ଦିନକୁ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ପରିବା ନଷ୍ଟ

ବୈଶିଙ୍ଗା,୨୧ା୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀ ଅବବାହିକାରେ ପ୍ରଚୁର ପରିମାଣରେ ପନିପରିବା ଚାଷ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ ଜହ୍ନି, ବାଇଗଣ, ବିଲାତି, କାକୁଡ଼ି, ପୋଟଳ, ଲଙ୍କା, ଝୁଡ଼ଙ୍ଗ ଆଦିର ଉତ୍ପାଦନ ଭଲ ହୋଇଛି। ମାତ୍ର ପ୍ରବଳ ଖରା ଓ ଗରମରୁ ଦୈନିକ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ପରିବା ପଚି ନଷ୍ଟ ହୋଇଯାଉଥିବା ପାଟଳୀପୁରା, ଶାଳଗାଁ, ନାଖରା, ଡେଁଫୌଦା, ଦେଓପଡ଼ା, ଦାରିହା, ପ୍ରତିମାଦେଇପୁର, ମାଣତ୍ରୀ, ଚନ୍ଦନପୁର, ମାନଗୋବିନ୍ଦପୁର ଆଦି ଅଞ୍ଚଳର ଚାଷୀମାନେ କହିଛନ୍ତି। ଶୀତଳଭଣ୍ଡାର ଥିଲେ ଉତ୍ପାଦିତ ଫସଲ ଦୀର୍ଘ ଦିନ ସଂରକ୍ଷିତ ରଖି କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯୋଗାଇ ହୋଇପାରନ୍ତା ବୋଲି କହିଛନ୍ତି।
ପ୍ରକାଶ ଯେ, ବୈଶିଙ୍ଗା, ମାଣତ୍ରୀ, ବେତନଟୀ ଆଦି ପରିବା ମାର୍କେଟରେ ଦର ମାତ୍ରାଧିକ ହ୍ରାସ ଘଟିଛି। ପରିବା ମୂଲ୍ୟର ଏପରି ଅବସ୍ଥାକୁ ନେଇ ଚାଷୀମାନେ ମୁଣ୍ଡରେ ହାତ ଦେଇଛନ୍ତି। ବୈଶିଙ୍ଗା ଉପକଣ୍ଠ ଡାହିବାଡ଼ି ସାପ୍ତାହିକ ହାଟ ସପ୍ତାହରେ ଦୁଇ ଥର ବସୁଛି। ଫଳରେ ଚାଷୀ ଅନେକ କ୍ଷତି ସହୁଛନ୍ତି। ବେତନଟୀ ନିୟନ୍ତ୍ରିତ ବଜାର କମିଟି ଓ ବୈଶିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଏହି ହାଟରୁ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କଠାରୁ ମାହାସୁଲ ଆଦାୟ କରାଯାଉଛି। ଉକ୍ତ ହାଟ ସମଗ୍ର ଅଞ୍ଚଳର ଚାଷୀଙ୍କ ଭାତହାଣ୍ଡି ସାଜିଥିବା ବେଳେ ଏଠାରେ ଏକ ଶୀତଳଭଣ୍ଡାର ନାହିଁ। ଫଳରେ ଫସଲ ନଷ୍ଟ ହେବା ଭୟରେ ଚାଷୀ ଶାଗମାଛ ଦରରେ ଦେଉଛନ୍ତି। ବ୍ୟସ୍ତବହୁଳ ଡାହିବାଡି ହାଟଠାରୁ ମାତ୍ର ୫୦୦ ମିଟର ଦୂରରେ ୧୮ ନଂ. ଜାତୀୟ ରାଜପଥ ପାଶର୍‌ବରେ ଥିବା ନିୟନ୍ତ୍ରିତ ବଜାର କମିଟିର ବିସ୍ତୀର୍ଣ୍ଣ ପରିସରରେ ଏକ ଶୀତଳଭଣ୍ଡାର ପ୍ରତିଷ୍ଠା କରିବାକୁ ଚାଷୀ ଦାବି କରିଛନ୍ତି। ଏ ନେଇ ସ୍ଥାନୀୟ ବଡ଼ସାହି ବିଧାୟକ ସନାତନ ବିଜୁଳି ବିଗତ ବିଧାନସଭା ପ୍ରଶ୍ନୋତ୍ତର କାଳରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉତ୍ତରରେ କୃଷିମନ୍ତ୍ରୀ ସରକାରଙ୍କ ପକ୍ଷରୁ ଏବେ ଶୀତଳଭଣ୍ଡାର ପ୍ରତିଷ୍ଠା ଯୋଜନା ନାହିଁ। ମାତ୍ର ଘରୋଇ ଉଦ୍ୟମରେ ପ୍ରତିଷ୍ଠା କରାଗଲେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଅନୁଦାନ ଯୋଗାଇ ଦିଆଯିବ। ତେବେ ସୋଲାର ସିଷ୍ଟମ ମାଧ୍ୟମରେ ସ୍ବଳ୍ପ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବା ନିମନ୍ତେ ସରକାରୀ ସ୍ତରରେ ବିଚାର କରାଯାଉଛି ବୋଲି ପ୍ରକାଶ କରିଥିଲେ। ଏ ସଂକ୍ରାନ୍ତରେ ବେତନଟୀ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସଦାନନ୍ଦ ମାରାଣ୍ଡି କହିଛନ୍ତି, ପରିବାଚାଷୀଙ୍କ ଦୁଃଖ ଓ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି, ଖୁବ୍‌ଶୀଘ୍ର ଏ ବାବଦରେ ପଦକ୍ଷେପ ନେବାକୁ ସରକାରଙ୍କୁ ଏକ ପ୍ରସ୍ତାବ ଦେବେ ବୋଲି କହିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ

ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…

LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!

ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…

ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…

ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା

ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…

ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…

ଲାଉସାନେ, ୬ା୧୦: ଅଲିମ୍ପିକ୍‌ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?