୍ୟାଚ ପାଇଁ ପ୍ରସ୍ତୁତି ଚଳାଇଛି। ବୁଧବାର ହେବାକୁ…

ଶାଗ ତୋଳିବାକୁ ଯାଇ ମୁକୁଳା ଡ୍ରେନରେ ପଡିଗଲେ ବ୍ୟକ୍ତି, ତାପରେ….

ଭଦ୍ରକ,୨୯।୯(ସନାତନ ରାଉତ): ମୁକୁଳା ଡ୍ରେନ୍ ନେଲା ଜୀଵନ । ଭଦ୍ରକ ବାଇପାସ ସ୍ଥିତ କେନାଲ ଡିଭିଜନ ଅଫିସ ଭିତର ଡ୍ରେନରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି…

ଜ୍ଞାନେଶ କୁମାରଙ୍କ ବିରୋଧରେ ଦାଏର ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ; ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ବୋଲି କହିଲେ ଓକିଲ

ନୂଆଦିଲ୍ଲୀ,୨୯।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଏକପାଖିଆ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରୁଥିବା ଏକ ଆବେଦନ ଉପରେ ସୁପ୍ରିମକୋର୍ଟ ଆସନ୍ତା ସପ୍ତାହରେ ଶୁଣାଣି କରିବେ। ମଙ୍ଗଳବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?