ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର ଖୋରାକ ଯୋଗାଉଥିବା ବେଳେ କେତେକ ଆଶ୍ଚର୍ଯ୍ୟ କରିଦିଏ। ସେହିଭଳି ଟୁଇଟରରେ ଏବେ ଏକ ଭିଡିଓ ବହୁତ ଭାଇରାଲ ହେବାରେ ଲାଗିଛି। ଏଥିରେ ଏକ କାର୍ ଉପରେ ଭାଲୁଟି ବସିଯାଇଛି। ମାତ୍ର ଗାଡ଼ି ଭିତରେ ଥିବା ମହିଳା ଜଣଙ୍କ ତାକୁ ହାତ ହଲାଇ ଯିବା ପାଇଁ ନିର୍ଦ୍ଦେଶ ଦେଉଛନ୍ତି। ପରେ ମହିଳାଙ୍କ ହାତ ହଲା ଦେଖି ଭାଲୁ ମଧ୍ୟ ସେହିପରି ହାତ ହଲାଇବାକୁ ଲାଗୁଛି।
ଏହି ଭିଡିଓକୁ ଭାରତୀୟ ବନସେବା ଅଧିକାରୀ ସୁଶାନ୍ତ ନନ୍ଦ ତାଙ୍କ ଟୁଇଟରରେ ଶେୟାର କରିଛନ୍ତି। ଭିଡିଓଟି ଭାଇରାଲ ହେବାରେ ଲାଗିଛି।
Love at first sight 💕 pic.twitter.com/mpE9RcWpOh
— Susanta Nanda IFS (Retd) (@susantananda3) September 16, 2020

