ମରଣଯନ୍ତା ପାଲଟିଛି ପ୍ରଧାନମନ୍ତ୍ରୀ ସଡ଼କ

ବୁଗୁଡ଼ା,୨୧ା୫(ଡି.ଏନ.ଏ.): ପ୍ରଧାନମନ୍ତ୍ରୀ ସଡ଼କ ପାଲଟିଛି ମରଣ ଯନ୍ତା। ଗୁହାରି ଶୁଣିବାକୁ ବୁଗୁଡ଼ାରେ ନାହାନ୍ତି ଅଧିକାରୀ। ଦୀର୍ଘ ଦିନ ହେଲା ସ୍ଥାୟୀ ଅଧିକାରୀ ନଥିବାରୁ ଭୂତ କୋଠି ପାଲଟି ଗଲାଣି ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ବୁଗୁଡ଼ାଠାରୁ ମୋଟାବାଡ଼ି ପର୍ଯ୍ୟନ୍ତ ୧୦ କିଲୋମିଟର ରାସ୍ତା ନିର୍ମାଣ ହୋଇଥିଲା। ତେବେ ୫ ବର୍ଷ ସମ୍ପୂର୍ଣ୍ଣ ନ ହେଉଣୁ ରାସ୍ତା ଅବସ୍ଥା ଖରାପ ହୋଇଗଲା। ବର୍ତ୍ତମାନ କେବଳ ୫ କିଲୋମିଟର ରାସ୍ତାର ମରାମତି ଓ ଉନ୍ନତିକରଣ ହୋଇଥିବା ବେଳେ ବାକି ୫ କିଲୋମିଟର ରାସ୍ତା କାମ ନ କରି ଛାଡି ଦିଆଯାଇଛି। ଫଳରେ ମାଳ ମାଳ ଖାଲଖମାରେ ପରିପୂର୍ଣ୍ଣ ବାରିକପଲ୍ଲୀଠାରୁ ମୋଟାବାଡ଼ି ଯାଏ ରାସ୍ତାରେ ଗାଡି ମଟର ଯିବାତ ଦୂରର କଥା ସାଇକଲ ଗଡ଼ିବା ମଧ୍ୟ କଷ୍ଟକର ହୋଇପଡୁଛି। ବୁଗୁଡ଼ାରୁ ଏହି ରାସ୍ତା ଦେଇ ଭଞ୍ଜନଗର ସବ୍‌-ଡିଭିଜନ ଯିବାକୁ ୧୨ କିଲୋମିଟର ଦୂରତ୍ୱ କମ୍‌ ପଡୁଥିବାରୁ ଏହି ରାସ୍ତା ଦେଇ ଅଧିକାଂଶ ଲୋକ ଭଞ୍ଜନଗର, ସୋରଡ଼ା, ଫୁଲବାଣୀ ଆଦି ଦିଗକୁ ଯିବା ପାଇଁ ଚାହୁଁ ଥିଲେ ହେଁ ରାସ୍ତା ଖରାପ ଯୋଗୁ ଲୋକେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହା ବ୍ୟତୀତ ମୋଟାବାଡ଼ି, ଝାଟିକା ବାଡ଼ି, ଠଣାପଲ୍ଲୀ, ନାଗିରି ଆଦି ବିଭିନ୍ନ ଗ୍ରାମର ଶହ ଶହ ଲୋକ ବିଭିନ୍ନ କାମରେ ବୁଗୁଡ଼ା ଆସୁଥିବା ବେଳେ ଅନେକ ଛାତ୍ରୀଛାତ୍ର ବୁଗୁଡ଼ାର ବିଭିନ୍ନ କଲେଜକୁ ଆସୁଛନ୍ତି। ରାସ୍ତା ଖରାପ ଯୋଗୁ ଅନେକ ସମୟରେ ସେମାନେ ଦୁର୍ଘଟଣାର ସମ୍ମୁଖୀନ ହେବା ସହ ସେମାନଙ୍କ ସମୟ ମଧ୍ୟ ଅପଚୟ ହେଉଛି। ଦୀର୍ଘ ବର୍ଷ ହେଲା ଏହି ରାସ୍ତା ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ନିର୍ମାଣ ହୋଇ ବିଭିନ୍ନ ସମୟରେ ମରାମତି ଓ ପୁନଃ ନିର୍ମାଣ ନାମରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଥିଲେ ହେଁ ନିମ୍ନମାନର କାମ ଯୋଗୁ ରାସ୍ତା କାମ ସମ୍ପୂର୍ଣ୍ଣ ହେବାର ବର୍ଷେ ନ ପୂରୁଣୁ ଯଥା ପୂର୍ବଂ ତଥା ପରଂ ଭଳି ଅବସ୍ଥା ହେଉଛି। ଦୀର୍ଘ ଦିନ ହେଲା ଏହି ରାସ୍ତା ଅବସ୍ଥା ଶୋଚନୀୟ ହୋଇ ପଡିବା ପରେ ପ୍ରାୟ ୩ ମାସ ତଳେ ମାତ୍ର ୫ କିଲୋମିଟର ରାସ୍ତା କାମ କରାଯାଇ ବାକି କାମ ଛାଡି ଦିଆଯାଇଛି। ବୁଗୁଡ଼ାଠାରେ ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ଅଛି ହେଲେ ପ୍ରାୟ ୩ ବର୍ଷ ହେଲା ଏଠାରେ କୌଣସି ସ୍ଥାୟୀ ଯନ୍ତ୍ରୀ ନ ଥିବାରୁ ବିଭାଗୀୟ କାର୍ଯ୍ୟାଳୟ ଏବେ ଭୂତକୋଠିରେ ପରିଣତ ହୋଇଛି। ବୁଗୁଡ଼ା କାର୍ଯ୍ୟାଳୟ ଅତିରିକ୍ତ ଦାୟିତ୍ୱରେ ଥିବା କୋଦଳା ଗ୍ରାମ୍ୟ ଉନ୍ନୟନ ସହକାରୀ ଯନ୍ତ୍ରୀ ଦିଲ୍ଲୀପ ବେହେରାଙ୍କୁ ପଚାରିବାରେ ସେ କହିଛନ୍ତି ଯେ ବୁଗୁଡ଼ାଠାରୁ ମୋଟାବାଡ଼ି ରାସ୍ତାର ରକ୍ଷଣା ବେକ୍ଷଣ ପାଇଁ ଥିବା ୫ ବର୍ଷ ଅବଧି ଗତ ଡିସେମ୍ବରରୁ ସରିଲାଣି ତେଣୁ ନୂତନ ଭାବେ ଏହି ରାସ୍ତା କାମ ପାଇଁ ପ୍ରସ୍ତାବ ପଠାଯାଇଛି। ପ୍ରସ୍ତାବ ମଞ୍ଜୁର ହେଲା ପରେ କାର୍ଯ୍ୟ ଆରମ୍ଭ ହେବ। ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ଡିସେମ୍ବରରୁ ଅବଧି ସାରିଲାଣି ତା’ ହେଲେ ଏହା ପୂର୍ବରୁ କାହିଁକି ପ୍ରସ୍ତାବ ଦିଆଗଲାନି ଏବଂ ଯଦି କାମ ହେଲା ତେବେ ଅଧା ରାସ୍ତା କାମ ହୋଇ ପୁଣି ଅଧାରେ କାହିଁକି ବନ୍ଦ କରାଗଲା। ଏହି ଖାଲଖମା ପୂର୍ଣ୍ଣ ରାସ୍ତାରେ ଦୁର୍ଘଟଣା ଘଟି କାହାର ଜୀବନ ଗଲେ ଏଥିପାଇଁ କିଏ ଦାୟୀ ରହିବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!

ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…

ହାଲ୍‌ରେ ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ

ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍‌ (ହାଲ୍‌)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍‌ ଇଞ୍ଜିନ ପ୍ରକଳ୍ପର…

କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…

ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?