ଦିନକୁ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ପରିବା ନଷ୍ଟ

ବୈଶିଙ୍ଗା,୨୧ା୫(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲାର ବୈଶିଙ୍ଗା ଅଞ୍ଚଳରେ ବୁଢ଼ାବଳଙ୍ଗ ଓ ଗଙ୍ଗାହାର ନଦୀ ଅବବାହିକାରେ ପ୍ରଚୁର ପରିମାଣରେ ପନିପରିବା ଚାଷ କରାଯାଇଥାଏ। ଚଳିତ ବର୍ଷ ମଧ୍ୟ ଜହ୍ନି, ବାଇଗଣ, ବିଲାତି, କାକୁଡ଼ି, ପୋଟଳ, ଲଙ୍କା, ଝୁଡ଼ଙ୍ଗ ଆଦିର ଉତ୍ପାଦନ ଭଲ ହୋଇଛି। ମାତ୍ର ପ୍ରବଳ ଖରା ଓ ଗରମରୁ ଦୈନିକ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ପରିବା ପଚି ନଷ୍ଟ ହୋଇଯାଉଥିବା ପାଟଳୀପୁରା, ଶାଳଗାଁ, ନାଖରା, ଡେଁଫୌଦା, ଦେଓପଡ଼ା, ଦାରିହା, ପ୍ରତିମାଦେଇପୁର, ମାଣତ୍ରୀ, ଚନ୍ଦନପୁର, ମାନଗୋବିନ୍ଦପୁର ଆଦି ଅଞ୍ଚଳର ଚାଷୀମାନେ କହିଛନ୍ତି। ଶୀତଳଭଣ୍ଡାର ଥିଲେ ଉତ୍ପାଦିତ ଫସଲ ଦୀର୍ଘ ଦିନ ସଂରକ୍ଷିତ ରଖି କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳକୁ ଯୋଗାଇ ହୋଇପାରନ୍ତା ବୋଲି କହିଛନ୍ତି।
ପ୍ରକାଶ ଯେ, ବୈଶିଙ୍ଗା, ମାଣତ୍ରୀ, ବେତନଟୀ ଆଦି ପରିବା ମାର୍କେଟରେ ଦର ମାତ୍ରାଧିକ ହ୍ରାସ ଘଟିଛି। ପରିବା ମୂଲ୍ୟର ଏପରି ଅବସ୍ଥାକୁ ନେଇ ଚାଷୀମାନେ ମୁଣ୍ଡରେ ହାତ ଦେଇଛନ୍ତି। ବୈଶିଙ୍ଗା ଉପକଣ୍ଠ ଡାହିବାଡ଼ି ସାପ୍ତାହିକ ହାଟ ସପ୍ତାହରେ ଦୁଇ ଥର ବସୁଛି। ଫଳରେ ଚାଷୀ ଅନେକ କ୍ଷତି ସହୁଛନ୍ତି। ବେତନଟୀ ନିୟନ୍ତ୍ରିତ ବଜାର କମିଟି ଓ ବୈଶିଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଏହି ହାଟରୁ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ୱ ଚାଷୀଙ୍କଠାରୁ ମାହାସୁଲ ଆଦାୟ କରାଯାଉଛି। ଉକ୍ତ ହାଟ ସମଗ୍ର ଅଞ୍ଚଳର ଚାଷୀଙ୍କ ଭାତହାଣ୍ଡି ସାଜିଥିବା ବେଳେ ଏଠାରେ ଏକ ଶୀତଳଭଣ୍ଡାର ନାହିଁ। ଫଳରେ ଫସଲ ନଷ୍ଟ ହେବା ଭୟରେ ଚାଷୀ ଶାଗମାଛ ଦରରେ ଦେଉଛନ୍ତି। ବ୍ୟସ୍ତବହୁଳ ଡାହିବାଡି ହାଟଠାରୁ ମାତ୍ର ୫୦୦ ମିଟର ଦୂରରେ ୧୮ ନଂ. ଜାତୀୟ ରାଜପଥ ପାଶର୍‌ବରେ ଥିବା ନିୟନ୍ତ୍ରିତ ବଜାର କମିଟିର ବିସ୍ତୀର୍ଣ୍ଣ ପରିସରରେ ଏକ ଶୀତଳଭଣ୍ଡାର ପ୍ରତିଷ୍ଠା କରିବାକୁ ଚାଷୀ ଦାବି କରିଛନ୍ତି। ଏ ନେଇ ସ୍ଥାନୀୟ ବଡ଼ସାହି ବିଧାୟକ ସନାତନ ବିଜୁଳି ବିଗତ ବିଧାନସଭା ପ୍ରଶ୍ନୋତ୍ତର କାଳରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉତ୍ତରରେ କୃଷିମନ୍ତ୍ରୀ ସରକାରଙ୍କ ପକ୍ଷରୁ ଏବେ ଶୀତଳଭଣ୍ଡାର ପ୍ରତିଷ୍ଠା ଯୋଜନା ନାହିଁ। ମାତ୍ର ଘରୋଇ ଉଦ୍ୟମରେ ପ୍ରତିଷ୍ଠା କରାଗଲେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଅନୁଦାନ ଯୋଗାଇ ଦିଆଯିବ। ତେବେ ସୋଲାର ସିଷ୍ଟମ ମାଧ୍ୟମରେ ସ୍ବଳ୍ପ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବା ନିମନ୍ତେ ସରକାରୀ ସ୍ତରରେ ବିଚାର କରାଯାଉଛି ବୋଲି ପ୍ରକାଶ କରିଥିଲେ। ଏ ସଂକ୍ରାନ୍ତରେ ବେତନଟୀ ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ ସଦାନନ୍ଦ ମାରାଣ୍ଡି କହିଛନ୍ତି, ପରିବାଚାଷୀଙ୍କ ଦୁଃଖ ଓ ସମସ୍ୟା ସମ୍ପର୍କରେ ଅବଗତ ଅଛନ୍ତି, ଖୁବ୍‌ଶୀଘ୍ର ଏ ବାବଦରେ ପଦକ୍ଷେପ ନେବାକୁ ସରକାରଙ୍କୁ ଏକ ପ୍ରସ୍ତାବ ଦେବେ ବୋଲି କହିଥିଲେ।

Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri