ଭଞ୍ଜନଗର,୨୧ା୫(ଡି.ଏନ.ଏ): ଭଞ୍ଜନଗର ବ୍ଲକର ବିଭିନ୍ନ ସ୍ଥାନରେ ଥିବା ମେଗା ପ୍ରକଳ୍ପରୁ ବର୍ତ୍ତମାନ କେବଳ ଖରିଫ୍ ଋତୁରେ ହିଁ ଜମିକୁ ପାଣି ଦିଆଯାଉଛି। ରବି ଋତୁରେ ଚାଷୀଙ୍କୁ ଏହି ସୁବିଧା ମିଳୁନାହିଁ। କିଛିଦିନ ପୂର୍ବେ ଭଞ୍ଜନଗର ବ୍ଲକ ବୁଦୁଲି ଗ୍ରାମର ଚାଷୀମାନେ ଗଣ୍ଡିଶୁଳାରେ ଥିବା ମେଗା ଉଠା ଜଳସେଚନ ପ୍ରକଳ୍ପରୁ ପାଣି ଛାଡ଼ିବା ପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ଅନୁରୋଧ କରିଥିଲେ। କିନ୍ତୁ ଉପରୁ ଏ ନେଇ କୌଣସି ନିର୍ଦ୍ଦେଶନାମା ନାହିଁ । ତେଣୁ ରବିରେ ପାଣି ଛଡ଼ାଯାଇପାରିବ ନାହିଁ ବୋଲି ଉକ୍ତ କର୍ମଚାରୀମାନେ କହିଥିଲେ। ଫଳରେ ଚାଷୀ ନିରାଶ ହୋଇ ଫେରିଯାଇଥିଲେ। ବୁଦୁଲି ହେଉଛି ବାଇଗଣ ଚାଷ ପାଇଁ ପ୍ରସିଦ୍ଧ । ଏଠାରୁ ରାଜ୍ୟ ଓ ରାଜ୍ୟ ବାହାରକୁ ପନିପରିବା ରପ୍ତାନୀ ହେଉଛି । ଖରିଫରେ ମଧ୍ୟ ମେଗା ପ୍ରକଳ୍ପରୁ ପାଣି ଛଡ଼ାଯିବା ବ୍ୟବସ୍ଥା କରାଗଲେ ଚାଷୀମାନେ ବିଶେଷ ଲାଭବାନ ହେବେ। ଏଥିପ୍ରତି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବା ପାଇଁ ଚାଷୀମାନେ ଦାବି କରିଛନ୍ତି। ଅପରପକ୍ଷେ ଭଞ୍ଜନଗର ଜଳସମ୍ପଦ ବିଭାଗ ପକ୍ଷରୁ ଅଧିକ ଅଞ୍ଚଳକୁ କିଭଳି ଜଳସେଚନ ହେବ ସେ ନେଇ ମଧ୍ୟ କୌଣସି ନୂତନ ପଦକ୍ଷେପ ଆଜକୁ ବହୁବର୍ଷ ହେବ ନିଆଯାଇନାହିଁ । ବର୍ତ୍ତମାନ ବିଭାଗ ପକ୍ଷରୁ କେବଳ ପୁରୁଣା କେନାଲଗୁଡ଼ିକୁ କଂକ୍ରିଟ କରାଯାଉଛି । ଭଞ୍ଜନଗର ସହରଦେଇ ଯାଇଥିତ୍ବା ଲୋହରାଖଣ୍ଡି ନଦୀ ଉପରେ ରିଙ୍ଗ୍ ରୋଡ଼ କରିବା ରାସ୍ତା ଇତି ମଧ୍ୟରେ ଖୋଲିଛି । ବାଇପାସ୍ ରୋଡ଼ ସେତୁ ଠାରୁ ଗାମୁଣ୍ଡି ସେତୁ ପର୍ଯ୍ୟନ୍ତ ସହରକଡ଼ ଆଡ଼ି ବନ୍ଧର ପୁନରୁଦ୍ଧାର କରାଯିବ। ପ୍ରାୟ ୧୫ ଫୁଟ ଚଉଡ଼ା ଆଡ଼ିବନ୍ଧ ହେବ। ପୂର୍ବତନ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ଉଦ୍ୟମ କ୍ରମେ ଇତିମଧ୍ୟରେ ୫ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଅନୁମୋଦନ ହୋଇଛି । ତାହାର କାମ ଖୁବ୍ଶୀଘ୍ର ଆରମ୍ଭ ହେବ। ଆଡ଼ିବନ୍ଧ କାମ ସରିଲେ ଲୋକେ ଚଳପ୍ରଚଳ କରିବା ସୁବିଧା ହେବ । କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ପକ୍କା ରାସ୍ତା ହେବା ଯୋଜନା ନାହିଁ । ସେହିଭଳି ଜାନିବିଲି ଠାରୁ ପଦ୍ମପୁର ପର୍ଯ୍ୟନ୍ତ ୬ଟି ଫେଜ୍ରେ ପ୍ରାୟ ୧୫ କିମି କେନାଲକୁ ୬୦ କୋଟି ଟଙ୍କା ବ୍ୟୟରେ କଂକ୍ରିଟ କରାଯାଉଛି। ବୁଗୁଡ଼ା ସେକ୍ସନର ପ୍ରାୟ ୩୦ କିମି କେନାଲକୁ ୪୦ କୋଟି ଟଙ୍କା ବ୍ୟୟରେ କଂକ୍ରିଟ କରାଯାଉଛି । ୧୩୦ ବର୍ଷ ପୁରୁଣା ଜାନିବିଲି ଆନ୍ନିକଟ ଠାରେ ନୂଆ ଆନ୍ନିକଟ ନିର୍ମାଣ ହେବ । ଏ ବାବଦରେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ। ତାହାର ଟେଣ୍ଡର ସରିଛି । ଡ଼ହ ସେକ୍ସନରେ ପ୍ରାୟ ୬ କୋଟି ଟଙ୍କା ବ୍ୟୟରେ ବିଭିନ୍ନ କେନାଲକୁ କଂକ୍ରିଟ କରାଯାଉଛି । ଏଥିସହ ଅନ୍ୟାନ୍ୟ କାମ ଉକ୍ତ ସେକ୍ସନରେ ଚାଲିଛି। ଭଞ୍ଜନଗର ସେକ୍ସନରେ ଢ଼ୋଲପିଟା ଠାରେ ବୃହତ ଉଠା ଜଳସେଚନକୁ ପାଣି ଯୋଗାଣ ପାଇଁ ୨୫ କୋଟି ଟଙ୍କା ବ୍ୟୟରେ ଏକ ଆନିକଟ ହେଉଛି । ବଡ଼ନଦୀର ବିଭିନ୍ନ ସ୍ଥାନରେ ଆଡ଼ିବନ୍ଧର ଉନ୍ନତିକରଣ ପାଇଁ ୧୪ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟ ହେଉଛି। ସୋରଡ଼ା କବିରାଜପୁର ଠାରେ ଋଷିକୁଲ୍ୟା ନଦୀର ଗାର୍ଡ଼ ୱାଲ ନିର୍ମାଣ ପାଇଁ ୪କୋଟି ୫୦ ଲକ୍ଷ ଟଙ୍କା ବ୍ୟୟ ହେଉଛି । ଏଥିସହ ଶେରଗଡ଼ ଅଞ୍ଚଳ ନନ୍ଦିନୀ ନଦୀର ୫ଟି ସ୍ଥାନରେ ଗାର୍ଡ଼ୱାଲ କରାଯାଉଛି । ଏ ବାବଦରେ ୧୫ କୋଟିରୁ ଊର୍ଦ୍ଧ୍ୱ କୋଟି ଟଙ୍କା ଖର୍ଚ୍ଚ ହେଉଛି। ଭଞ୍ଜନଗର ନୂଅଁାଗା କେନାଲ କାର୍ଯ୍ୟ ଚଳିତ ଆର୍ଥତ୍କ ବର୍ଷରେ କାମ ଶେଷ ହେବ। ବର୍ତ୍ତମାନ ୫ କିମି କେନାଲ ପର୍ଯ୍ୟନ୍ତ ଚାଷୀମାନେ ପାଣି ପାଇପାରୁଛନ୍ତି। ବଳକା ୧୦ କିମି କାମ ଚଳିତ ବର୍ଷ ଶେଷ ହେବ । କାମ ପୂର୍ଣ୍ଣାଙ୍ଗ ହେଲେ ୨ହଜାରରୁ ଊର୍ଦ୍ଧ୍ୱ ହେକ୍ଟର ନୂତନ ଜମିକୁ ଜଳସେଚନ ହେବ । ଏ ବାବଦରେ ୭୨ କୋଟି ଟଙ୍କା ବ୍ୟୟ ହେଉଛି । ଭଞ୍ଜନଗର ଡ଼ିଭିଜନ ଅଧିନରେ ଏହା ଏକ ମାତ୍ର ନୂଆ କେନାଲ କାମ ଚାଲିଛି । ବର୍ତ୍ତମାନ ଡ଼ହ ଜଳଭଣ୍ଡାରରୁ ୬୫୮୦ ହେକ୍ଟର ଜମିକୁ ଜଳସେଚନ ହେଉଛି। ବାଘୁଆରୁ ୮୩୬୭, ଋଷିକୁଲ୍ୟା ଯୋଜନାରେ ୧୮ ହଜାର ୫୯୭ ହେକ୍ଟର ଜମିକୁ ଜଳସେଚନ ହେଉଛି । ଏନେଇ ଭଞ୍ଜନଗର ଜଳସମ୍ପଦ ବିଭାଗ ଅଧୀକ୍ଷଣଯନ୍ତ୍ରୀ ଇଂ ଗୋକୁଳ ଚନ୍ଦ୍ର ପାଢ଼ୀଙ୍କ ସହ ଯୋଗାଯୋଗ କରିବାରୁ ସେ ଏଠାରେ କହିଛନ୍ତି ଯେ ନୂତନ ପ୍ରକଳ୍ପ ନିର୍ମାଣ ପାଇଁ ବର୍ତ୍ତମାନ କୌଣସି ପ୍ରସ୍ତାବ ନାହିଁ । ପୁରୁଣା କେନାଲ ଗୁଡ଼ିକ କିଭଳି ସୁରକ୍ଷିତ ରହିପାରିବ ସେଥିପାଇଁ ପଦକ୍ଷେପ ନିଆଯାଉଛି ।
Posted inHome, Home Left, ଆମ ଜିଲା ଖବର, ଗଞ୍ଜାମ View All
ଦୀର୍ଘ ୨୫ ବର୍ଷର ଅଗ୍ନି ପରୀକ୍ଷାରେ ଲାଗିଲା ବିରାମ: ଆଖି ବୁଜିଲେ ଅଗ୍ନି ଭୈରବ ଦେବଙ୍କ ପୂଜକ ଅନିରୁଦ୍ଧ
ଥୁଆମୂଳ ରାମପୁର, ୬।୧୦(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମା ସ୍ଥିତ ଜଗନ୍ନାଥ କଲୋନୀ ପଡ଼ାର ଜଣେ ପରିଚିତ, ଧର୍ମପରାୟଣ, ହାସ୍ୟ କଳାକାର…
LPG ଗ୍ରାହକଙ୍କ ପାଇଁ ବଡ଼ ଖବର, ଗ୍ୟାସ ସିଲିଣ୍ଡର ଫେରାଇଲେ ସିଧା ମିଳିବ ୫୦୦ଟଙ୍କା!
ନୂଆଦିଲ୍ଲୀ,୬।୧୦: ଯଦି ଆପଣ ଚାକିରି କିମ୍ୱା ପାଠପଢ଼ା ପାଇଁ ବାହାରେ କୌଣସି ଅନ୍ୟ ସହରରେ ରହୁଛନ୍ତି ଏବଂ ଆପଣଙ୍କ ପାଖରେ ସେଠାକାର ସ୍ଥାନୀୟ ଠିକଣା ପ୍ରମାଣପତ୍ର (Local…
ତପ୍ତପାଣି ଜଙ୍ଗଲରେ ପ୍ରେମର କରୁଣ ଅନ୍ତ: କୀଟନାଶକ ପିଇ ଆତ୍ମହତ୍ୟା କଲେ ପ୍ରେମୀଯୁଗଳ,କାନ୍ଦବୋବାଳିରେ ଫାଟି ପଡ଼ୁଛି…
ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଜଙ୍ଗଲ ନିକଟସ୍ଥ ପାଳୁଖଳା ଗ୍ରାମ ନିକଟରେ ମଙ୍ଗଳବାର ଏକ ହୃଦୟବିଦାରକ ଘଟଣା…
ଶୁକ୍ରାଦିତ୍ୟ ଯୋଗ ବଦଳାଇବ ୩ ରାଶିଙ୍କ ଭାଗ୍ୟ: ପ୍ରଚୁର ଧନଲାଭ ସହ କ୍ୟାରିୟରରେ ମିଳିବ ବଡ଼ ସଫଳତା
ତୁଳା ରାଶିରେ ସୂର୍ଯ୍ୟଙ୍କ ଗୋଚର ବେଶ ସ୍ୱତନ୍ତ୍ର ହେବାକୁ ଯାଉଛି, କାରଣ ଏହି ରାଶିର ଅଧିପତି ଶୁକ୍ର ବୋଲି ବିବେଚନା କରାଯାଏ। ଅନ୍ୟପକ୍ଷରେ, ସଂଯୋଗବଶତଃ ବର୍ତ୍ତମାନ ଶୁକ୍ର…
ଅଲିମ୍ପିକ୍ସ-୨୦୩୬ ଆୟୋଜନ ପାଇଁ ଭାରତ ବ୍ୟତୀତ ଏହି ୬ ଦେଶ ଆଗ୍ରହୀ, ଜାଣନ୍ତୁ…
ଲାଉସାନେ, ୬ା୧୦: ଅଲିମ୍ପିକ୍ ଗେମ୍ସ-୨୦୩୬ର ଆୟୋଜନ ପାଇଁ ଭାରତ ବ୍ୟତୀତ ଅନ୍ୟ ୬ଟି ଦେଶ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦେଶଗୁଡ଼ିକ ନଭେମ୍ବରରେ ସେମାନଙ୍କ ପ୍ରୋଜେକ୍ଟଗୁଡ଼ିକ ଫ୍ୟୁଚର…
ଶ୍ରମିକଙ୍କୁ ପାର୍ବଣ ଭେଟି ଦେଲେ ସରକାର, ଏତେ ବଢିଲା ମଜୁରୀ!
ନୂଆଦିଲ୍ଲୀ,୬।୧୦: ଦୀପାବଳି ପୂର୍ବରୁ ଦେଶର ଲକ୍ଷ ଲକ୍ଷ ଶ୍ରମିକଙ୍କ ପାଇଁ ଉପହାର ଦେଇଛନ୍ତି କେନ୍ଦ୍ର ସରକାର। ଭେରିଏବଲ୍ ଡିଅରନେସ୍ ଆଲାଉନ୍ସ (VDA)କୁ ବୃଦ୍ଧି କରିଛନ୍ତି ସରକାର। ଏହି…
ହାଲ୍ରେ ଶକ୍ତି ମିଗ୍ ଇଞ୍ଜିନ ପ୍ରକଳ୍ପର ଶିଳାନ୍ୟାସ କଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ
ସୁନାବେଡ଼ା, ୬।୧୦(କୃତ୍ତିବାସ ପ୍ରଧାନ): କୋରାପୁଟ ଜିଲା ସୁନାବେଡ଼ାସ୍ଥିତ ହିନ୍ଦୁସ୍ଥାନ ଏରୋନଟିକ୍ସ ଲିମିଟେଡ୍ (ହାଲ୍)କୁ ମଙ୍ଗଳବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଗସ୍ତକରି ଶକ୍ତି ମିଗ୍ ଇଞ୍ଜିନ ପ୍ରକଳ୍ପର…
କେଉଁ ୱେଟିଂ ଟିକେଟ ସବୁଠୁ ଆଗ କନଫର୍ମ ହୁଏ? ଜାଣନ୍ତୁ ରେଳବାଇର ନୂଆ ନିୟମ…
ଭାରତୀୟ ରେଳବାଇରେ ଯାତ୍ରା କରୁଥିବା ସମୟରେ ଯଦି ଆପଣଙ୍କୁ କନଫର୍ମ ସିଟ ନ ମିଳେ, ତେବେ IRCTC ସିଷ୍ଟମ ଆପଣଙ୍କୁ ୱେଟିଂ ଟିକେଟ (Waiting Ticket) ପ୍ରଦାନ…

